କଣ ଆପଣଙ୍କ ଜିଭରେ ହେଉଛି ଧଳା ରଙ୍ଗର ଆବରଣ ? ତେବେ ଜାଣିନିଅନ୍ତୁ ନହେଲେ ହୋଇପାରେ ଆପଣଙ୍କ ପାଇଁ ମହଙ୍ଗା..
ମଣିଷ ନିଜକୁ ଭଲ ଦେଖାଇବାପାଇଁ କିଛି ନା କିଛି କରିଥାଏ । ସବୁଠାରୁ ଅଧିକା ଦାୟିତ୍ୱ ସେ ନିଜ ଚେହେରାକୁ ରଖିଥାଏ , ଯାହାକୁ ଚମକାଇବାକୁ ସେ ନାନା କ୍ରିମ୍ ଓ ଜିନିଷର ବ୍ୟବହାର୍ କରିଥାଏ , ବହୁତ ଲୋକ ନିଜ ଦାନ୍ତର ସଫାଇ କରିଥାନ୍ତି କିନ୍ତୁ ଜିଭକୁ ସଫା କରିବା ଭୁଲି ଯାଆନ୍ତି , ଏହା ଭାବିକରି କି ତାଙ୍କ ଜିଭ ସଫା ତ ଅଛି କିନ୍ତୁ ଅସଲରେ ଏହା ସବୁଠାରୁ ଭୁଲ୍ ଅଟେ , ସେ ଭାବନ୍ତି କି ମୁହଁରେ ତ ଦୁର୍ଗନ୍ଧ ନାହିଁ ତେବେ ଦାନ୍ତ ବି ସଫା ଅଛି ତେବେ ଜିଭ ବି ସଫା ଥିବ , କିନ୍ତୁ ଅସଲରେ ସେମିତି ହୋଇନଥାଏ , ଜିଭରେ ଏକ ଧଳା ଆବରଣ ବନିଯାଇଥାଏ , ଯାହାର କାରଣରୁ ଏକ ସମୟ ପରେ ମୁହଁରୁ ଦୁର୍ଗନ୍ଧ ଆସିବାକୁ ଲାଗେ , ଓ ପରେ ଏହା ଗମ୍ଭିର ରୋଗର କାରଣ ହୋଇଥାଏ , କଣ ଆପଣଙ୍କ ଜିଭରେ ଏମିତି ହେଉଛି କି ? ତେବେ ଆସନ୍ତୁ ସହଜ ତରିକା ବିଷୟରେ ଜାଣିନିଅନ୍ତୁ ।
ଆପଣ ଜାଣିଥିବେ କି ବହୁତ ଥର ଦେହ ଖରାପ ହେଲେ ଡାକ୍ତର ପାଖକୁ ଗଲେ ସେ ପ୍ରଥମେ ଜିଭକୁ ଦେଖିଥାଆନ୍ତି ତା ଦ୍ୱାରା ସେ ପତ୍ତା ଲଗାଇଦିଅନ୍ତି କି ରୋଗ କେତେ ପରିମାଣର ହୋଇଛି , ଏଥିପାଇଁ ଜିଭକୁ ନିୟମିତ ସଫା କରିବା ଜରୁରୀ ହୋଇଥାଏ , କିନ୍ତୁ ଯଦି ଆପଣ ଜିଭକୁ ସଫା କରୁନାହାନ୍ତି ତେବେ ତୁରନ୍ତ ଆମର ତଳେ ଦିଆଯାଇଥିବା ଉପାୟମାନ ଫଲୋ କରନ୍ତୁ , ଏହା ଦ୍ୱାରା ଆପଣଙ୍କ ଜିଭରୁ କିଟାଣୁ ମରିଯିବେ ,
୧) ଜିଭରୁ ଧଳା ଆବରଣ ହଟାଇବାପାଇଁ ସବୁଠାରୁ ସହଜ ଉପାୟ ହେଲା , କିଛି ମାତ୍ରାରେ ନିଜ ଜିଭରେ ଲୁଣ ପକାଇଦିଅନ୍ତୁ , କିଛି ସମୟ ଟୁଥବ୍ରଶ୍ ରେ ରଗଡନ୍ତୁ , ଏମିତି କିଛି ଦିନ କଲେ ଜିଭରୁ ଲାଗିଥିବା ଧଳା ଆବରଣ ଦୁର ହୋଇଯିବ ।
୨) ଟୁଥବ୍ରଶ୍ ର ଆଗ ଭାଗ ଦାନ୍ତ ସଫା କରିବାପାଇଁ ହୋଇଛି , ଓ ପଛର ଭାଗ ଜିଭ ସଫା କରିବାପାଇଁ ହୋଇଛି , ଏଥିପାଇଁ ଯେବେବି ଜିଭ ସଫା କରିବେ ବ୍ରଶର ପଛ ଭାଗ ଦ୍ୱାରା ଜିଭ ସଫା କରନ୍ତୁ , ଟିକିଏ ଦମ୍ ଲଗାଇକରି ।
୩) ଜିଭ ଧଳା ପଡିଯିବାପରେ ସେଥିରେ ଆପଣ ଖାଇବା ଖାଉଥିବା ବେଳେ ଓ ଚାହା କଫି ପିଇବାପରେ ଜିଭ ଓ ମୁହଁକୁ ଭଲ ଭାବେ ସଫା କରିପାରିବେ , ଏହାପରେ ଏକ ଭଲ କ୍ୱାଲିଟିର ମାଉଥ୍ ଫ୍ରେସନର୍ ବ୍ୟବହାର କରିବା ଉଚିତ୍ ।
୪) ଜିଭରେ ଲାଗିଥିବା ଧଳାର ଆବରଣ ହଟାଇବାପାଇଁ ବେକିଙ୍ଗ୍ ସୋଢା ଓ ଲେମ୍ବୁର ରସ ମିଶାଇକରି ଜିଭରେ କିଛି ସମୟ ରଗଡନ୍ତୁ , ଏହାପରେ ମୁହଁକୁ ପାଣିରେ ଧୋଇଦିଅନ୍ତୁ , ଏହି ପ୍ରକିୟାଗୁଡିକ ଜିଭରୁ ଲାଗିଥିବା ଧଳା ଆବରଣ ଆସ୍ତେ ଆସ୍ତେ ହଟିବାକୁ ଲାଗିବ ।