ଲେମ୍ବୁ ମଞ୍ଜିରୁ ଲେମ୍ବୁ ଗଛ ବନେଇବାର ଅତି ସରଳ ଉପାୟ – ନିଶ୍ଚୟ ଏହି ଉପାୟ ଜାଣି ରଖନ୍ତୁ ..
1 min readନମସ୍କାର,ଆମେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ।ଆପଣମାନେ ନିଜ ଘରେ କିପରି ଅତି ସହଜରେ ଲେମ୍ବୁ ଗଛ ଲଗେଇ ପାରିବେ ସେ ବିଷୟରେ ଆମେ ଜାଣିବା।ଏହି ଗଛକୁ ଲଗେଇବା ପାଇଁ ଆପଣଙ୍କୁ ବଜାରରୁ କୌଣସି ପ୍ରକାରର ମଞ୍ଜି କିଣିବାର କୌଣସି ଆଵଶ୍ୟକତା ନାହିଁ।ଆମେ ଅତି ସହଜରେ ନିଜ ଘରେ ଥିବା ଲେମ୍ବୁ ଭିତରୁ ମଞ୍ଜି କାଢି ସେଥିରୁ ଗଛ ଲଗେଇ ପାରିବା।ଆମେ ଦୁଇଟି ଲେମ୍ବୁ ନେବା,ଆଉ ଲେମ୍ବୁ ନେଲା ବେଳେ ଧ୍ୟାନ ରଖିବେ ଆପଣ କଞ୍ଚା ବା ସବୁଜ ଲେମ୍ବୁ ନେବେ ନାହିଁ ଆପଣଙ୍କୁ ନେବାର ଅଛି ହଳଦିଆ ଲେମ୍ବୁ ବା ଯାହା ଭଲ ଭାବରେ ପାଚି ଯାଇଥିବ।
କଞ୍ଚା ଲେମ୍ବୁ ଭିତରେ ଥିବା ମଞ୍ଜି ଭଲ ଭବାରେ ବଢେ ନାହିଁ ବା ଏହାକୁ ବଢିବାକୁ ଅଧିକ ସମୟ ଲାଗେ ସେଥିପାଇଁ ଆମେ ଏଠାରେ ହଳଦିଆ ବା ଭଲ ଭାବରେ ପାଚି ଯାଇଥିବା ଲେମ୍ବୁ ନେବା।ତାପରେ ସେ ଲେମ୍ବୁ ଭିତରୁ ସବୁ ମଞ୍ଜି କାଢି ନେବା ଓ ଯେଉଁ ମଞ୍ଜି ଭଲ ଓ ସୁସ୍ଥ,ମୋଟା ଦେଖାଯାଉଥିବ ଆମକୁ ସେହି ମଞ୍ଜି ନେବାର ଅଛି।ଆମେ ଏଠାରେ ୬-୭ ଟି ମଞ୍ଜି କାଢି ନେବା ଓ ତାକୁ ଭଲ ଭାବରେ ସଫା ପାଣିରେ ଧୋଇ ନେବା।ସେ ମଞ୍ଜି ଗୁଡିକୁ ଭଲ ଭାବରେ ଧୋଇ ସାରିବା ପରେ ସେ ପାଣିକୁ ଫୋପାଡ଼ି ଦେବେ।
ତାପରେ ଗୋଟେ କୁଣ୍ଡରେ ୫୦ ପ୍ରତିଶତ ବଗିଚାର ମାଟି ନେବା,୩୦ ପ୍ରତିଶତ ବର୍ଣି କମ୍ପୋଷ୍ଟ ବା ଖତ ମିଶେଇ ନେବେ,ତାପରେ ସେଥିରେ ୨୦ ପ୍ରତିଶତ କୋକୋ ପିଟ ମିଶେଇବା।ଏହି କୋକୋ ପିଟ ନଡ଼ିଆ ଚୋପାରୁ ପ୍ରସ୍ତୁତ ହୋଇଥାଏ।ଆମେ ଯେକୌଣସି ମଞ୍ଜି ଲଗେଇଥାଉ ବା ଗଛ ଲଗେଇ ଥାଉ ତ ଏହି କୋକୋ ପିଟ ମିଶେଇବା ଦ୍ୱାରା ଆମକୁ ବହୁତ ଲାଭ ମିଳିଥାଏ।କାହିଁକି ନା ଗଛର ଚେର ଏହି କୋକୋ ପିଟ ଦ୍ୱାରା ବହୁତ ଶିଘ୍ର ବଢି ଥାଏ ଓ ତାସହିତ ଏହି କୋକୋ ପିଟ ନିଜ ଭିତରେ ଆଦ୍ରତାକୁ ଲମ୍ବା ସମୟ ପର୍ଯ୍ୟନ୍ତ ସଂଗ୍ରହ କରି ରଖିଥାଏ।
ତାପରେ ସେ ୬ ଟି ମଞ୍ଜିକୁ ଦୁରେଇ ଦୁରେଇ ଅଲଗା ଅଲଗା ସେ ମାଟି ଭିତରେ ନିଜ ଆଙ୍ଗୁଠି ସାହାଯ୍ୟରେ ଭିତରକୁ ଚାପି ଲଗେଇ ନେବେ।ମଞ୍ଜି ପୋତି ସାରିବା ପରେ ଆପଣ ଅଳ୍ପ ଅଳ୍ପ ପାଣି ଏହା ଉପରେ ଛିଞ୍ଚି ନେବେ ଓ ଏହି କୁଣ୍ଡକୁ ଆମେ ଏବେ ଛାଇରେ ରଖିବା।ଖରାଦିନରେ ଆପଣ ଭୁଲରେବି ଏହାକୁ ସିଧାସଳଖ ଖରାରେ ରଖିବା ଠିକ ହେବ ନାହିଁ।ତାପରେ ଗୋଟେ ରୁ ଦୁଇମାସ ବା ୪୦ ଦିନ ହେଲା ପରେ ଆପଣଙ୍କ ଗଛ ବଢିଯିବ।ଏହା ଜରୁରୀ ନୁହେଁକି ଆପଣ ଲଗେଇଥିବା ୬ଟି ଜାଙ୍କ ମଞ୍ଜିରୁ ସବୁ ଗଛ ଉଠିଯିବ।
ଆପଣ ମନେରଖନ୍ତୁ ଯେଉଁ ମଞ୍ଜି ବହୁତ ସୁସ୍ଥ ଓ ସଵଳ ହୋଇଥିବେ ସେ ମଞ୍ଜିରୁ ହିଁ ଗଛ ବାହାରିବ ନହେଲେ ଅନ୍ୟ ମଞ୍ଜିରୁ ଗଛ ବାହାରିବାକୁ ସମୟ ଲାଗିପାରେ।ସେଥିପାଇଁ ଗଛ ଲଗେଇଲା ବେଳେ ବେଶିରୁ ବେଶି ମଞ୍ଜି ଲଗେଇବେ ଯାହାଫଳରେ ଆମକୁ ଅତିବେଶିରେ ଯେପରି ୨ ଟି ଗଛ ମିଳି ପାରିବ।ବହୁତ ଗଛକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କଲା ବେଳେ ଏଗୁଡିକ ବଞ୍ଚିପାରି ନଥାଏ।ତାପରେ ଗଛ ଟିକ ବଢ଼ିଲା ପରେ ଆପଣ ସେଥିରେ ଅଳ୍ପ ମାତ୍ରରେ ଖତର ପ୍ରୟୋଗ କରିବେ କାରଣ ଆପଣ ଯେତେଭଲ ପୋଷଣ ଦେବେ ସେତେ ଶିଘ୍ର ଗଛରେ ଫଳ ଧରିବ।
କହିବାକୁ ଗଲେ ଲେମ୍ବୁ ଗଛରେ ଫଳ ଧରିବାକୁ ୨-୩ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ।ଆପଣ ଯଦି ଚାହୁଁଛନ୍ତି ଗଛରେ ବହୁତ ଭଲ ଫଳ ଆସୁ ତାହେଲେ ଆପଣ ଗଛର ଭଲ ଭାବରେ ଯତ୍ନ ନେବାକୁ ପଡିବ ଓ ସଠିକ ମାତ୍ରରେ ଏହା ଭିତରେ ଖତ ଦେବାକୁ ପଡିବ।ତାହେଲେ ଯାଇଁ ଲେମ୍ବୁ ଗଛରେ ଭଲ ଫଳ ଆସିବ ନହେଲେ ଆସିବ ନାହିଁ।ଆପଣ ଲେମ୍ବୁ ଗଛର ଭଲ ଭବାରେ ଯତ୍ନ ନେବା ପାଇଁ ଏଥିରେ ଏପସମ ଲୁଣ ବା ମ୍ୟାଗ୍ନେସିୟମ ସଲଫେଟ ପକେଇବେ।
ଆପଣ ମ୍ୟାଗ୍ନେସିୟମ ସଲଫେଟର ଗୋଟେ ଛୋଟ ଚାମୁଚ ନେବେ ଓ ତାକୁ ଗୋଟେ ଗିଲାସ ପାଣିରେ ଗୋଳେଇ ଭଲ ଭବାରେ ମିଶେଇ ନେବେ।ତାପରେ ସେ ପାଣିକୁ ଗଛ ମୂଳରେ ଦେବେ ଆପଣଙ୍କୁ ମାତ୍ର ୧୫ ଦିନରେ ଥରେ ଏହି ମ୍ୟାଗ୍ନେସିୟମ ସଲଫେଟକୁ ଗଛରେ ଦେବେ ଏହି ଉପାୟ ବର୍ଷା ଦିନ ପାଇଁ ବହୁତ ଉପଯୋଗୀ ହୋଇଥାଏ।ଯାହାଫଳରେ ଗଛର ବୃଦ୍ଧି ବହୁତ ଭଲ ହେବ ଓ ଗଛର ପତ୍ର ହଳଦିଆ ପଡି ଝଡ଼ିବ ନାହିଁ।ଆପଣ ଚାହିଁଲେ ଗୋଟେ ସ୍ପ୍ରେ ବୋତଲରେ ଏହି ମ୍ୟାଗ୍ନେସିୟମ ସଲଫେଟ ମିଶେଇ ଗଛ ସାରା ସ୍ପ୍ରେ କରି ପାରିବେ ଆଉ ଏହାକୁ କେବଳ ସନ୍ଧ୍ୟା ସମୟରେ ପକେଇବେ।ଏହି ଉପାୟ ସାହାଯ୍ୟରେ ଆପଣ ନିଜ ଘରେ ଲେମ୍ବୁ ଗଛ ଲଗେଇ ପାରିବେ।