ନିଜ ଘରେ ଥିବା ୨ ଟି ଜିନିଷ ଦ୍ୱାରା ଆପଣ ମାନଙ୍କ ଓଜନ ବଢେ଼ଇବାର ଏକ ଘରୋଇ ଉପାୟ – ଆଜି ବ୍ୟବହାର କରି ଦେଖନ୍ତୁ..
ନମସ୍କାର ବନ୍ଧୁଗଣ ଆମେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ,ଆଜି ଆମେ ଏଠି ଆପଣ ମାନଙ୍କ ସ୍ୱାସ୍ଥ୍ୟକୁ ନେଇ କିଛି ବିଶେଷ କଥା ଉପସ୍ଥାପନ କରିବାକୁ ଯାଉଛୁ।ଯାହାହେଉଛି ଆପଣମାନଙ୍କ ଶରୀରର ଓଜନ ହ୍ରାସ ବା ଯେଉଁମାନେ ପତଳା ହୋଇଥାନ୍ତି ସେମାନଙ୍କର ବହୁତ ଚିନ୍ତା ଥାଏକି ସେମାନେ କିପରି ମୋଟା ହେବେ ବା ନିଜ ଶରୀରର ଓଜନକୁ କିପରି ବୃଦ୍ଧି କରିପାରିବେ ଆଜି ଆମେ ସେ ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ। ଆମମାନଙ୍କ ମଧ୍ୟରେ ବହୁତ ଜଣ ଆଵଶ୍ୟକତା ଠାରୁ ଅଧିକ ପତଳା ହୋଇଥାନ୍ତି,ଯେଉଁ କାରଣରୁ ସେମାନେ ପ୍ରତ୍ୟକ ସ୍ଥାନରେ ହାସ୍ୟର ପାତ୍ର ହୋଇଥାନ୍ତି।ସେମାନେ ଯେତେ ଅଧିକ ପୁଷ୍ଟିକର ଖାଦ୍ୟ ଖାଇଲେମଧ୍ୟ ସେମାନେ ମୋଟା ହୋଇନଥାନ୍ତି।ସେମାନେ ସମ୍ପୂର୍ଣ୍ଣ ଭାବରେ ପତଳା ହୋଇଥାନ୍ତି,ଗାଲ ପସିଯାଇଥାଏ,ଅଳ୍ପ କିଛି କାମ କଲେ ସେମାନେ ଶିଘ୍ର ହାଲିଆ ହୋଇଯାନ୍ତି,ଶରୀର ସବୁବେଳେ ଦୁର୍ବଳତାର ଶିକାର ହୋଇଥାଏ।
ଆଜି ଏଠି ଆମେ ଆପଣଙ୍କୁ ଏମିତି ରାମବାଣ ଭଳି ଗୋଟେ ଘରୋଇ ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ମାତ୍ର ଗୋଟେ ସପ୍ତାହ ବା ୭ ଦିନ ଭିତରେ ଆପଣଙ୍କ ଓଜନ ବଢି ଯିବ ଓ ଆପଣଙ୍କ ଶରୀର ଶକ୍ତିରେ ଭରପୁର ହୋଇଯିବ ଓ ଆପଣ ସ୍ୱାସ୍ଥ୍ୟବାନ ଓ ସ୍ମାର୍ଟ ଦେଖାଯିବେ।ଏବେ ଆସନ୍ତୁ ଜାଣିବା ସେ ପ୍ରଭାବକାରୀ ଘରୋଇ ଉପାୟକୁ କିପରି ପ୍ରସ୍ତୁତ କରିବା ଓ ତାକୁ ପ୍ରସ୍ତୁତ କରିବା ପାଇଁ ଆମକୁ କେଉଁ କେଉଁ ସାମଗ୍ରୀ ଆଵଶ୍ୟକ ?
ଏହାକୁ ପ୍ରସ୍ତୁତ କରିବା ପୂର୍ବରୁ ଆମେ ଆପଣଙ୍କୁ କହି ରଖିବୁକି ଆପଣ ଯଦି ଏହି ଉପାୟକୁ ସଠିକ ଭାବରେ ସେବନ କରିବେ ତାହେଲେ ଏହି ପାନୀୟର ପ୍ରଭାବ ନିଶ୍ଚିନ୍ତ ରୂପରେ ଆପଣଙ୍କ ଶରୀରରେ ସଠିକ ଭାବରେ ଦେଖିପାରିବେ।ଏହି ପାନୀୟକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର ଗୋଟେ ପ୍ୟାନ ସେ ପ୍ୟାନ ଭିତରେ ଆପଣ ଗୋଟେ ଗ୍ଲାସ କ୍ଷୀର ପକେଇବେ ଓ ତାକୁ ହାଲ୍କା ଗରମ କରି ନେବେ।
ଆପଣ ହାଲ୍କା ଗରମ କରି ସାରିବା ପରେ ଆପଣ ଅଳ୍ପ କ୍ଷୀରକୁ ଗୋଟେ ଚାମୁଚ ସାହାଯ୍ୟରେ ଆଣି ନିଜ ଆଙ୍ଗୁଠି ମାଧ୍ୟମରେ ଆପଣ ଜାଣି ପାରିବେ ସେ କ୍ଷୀର କେତେ ଗରମ ଅଛି।ସାଙ୍ଗମାନେ ଓଜନ ବଢ଼େଇବା ପାଇଁ ଆୟୁର୍ବେଦ କହିଛିକି ଆପଣ ବହଳିଆ ଓ ଚିକ୍କଣ ଜିନିଷ ବେଶିରୁ ବେଶି ଖାଇବା ଓ ପିଇବା ଆଵଶ୍ୟକ କାରଣ ଏଗୁଡିକ ଶରୀରରେ ମାଂସପେଶୀକୁ ବୃଦ୍ଧି କରିଥାଏ।
ସେଥିପାଇଁ ଆମେ ସେ କ୍ଷୀରରେ ଏମିତି ହିଁ ଏକ କାର୍ଯ୍ୟକାରୀ ବହଳିଆ ଓ ଚିକ୍କଣ ଜିନିଷ ପକେଇବା ଯାହା ସମ୍ପୂର୍ଣ୍ଣ ରୂପରେ ପ୍ରାକୃତିକ ଅଟେ।ଆଜ୍ଞା ହଁ ସାଙ୍ଗମାନେ ଆମେ ଏ ଉଷୁମ କ୍ଷୀରରେ ପକେଇବା ଦୁଇ ଚାମୁଚ ମହୁ।ଏବେ ଆମେ ଦେଖିବା ଏହି ପାନୀୟକୁ ଆମେ କେତେବେଳେ ଓ କିପିରି ନେବା କାରଣ ଔଷଧ ଗ୍ରହଣ କରିବାର ସଠିକ ସମୟ ଓ ସଠିକ ଉପାୟ ଜଣାଥିବା ନିହାତି ଆଵଶ୍ୟକ।ଆମେ ସେ ଉଷୁମ କ୍ଷୀରରେ ଦୁଇ ଚାମୁଚ ମହୁ ପକେଇ ସାରିବା ପରେ ଆମେ ତାକୁ ବହୁତ ଭଲ ଭାବରେ ଚାମୁଚ ସାହାଯ୍ୟରେ ଗୋଳେଇ ନେବା।
ଆପଣ ଧ୍ୟାନ ରଖିବେ ଆପଣ ଗୋଳେଇ ସାରିବା ପରେ ବା ଗୋଳେବାର ସଙ୍ଗେସଙ୍ଗେ ଏହି ପାନୀୟକୁ ପିଇବାର ଅଛି କାରଣ ଯଦି ଏହା ମଧ୍ୟରେ ଗୋଳା ହୋଇଥିବା ମହୁ ତଳେ ବସି ଗଲେ ଏହାର କୌଣସି ଲାଭ ରହିବ ନାହିଁ ବା ଏହା ଆପଣଙ୍କ ଶରୀରକୁ ଯେମିତି ଫଳ ଦେବା କଥା ସେମିତି ଦେବ ନାହିଁ।ଏହି ପାନୀୟକୁ ଆପଣ ସବୁଦିନ ସକାଳୁ ନିଜ ନିତ୍ୟକର୍ମ ସାରିବା ପରେ ଖାଲି ପେଟରେ ଏହାର ସେବନ କରିବାର ଅଛି।ଆପଣ ଏହାକୁ ପିଇବାର ୭ ଦିନ ଭିତରେ ଆପଣଙ୍କ ଉପରେ ଏହାର ପ୍ରଭାବ ଦେଖାଦେବ ଓ ଏହାକୁ ନିୟମିତ ୨ ମାସ ପର୍ଯ୍ୟନ୍ତ ବ୍ୟବହାର କରିବେ।