ମଜାଦାର ପ୍ରଶ୍ନ ଓ ଉତ୍ତର – ଜଣେ ଝିଅ କଲେଜରେ ନୂଆ ଆଡ଼ମିଶନ କଲେ।ସମସ୍ତେ ତାଙ୍କର ନାମ ଜାଣିବାକୁ ଚାହିଁଲେ।ତେଣୁ ସେ ତାଙ୍କର ନାମ କଳାପଟାରେ ଲେଖିଲେ (12-01-20-01)।ତାହେଲେ ତାଙ୍କର ନାମ କଣ କୁହ..
1 min readଓଡ଼ିଆ ସଂସ୍କୃତି ବିଭିନ୍ନ ପ୍ରକାରର ଢଗ ଢ଼ମାଳି ଓ ପ୍ରହେଳିକାରେ ପରିପୂର୍ଣ୍ଣ ହୋଇଥାଏ।ଆମ ନିଜର ପାଠ ପଢିବା ସହିତ ନିଜର ସାଧାରଣ ଜ୍ଞାନ ଓ ସଂସ୍କୃତି ଜ୍ଞାନକୁ ଆମର ବୃଦ୍ଧି କରିବାର ଅଛି।ଏଠାରେ ଆଜି ଆମେ ଆପଣମାନଙ୍କ ପାଇଁ ଆଣିଛୁ କେତୋଟି ମଜାଳିଆ ଓ ଚତୁର ପହେଲି ।ଆସନ୍ତୁ ଜାଣିବା ସେ ସବୁ ପ୍ରଥମ ପ୍ରଶ୍ନ ଓ ସେମାନଙ୍କ ଉତ୍ତର ଗୁଡିକୁ:-
ଆସନ୍ତୁ ଜାଣିବା ପ୍ରଥମ ପ୍ରଶ୍ନ ପ୍ରଶ୍ନ ନମ୍ବର୍ ୦୧:-ତାହା କଣ ଯାହା ଅନ୍ୟକୁ ଦେଇ ହୁଏ କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜ୍ଞାନ।
ଆସନ୍ତୁ ଜାଣିବା ଦ୍ୱିତୀୟ ନମ୍ବର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୨:-ତାହା କଣ ଯାହା ଆମର ମରିବା ପର୍ଯ୍ୟନ୍ତ ପିଛା ଛାଡି ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନିଜର ଛାଇ।
ଆସନ୍ତୁ ଜାଣିବା ତୃତୀୟ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୩:-ଲୋକମାନେ ମତେ ଖାଇବା ପାଇଁ କିଣନ୍ତି କିନ୍ତୁ ଖାଇ ନଥାନ୍ତି,ମୁଁ କିଏ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚାମଚ।
ଆସନ୍ତୁ ଜାଣିବା ଚତୁର୍ଥ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୪:-ଦଶ ଟଙ୍କାରେ ଏମିତି କଣ କିଣିବା ଯାହାଦ୍ୱାରା ପୁରା କୋଠରୀ ଭର୍ତ୍ତି ହୋଇଯିବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦିଆସିଲି ଓ ମହମବତୀ।କଣ ପାଇଁ ନା ମହମ ବତୀ ଜଳିଲେ ସମ୍ପୂର୍ଣ୍ଣ କୋଠରୀ ଆଲୋକ ରେ ଭର୍ତ୍ତୀ ହୋଇଯିବ।
ଆସନ୍ତୁ ଜାଣିବା ପାଞ୍ଚ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୫:-୩ ଟି କୁକୁଡ଼ା ୩ ଦିନରେ ୩ ଟି ଅଣ୍ଡା ଦିଅନ୍ତି।ତାହେଲେ ୩୦୦ ଟି କୁକୁଡ଼ା ୩ ଦିନରେ କେତେ ଗୋଟି ଅଣ୍ଡା ଦେବେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୩୦୦ ଟି କୁକୁଡ଼ା ୩ ଦିନରେ ୩୦୦ ଟି ଅଣ୍ଡା ଦେବେ।କାରଣ ଉପର ପ୍ରଶ୍ନ ଅନୁସାରେ ଗୋଟେ କୁକୁଡ଼ା ୩ ଦିନରେ ଗୋଟିଏ ଅଣ୍ଡା ଦିଏ।
ଆସନ୍ତୁ ଜାଣିବା ଛଅ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୬:-ଦୁଇ ଜଣ ପୁଅ ଓ ଦୁଇ ଜଣ ବାପା ସର୍କସ ଦେଖିବାକୁ ଗଲେ।ସେମାନଙ୍କ ପାଖରେ ମୋଟ ୩ ଟି ଟିକେଟ ଥିଲା ତଥାପି ସମସ୍ତେ ସର୍କସ ଦେଖିଲେ।ଏହା କିପରି ହେଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସେମାନେ ମାତ୍ର ୩ ଜଣ ଥିଲେ କେମିତିନା ସେଠାରେ ଜଣେ ବୃଦ୍ଧ ଲୋକ ଓ ତାପୁଅ ଓ ତା ନାତି ସେଠାରେ ସର୍କସ ଦେଖିବାକୁ ଯାଇଥିଲେ।
ଆସନ୍ତୁ ଜାଣିବା ସାତ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୭:-ଆଫ୍ରିକାରେ ଗୋଟେ ପିଲା ଜନ୍ମ ହେଲା ତେବେ କୁହନ୍ତୁ ତାର ଦାନ୍ତର ରଙ୍ଗ କଣ ହୋଇଥିବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଉଛି,ଗୋଟେ ନବଜାତ ଶିଶୁ ଜନ୍ମ ହେବା ମାତ୍ରରେ ତାର ଦାନ୍ତ ଉଠି ନଥାଏ।
ଆସନ୍ତୁ ଜାଣିବା ଆଠ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୮:-ସରିତା ଦେବିଙ୍କର ପାଞ୍ଚଜଣ ଝିଅ।ସମସ୍ତଙ୍କର ଜଣେ ଲେଖାଏଁ ଭାଇ।ତାହେଲେ ସରିତା ଦେବୀଙ୍କର ସମୁଦାୟ କେତେ ଜଣ ସନ୍ତାନ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସରିତା ଦେବୀଙ୍କର ମୋଟ ଛଅ ଜଣ ସନ୍ତାନ ଅଛନ୍ତି।
ଆସନ୍ତୁ ଜାଣିବା ନଅ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୯:-ଜଣେ ବ୍ୟକ୍ତି ଟ୍ରକ ଚଲାଉଥିଲା।ସେ ଟ୍ରକର ହେଡଲାଇଟ ଦେଇନଥିଲାକି ଆକାଶରେ ଚନ୍ଦ୍ର ବାହାରି ନଥିଲେ।ଜଣେ ସ୍ତ୍ରୀ ଲୋକ ରାସ୍ତା ପାର ହେଉଥିଲା।ଟ୍ରକ ଡ୍ରାଇଭର କେମିତି ଦେଖିଲା ?
ଉତ୍ତର:-ଏହାର ଉତ୍ତର ହେଲା ସେ ଟ୍ରକ ଚଲାଉଥିବା ବେଳେ ଦିନ ଥିଲା ତେଣୁ ସେ ରାସ୍ତା ପାରି କରୁଥିବା ସ୍ତ୍ରୀ ଲୋକକୁ ସହଜରେ ଦେଖି ପାରିଲା।
ଆସନ୍ତୁ ଜାଣିବା ଦଶ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୦:-ଜଣେ ଝିଅ କଲେଜରେ ନୂଆ ଆଡ଼ମିଶନ କଲେ।ସମସ୍ତେ ତାଙ୍କର ନାମ ଜାଣିବାକୁ ଚାହିଁଲେ।ତେଣୁ ସେ ତାଙ୍କର ନାମ କଳାପଟାରେ ଲେଖିଲେ (12-01-20-01)।ତାହେଲେ ତାଙ୍କର ନାମ କଣ ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ତାଙ୍କ ନାମ ହେଉଛି ଲତା ବା (lata)।କାରଣ ଇଂରାଜି ଅକ୍ଷରର ୧୨ ନମ୍ବର୍ ସ୍ଥାନରେ ଏଲ(L) ଅଛି,ଏକ ନମ୍ବର୍ ସ୍ଥାନରେ ଏ(A) ଅଛି,୨୦ ନମ୍ବର୍ ସ୍ଥାନରେ ଟି(T) ଅଛି ଓ ପୁନର୍ବାର ଏକ ନମ୍ବର୍ ଲେଖିଲେ ଯାହା ସେ ସ୍ଥାନରେ ଏ(A) ଅଛି।
ଆସନ୍ତୁ ଜାଣିବା ଏଗାର ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୧:-୫ ଟି ଠେକୁଆ ୫ ମିନିଟରେ ୫ ଟି ଗାଜର ଖାଆନ୍ତି।ତେବେ ୧୦ ଟି ଠେକୁଆ ୧୦ ମିନିଟରେ କେତୋଟି ଗାଜର ଖାଇବେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୦ଟି।