June 25, 2025

Odia Express

Here, There and Everywhere

ପାନର ପ୍ରୟୋଗ ଦ୍ୱାରା ଏହି ସବୁ ସମସ୍ୟା ଆମ ଶରୀରରୁ ଆମେ ଦୁର କରି ପାରିବା…

1 min read

ଆଗକାଳରେ ବୁଢା ଲୋକମାନଙ୍କ ଭିତରେ ଦେଖାଯାଉଥିଲା କି ସବୁବେଳେ ବୁଢା ଲୋକଙ୍କ ଆଣ୍ଠୁରେ ଓ ଗଣ୍ଠିରେ ଦରଜ ହେଉଥିଲା।କୌଣସି କାମ କରିବାକୁ ଇଛା ହୁଏନାହିଁ ଓ ଶରୀରରେ ସବୁବେଳେ ଦୁର୍ବଳ ଲାଗେ।ଏହା ପୂର୍ବ କାଳର ଲୋକମାନଙ୍କ ଭିତରେ ୬୦-୭୦ ବର୍ଷ ବୟସ ଭିତରେ ଦେଖାଯାଉଥିଲା।ଆଜିକାଲି ଆମେ ଆମ ଶରୀରର ଭଲ ଭାବରେ ଯତ୍ନ ନେଉ ନାହାନ୍ତି ଓ ଖାଇବା ପିବା ଭଲ ଭାବରେ କରୁ ନାହାନ୍ତି।ବହୁତ ଲୋକ କମ ବୟସରେ ଚା ପିବାକୁ ଲାଗନ୍ତି ଯାହାଫଳରେ ସେମାନଙ୍କ କୋଷ ବହୁତ ଶିଘ୍ର ଖରାପ ହେବାକୁ ଲାଗେ ଓ ସେମାନେ ଶିଘ୍ର ବୁଢା ହେଇ ଯାଆନ୍ତି।

ଏହି ସବୁ ଅସୁବିଧାକୁ ଦୁର କରିବା ପାଇଁ ଆଜି ଆମେ ପାନ ପତ୍ରର ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ।ଏହି କଥା ଆୟୁର୍ବେଦ ଗ୍ରନ୍ଥ ଅଷ୍ଟାଙ୍ଗ ଅଧ୍ୟାୟରେ ବାଗବଟ ଋଷିଙ୍କ ଦ୍ୱାରା କୁହାଯାଇଛି।ବହୁତ ଲୋକଙ୍କର ଭାବନା ଥାଏକି ବହୁତ ଖରାପ ଲୋକ ପାନ ଖାଆନ୍ତି।ଏହା ଆପଣ ମାନଙ୍କର ଭୁଲ ଧାରଣା ଅଟେ।ଆୟୁର୍ବେଦରେ ପାନକୁ ସାତ୍ଵିକ ଭୋଜନ ବୋଲି ଆମେ ମାନିଥାଉ।ଏହି ପାନ ଦ୍ୱାରା ୪ ପ୍ରକାରର ଲାଭ ହୋଇଥାଏ ଓ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ ଓ ଏହାକୁ କିପରି ପ୍ରୟୋଗ କରିବା ସେ ବିଷୟରେ ମଧ୍ୟ।କେବଳ ପାନ ନୁହେଁ ଏହା ସହିତ ମିଶେଇ ଆହୁରି କିଛି ଜିନିଷ ମଧ୍ୟ ସେବନ କରିବାର ଅଛି ସେ ବିଷୟରେ ଜାଣିବା।

୧.ସବୁଠାରୁ ପ୍ରେଥମେ ଯଦି ଆପଣଙ୍କୁ ଆଣ୍ଠୁରେ ଓ ଗଣ୍ଠିରେ ଅସୁବିଧା ହେଉଛି କୌଣସି କାମ କରିବାକୁ ଇଛା ହେଉନାହିଁ,ହାତ ଗୋଡ଼ରେ ଦରଜ ହୋଇଥାଏ,ପିଠି ଦରଜ ହେଉଛି,କ୍ୟାଲସିୟମ ଓ ରକ୍ତ ହୀନତା ରହୁଛି,ଶରୀରର ବିଭିନ୍ନ ଭାଗରେ ମୁଣ୍ଡରୁ ନେଇ ଗୋଡ଼ ପର୍ଯ୍ୟନ୍ତ ଅଲଗା ଅଲଗା ସ୍ଥାନରେ ଦରଜ ହୋଇଥାଏ।ଆସନ୍ତୁ ଜାଣିବା ଏ ସବୁ ଅସୁବିଧାରେ ପାନର ପ୍ରୟୋଗ କିପରି କରିବେ ଆସନ୍ତୁ ସେ ବିଷୟରେ ଜାଣିବା।ସାଧାରଣତଃ ୨ ପ୍ରକାରର ପାନ ଆସେ ଯେମିତି କଲିକତା ପାନ ଆଉ ବନାରସ ପାନ।ସେଥିରୁ ଆମେ ମିଠା ପାନ ବା କଲିକତାର ପାନଟି ନେବା।

ତାକୁ ସକାଳୁ ଖାଲି ପେଟରେ ଗୋଟେ ଚାଉଳ ମାତ୍ରର ଚୁନ ନେବା।ତାପରେ ସେ ସବୁକୁ ପାନରେ ଗୁଡ଼େଇ ନବା ଓ ତମ୍ବା ପାତ୍ରରେ ପାଣି ରଖି ନେବେ ଓ ତାପରେ ସକାଳୁ ଉଠି ଏ ପାଣିକୁ ଗରମ କରି ଚା ଭଳି ପିନେବେ ଆଉ ତାପରେ ଏ ପାନକୁ ମୁହଁରେ ରଖି ଧୀରେ ଧୀରେ ଚୋବେଇ ଖାଇବେ ନହେଲେ ଆପଣଙ୍କ ଜିଭ କଟି ଯାଇ ପାରେ।ଆପଣ ମାସରେ ମାତ୍ର ୧୪-୧୫ ଦିନ ଏହାର ପ୍ରୟୋଗ କରିବେ।ଏହାକୁ ଏହି ଭଳି ପ୍ରୟୋଗ କରିବା ଦ୍ୱାରା ଶରୀରରେ ଥିବା କ୍ୟାଲସିୟମ ଅଭାବ ପୁର୍ଣ୍ଣ ହେବ ଓ ଆମକୁ ଆଣ୍ଠୁ ଓ ଗଣ୍ଠି ରୋଗରୁ ମଧ୍ୟ ଆମେ ବଞ୍ଚିପାରିବା।ଯାହାକୁ ଗୋଡ଼ର ଶିରାରେ ଅସୁବିଧା ରହିଥାଏ ଯିଏ ଦୌଡ଼ି ଚାଲି ନପାରେ ସେ ମଧ୍ୟ ଦୌଡ଼ିବାକୁ ଓ ଚାଲିବାକୁ ଲାଗିବ।

୨.ଯେଉଁ ମାନଙ୍କର ଯୌନ ଶକ୍ତିର ଅଭାବ ରହୁଛି ବା ନିଜର ସେ ଯୌନ ଶକ୍ତିକୁ ଫେରି ପାଇବାକୁ ଚାହୁଁଛନ୍ତି ତାହେଲେ ଆପଣ ମିଠା ପାନ ପତ୍ର ନେବେ ଓ ତା ଭିତରେ ମହୁ ରଖିବେ ଓ ତାସହିତ ଗୋଟେ ରସୁଣ ପାଖୁଡାକୁ ଭଲ ଭାବରେ ବାଟୀ ଚୁନ ଭଳି ଲଗେଇ ଦେବେ ଓ ଏହି ସବୁ ଜିନିଷକୁ ସପ୍ତାହରେ ଗୋଟେ ଗୋଟେ ଦିନ ଛାଡି ପ୍ରୟୋଗ କରୁଛନ୍ତି ଆଉ ଅଳ୍ପ ଉଷୁମ ପାଣିରେ ତ୍ରିଫଳା ଗୁଣ୍ଡ ପକେଇ ପିଉଛନ୍ତି ତାହେଲେ ଦୁଇ ସପ୍ତାହ ଭିତରେ ଆପଣଙ୍କ ପୁରୁଣା ଯୌନ ଶକ୍ତି ଫେରି ଆସିବ।

୩.ଯେଉଁମାନେ ଆଜ୍ମାରେ ପୀଡିତ ହୋଇଥାନ୍ତି ତାହେଲେ ତାଙ୍କୁ ସପ୍ତାହରେ ୩-୪ ଥର ପାନ ପତ୍ରର ପ୍ରୟୋଗ କରିବାର ଅଛି।ତାସହିତ ଆପଣ ଅଲୁନୋମ ବିଲମ ପ୍ରାଣାୟମ ଗହୀର ନିଶ୍ୱାସ ଛାଡିବେ ଓ ଭିତରକୁ ନେବେ ଏହି ଭଳି କରିବାର ଅଛି।ପାନର ପ୍ରୟୋଗ କରିବା ସହିତ ଆପଣଙ୍କୁ ଅଲୁନୋମ ବିଲମ ନିଶ୍ଚିତ କରିବା ଆଵଶ୍ୟକତା ରହିଅଛି।

୪.ଆସନ୍ତୁ ଜାଣିବା ଆଉ ଏକ ଲାଭ ବିଷୟରେ,ଯଦି ଆପଣଙ୍କ ଚେହେରାରେ ଚମକ ରହିନଥାଏ କି ଆପଣଙ୍କ ଚେହେରାରେ ଗ୍ଲୋ ନଥାଏ ତାହେଲେ ଆପଣ ପାନର ଫେସ ମାସ୍କ ବନେଇ ବ୍ୟବହାର କରି ପାରିବେ।ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବା :-ଆପଣଙ୍କୁ ୨ ଚାମୁଚ ମୁଲତାନି ମାଟି ଆଣିବାର ଅଛି,ଗୋଟେ ଚାମୁଚ ଦହି,୨ ଚାମୁଚ ଗୋଲାପ ଜଳ,ଗୋଟିଏ ପାନର ବଟା।ଏସବୁକୁ ଭଲ ଭାବରେ ମିଶେଇ ନେବେ ଓ ନିଜ ଚେହେରାରେ ଲଗେଇବା ଦ୍ୱାରା ଆପଣଙ୍କ ଚେହେରା କାଚ ଭଳି ଗ୍ଲୋ କରିବାକୁ ଲାଗିବ।

Leave a Reply

Your email address will not be published. Required fields are marked *