ମାତ୍ର ଗୋଟେ ମିନିଟରେ ଆପଣ କିପରି ନିଜ ଘରୁ ସବୁ ମାଛି ମାନଙ୍କୁ ଘଉଡେଇ ପାରିବେ ଆମେ ସେ ବିଷୟରେ ଜାଣିବା..
1 min readନମସ୍କାର, ଆଜି ଆମେ ଏଠି ଜାଣିବାକି ଘରେ ହେଉଥିବା ମାଛି କୁ ଘଉଡେଇବାର ଗୋଟେ ସବୁଠୁ ବଢିଆ ଉପାୟ ଜାଣିବା।ଯଦି ଆପଣଙ୍କ ଘରେ କୌଣସି ଖାଦ୍ୟ ଦ୍ରଵ୍ୟ ଯଦି ତଳେ ପଡ଼ିଯାଏ ଖାସ କରି କୌଣସି ମିଠା ଜିନିଷ ତଳେ ପଡ଼ିଯାଏ ତ ମାଛି ମାନେ ସାଙ୍ଗେ ସାଙ୍ଗେ ବିଳମ୍ବ ନକରି ତୁରନ୍ତ ସେ ଜାଗାକୁ ଚାଲି ଆସନ୍ତି।ଆଉ ଏ ମାଛିମାନେ ବହୁତ କ୍ଷ୍ୟତି କାରକ ହୋଇଥାନ୍ତି ଓ ବାହାରର ଅଳିଆ ଆବର୍ଜନାକୁ ଘରକୁ ଆଣିଥାନ୍ତି। ସାଧାରଣତଃ ବର୍ଷାଦିନେ ବହୁତ ମାଛି ଆସିଥାନ୍ତି ଆଉ ଆପଣ ଜାଣିଥିବେ ସାଧାରଣତଃ ବର୍ଷା ଦିନ ମାନେ ରୋଗର ଘର ଓ ବର୍ଷା ଦିନେ ସବୁ ମାଛିଙ୍କୁ ଘରେ ପୁରେଇବା ମାନେ ବିପଦକୁ ନିମନ୍ତ୍ରଣ କରିବା।ମାଛି ଦ୍ୱାରା ଆପଣ ଜାଣିଥିବେକି ହଇଜା ଓ ଡାଇରିଆ ଭଳି ବହୁତ ଭୟାନକ ରୋଗ ହୋଇଥାଏ।
ଆଜି ଆମକୁ ଏଠି ମାଛି ଘଉଡାଇବାର ବହୁତ ସହଜ ଉପାୟ କହିବୁ ଆସନ୍ତୁ ଜାଣିବା ଆପଣଙ୍କୁ ନେବାର ଅଛି ଗନ୍ଧକର୍ପୂର ଏହା ଆପଣଙ୍କୁ ଯେକୌଣସି ଡାଲି ଚାଉଳ ଦୋକାନରେ ମିଳିଯିବ ଓ ଗୋଟେ ପ୍ୟାକେଟରୁ ବହୁତ ମାତ୍ରରେ ଗନ୍ଧକର୍ପୂର ବାହାରି ଥାଏ ଓ ଘର କାମରେ ଏହାର ବହୁତ ବ୍ୟବହାର ହୋଇଥାଏ।
ଆପଣଙ୍କୁ ମାତ୍ର ୭-୮ ଟି ଗନ୍ଧ କର୍ପୂର ଗୁଳି ନେବାର ଅଛି।ଆପଣ ଏହାକୁ ଥରେ କିଣନ୍ତୁ ଆପଣଙ୍କ ବହୁତ ଜିନିଷରେ କାର୍ଯ୍ୟରେ ଆସିବ।ଆପଣ ଗୋଟେ ପେପରରେ ୭-୮ ଗୁଳି ନେବେ ଓ ଗୋଟେ ପଥର କିମ୍ବା ହେମଦସ୍ତା ର ପୁଆ ସାହାର୍ଯ୍ୟରେ ପୁରା ମିଶେଇ ଗୁଣ୍ଡ କରିଦେବେ।ତାପରେ ତାକୁ ଗୋଟେ ଗିନାରେ କାଢି ନେବେ ଆଉ ଧ୍ୟାନ ରଖିବେ ଏପରି ଗିନା ନେବେ ଯାହାର ଆପଣ ନିଜ ଖାଦ୍ୟ ପଦାର୍ଥରେ ବ୍ୟବହାର କରୁନଥିବେ।ଯଦି ଆପଣ ନିଜ ଖାଇବାରେ ବ୍ୟବହାର କରୁଥିବା ଗିନା ନେବେତ ସେ ଗିନାରେ ବହୁତ ଦିନ ପର୍ଯ୍ୟନ୍ତ ଗନ୍ଧ କର୍ପୂରର ବାସ୍ନା ଆସିବ ଆପଣ ଭଲ ଭାବରେ ଖାଦ୍ୟ ଖାଇ ପାରିବେ ନାହିଁ।
ତାପରେ ଆପଣ ସେ ଗନ୍ଧ କର୍ପୂରର ଗୁଳିକୁ ଭଲ ଭାବରେ ଗୁଣ୍ଡ କରିନେବେ ଦେଖିବେ ସେଥିରେ ଯେପରି କିଛିବି ଖଦଡିଆ ଅଂଶ ରହିବ ନାହିଁ।ସେଥିପାଇଁ ତାକୁ ଭଲ ଭାବରେ ତାକୁ ଭଲ ଭାବରେ ଛେଚିନେବେ।ତାପରେ ତାକୁ ଗୋଟେ ଗିନାକୁ କାଢି ନେବା ଓ ତାକୁ ପାଣି ଦ୍ୱାରା ଭଲ ଭାବରେ ଗୋଳେଇ ନେବେ ଓ ତାକୁ ଭଲ ଭାବରେ ଗୋଳେଇ ସାରିବା ପରେ କିଛି ସମୟ ଛାଡି ଦେବେ କାରଣ ଏହା ପାଣି ସହିତ ମିଶିବାକୁ କିଛି ସମୟ ନେଇଥାଏ।ଆପଣ ଦେଖିଥିବେ ଯେତେବେଳେ ଆପଣ ନିଜ ବେସୀନରେ ଏହି ଗନ୍ଧ କର୍ପୂର ପକେଇଥାନ୍ତି ସେ ମିଶିବାକୁ ୫-୬ ଦିନ ସମୟ ନିଏ ଯେହେତୁ ଆମେ ଏଠାରେ ଏହାକୁ ଗୁଣ୍ଡ କରି ନେଇଛୁ ତ ଏହା ମିଶିବାରେ ବହୁତ ଶିଘ୍ର ସମୟ ଲାଗିବ।
ଏବେ ଆସନ୍ତୁ ଜାଣିବା ଆମେ ଏହାର କିପରି ବ୍ୟବହାର କରିବା,ଆମେ ଏହାକୁ ବ୍ୟବହାର କରିବାର ୨ ଟି ସରଳ ଉପାୟ କହିବୁ ତେବେ ଆସନ୍ତୁ ଜାଣିବା ଏହାର ଉପାୟ।ପ୍ରଥମେ ସେଥିରୁ ଅଧା ନେଇ ଗୋଟେ ସ୍ପ୍ରେ ବୋତଲରେ ନେଇ ପୁରେଇବେ ଓ ତାକୁ ସ୍ପ୍ରେ ବୋତଲରେ ପୁରେଇ ସାରିବା ପରେ ଆପଣ ତାକୁ ନେଇ ନିଜ ଘରର ଅଗଣାର ଚାରିପାଖରେ ଭଲ ଭାବରେ ସ୍ପ୍ରେ କରି ନେବା।ତାପରେ ଆପଣ ଦେଖିବେ ସାଧାରଣତଃ ୧୫-୨୦ ମିନିଟ ଭିତରେ ସବୁ ମାଛି ପଳେଇବେ।
ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟ ତାପରେ ଆମେ ଆଉ ବଳି ପଡିଥିବା ଗନ୍ଧ କର୍ପୂର ମିଶ୍ରଣକୁ ନେଇ ଆମେ ଗୋଟେ ବାଲ୍ଟି ଭିତରେ ପକେଇବା ଓ ତାପରେ ସେଥିରେ ୩-୪ ଖୋପ ଗନ୍ଧ କର୍ପୂର ଜଳ ମିଶ୍ରଣ କରିବା ଓ ତାପରେ ଆପଣ ସେ ବାଲ୍ଟି ପାଣିରେ ପୋଛା ବୁଡ଼େଇ ଭଲ ଭାବରେ ନିଜ ଘର ଭିତରକୁ ପୋଛି ନେବେ।ଆଉ ଦେଖିବେ ସେଠାରେ ଯଦି ମାଛି ହେଉଛନ୍ତି ତାହା ୧୫-୨୦ ମିନିଟରେ ସବୁ ମାଛି ଘରୁ ବାହାରି ପଳେଇବେ।ତାପରେ ଆପଣ ଏହାକୁ ମାତ୍ର ୫ ଦିନରେ ଥରେ ବ୍ୟବହାର କରିବେ।କାରଣ ଏହାର ବାସ୍ନାରେ ମାଛିମାନେ ଆପଣଙ୍କ ଘରକୁ ଆସିବେ ନାହିଁ।