June 26, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା କୃଷ୍ଣ ସୁଦାମାଙ୍କ ସମ୍ପୂର୍ଣ୍ଣ ସତ କାହାଣୀ ଯାହାକୁ ଶୁଣି ଆପଣଙ୍କ ଆଖି ଅଶ୍ରୁରେ ପୁର୍ଣ୍ଣ ହୋଇଯିବ..

ଜୟ ଜଗନ୍ନାଥ ଆମେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ,ଆଜି ଆମେ ଶ୍ରୀ କୃଷ୍ଣଙ୍କ ପରମ ସଖା ସୁଦାମାଙ୍କ ବିଷୟରେ ଜାଣିବା।ସେ ନିଜ କାର୍ଯ୍ୟକଳାପ ପାଇଁ ଶ୍ରୀ କୃଷ୍ଣଙ୍କ ମନରେ ନିଜର ବିଶେଷ ସ୍ଥାନ ପାଇଛନ୍ତି।ସାରା ଜଗତ ଭଗବାନ କୃଷ୍ଣ ଓ ସୁଦାମାଙ୍କ ମିତ୍ରତା ପାଇଁ ତାଙ୍କୁ ମନରଖିଛନ୍ତି।ଆପଣ ମାନେ ଜାଣିଥିବେ ସୁଦାମା ବହୁତ ଗରିବ ଥିଲେ ସେ ଏତେ ଗରିବ ଥିଲେକି ନିଜ ଛୁଆ ମାନଙ୍କର ପେଟ ପୋଷି ବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଧନ ଅର୍ଜନ କରି ପାରୁନଥିଲେ।ସେ ଦିନେ ରେ ଥରେ ଖାଇଲେ ଅନେକ ଦିନ ସେ ଭଳି ଓପାଶ ରହୁଥିଲେ।ନିଜ ପରିବାର ଏପରି ଦୁର୍ଦ୍ଦଶା ପାଇଁ ନିଜକୁ ଦୋଷ ଦେଉଥିଲେ।ଏହି ଭଳି ଦୁଃଖ ଓ ଭାରି ମନରେ ନିଜ ପତ୍ନୀ ଆଗରେ ବସି ନିଜ ଦୁଃଖକୁ ପ୍ରକାଶ କରୁଥିଲେ।ଏମିତି ଥରେ କଥା ହେଉ ହେଉ ତାଙ୍କ ପତ୍ନୀ ଖିକେ ଆମେ ପଛେ ନଖାଉ ଛୁଆଙ୍କ ପେଟ ପୋଷିବା ଆଵଶ୍ୟକନା ଏତିକି କହୁ କହୁ ସେ କାନ୍ଦି ପକେଇଲେ।ଏହା ଶୁଣି ସୁଦାମାଙ୍କୁ ବହୁତ ଦୁଃଖ ହେଲା।ତାପରେ ସୁଦାମା କହିଲେ କଣ କରିବା ଆମେ କାହାପାଖକୁ କଣ ମାଗିବାକୁ ଯାଇ ପାରିବା।

ତାପରେ ତାଙ୍କ ପତ୍ନୀ ତାଙ୍କୁ କହିଲେ ଆପଣ ପ୍ରାୟ ସମୟ ନିଜ ପରମ ମିତ୍ର ଶ୍ରୀ କୃଷ୍ଣଙ୍କ ବିଷୟରେ କୁହନ୍ତି।ସେତ ଦ୍ଵାରିକାର ରାଜା ଅଟନ୍ତି ଆପଣ ସେଠାକୁ କାହିଁକି ଯାଉନାହାନ୍ତି।ତାଙ୍କୁ ପତ୍ନୀର କଥା ଠିକ ଲାଗିଲା ଓ ସେ ଦ୍ଵାରିକା ଯିବାକୁ ଠିକ କଲେ।ତାପରେ ସେ ନିଜ ଘରପାଖରୁ କିଛି ପୋହେ ଆଣିଲା ଓ ତାକୁ ଗୋଟେ କପଡ଼ାରେ ବାନ୍ଧି ତାକୁ ପୁଟଳି ବନେଇଲା।ତାପରେ ସେ ସେଠାରେ ଯାଇ ପହଞ୍ଚିଲେ ଓ ସେ ଦ୍ଵାରିକା ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲେ।ସମ୍ପୂର୍ଣ୍ଣ ନଗରୀ ସ୍ୱର୍ଣ୍ଣର ଥିଲା।ତାପରେ ସେ ଶ୍ରୀ କୃଷ୍ଣଙ୍କ ମହଲ ଭିତରକୁ ପ୍ରବେଶ କଲା ବେଳେ ତାଙ୍କୁ ଦ୍ୱାରପାଳ ଅଟକେଇ ଦେଲେ।

ତାପରେ ତାଙ୍କୁ ପଚାରିଲେ ଏଠାରେ ତୁମର କି କାମ ଅଛି।ସୁଦାମା କହିଲେ ମତେ କୃଷ୍ଣଙ୍କ ସହିତ ଦେଖା କରିବାର ଅଛି ସେ ମୋର ମିତ୍ର ଅଟନ୍ତି।ତାପରେ ଦ୍ୱାରପାଳ ଯାଇ ଭଗବାନ କୃଷ୍ଣଙ୍କୁ କହିଲେ ଏହା ଶୁଣି ଶ୍ରୀ କୃଷ୍ଣ ସୁଦାମାଙ୍କୁ ସ୍ୱାଗତ କରେଇବା ପାଇଁ ନିଜେ ଚାଲି ଆସିଲେ।ତାପରେ ସେ ଦୁଇଜଣ ଯେତେବେଳେ ପରସ୍ପର ସହିତ ଦେଖା ହେଲେ ସେ ଦୁଇଜଣଙ୍କ ଆଖିରେ ପ୍ରେମର ଅଶ୍ରୁ ଥିଲା।ତାପରେ ସେ ସୁଦାମାଙ୍କୁ କୋଳେଇ ନେଲେ ଓ ତାଙ୍କୁ ରାଜ ଉଆସ ଭିତରକୁ ନେଇ ଗଲେ।

ସେ ଶ୍ରୀ କୃଷ୍ଣଙ୍କର ସମୃଦ୍ଧି ଦେଖି ଲଜ୍ଜା ଅନୁଭବ କଲେ।ସୁଦାମା ସେ ପୋହେର ପୁଟୁଳି ଲୁଚେଇବାକୁ ଲାଗିଲେ କିନ୍ତୁ ଭଗବାନ ଶ୍ରୀ କୃଷ୍ଣ ତାକୁ ଦେଖି ଦେଲେ ଓ ତାକୁ ନେଇ ମଜାରେ ଖାଇବାକୁ ଲାଗିଲେ ଓ କହିଲେ ଏ ଅମୃତ ତୁଲ୍ୟ ଜିନିଷ ଖାଇ ମୁଁ ଭାବୁଛି ୩ ଟି ମହଲ ତମକୁ ଦେଇ ଦେବାକୁ।ତାପରେ ସେ ଦୁଇଜଣ ଖାଦ୍ୟ ଖାଇବାକୁ ବସିଲେ ଓ ତାଙ୍କୁ ସ୍ୱର୍ଣ୍ଣ ଥାଳିରେ ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଭୋଜନ ପରସା ଗଲା।ସେ ସେଠାରେ ୨ ଦିନ ରହିଲେ ତୃତୀୟ ଦିନ ଘରକୁ ଆସିବାକୁ ବାହାରିଲେ।

ତାଙ୍କୁ ଛାଡିବାକୁ ଭଗବାନ ଶ୍ରୀ କୃଷ୍ଣ ରାଜ ମହଲର କବାଟ ପାଖକୁ ଆସିଲେ।ସେ ପର୍ଯ୍ୟନ୍ତ ସୁଦାମା ତାଙ୍କୁ କିଛି ମାଗି ନଥିଲେ।ଏହା ପରେ ସେ ମୁହଁ ସୁଖେଇ ଘରେ ପହଁଚିଲେ ଓ ଦେଖିଲେ ଗୋଟେ ସୁନ୍ଦର ଘରୁ ସୁନ୍ଦର କପଡା ପିନ୍ଧି ତାଙ୍କ ସ୍ତ୍ରୀ ଘରୁ ବାହାରକୁ ଆସିଲେ।ସେ କହିଲେ ଦେଖିଲ ଶ୍ରୀ କୃଷ୍ଣଙ୍କ ପ୍ରଭାବରୁ ଆମ ଦାରିଦ୍ରତା ଚାଲିଗଲା।ତାପରେ ସୁଦାମାଙ୍କ ଆଖିରେ ଖୁସିର ଅଶ୍ରୁ ଆସିଗଲା।ଏହି ଭଳି ମିତ୍ରତା ଆଜି ପର୍ଯ୍ୟନ୍ତ କେହି ବ୍ୟକ୍ତ କରି ପାରିନାହାନ୍ତି କାରଣ ଏହା କଳିଯୁଗ ଅଟେ।

Leave a Reply

Your email address will not be published. Required fields are marked *