November 22, 2024

Odia Express

Here, There and Everywhere

ଭଗବାନ ଶିବଙ୍କ ଜନ୍ମ କଥାରେ ଲୁଚି ରହିଛି ରହସ୍ୟ, ଇଏ ଥିଲେ ତାଙ୍କର ପିତା – ନିଶ୍ଚୟ ପଢି ନିୟନ୍ତୁ ଏହି କଥା..

ଭଗବାନ ଭୋଳାନାଥଙ୍କୁ ଦେବଙ୍କ ଦେବ କୁହାଯାଇଥାଏ ଏହି ତ୍ରିଦେବ ଅଟନ୍ତି ଭଗବାନ ଶିବଜୀଙ୍କର ଆହୁରି ନାଁ ଅଛି ,ଯେପରି ମହାଦେବ ଭୋଳାନାଥ ଶଙ୍କର ମହେଶ ରୁଦ୍ର, ନିଳକଣ୍ଠ ଇତ୍ୟାଦି ନାଁରେ ଜଣାଯାଏ , ତନ୍ତ୍ର ସାଧନାରେ ଭଗବାନ ଶିବଙ୍କୁ ଭୈରବ ନାଁରେ ବି ଜଣାଯାଏ , ହିନ୍ଦୁ ଧର୍ମର ପ୍ରମୁଖ ଦେବତାଙ୍କ ମଧ୍ୟରେ ଭଗବାନ ଶିବଜୀ ଜଣେ ଅଟନ୍ତି ବେଦରେ ତାଙ୍କୁ ରୁଦ୍ର ନାଁରେ ଜଣାଯାଆନ୍ତି , ଭଗବାନ ଶିବ ମଣିଷର ଚେତନା ଅନ୍ତର୍ଯାମୀ ଅଟନ୍ତି ମାନେ ମଣିଷର ମନର କଥା ସେ ପଢିନିଅନ୍ତି , ତାଙ୍କର ସ୍ତ୍ରୀ ଦେବୀ ଶକ୍ତି ଅଟନ୍ତି ତାଙ୍କର ନାଁ ପାର୍ବତୀ ଅଟେ , ଭଗବାନ ଶିବଙ୍କ ୨ଟି ପୁତ୍ର କାର୍ତ୍ତିକ ଓ ଗଣେଷ ଅଟନ୍ତି , ଓ ତାଙ୍କର ଏକ ଝିଅ ବି ଅଛନ୍ତି ଯାହାଙ୍କ ନାଁ ଅଶୋକ ସୁନ୍ଦରୀ ଅଟନ୍ତି | ଭଗବାନ ଭୋଳାନାଥଙ୍କର ଅଧିକାରୁ ଅଧିକା ସମୟ ଯୋଗ କିମ୍ବା ଧ୍ୟାନ ମୁଦ୍ରାରେ ହିଁ ରହିଥାଏ , ଆପଣ ଏହି ଫଟୋରେ କିମ୍ବା ମୁର୍ତ୍ତିରେ ଦେଖିପାରିବେ , ଏହା ସବୁବେଳେ ଧ୍ୟାନ ରଖିବେ କି ସେ ସବୁବେଳେ ଧ୍ୟାନରେ ଲିନ ହୋଇଥାନ୍ତି , କିନ୍ତୁ ତାଙ୍କର ପୂଜା ଶିବଲିଙ୍ଗ ଓ ମୁର୍ତ୍ତି ଦୁହେଁ ରୁପରେ ହୋଇଥାଏ,  ଶିବଙ୍କର ଗଳାରେ ସବୁବେଳେ ନାଗ ଦେବତାଙ୍କୁ ଦେଖିପାରିବେ , ଓ ତାଙ୍କର ହାତରେ ଡମ୍ବରୁ ଓ ତ୍ରିଶୁଳ ଅଛି ।

ଭଗବାନ ଶିବ ନିଜ ଶରୀରରେ ଦୈବୀ ଶକ୍ତିର ସୃଷ୍ଟି କରିଛନ୍ତି , ତାଙ୍କର ଅଙ୍ଗରେ କେବେ ବି ଅଲଗା ହେବାର ତାହା ନାହିଁ , ଦେବୀ ଶକ୍ତିଙ୍କୁ ପାର୍ବତୀରୁପରେ ଜଣାଯାଏ , ଓ ଭଗବାନ ଶିବଙ୍କୁ ଅର୍ଦ୍ଧନାରୀଶ୍ୱର ରୁପରେ ଜଣାଯାଏ , ଦେବୀ ଶକ୍ତିକୁ ପ୍ରକୃତି ଗୁଣବତୀ ବୁଦ୍ଧିତତ୍ତ୍ୱ ଜନନୀ ତଥା ବିକାର ରହିତ ମାନାଯାଇଛି , ଶ୍ରୀମଦ ଦେବୀ ମହାପୁରାଣ ଅନୁସାରେ ଭଗବାନ ଶିବଙ୍କ ବାପାଙ୍କ ପାଇଁ ଏକ କଥା ଅଛି ।

ଦେବୀ ମହାପୁରାଣ ଅନୁସାରେ ଯେବେ ନାରଦ ନିଜ ବାପା ବ୍ରହ୍ମାଙ୍କୁ ପ୍ରଶ୍ନ କରିଥିଲେ କି ଏହି ସୃଷ୍ଟିର ନିର୍ମାଣ କିଏ କରିଥିଲେ,  ଭଗବାନ ବିଷ୍ଣୁ ନା ଭଗବାନ ଶିବ ନା ଆପଣ ?ଏହି ତିନିଜଣଙ୍କୁ ଜନ୍ମ କିଏ କରିଥିଲା,  ମାନେ ଏହି ତିନିଜଣଙ୍କ ମା ବାପା କିଏ ବୋଲି ପ୍ରଶ୍ନ କରିଥିଲେ,  ତେବେ ନାରଦ ତ୍ରିଦେବଙ୍କ ଜନ୍ମ ଗାଥାର ବର୍ଣ୍ଣନ କରି କହିଲେ କି ଦେବୀ ଦୁର୍ଗା ଓ ଶିବ ସ୍ୱରୁପ ବ୍ରହ୍ମାଙ୍କ ଯୋଗରୁ ବ୍ରହ୍ମା ବିଷ୍ଣୁ, ଓ ମହେଶ୍ୱରଙ୍କ ଉତ୍ପତ୍ତି ହୋଇଥିଲା,  ମାନେ ପ୍ରକୃତି ସ୍ୱରୁପ ଦୂର୍ଗା ହିଁ ମାତା ଅଟନ୍ତି , ବ୍ରହ୍ମା ମାନେ କାଳ ସଦାଶିବ ପିତା ଅଟନ୍ତି,  ଥରେ ବ୍ରହ୍ମା ଓ ଶ୍ରୀ ବିଷ୍ଣୁ ଜୀ ଏହି କଥାରେ ଝଗଡା କରିବସିଥିଲେ,  ବ୍ରହ୍ମାଜୀ କହିଲେ କି ତୋର ବାପା ମୁଁ ବୋଲି ଏହି ସୃଷ୍ଟି ମୋ ଠାରୁ ଉତ୍ପନ୍ନ ହୋଇଛି, ମୁଁ ପ୍ରଜାପିତା ଅଟେ , ଏହି କଥାରେ ବିଷ୍ଣୁ କହିଲେ ମୁଁ ତୋର ବାପା , ମୋର ନାଭି କମଳ ରୁ ତୁମେ ଉତ୍ପନ୍ନ ହୋଇଛ ।

ଯେବେ ଏହି ଦୁହେଁଙ୍କର ଝଗଡା ହେଉଥିଲା , ତେବେ ସଦାଶିବ ବିଷ୍ଣୁ ଓ ବ୍ରହ୍ମାଜୀଙ୍କ ମଧ୍ୟରେ ଯାଇକରି କହିଲେ କି ପୁତ୍ରମାନେ ମୁଁ ତୁମକୁ ଜଗତ ଉତ୍ପତ୍ତି ଓ ସ୍ଥିତି ରୁପି ଦୁଇଟି କାର୍ଯ୍ୟ ଦେଇଛି , ଏହି ପ୍ରକାରର ମୁଁ ଶଙ୍କର ଓ ରୁଦ୍ରଙ୍କୁ ଦୁଇଟି କାର୍ଯ୍ୟ ସଂହାର ଓ ତିରୋଗତି ଦେଇଛି, ମୋତେ ବେଦରେ ବ୍ରହ୍ମ କୁହାଯାଏ , ମୋର ପାଞ୍ଚଟି ମୁଖ ଅଛି , ଏକ ମୁଖରୁ ଅକାର, ଦ୍ୱିତୀୟ ମୁଖରୁ ଉ କାର, ତୃତୀୟ ମୁଖରୁ ମୁ କାର, ବିନ୍ଦୁ ତଥା ପଞ୍ଚମ ମୁଖରୁ ନାଦ ଶବ୍ଦ ପ୍ରକଟ ହୋଇଛି , ସେହି ପାଞ୍ଚଟି ଅବବୟ ରୁ ଏକିଭୁତ ହୋଇକରି ଓଁ ହୋଇଛି, ଏହା ମୋର ମୁଳ ମନ୍ତ୍ର ଅଟେ ,  ଉପରୋକ୍ତ ଶିବ ମହାପୁରାଣ ପ୍ରକରଣରୁ ଏହା ସିଦ୍ଧ ହୋଇଥିଲା କି ଶ୍ରୀ ଶଙ୍କରଜୀଙ୍କ ମା ଦେବୀ ଦୂର୍ଗା ଅଟନ୍ତି , ତଥା ଶିବ ଙ୍କ ବାପା ସଦାଶିବ ଅର୍ଥା କାଳ ବ୍ରହ୍ମ ଅଟନ୍ତି ।

Leave a Reply

Your email address will not be published. Required fields are marked *