ଆସନ୍ତୁ ଜାଣିବା ଆମେ କିପରି ଆମ ପାଣି ଟାଙ୍କିକୁ ଥଣ୍ଡା ରଖି ପାରିବା – ନିଶ୍ଚୟ ଜାଣିରଖନ୍ତୁ..
1 min readଆପଣ ମାନେ ଭଲ ଭାବରେ ଜାଣିଛନ୍ତି ଖରାଦିନ ବା ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରକେ ସମସ୍ତଙ୍କୁ ଥଣ୍ଡା ପାଣିର ଆଵଶ୍ୟକତା ପଡିଥାଏ।ସେ ଗାଧେଇବା ପାଇଁ ହେଉ ଅବା ପିବା ପାଇଁ ହେଉ ସମସ୍ତେ ସୁର୍ଯ୍ୟଙ୍କ ତାପରୁ ବିରକ୍ତ ହୋଇ ନିଜ ରକ୍ଷା ପାଇଁ ସବୁ ଲୋକ ଥଣ୍ଡା ପାଣି ହଁ ଖୋଜି ଥାଆନ୍ତି।ଆପଣଙ୍କୁ ସହଜରେ ପିବା ପାଣି ଥଣ୍ଡା ମିଳିଯାଏ କିନ୍ତୁ ଆପଣ ଯେତେବେଳେ ଗାଧେଇବାକୁ ଯାଆନ୍ତି ଆପଣଙ୍କୁ ସେଠାରେ ମିଲିଥାଏ ସୁର୍ଯ୍ୟଙ୍କ ଦ୍ବାରା ପ୍ରଭାବିତ ହୋଇଥିବା ଗରମ ପାଣି କାରଣ ଏହା ଖରା ପାଇ ପାଣି ଟାଙ୍କି ବହୁତ ଗରମ ହୋଇଯାଇଥାଏ ସେଥିପାଇଁ ସେଥିରୁ ଗରମ ପାଣି ବାହାରେ।
ଦେଖିବାକୁ ଗଲେ ଏ ଆଧୁନିକ ଯୁଗରେ ବହୁତ କିଛି ଉପାୟ ମିଳିଯିବ ଯାହାଦ୍ୱାରା ଆପଣ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିଜ ଟାଙ୍କିର ପାଣିକୁ ଥଣ୍ଡା ରଖି ପାରିବେ।ସେ ସବୁକୁ ଵ୍ୟଵହାର କରି ପାରିବା ଆଜି କାଲି ସମସ୍ତଙ୍କ ପାଇଁ ସମ୍ଭବ ପର ହୋଇନଥାଏ।ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଗୋଟେ ଶସ୍ତା ଓ ଦେଶୀ ଉପାୟ ନେଇ ଆସି ଅଛୁ ଯାହାଦ୍ୱାରା ଆପଣ ନିଜ ଟାଙ୍କିର ପାଣିକୁ ଥଣ୍ଡା ରଖି ପାରିବେ।ଆଉ ପାଣି ବହୁତ ଗରମ ହେବାରୁ ଆପଣ ତାକୁ ରକ୍ଷା କରି ପାରିବେ।
ଏବେ ଆସନ୍ତୁ ଜାଣିବା ଏହି ପ୍ରକାରର ଦେଶି ଉପାୟକୁ ବନେଇବା ପାଇଁ ଆପଣଙ୍କୁ କଣ କଣ ଜିନିଷ ଦରକାର ହୋଇଥାଏ।ଆପଣଙ୍କୁ ପ୍ରଥମ ଜିନିଷ ଦରକାର ଯାହା ହେଉଛି ଗୋଟେ ବଡ଼ ସୋଲ ଖଣ୍ଡ।ଏହା ଆପଣଙ୍କୁ ବଜାରରେ ବହୁତ ସହଜରେ ମିଳିଯିବ।ଆପଣଙ୍କୁ ନିଜ ଟାଙ୍କିର ଉଚ୍ଚତା ହିସାବରେ ୧୦ -୧୫ ଖଣ୍ଡ ସୋଲ ଦରକାର।ଆପଣଙ୍କୁ ତାପର ଜିନିଷ ଯାହା ଦରକାର ସେ ହଉଛି ଅଖା ବସ୍ତା ଆମକୁ ଏହା ସହଜରେ ନିଜ ଘରେ ମିଳିଯାଏ।ଯଦି ଆପଣଙ୍କ ପାଖରେ ନାହିଁ ଏହା ଆପଣଙ୍କୁ ସହଜରେ ଆପଣଙ୍କ ଆଖ ପାଖରେ ଥିବା ଯେକୌଣସି ପରିବା ଦୋକାନରେ ମିଳିଯିବ।
ଯଦି ଆପଣ ଅଖା ବସ୍ତାର ବ୍ୟବହାର କରିବାକୁ ଚାହୁଁନାହାନ୍ତି ତାହେଲେ ଆପଣଙ୍କ ଘରେ ଥିବା ଯେକୌଣସି ପୁରୁଣା କମଳର ଆପଣ ବ୍ୟବହାର କରି ପାରିବେ।କାହିଁକି ନା ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଆମ ପାଣୀଟାଙ୍କିକୁ ଖରାରୁ ବଞ୍ଚେଇବା ଆଉ ସେଥିପାଇଁ ଆମେ ସୋଲର ବ୍ୟବହାର କରୁଛନ୍ତି ଓ ଏହି ସୋଲ ଗୁଡିକୁ ନିଜ ନିଜ ଭିତରେ ଭଲ ଭାବରେ ବାନ୍ଧି ରଖିବା ପାଇଁ ଆମେ ଏହି ଚଦର ବା ବସ୍ତାର ବ୍ୟବହାର କରିବା।ତାପରେ ଆମକୁ ଦରକାର ହେବ ଗୋଟେ ବଡ଼ ଲମ୍ବା ରସିର।
ଆମେ ସେ ସବୁ ଜିନିଷକୁ ଭଲ ଭାବରେ ମଜବୁତ ଭାବରେ ବାନ୍ଧିବା ପାଇଁ ଆମକୁ ଦରକାର ହେବ ଗୋଟେ ବଡ଼ ରସିର।ଆପଣ ଏଠାରେ ପ୍ଲାଷ୍ଟିକ ରସିର ବ୍ୟବହାର କରିବା ଦ୍ୱାରା ଆପଣ ସେ ସବୁକୁ ଭଲ ଭାବରେ ମଜବୁତ ଭାବରେ ବାନ୍ଧି ପାରିବେ।ତାପରେ ଦରକାର ହେବ ଗୋଟେ ଧାରୁଆ ଜିନିଷ ଯେମିତି କଇଁଚି ବା ବ୍ଲେଡ଼।ସେ ସବୁ ଜିନିଷ ଆଣି ଆପଣ ନିଜ ଛାତ ଉପରକୁ ଆସନ୍ତୁ।ତାପରେ ପ୍ରଥମ କାମ ଯାହା ଆପଣଙ୍କୁ କରିବାର ଅଛି ସେ ହେଉଛି ସୋଲ ସବୁକୁ ନିଜ ଟାଙ୍କିର ଚାରିପାଖରେ ଭଲ ଭାବରେ ସେଟ କରି ନେବେ।ତାପରେ ଆପଣ ସେ ସୋଲ ଉପରେ କମଳ କିମ୍ବା ବସ୍ତାକୁ ତାର ଚାରି ପାଖରେ ଭଲ ଭାବରେ ଗୁଡେଇ ନେବେ।
ଆପଣ ସେ ସୋଲକୁ ଟାଙ୍କିର ଉପରେ ଓ ତଳ ପାଖରେ ଭଲ ଭାବରେ ଲଗେଇ ନେବେ।ଯାହାଫଳରେ ଛାତର ତାତି ତଳ ବାଟ ଦେଇ ଯେମିତି ଟାଙ୍କି ଭିତରେ ଥିବା ପାଣିକୁ ଗରମ ନକରିବ।ଆଉ ଟାଙ୍କି ବାହାରକୁ ବାହାରି ଥିବା ପାଇପରେ ମଧ୍ୟ ଏହି ଭଳି ଅଖା ବା କମଳକୁ କାଟି ଗୁଡେଇ ନେବେ।ଆପଣ ଏମିତି କରିବା ଦ୍ୱାରା ଆପଣଙ୍କ ଟାଙ୍କି ଭିତରେ ଥିବା ପାଣି ଯେତେ ମାତ୍ରାରେ ଗରମ ହୁଏ ତାହା ହେବ ନାହିଁ।ଆପଣ ବିଶେଷ ଧ୍ୟାନ ରଖିବେ ଯେ ସେସବୁକୁ ଆପଣ ଯେପରି ରସି ସାହାଯ୍ୟରେ ଭଲ ଭବାରେ ବାନ୍ଧି ନେବେ ଯାହାଦ୍ୱାରା ଏହି ସୋଲ ଆଉ କମଳ ପବନ ଦ୍ୱାରା ଉଡିବ ନାହିଁ।