June 26, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା କିପରି ଗୋଟେ ରାତିରେ ଆମେ ନିଜେ ଆମ ଶରୀରରେ ଥିବା ଭାତୁଡିକୁ ଭଲ କରି ପାରିବା..

1 min read

ନମସ୍କାର,ଆମ ଶରୀର ହେଉଛି ପ୍ରକୃତିର ଦାନ ଓ ଅମୂଲ୍ୟ ସମ୍ପଦ ଯାହାର ଆମେ ଭଲ ଭାବରେ ଓ ଠିକ ଉପାୟରେ ଯତ୍ନ ନେଇ ନଥାଉ ଯାହାଫଳରେ ଆମେ ବହୁତ ଅସୁବିଧାରେ ପଡୁ।ଶରୀର ଭିତରେ ମୁଖ୍ୟ ହେଉଛି ଆମ ଚର୍ମ ଓ ଚେହେରା ନୀତିଦିନ ଜୀବନରେ ଆମେ ବିଭିନ୍ନ ପ୍ରକାରର ହାନି କାରକ ଖାଦ୍ୟର ସେବନ କରିଥାଉ ଯାହାପାଇଁ ଆମ ଚେହେରା ଓ ଚର୍ମ ପ୍ରଭାବିତ ହୋଇଥାନ୍ତି।ଭଲ ଭାବରେ ନଗାଧେଇଲେ ଭଲ ଭାବରେ ନିଜ ଚେହେରାକୁ ସଫା ନକଲେ ଆମେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଉ।ଯେମିତି ଆମେ ଯଦି ବେସି ବା ଅଧିକ ମାତ୍ରରେ ତେଲ ଜିନିଷର ସେବନ କରିଥାଉ ବା ଖରାପ ଖାଦ୍ୟ ଖାଉ ଆମ ମୁହଁରେ ବ୍ରଣ ଭଳି ସମସ୍ୟା ଦେଖାଯାଏ।ତାପରେ ଭଲ ଭାବରେ ନଗାଧେଇଲେ ଓ ଭଲ ଭାବରେ ନିଜକୁ ସଫା ସୁତରା ନରଖିଲେ ଆମକୁ ଚର୍ମ ରୋଗ ଭଳି ସମସ୍ୟା ଦେଖାଯାଏ।ତାପରେ ଆମେ ନୀତି ଦିନ ଜୀବନରେ ଖାଉଥିବ ଅପୁଷ୍ଟିକର ଓ ଖରାପ ଖାଦ୍ୟ ଗ୍ରହଣ କରିବା ସହ କୁସ୍ତି କସରତ ଆଦି ଯେତେବେଳେ ନକରୁ ତାହା ଆମ ଶରୀରରେ ଖରାପ ରକ୍ତ ଜମା ହୋଇ ଭାତୁଡିର ଆକାର ନିଏ ଯାହା ଆମ ଶରିରକୁ ଅସୁନ୍ଦର କରିଦିଏ।

ଆସନ୍ତୁ ଜାଣିବା ଆମେ କିପରି ଗୋଟେ ରାତିରେ କିପରି ନିଜ ଶରୀର ବା ମୁହଁରୁ ଭାତୁଡିକୁ କାଢି ପାରିବା।ଆସନ୍ତୁ ଜାଣିବା କିପରି ଵନେଇବା ସେ ଉପାୟ,ଆମକୁ ପ୍ରଥମେ ନେବାର ଅଛି ଗୋଟେ ପିଆଜ,ତାପରେ ଗୋଟେ ଛୁରୀ ସାହାଯ୍ୟରେ ସେ ପିଆଜର ସବୁ ଚୋପାକୁ ଭଲ ଭାବରେ ଛଡେ଼ଇ ନେବା।ତାପରେ ସେ ପିଆଜକୁ ଭଲ ଭାବରେ ବାଟୀ ଗୋଟେ ନରମ ପେଷ୍ଟ ତିଆରି କରି ନେବା।

ତାପରେ ସେ ପେଷ୍ଟ ବନେଇ ସାରିବା ପରେ ତାକୁ ଗୋଟେ ଗିନା ସାହାଯ୍ୟରେ ସଂଗ୍ରହ କରି ରଖିବା।ତାପରେ ନେବା ଗୋଟେ ରସୁଣ ନେବା ଓ ତାର ୪-୫ ପାଖୁଡା ରସୁଣ ନେଇଯିବା।ତାପରେ ଛୁରୀ କିମ୍ବା ନିଜ ହାତ ସାହାଯ୍ୟରେ ସେ ରସୁଣର ସବୁ ଚୋପା ଛଡେ଼ଇ ନେବା।ତାପରେ ସେ ରସୁଣକୁ ନେବା ଓ ହେମଦସ୍ତା ସାହାଯ୍ୟରେ ତାର ଭଲ ଭାବରେ ଗୋଟେ ପେଷ୍ଟ ବନେଇ ନେବେ।

ତାପରେ ଆଉ ଗୋଟେ ଗିନା ସାହାଯ୍ୟରେ ସେ ରସୁଣ ପେଷ୍ଟକୁ ସଂଗ୍ରହ କରି ରଖିବେ।ତାପରେ ସେ ରସୁଣ ବଟାକୁ ନେଇ ସେ ପିଆଜ ବଟା ସହ ମିଶେଇ ନେବା।ତାପରେ ନେବା ଗୋଟେ ଲେମ୍ବୁ ତାକୁ ମଝିରୁ କାଟି ଦୁଇ ଫାଳ କରି ନେବା।ତାପରେ ସେ ଫାଳେ ଲେମ୍ବୁରୁ ଗୋଟେ ଚାମୁଚ ଲେମ୍ବୁ ରସ ନେଇ ସେ ମିଶ୍ରଣରେ ପକେଇବା ଓ ତାକୁ ଚାମୁଚ ସାହାଯ୍ୟରେ ଭଲ ଭାବରେ ଗୋଳେଇ ନେବା।

ତାପରେ ଆପଣଙ୍କର ମିଶ୍ରଣ ତିଆରି ହୋଇ ପ୍ରସ୍ତୁତ ହୋଇଯିବ ଓ ଆପଣ ଏହାକୁ ସହଜରେ ବ୍ୟବହାର କରି ପାରିବେ ଓ ଏହାକୁ ବ୍ୟବହାର କରିବା ବହୁତ ସହଜ ହୋଇଥାଏ।ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରିବାର ଉପାୟ,ଆମେ ନିଜ ହାତ ସାହାଯ୍ୟରେ ସେ ମିଶ୍ରଣକୁ ନେବା ଓ ନିଜ ଶରୀରରେ ହୋଇଥିବା ଭାତୁଡି ସ୍ଥାନରେ ଲଗେଇବା।ଆପଣଙ୍କ ପାଖରେ ଯଦି ସମ୍ପୂର୍ଣ୍ଣ ସମୟ ଅଛି ତାହେଲେ ଆପଣ ଏହାକୁ ସମ୍ପୂର୍ଣ୍ଣ ରାତି ଲଗେଇ ରଖି ପାରିବେ ନହେଲେ ଆପଣ ମାତ୍ର ଗୋଟେ ଘଣ୍ଟା ରଖି ତାକୁ ଧୋଇପାରିବେ।ଆପଣ ଦେଖିବେ ଆପଣଙ୍କୁ ଏହାର ବହୁତ ଶିଘ୍ର ଉପଶମ ମିଳିଯିବ।

Leave a Reply

Your email address will not be published. Required fields are marked *