November 22, 2024

Odia Express

Here, There and Everywhere

ବଳି ପଡିଥିବା ଲେମ୍ଭୁ ଚୋପାରେ କରନ୍ତୁ ଏହି ଉପାୟ – ନିଶ୍ଚୟ ଜାଣିରଖନ୍ତୁ…

1 min read

ନମସ୍କାର,ଆମେ ଆପଣ ମାନଙ୍କୁ ସ୍ବାଗତ ଜଣାଉଛୁ,ଆପଣମାନେ ନିଜ ଘରେ ବ୍ୟବହାର କରୁଥିବା ଲେମ୍ଭୁ ରସ ବ୍ୟବହାର କରି ସାରିବା ପରେ ଆପଣ ତାର ଚୋପାକୁ ଫୋପାଡ଼ି ଦିଅନ୍ତି।ଆପଣ ସେହି ଚୋପାର ବ୍ୟବହାର କରି ବିଭିନ୍ନ ଜିନିଷ ବନେଇ ପାରିବେ ଆସନ୍ତୁ ଜାଣିବା ଏହାର ଉପାୟ ବିଷୟରେ।ଏହି ଲେମ୍ଭୁର ଚୋପା ଆପଣଙ୍କ ରୋଷେଇଘର ଓ ଘର ଆଦି ସଫା କରିବାରେ ଆପଣ ବ୍ୟବହାର କରିପାରିବେ।ଆପଣ ଚାହିଁଲେ ଏହାର ଆଚାର କରିପାରିବେ କିନ୍ତୁ ଏହା ବେଶି ଘରକୁ ସଫା ସୁତରା କରିବାରେ ବ୍ୟବହାର କରାଯାଏ।

ଆମ ଘରେ ବଳି ପଡିଥିବା ୮-୧୦ଟି ଲେମ୍ଭୁ ଚୋପା ନେଇ ଆସିବେ।ତାପରେ ଗୋଟେ ପାତ୍ରରେ ପାଣି ବସେଇବା ଓ ତାକୁ ଗରମ କରିବା।ତାପରେ ତାଭିତରେ ଲେମ୍ବୁ ପକେଇବା ଗରମ ପାଣିରେ ପକେଇ ଫୁଟେଇବାକୁ ଲାଗିବା।ଆପଣ ଏହାକୁ ବେଶିରୁ ବେଶି ୫ ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ ଫୁଟେଇ ପାରିବା।ତାପରେ ତାକୁ କାଢି ଆଣି ଥଣ୍ଡା ହେବାକୁ କିଛି ସମୟ ଛାଡି ଦେବା।ତାପରେ ଆପଣ ନିଜ ହାତ ସାହାଯ୍ୟରେ ହେଉ ନହେଲେ ଯନ୍ତ୍ର ସାହାଯ୍ୟରେ ସେ ସବୁ ଲେମ୍ଭୁକୁ ଚୁପୁଡି ନେବେ।

ତାପରେ ଗୋଟେ ସଫା ପାତ୍ର ନେବା ଓ ଗୋଟେ ଛଣା ନେବା ତାପରେ ସେ ବାହାରିଥିବା ଲେମ୍ଭୁ ରସକୁ ନେଇ ସେ ଛଣା ସାହାଯ୍ୟରେ ଛାଣି ଗୋଟେ ପାତ୍ରକୁ କାଢି ନେବା।ତାଭିତରେ ଥିବା ସବୁ ଖଦଡା ଅଂଶକୁ କାଢି ନେବା।ସେ ଛଣାରେ ଥିବା ଖଦଡା ଅଂଶକୁ କାଢି ନେବେ ଓ ତାପରର ଚାମୁଚ ସାହାଯ୍ୟରେ ତାକୁ ଭଲ ଭାବରେ ଚାପି କାଢି ନେବା।ତାପରେ ଆପଣ ଗୋଟେ ବୋତଲରେ ଅଧା ବୋତଲ ପାଣି ଭର୍ତ୍ତି କରିନେବେ ଓ ତାଭିତରେ ସେ ଲେମ୍ଭୁର ରସକୁ ସେ ପାଣି ସହିତ ମିଶେଇ ନେବେ।

ତାପରେ ସେ ଲେମ୍ଭୁରସ ସହିତ ମିଶେଇବା ବେକିଂ ସୋଢ଼ା ବା ଖାଇବା ସୋଢ଼ା ମାତ୍ର ୨ ଟି ଚାମୁଚ ମିଶେଇବା।ତାପରେ ସେ ବୋତଳରେ ଖୋପ ଲଗେଇବା ପରେ ଭଲ ଭାବରେ ସେ ସ୍ଥିର ହେବା ପର୍ଯ୍ୟନ୍ତ ଛାଡି ଦେବେ।ତାପରେ ସେଥିରେ ମିସେଇବା ଆମ ଵାସନ ସଫା ଲିକୁଇଡ଼ ଆପଣ ଯେକୌଣସି ଲିକୁଇଡ଼ ମିଶେଇ ପାରିବେ।ଆପଣ ସେଥିରେ ମାତ୍ର ୨ ଚାମୁଚ ଵାସନ ସଫା ଲିକୁଇଡ଼ ମିଶେଇବେ।ଆପଣ ନିଜ ଘର ସଫା କରିବାକୁ ଚାହୁଁଛନ୍ତିତ ଆପଣ ଏଥିରେ ୨ ଚାମୁଚ ଲିକୁଇଡ଼ ମିଶାନ୍ତୁ।ଵାସନ ସଫା କରିବାକୁ ଚାହୁଁଛନ୍ତିତ ଆପଣ ୩ ଚାମୁଚ ଲିକୁଇଡ଼ ମିଶାନ୍ତୁ।

ଏବେ ଆମର ପ୍ରସ୍ତୁତ ହୋଇଯାଇଛି ବହୁତ ପ୍ରଭାବକାରୀ ମିଶ୍ରଣ ଏହା ସାଧାରଣତଃ ଘରର ସଫା ଓ ଵାସନ ସଫାରେ ବହୁତ ଭଲ ଭାବରେ ଆପଣ ବ୍ୟବହାର କରି ପାରିବେ।ସବୁ କିଛି ମିଶେଇ ସାରିବା ପରେ ଆପଣ କ୍ୟାପ ଲଗେଇ ବୋତଲକୁ ଭଲ ଭାବରେ ହଲେଇ ମିଶେଇ ନେବେ।ଏହା ପରେ ଏହା ସମ୍ପୂର୍ଣ୍ଣ ଭାବରେ ତିଆରି ହୋଇ ପ୍ରସ୍ତୁତ ହୋଇଯିବ।ଏହାକୁ ବ୍ୟବହାର କରିବା ବହୁତ ସହଜ ହୋଇଥାଏ ଓ ଏହା ଭିତରୁ ବହୁତ ଭଲ ବାସ୍ନା ଆସିଥାଏ।ଆପଣ ଏହା ସାହାଯ୍ୟରେ ଘରର ପ୍ରତ୍ୟକ ଜିନିଷ ଯେପରି ବାସନ କୁସନ,ଲାଟିନ,ବାଥରୁମ କାନ୍ଥ ଘରର ତମ୍ଭା ଜିନିଷ ଓ କାଚ,ଘରର ମାର୍ବଲ ଓ ଯେକୌଣସି ତେଲିଆ ଵାସନ କୁସନ ଆଦି ଆମେ ସଫା କରି ପାରିବା।

Leave a Reply

Your email address will not be published. Required fields are marked *