June 27, 2025

Odia Express

Here, There and Everywhere

ମାତ୍ର ୩ ଦିନ ଏହି ଓସ୍ତ ଗଛର ପତ୍ର ସେବନ କରିବା ଦ୍ୱାରା ଆମେ କେଉଁ କେଉଁ ଲାଭ ପାଇ ପାରିବା ଆସନ୍ତୁ ଜାଣିବା..

1 min read

ଆମ ହିନ୍ଦୁ ଧର୍ମରେ ଓସ୍ତ ଲୋକ ବହୁତ ମହାନ ବୋଲି ମାନନ୍ତି ଓ ତାକୁ ସବୁ ଲୋକ ମିଶି ପୂଜା ପାଠ କରନ୍ତି।ଆଉ କୁହାଯାଏ ଏ ଓସ୍ତ ଗଛରେ ସବୁ ଦେବାଦେବୀ ମାନଙ୍କର ବସବାସ ହୋଇଥାଏ।ସେଥିପାଇଁ ବହୁତ ଲୋକ ଏ ଗଛକୁ ପୂଜା କରନ୍ତି।ଆମ ସଂସ୍କୃତିରେ ଏ ଗଛକୁ ଯେତେ ପୂଜନିୟ ମଣାଯାଏ ବା ଆମେ ଏ ଗଛର ଯେତେ ପୂଜା କରୁ ସେତେମଧ୍ୟ ଏ ଗଛରୁ ବିଭିନ୍ନ ପ୍ରକାର ଔଷଧି ନିର୍ମାଣ ହୋଇଥାଏ।ଆଉ ଏ ବୃକ୍ଷରେ ବହୁତ ପ୍ରକାରର ଔଷଧୀୟ ଗୁଣ ରହିଥାଏ ଯେଉଁ କାରଣରୁ ଏଗଛ ଆମ ପାଇଁ ବହୁତ ପୂଜନିୟ ହୋଇଥାଏ।ଆଉ ଏ ଓସ୍ତ ଗଛ ଆମ ଶରୀରରୁ ଅସାଧ୍ୟରୁ ଅସାଧ୍ୟ ରୋଗକୁ ଭଲ କରିଥାଏ।

ଆପଣ ଯଦି ପ୍ରତିଦିନ ଗୋଟେ ଘଣ୍ଟା ଯାଇଁ ସେ ଗଛ ତଳେ ଆପଣ ବସିଯାଉଛନ୍ତି ତାହେଲେ ଆପଣଙ୍କ ଶରୀରରେ ଥିବା ସବୁ ପ୍ରକାରର ରୋଗ ଅଧା ହୋଇଯାଏ।ଏ ଗଛ ଖରାଦିନେ ଭରପୁର ମାତ୍ରରେ ଅମ୍ଳଜାନ ବାୟୁକୁ ଛାଡେ ତେଣୁ ଦିନବେଳା ଏହାର ଛାଇରେ ବା ତଳେ ବସିଲେ ଥଣ୍ଡା ଲାଗେ।ଏବେ ଆସନ୍ତୁ ଜାଣିବା ଏହାର ଔଷଧି ଗୁଣ ବିଷୟରେ।କହିବାକୁ ଗଲେ ଓସ୍ତ ଗଛର ପତ୍ର,ଛାଲ,ଚେର ଓ ଏହାର ଖୀରରେ ବହୁତ ଔଷଧିୟ ଗୁଣ ରହିଥାଏ ଓ ଏହା ଆମ ପାଇଁ ବହୁତ ଉପକାରି ହୋଇଥାଏ।ତେବେ ଆସନ୍ତୁ ଜାଣିବା ଏହାର ଔଷଧି ଗୁଣ ବିଷୟରେ।

ଏ ଗଛ ଆମ ସମଗ୍ର ଭାରତ ବର୍ଷରେ ଉପଲବ୍ଧ ଅଛି।ଆପଣ ଏହାକୁ ନିଜେରୋଗ ଦୁର କରିବାରେ ସହଜରେ ଆପଣ ଏହାର ବ୍ୟବହାର କରି ପାରିବେ।ଆପଣ କଣକରିବେ ସତେଜ ଛାଲ ମାତ୍ର ୧୦ ଗ୍ରାମର ଆଣିବେ।ଆଉ ଏହାର ସତେଜ ପତ୍ର ମାତ୍ର ୪-୫ ଗ୍ରାମରେ ନେଇ ଆସିବା।ଆଉ ଏହି ଦୁଇଟି ଜିନିଷକୁ ଗୋଟେ ଲିଟର ପାଣିରେ ହେମଦସ୍ତା ସାହାଯ୍ୟରେ ଭଲ ଭାବରେ ଛେଚି ନେବା।ତାପରେ ସେ ପାଣିକୁ ଭଲ ଭାବରେ ଛାଣି ନେଇ ସଂଗ୍ରହ କରି ନେବେ।ଆପଣ ଏ ପାଣିକୁ ଅତି ବେଶୀରେ ୫-୬ ଦିନ ପର୍ଯ୍ୟନ୍ତ ସଂଗ୍ରହ କରି ରଖି ପାରିବେ।

ଯଦି କାହାକୁ ଖାଦ୍ୟ ସଂକ୍ରମଣ ହୋଇଛି ତାହେଲେ ଆପଣ ସେ ବ୍ୟକ୍ତିକୁ ସକାଳେ ଓ ସନ୍ଧ୍ୟାରେ ୧୦ ଏମ.ଏଲ ମାତ୍ରରେ ଏହି ପାଣିକୁ ପିବାକୁ ଦେବେ।ଆଉ ସବୁଠାରୁ ଭଲ କଥା ହେଉଛି ଓସ୍ତ ଗଛରେ ଆପଣଙ୍କୁ କୌଣସି ପ୍ରକାରର ବିଷ ନଥାଏ।ଝିଅ ମାନଙ୍କ ପାଖରେ ଯେଉଁ ଲିକରିଆ ଭଳି ସମସ୍ୟା ହୋଇଥାଏ,ଯାହାଦ୍ୱାରା ଧଳା ପାଣି ଆସିଥାଏ ଏହି ସମୟରେ ଏହି ଘରୋଇ ଉପାୟ କରି ପାରିବେ।ନହେଲେ ମାସିକ ଧର୍ମ ସମୟରେ ଯେତେବେଳେ ଅଧିକ ରକ୍ତ ଶ୍ରାବ ହୋଇଥାଏ,ପୁରୁଷ ମାନଙ୍କ ପାଖରେ ଯୌନ ସମସ୍ୟା ଦେଖାଯାଏତ ଆପଣ ଓସ୍ତ ଗଛର ଛାଲ ଆଣିବେ ତାକୁ ସୁଖେଇ ଗୁଣ୍ଡ କରିନେବେ ନହେଲେ ସେ ଛାଲିରୁ କାଢ଼ା ପ୍ରସ୍ତୁତ କରି ନେବେ।

ଆଉ ସେ କାଧାକୁ ଆଣି ପିବା ଦ୍ୱାରା ଆପଣଙ୍କୁ ବହୁତ ଲାଭ ହୋଇଥାଏ।ଆଉ ସେ ପାଉଡରକୁ ଗୋଟେ ଗିଲାସ କ୍ଷୀର ସହିତ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ଦୁର୍ବଳତା ବହୁତ ଶିଘ୍ର ଭଲ ହୋଇଯାଇଥାଏ।ଯଦି କାହାକୁ ଉଚ୍ଚରକ୍ତଚାପ ରହୁଛି ତାକୁ ସନ୍ଧ୍ୟା ସମୟରେ ଓସ୍ତ ଗଛର ୪-୫ ପତ୍ର ଆଣିବେ ଓ ତାକୁ ପାଣିରେ ବୁଡ଼େଇ ରଖିବେ ଓ ତାପରେ ସକାଳୁ ତାକୁ ଫୁଟେଇବେ ଯେତେବେଳେ ସେ ପାଣି ଫୁଟି ଅଧା ହୋଇଯିବ ତାକୁ ଚା ଭଳି ସେବନ କରିବେ ଯାହାଦ୍ୱାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିବ।

ଯଦି ଆପଣଙ୍କୁ ଦାନ୍ତ ସହିତ ଜଡିତ କୌଣସି ସମସ୍ୟା ଅଛିତ ଆପଣ ତାକୁ ଦୁର କରିବା ପାଇଁ କଁଳିଆ ଡାଳ ବା ଅତ୍ର ଆଣି ତା ସାହାଯ୍ୟରେ ଆପଣ ନିଜ ଦାନ୍ତ ସଫା କରିପାରିବେ ନହେଲେ ଆପଣ ଏହାର ଛାଲ ଦ୍ୱାରା ଦାନ୍ତ ସଫା କରା ପାଉଡର ପ୍ରସ୍ତୁତ କରି ପାରିବେ।କାହାକୁ ଯଦି ଆଜ୍ମା ଭଳି ସମସ୍ୟା ଅଛି ତାହେଲେ ଆପଣ ଏହାର ଛାଲକୁ ଗୁଣ୍ଡ କରି ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଆଜ୍ମା ବହୁତ ଶିଘ୍ର ଭଲ ହୋଇଥାଏ।ପେଟ ରୋଗ ପାଇଁ ଏହାକୁ ମଧ୍ୟ ବ୍ୟବହାର କରି ପାରିବେ କଣ କରିବେ ନା ଏହାର ୪-୫ ପତ୍ର ଆଣିବେ ଓ ଏହାକୁ ସକାଳୁ ଖାଲି ପେଟରେ ଚୋବେଇ ଖାଇ ନେବେ,ଯାହାଦ୍ୱାରା ଆପଣଙ୍କ ପେଟ ଭଲ ହୋଇଯିବ।ଥଣ୍ଡା ରୋଗ ପାଇଁ ଆପଣ ଏହାର ପତ୍ର ନେଇ ଗୁଣ୍ଡ କରି ମିଶ୍ରି ପକେଇ ଏହାର ସେବନ କଲେ ଆମକୁ ଥଣ୍ଡା ରୋଗରୁ ରକ୍ଷା କରିବ।ମାନସିକ ଦୁର୍ବଳତା ଦୁର କରିବା ପାଇଁ ଆଙ ଓସ୍ତ ଗଛ ତଳେ ୩୦ ମିନିଟ ଧ୍ୟାନ କଲେ ଆପଣ ନିଶ୍ଚିତ ସୁଫଳ ପାଇବେ।

Leave a Reply

Your email address will not be published. Required fields are marked *