June 26, 2025

Odia Express

Here, There and Everywhere

ଥରକେ ଏମିତି ରୁଟି ଦଲନ୍ତୁ ଓ ଆପଣଙ୍କ ପେଟ ସବୁ ରୋଗ ସଫା ହୋଇଯିବ – ନିଶ୍ଚୟ ଜାଣିରଖନ୍ତୁ..

1 min read

ନମସ୍କାର ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଆପଣଙ୍କୁ କହିବୁକି ଆପଣ କିପରି ଗୋଲ ଗୋଲ ଓ ଫୁଲକା ନରମ ରୁଟି କିପରି ପ୍ରସ୍ତୁତ କରି ପାରିବ ସେ ବିଷୟରେ ଆମେ ଜାଣିବା।ଆଜି ଆମେ ଏହା ସେମାନଙ୍କ ପାଇଁ ଆଣିଛୁ ଯେଉଁମାନେ ରୁଟି ବେଲିବା ନୂଆ ଭାବେ ଆରମ୍ଭ କରିଥାନ୍ତି।ଆସନ୍ତୁ ଜଣାଇବା ଆମେ ଗୋଲ ଗୋଲ ଓ ସୁନ୍ଦର ରୁଟି ବନେଇବା ପାଇଁ ଆମକୁ କଣ କଣ ଜିନିଷ ଦରକାର ସେ ବିଷୟରେ ଆମ ଜାଣିବା।

ଆମକୁ ଦରକାର ଗହମର ଅଟା ଓ ଲୁଣ,ଅଳ୍ପ ହଳଦୀ ନେବା ଏ ତିନୋଟିକୁ ଭଲ ଭାବରେ ମିଶେଇ ନେବେ ଓ ତାପରେ ପାଣି କୁ ଅଳ୍ପ ଅଳ୍ପ କରି ପକେଇବେ ଓ ଧ୍ୟାନ ରଖିବେ ଗୁନ୍ଥିବା ଆଗରୁ ଅଟାକୁ ମୋଟା ତାର ଦ୍ୱାରା ଭଲ ଭାବରେ ଛାଣି ନେବା ଓ ତାପରେ ତାକୁ ନିଜ ହାତରେ ଗୁନ୍ଥୀବାକୁ ଲାଗିବେ।ଆପଣ ଗୁନ୍ଥୀଲା ବେଳେ ଏକାଥରେ ଅଧିକ ପାଣି ପକେଇବେ ନାହିଁ ଅଳ୍ପ ଅଳ୍ପ କରି ସେଥିରେ ପାଣି ମିଶେଇବେ ଓ ତାର ଗୋଟେ ଗୁଳା ପ୍ରସ୍ତୁତ କରିବାକୁ ଲାଗେବେ।ଆମେ ଯେତେଭଲ ଭାବରେ ଅଟାକୁ ଦଳି ଦଳି ଭଲଭାବରେ ମାଡିବା ସେତେ ଭଲ ଓ ନରମ ରୁଟି ଆମକୁ ମିଳିବ।

ଯଦି ଆପଣଙ୍କ ଅଟାକୁ ଆପଣ ଭଲ ଭାବରେ ନଗୁନ୍ଥି ପାରନ୍ତି ବା ସେ ଭଲ ଭାବରେ ତାକୁ ଦଳି ନଥାନ୍ତି ସେଥିରେ ଖଦଡା ଅଂଶ ରହିଯାଇଥାଏତ ଆପଣଙ୍କ ରୁଟି ନରମ ଓ ଗୋଲ ହୋଇନଥାଏ।ଅଟା ଦଳିବା ଦ୍ୱାରା ଆମ ହାତର ବହୁତ ଭଲ ଭାବରେ କସରତ ହୋଇଥାଏ। ତାପରେ ଆପଣଙ୍କ ଥାଳି କଡ଼ରେ ଲାଗିଥିବା ଶୁଖିଲା ଅଟାକୁ ଆପଣ ଅଳ୍ପ ପାଣି ପକେଇ ସେ ଗୁଳା ସାହାଯ୍ୟରେ ଛଡେ଼ଇ ନେବେ ଓ ଦେଖିବେ ସେ ଥାଳି କଡ଼ରେ ଲାଗିଥିବା ଅଟା ଯେପରି ସଫା ହୋଇଯିବ।ତାପରେ ନିଜ ହାତରେ ମୁଠା ପ୍ରସ୍ତୁତ କରି ସେ ଅଟାଗୁଳାକୁ ଭଲ ଭାବରେ ଦଳି ନେବେ।

ଆପଣ ଯେତେ ଶକ୍ତି ଲଗେଇ ନିଜ ଅଟା ଗୁଳାକୁ ଆପଣମାନେ ଦଳିବେ ଆପଣଙ୍କର ସେତେ ଭଲ ଅଟା ଗୁଳା ପ୍ରସ୍ତୁତ କରି ପାରିବା।ଆପଣ ସାଙ୍ଗେ ସାଙ୍ଗେ ଅଟା ଗୁନ୍ଥୀ ସାରିବା ପରେ ପରେ ରୁଟି ପ୍ରସ୍ତୁତ କରିବେ ନାହିଁ।ଏହାକୁ ୧୦-୨୦ ମିନିଟ ପର୍ଯ୍ୟନ୍ତ ଘୋଡେଇ ରଖିବେ ତାପରେ ଆପଣ ଦେଖିବେ ଆପଣଙ୍କ ଅଟା ଫୁଲିଯିବ ଓ ନରମ ହୋଇଯିବ।୨୦ ମିନିଟ ପରେ ଆପଣ ନିଜ ହାତରେ ଅଳ୍ପ ତେଲ ଲଗେଇ ନେବେ।

ତେଲ ଲଗେଇ ସାରିବା ପରେ ଆପଣ ନିଜ ହାତ ଦ୍ୱାରା ଭଲ ଭାବରେ ଆଉ ଥରେ ସେ ଅଟା ଗୁଳାକୁ ଗୁନ୍ଥି ବାକୁ ଲାଗିବେ।ତାପରେ ଆପଣ ଏହି ଉପାୟରେ ରୁଟି ବନେଇ ବାକୁ ଚେଷ୍ଟା କରିବେ ଆପଣ ଦେଖିବେ ଏ ରୁଟି ବଢିଆ ନରମ ଓ ଫୁଲିବାକୁ ଲାଗିବ।ତାପରେ ଆପଣ କିଛି ଶୁଖିଲା ଆଟା ନିଜ ହାତରେ ଲଗେଇ ନେବେ।ତାପରେ ସେ ଅଟାଗୁଳାକୁ ଭଲ ଭାବରେ ଶୁଖିଲା ଅଟାରେ ଦଳି ନେବେ।

ତାପରେ ଆପଣ ସେ ବଡ଼ ଗୁଳାରୁ ଆପଣ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ନେବା ଆପଣ ରୁଟି ପ୍ରସ୍ତୁତ କରିବା ଆଗରୁ ଆପଣ ଗୁଳା ପ୍ରସ୍ତୁତ କଲା ବେଳେ ନିଜ ହାତ ସାହାଯ୍ୟ ରେ ତାକୁ ଦବେଇବାକୁ ଲାଗିବେ ଓ ଧ୍ୟାନ ରଖିବେ ଏକାଥରେ ସବୁ ଗୁଳା ପ୍ରସ୍ତୁତ କରିବେ ନାହିଁ। ତାପରେ ନିଜ ବେଲଣା ପେଡି ଉପରେ ସେ ଗୁଳାକୁ ରଖିବେ ଓ ତାପରେ ତାକୁ ବେଳଣା କାଠି ଦ୍ୱାରା ଆପଣ ତାକୁ ବେଲୀବାକୁ ଲାଗିବେ ଓ ମଝିରେ ମଝିରେ ତାଉପରେ ଅଳ୍ପ ଅଳ୍ପ ଶୁଖିଲା ଅଟାକୁ ଛିଞ୍ଚିବାକୁ ଲାଗିବେ ଯାହାଦ୍ୱାରା ଏହା ପେଡିରେ ନଲାଗିବ।

ଆପଣ ରୁଟି ବେଲିଲା ବେଳେ ଏକାଥରେ ତାୱ।କୁ ଗରମ କରିବାକୁ ଛାଡ଼ିଦେବା ଓ ଧ୍ୟାନ ରଖିବେ ଯେମିତି ଥଣ୍ଡା ତାୱ ଉପରେ ରୁଟି ପକେଇବେ ନାହିଁ।ତାପରେ ରୁଟି ବେଲିବା ପରେ ଆପଣ ତାର ଗୋଟେ ପଟକୁ ତାୱ। ଉପରେ ଗରମ କରିବାକୁ ଛାଡ଼ିଦେବେ।ଆପଣ ପ୍ରଥମେ ହାଲ୍କା ହାଲ୍କା ଅଳ୍ପ ଅଳ୍ପ ସେକି ନେବେ।ତାପରେ ଆପଣ ତାୱ। କାଢି ନେବେ ଓ ଗ୍ୟାସ ଉପରେ ରଖି ରୁଟି ସେକିବାକୁ ଲାଗିବେ।ଆପଣ ସେହି ଉପାୟରେ ଭଲ ଭାବରେ ରୁଟିକୁ ସେକିବାକୁ ଲାଗିବେ।ଆପଣ ସେ ରୁଟିକୁ ଗ୍ୟାସ ଉପରୁ ଶିଘ୍ର କାଢି ଆଣିବେ ଯାହାଫଳରେ ସେ ପୋଡା ଦାଗ ପଡିବ ନାହିଁ।ଆପଣଙ୍କ ରୁଟି ପ୍ରସ୍ତୁତ ହେଲା ପରେ ଆପଣ ନିଜ ହିସାବରେ ଘିଅ ଲଗେଇ ନେବେ।ଆପଣ ନିଜ ହଟକେସରେ କପଡା ଲଗେଇ ଏହାକୁ ରଖିବେ ଓ ତାପରେ ତାର ଚାରି ପାଖକୁ ଭଲ ଭବାରେ ଘୋଡେଇ ନେବେ ଯାହାଫଳରେ ଆପଣଙ୍କ ରୁଟି ନରମ ଓ ଗରମ ରହିବ।

Leave a Reply

Your email address will not be published. Required fields are marked *