June 27, 2025

Odia Express

Here, There and Everywhere

କେବଳ ୫ ଟଙ୍କାରେ ମଶା ଧୂପ ପ୍ରସ୍ତୁତ କରିବାର ଏକ ଘରୋଇ ଉପାୟ – ବର୍ଷା ଦିନେ ମଶାଠୁ ବଂଚିବା ପାଇଁ ନିଶ୍ଚୟ କରନ୍ତୁ..

1 min read

ବର୍ଷା ଦିନ ଆସୁ ଆସୁ ମଶା ମାନଙ୍କର ପାଦୃଭାବ ଆରମ୍ଭ ହୋଇଯାଏ।ଆମେ ଯେତେ ସାଵଧାନ ହେଲେ ମଧ୍ୟ ସନ୍ଧ୍ୟା ସମୟରେ ଘରକୁ ମଶା ମାନେ ଆସିଥାନ୍ତି।ଦେଖିବାକୁ ଗଲେ ବଜାରରେ ମଶା ମାନଙ୍କୁ ଘଉଡାଇବା ପାଇଁ ବିଭିନ୍ନ ପ୍ରକାରର ଜିନିଷ ଆସିଥାଏ।ଆଉ ଏହା ବହୁତ ଦାମୀକିଆ ହୋଇଥାଏ ଆଉ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇଥାଏ।ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଘରେ ତିଆରି କରିଥିବା ଏକ ବଢିଆ ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଅତି ସହଜରେ ଘରୁ ସବୁ ମଶା ମାନଙ୍କୁ ତଡି ପାରିବେ।ଆପଣ ବହୁତ ସହଜ ଓ ସୁବିଧାରେ ଏହି ଉପାୟକୁ ନିଜ ଘରେ ତିଆରି କରି ପାରିବେ।

ଆଉ ଘରେ ପ୍ରସ୍ତୁତ ହୋଇଥିବା ଉପାୟ ଆମ ଶରୀର ପାଇଁ ମଧ୍ୟ ହାନିକାରକ ହୋଇନଥାଏ।ଆମେ ଏଠାରେ ନେଇଛୁ ଲିମ୍ବ ପତ୍ର।ଏହି ଲିମ୍ବ ପତ୍ର ଆଣ୍ଟିବାୟୋଟିକ ଗୁଣରେ ପରି ପୁର୍ଣ୍ଣ ହୋଇଥାଏ।ବହୁତ ପୁରୁଣା ସମୟରେ ଲୋକମାନେ ନିଜ ଘରେ ଏହି ଲିମ୍ବ ପତ୍ର ଜାଳୁଥିଲେ ଯାହାଫଳରେ ସେମାନଙ୍କ ଘରକୁ ଆଉ ମଶା ଆସୁନଥିଲେ।ଆଜି କାଲି ଲିମ୍ବ ପତ୍ର ଜାଳିବା ଦ୍ୱାରା ଛୁଆମାନଙ୍କ ପାଇଁ କିଛି ଅସୁବିଧା ହୋଇଥାଏ ସେଥିପାଇଁ ଆମେ ଏହି ତେଲ ପ୍ରସ୍ତୁତ କରିବାର ଏକ ବଢ଼ିଆ ଉପାୟ ଆପଣଙ୍କୁ କହିବାକୁ ଯାଉଛୁ।

ଆପଣ ଗ୍ୟାସରେ ଗୋଟେ ପାତ୍ର ବସେଇ ସେଥିରେ ଗୋଟେ ଗିନା ସୋରିଷ ତେଲ ପକେଇବେ,ତାପରେ ତାକୁ ଗରମ କରିବେ।ସୋରିଷ ତେଲରେ ବହୁତ ଭଲ ଔଷଧିୟ ଗୁଣ ରହିଥାଏ ଓ ଏହାର ବାସ୍ନା ମଧ୍ୟ ବହୁତ ଟାଣ ହୋଇଥାଏ ଯାହାଫଳରେ ମଶା ମାନେ ଏହାର ବାସ୍ନା ସହି ପାରିବେ ନାହିଁ।ତାପରେ ନେବା ଗୋଟେ ଗିନା ଲିମ୍ବ ପତ୍ର।ଆପଣ ସତେଜ ଲିମ୍ବ ପତ୍ର ପକେଇ ପାରିବେ ନହେଲେ ଆପଣ ଲିମ୍ବ ପତ୍ରକୁ ସୁଖେଇ ପକେଇ ପାରିବେ।ତାପରେ ଆପଣ ଲିମ୍ବ ପତ୍ର ପକେଇ ସାରିବା ପରେ ୫-୭ ମିନିଟ ପର୍ଯ୍ୟନ୍ତ ଏ ତେଲକୁ ଫୁଟେଇନେବେ।

ଯେତେବେଳେ ପର୍ଯ୍ୟନ୍ତ ଏହାର ସବୁଜ ପତ୍ର ମାଟିଆ ରଙ୍ଗର ନହୋଇ ଯାଇଛି,ସେ ପର୍ଯ୍ୟନ୍ତ ଏ ଲିମ୍ବ ପତ୍ରକୁ ଫୁଟେଇନେବେ କାରଣ ଯେପର୍ଯ୍ୟନ୍ତ ଲିମ୍ବ ପତ୍ରର ଗୁଣ ସବୁ ସେ ତେଲରେ ଭଲ ଭାବରେମିଶ୍ରିତ ନହୋଇଯାଇଛି।୫-୭ ମିନିଟ ହୋଇଗଲା ପରେ ଆପଣଙ୍କୁ ଗ୍ୟାସକୁ ବନ୍ଦ କରିନେବେ।ତାପରେ ଏ ତେଲକୁ ଥଣ୍ଡା କରିବେ ଓ ତାପରେ ଆମର ତେଲ ତିଆରି ହୋଇ ପ୍ରସ୍ତୁତ ହୋଇଯାଇଛି।ଏହାପରେ ଏହାକୁ ଛାଣିନେବେ,କାହିଁକିନା ତେଲରୁ ସବୁ ପତ୍ରର ଅବଶେସାଂଶ ଅଲଗା ହେବା ନିହାତି ଆଵଶ୍ୟକ।ଏହି ଉପାୟ ଦ୍ୱାରା ଆପଣ ବହୁତ ସହଜରେ ମଶା ମାନଙ୍କୁ ଆପଣ ଦୁର କରିପାରିବେ।

ଆପଣଙ୍କ ପାଖରେ ସରିଯାଇଥିବା ମଶା ଧୂପର ଖାଲି ବୋତଲ ଅଛିତ ତାକୁ ନେଇ ଆସିବେ।ଯଦି ଆପଣଙ୍କ ପାଖରେ ଏ ବୋତଲ ନାହିଁ ଆପଣ ଦୀପରେ ଏ ତେଲ ପୁରେଇ ସନ୍ଧ୍ୟା ସମୟରେ ଏହାକୁ ଜଳେଇ ପାରିବେ।ଯେତେବେଳେ ଏ ଦୀପ ଜଳିବ ଲିମ୍ବ ତେଲର ବାସ୍ନା ଘରର ଚାରି ପାଖରେ ଖେଳିଯିବ ସେତେବେଳେ ଘର ଭିତରେ ଆଦୌ ଗୋଟେ ହେଲେବି ମଶା ରହିବେ ନାହିଁ।ଆଉ ଧ୍ୟାନ ରଖିବେ ସନ୍ଧ୍ୟା ସମୟରେ ହିଁ ଏହି ଦୀପ ଜଳାନ୍ତୁ ଆଉ ଏହି ଦୀପ ଜଳେଇବା ସମୟରେ ଘରର ଝରକା କବାଟ ସବୁ ବନ୍ଦ କରିନେବେ କାରଣ ଏହି ସମୟରେ ଅଧିକ ମଶା ଆସିଥାନ୍ତି।

ପୁରାତନ କାଳରୁ ଏହି ଲିମ୍ବ ତେଲର ବ୍ୟବହାର ଆମେ କରି ଆସୁଛୁ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ।ତାପରେ ଆପଣ ଖାଲି ରିଫିଲ ବୋତଲରେ ଏହାକୁ ଭର୍ତି କରି ନେବେ।ତାପରେ ତାର ଉପର ନାଜାଲ ଲଗେଇ ନେବେ।ତାପରେ ଏ ରିଫିଲକୁ ନେଇ ମେସିନରେ ଲଗେଇ ସୁଇଚ ଅନ କରି ନେବେ।ଯାହାଫଳରେ ମାତ୍ର ଅଳ୍ପ ସମୟରେ ଘର ଭିତରେ ଥିବା ସମସ୍ତ ମଶା ବହୁତ ଶୀଘ୍ର ଘରୁ ବାହାରକୁ ପଳେଇବେ।

Leave a Reply

Your email address will not be published. Required fields are marked *