November 22, 2024

Odia Express

Here, There and Everywhere

କଲେକ୍ଟର ଡ୍ରାଇଭର୍ କୁ ରିଟାୟାର୍ଡ଼ ଦିନ ବନାଇଦେଲେ ଗୋଟେ ଦିନର କଲେକ୍ଟର ,ଜାଣନ୍ତୁ କଣ ହେଲା ତାପରେ …

ଜୀବନ ସାରା କାହାର ସେବାରେ ଲାଗି ରହିବା ଗୋଟେ କାମକୁ କରି ପୁରା ଜୀବନ ନିଜ ଚାକିରି ଜୀବନ ଅତିବାହିତ କରିଦେବା ସହଜ ହୋଇନଥାଏ , ଖାସ୍ କରି ଯେଉଁଥିରେ ପ୍ରମୋଶନ୍ ହୋଇନଥିବ,  କିନ୍ତୁ ଟିକିଏ ଭାବନ୍ତୁ ସେମିତି ଯଦି ବ୍ୟକ୍ତି ରିଟାୟର୍ଡମେଣ୍ଟ ଦିନ ଡ୍ରାଇଭର୍ ରୁ ସିଧା କଲେକ୍ଟର ହୋଇଯିବ , ତେବେ ଏମିତି ମଉକା କେହି ବି ଆଶା କରିନଥିବେ , କଣ ହେବ ଯାହା ପାଖରେ ଚାକିରି କରୁଥିବେ ଓ ସେହି ବ୍ୟକ୍ତି ଆପଣଙ୍କ ଚାକର ହୋଇଯିବ , ହଁ ଏମିତି କିଛି ହୋଇଛି , ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ , ଯେଉଁଠି ଜଣେ ଡିଏମ୍ ଶ୍ରୀକାନ୍ତ ନିଜ ଡ୍ରାଇଭର୍ ଦିଗମ୍ବରକୁ ଡ୍ରାଇଭର୍ ରେ ରଖିଥିଲେ , କିନ୍ତୁ ଦିନେ ସେ ଡ୍ରାଇଭର୍ କୁ ପଛ ସିଟ୍ ରେ ବସାଇ ତାର କାମ ମାନେ ଡ୍ରାଇଭର୍ ସାଜିଥିଲେ,  ଏହା ଦେଖି ଡ୍ରାଇଭର୍ ଦିଗାମ୍ବରଙ୍କ ଆଖିରୁ ଲୁହ ଚାଲି ଆସିଥିଲା,  ଯାହାପରେ କଲେକ୍ଟରଙ୍କୁ ଏହି ଅନ୍ଦାଜରେ ସବୁ ଆଡେ ଚର୍ଚ୍ଚା ହେଉଛି , ଯେମିତି ବିଦାୟୀ ଦିଗାମ୍ବରକୁ ମିଳିଲା , ଏମିତି ବିଦାୟୀର ଆଶାରେ କେଉଁ ସରକାରୀ ଡ୍ରାଇଭର୍ ନିଜ ସ୍ୱପ୍ନରେ ଏହା ଭାବିନଥିବ ।

କଲେକ୍ଟର ନିଜେ ଦିଗାମ୍ବରଙ୍କ ଘରେ ଯାଇକହିଲେ କି ଆଜି ତୁମେ ମୋର ଗାଡିର ଷ୍ଟିଅରିଙ୍ଗ୍ ସଂମ୍ଭାଳିବ ନାହିଁ , ଆଜି ତୁମ ସିଟ୍ ମୁଁ ବସିବି , ଓ ମୁଁ ନିଜେ ଡ୍ରାଇଭିଙ୍ଗ୍ କରିବି , ଆଜି ତୁମର ରିଟାୟର୍ଡମେଣ୍ଟ ଅଛି , ଆଜି ମୋର ତୁମର ପାଇଁ ଡ୍ରାଇଭିଙ୍ଗ୍ କରିବାକୁ କହୁଛି ।ଏହାପରେ ଡିଏମ୍ ନିଜ ନୀଳ ବତି କାର୍ କୁ ଫୁଲରେ ସଜାଇଲା , ଯେପରି କେଉଁ ବାହାଘର ବରଅ ଗାଡି ପରି ସଜାଯାଏ , ଓ ନିଜେ ଡ୍ରାଇଭିଙ୍ଗ୍ କରୁଥିବା ପରି ପହଞ୍ଚିଲେ , ଗାଡିକୁ ଏପରି ସଜ୍ଜା ହୋଇଥିବା ଦେଖି ଦିଗାମ୍ବରର ପରିବାର ଲୋକଙ୍କୁ କିଛି ବୁଝାପଡିଲା ନାହିଁ , କିନ୍ତୁ ଯେପରି ଜଣାପଡିଲା କି ଡିଏମ୍ ନିଜେ ତାଙ୍କୁ ନେବାପାଇଁ ଆସିଛନ୍ତି ତେବେ ତାଙ୍କର ଖୁସିର ଠିକଣା ଆଉ ରହିଲା ନାହିଁ

ପୁରା ପରିବାର ଖୁସିରେ ନାଚି ଉଠିଲା , ବହୁତଦିନ ହେଲା ତୁମେ ମୋର ସେବା କରି ଆସିଛ ଆଜି ତୁମର ଚାକିରିର ଶେଷ ଦିନ ଅଟେ ସେଥିପାଇଁ ତୁମକୁ ମୁଁ ନେବାକୁ ଆସିଛି ଏହା କହିଥିଲେ ଡୀଏମ୍ ସାହେବ , ଡ୍ରାଇଭର୍ ଏତିକି ଶୁଣିକରି ଡିଏମ୍ ଙ୍କ ସାମ୍ନାରେ ହାତ ଯୋଡି ଦେଲା,  ଓ କହିଲା ସାହେବ ଏତିକି ମୋର ଓକାତ୍ ନାହିଁ , ମୋତେ ଏତେ ସମ୍ମାନ ଦିଅ ନାହିଁ , କିନ୍ତୁ ଡିଏମ୍ ସାହେବ ମନରେ ଭାବିନେଇଥିଲେ,  ଡ୍ରାଇଭର୍ ଦିଗମ୍ବରଙ୍କୁ ଡିଏମ୍ ଙ୍କ ଜିଦ୍ଧ ଆଗରେ ମଥା ନୁଆଁଇବାକୁ ପଡିଲା ,

ଡିଏମ୍ ସାହେବ ଦିଗାମ୍ବରକୁ ନେଇ ଅଫିସ୍ ରେ ପହଞ୍ଚିଲେ ତ ଅଫିସ୍ ରେ ବାକି ଅଧିକାରି ଏହା ଦେଖି ଚକିତ ହୋଇଗଲେ,  କାରଣ କାର୍ ଫୁଲରେ ସଜ୍ଜା ହୋଇଥିଲା  ଓ ନିଜେ ଗାଡି ଡିଏମ୍ ସାହେବ ଚଲାଉଥିଲେ,  ଯେବେ ଡ୍ରାଇଭର୍ ପଛରେ ବସିଥିଲା,  ଯାହାର ଗେଟ୍ ସ୍ୱୟଂ ନିଜେ ଡିଏମ୍ ସାହେବ ଖୋଲିଲେ , ଡିଏମ୍ ସମସ୍ତଙ୍କ ଅଭିବାଦନ କରିବାପରେ କହିଲେ କି ଆଜି ଦିଗାମ୍ବରଜୀ ସରକାରୀ ସେବାର ଶେଷ ଦିନ ଅଟେ, ସେଥିପାଇଁ ମୁଁ ଭାବିଲି କି ଆଜି ମୁଁ ତାଙ୍କୁ କିଛି ଉପହାର ଦେବି ।

ଡିଏମ୍ ଶ୍ରୀକାନ୍ତ କହିଲେ ଦିଗାମ୍ବର ସବୁବେଳେ ସରକାରୀ ଅଫିସରଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥାଏ , ନିଜ ପରେ ଡ୍ରାଇଭର୍ ହିଁ ଅଧିକାରୀଙ୍କ ବିଶ୍ୱାସୀ ହୋଇଥାଏ , ଏମିତିରେ ତାଙ୍କ ପାଇଁ ସ୍ମରଣୀୟ ଉପହାର ପାଇବାର ତାଙ୍କୁ ହକ୍ ଥିଲା<  କଲେକ୍ଟର୍ ଶ୍ରୀକାନ୍ତ ଏତେ ବଡ ସମ୍ମାନ ମିଳିବାପରେ ଡ୍ରାଇଭର୍ ଦିଗାମ୍ବର କହିଲେ କି ସେ ୩୫ ବର୍ଷ ଚୟସର ଚାକିରି ଜୀବନରେ ପ୍ରାୟ ୧୮ ଜିଲ୍ଲାର କଲେକ୍ଟରଙ୍କ ଗାଡି ଚଲାଇଛନ୍ତି , ସବୁ ଭଲ ଥିଲେ,  କିନ୍ତୁ ଯେଉଁ ମାନ ସମ୍ମ୍ନାନ ଶ୍ରୀକାନ୍ତ ସାର୍ ଦେଇଛନ୍ତି ତାହା ବିଷୟରେ କେବେ ଭାବିପାରିବି ନାହିଁ ।

Leave a Reply

Your email address will not be published. Required fields are marked *