ଝାଡୁ ସହିତ ଜଡିତ କେତେକ ମହତ୍ୱପୁର୍ଣ୍ଣ କଥା ଯାହାକୁ କରିବା ଦ୍ୱାରା ଆପଣ ହୋଇ ପାରନ୍ତି ଗରିବ..
ଓଁ ଶ୍ରୀ ଲକ୍ଷ୍ମୀ ଦେବୀ ନମଃ ଆପଣ ମାନଙ୍କୁ ଆମେ ସାଦର ସ୍ୱାଗତ ଜଣାଉଛୁ ଆଜି ଆମେ କହିବାକୁ ଯାଉଛୁକି ଝାଡୁର ନିୟମିତ ସଠିକ ପ୍ରୟୋଗ କରିବା ବେଳେ କିଛି ମହତ୍ତ୍ୱ ପୁର୍ଣ୍ଣ କଥାର ଧ୍ୟାନ ଦେବା ଆଵଶ୍ୟକ।ହିନ୍ଦୁ ଧର୍ମରେ ଘରକୁ ମନ୍ଦିର ସହିତ ତୁଳନା କରାଯାଇଛି।ସେଥିପାଇଁ ଘରକୁ ସବୁବେଳେ ସଫା ସୁତରା ରଖାଯାଏ।କୁହାଯାଏ ଯେଉଁ ଘରକୁ ସବୁଦିନ ସଫା ନରଖାଯାଏ ସେ ଭଳି ଘରକୁ ଦରିଦ୍ରତା ଆସିଥାଏ ସେଥିପାଇଁ ଘରକୁ ସବୁଦିନ ସଫା କରିବା ଉଚିତ।ଯାହାଫଳରେ ଘରର ନକାରାତ୍ମକ ଉର୍ଯା ଘରୁ ଯେପରି ବାହାରି ଯିବ।
ରାତି ବେଳେ ଘରକୁ ବିଭିନ୍ନ ପ୍ରକାରର ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ସେଥିପାଇଁ ସକାଳୁ କୌଣସି କାର୍ଯ୍ୟ କରିବା ଆଗରୁ ଘରକୁ ଭଲ ଭାବରେ ସଫା କରିବା ଉଚିତ।ଆଉ ସଫା କରିବାର ସବୁଠାରୁ ମହତ୍ୱ ପୁର୍ଣ୍ଣ ଜିନିଷ ହେଉଛି ଝାଡୁ।ଝାଡୁକୁ ହିନ୍ଦୁ ଧର୍ମର ପ୍ରାଚିନ ଗ୍ରନ୍ଥ ମାନଙ୍କରେ ବହୁତ ମହତ୍ୱ ଦିଆଯାଇଛି।ଏହାର ସମ୍ପର୍କ ମା ଲକ୍ଷ୍ମୀଙ୍କ ସହିତ ଅଛି।ଯେଉଁ ଘରର ସବୁଠାରୁ ସ୍ୱଚ୍ଚ ଓ ସୁନ୍ଦର ଥାଏ ସେଠାକୁ ମା ଲକ୍ଷ୍ମୀ ପ୍ରବେଶ କରନ୍ତି।ଯେଉଁ ଘର ଅସନା ଥାଏ ଅଳିଆ ଆବର୍ଜନା ପଡିରହିଥାଏ ଏମିତି ଘରକୁ ମା ଲକ୍ଷ୍ମୀ କେବେ ଯାଆନ୍ତି ନାହିଁ।
ସେଥିପାଇଁ ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନିଥାଉ ଆଉ ଅଳିଆ ଆବର୍ଜନାକୁ ଅଲକ୍ଷ୍ମୀଙ୍କ ପ୍ରତୀକ ମାନିଥାଉ ଯିଏ ମା ଲକ୍ଷ୍ମୀଙ୍କ ବଡ଼ ଭଉଣୀ ଅଟନ୍ତି।ସେ ମା ଲକ୍ଷ୍ମୀଙ୍କ ସମ୍ପୂର୍ଣ୍ଣ ବିପରୀତ ହୋଇଥାନ୍ତି ସେ ଘରକୁ ଆସିଲେ ଘର ଗରିବ ହୁଏ ଓ ବିପଦ ବଢେ।ଆମେ ଝାଡୁ ସହିତ କିଛି ଏମିତି ଭୁଲ କରିଥାଉ ଯେଉଁ କାରଣରୁ ଆମକୁ ଧନ ହାନୀର ଫଳ ମିଳିଥାଏ।ଆଜି ଆମେ ଏଠି ଝାଡୁ ସହିତ ଜଡିତ ଏପରି କିଛି ମହତ୍ୱପୂର୍ଣ୍ଣ କଥା କହିବୁ ଯାହା ଆମେ କରିବା ଦ୍ୱାରା ଆମକୁ ଦରିଦ୍ରତା ଗ୍ରାସ କରିଥାଏ।
ଏବେ ଆସନ୍ତୁ ଜାଣିବା ସେ ସବୁ ଭୁଲ ଯାହା ଲୋକମାନେ କରନ୍ତି ଓ ତାର କୁଫଳ ଭୋଗନ୍ତି।ପ୍ରଥମ କଥା ଝାଡୁକୁ ନିଜ ସାମ୍ନାରୁ ଦୁରେଇ ରଖନ୍ତୁ।ସବୁଠାରୁ ଜରୁରି କଥା ହେଲା ଝାଡୁକୁ କେବେ ସାମ୍ନା ପଟରେ ରହିବା ଉଚିତ ନୁହେଁ।ଖୋଳାରେ ପଡିଥିବା ଝାଡୁ ଘରେ ବା ଅଫିସରେ ନକାରାତ୍ମକ ଉର୍ଯା ସଂଚାର କରିଥାଏ।ସବୁ ବେଳେ ଝାଡୁ ଆଖୀ ଆଗରେ ରହିବା ଭଲ ସଙ୍କେତ ବୋଲି ଆଣେ ଜାଣି ନଥାଉ।ସେଥିପାଇଁ ଝାଡୁକୁ ଲୁଚେଇ ରଖିବା ଉଚିତ।ତାସହିତ ଯଦି କୌଣସି ସଂମ୍ପର୍କୀୟ ଆପଣଙ୍କ ଘରକୁ ଆସୁଛନ୍ତି ତାଙ୍କୁ ଏ ଝାଡୁ ଦେଖାଯିବା ଉଚିତ ନୁହେଁ।
ପୁରୁଣା ଝାଡୁ ଦ୍ୱାରା ଘର ସଫା କରନ୍ତୁ ନାହିଁ,ବହୁତ ଲୋକ ଝାଡୁ ଭାଙ୍ଗିଲା ପରେ ମଧ୍ୟ ଏହାର ବ୍ୟବହାର କରନ୍ତି କିନ୍ତୁ ଏମିତି କରିବା ଠିକ ନୁହେଁ ଯାହାଦ୍ୱାରା ଆମ ଉପରେ ବହୁତ ବଡ଼ ବିପଦ ଆସି ପାରେ।ଝାଡୁକୁ ସିଧା ଠିଆ କରି ରଖିବେ ନାହିଁ,ବାସ୍ତୁଶାସ୍ତ୍ର ଅନୁସାରେ ଠିଆ ଝାଡୁ ଅଶୁଭତାର କାରଣ ହୋଇଥାଏ।ଯାହାଦ୍ୱାରା ଆପଣଙ୍କୁ ପଇସାର ଘୋର ଅଭାବ ହୋଇପାରେ।ଝାଡୁକୁ ସିଧା ଠିଆ କରିବା ବଦଳରେ ଏହାକୁ ମାଟିରେ ସୁଏଇ ଦେବେ।ସଂଧ୍ୟା ସମୟରେ ସଫା ସୁତରା କରିବେ ନାହିଁ।ଏମିତି କରିବା ଦ୍ୱାରା ଆପଣଙ୍କ ଘରେ ଅଧିକ ମାତ୍ରରେ ନକାରାତ୍ମକ ଉର୍ଯା ପ୍ରବେଶ କରିଥାଏ।
ଝାଡୁକୁ କୋଠରିର ପଶ୍ଚିମ ଦିଗରେ ରଖିବେ ଯାହାଫଳରେ ଘରେ ସକାରାତ୍ମକ ଭାବ ବଢିବ।ଝାଡୁକୁ ପାଦ ଲଗେଇବେ ନାହିଁ ଆଉ ଯଦି ଭୁଲରେ ବାଜି ଯାଉଛି ତାକୁ ମୁଣ୍ଡରେ ମାରି ଭୁଲ ମାଗନ୍ତୁ।ଯଦି ପୁରୁଣା ଝାଡୁ ଜାଗାରେ ନୂଆ କିଣିବାକୁ ଚାହୁଁଛନ୍ତି ତାହେଲେ କେବଳ ଶନିବାର ଦିନହିଁ କିଣନ୍ତୁ।ତାପରେ କିଣି ସାରିବା ପରେ ଏହାର ପୂଜା କରି ବ୍ୟବହାର କରନ୍ତୁ।ଝାଡୁ ଅସନା ହୋଇଥିଲେ ଏହାକୁ ସଫା ପାଣିରେ ଧୁଅନ୍ତୁ।ଅସନା ପାଣିରେ ଧୋଇବା ଦ୍ୱାରା ଘରର ସଦସ୍ୟଙ୍କ ଦେହ ଭଲ ରହିନଥାଏ।