November 23, 2024

Odia Express

Here, There and Everywhere

ସୁନ୍ଦର କାହାଣୀ – ସମସ୍ତଙ୍କୁ ନିଜ ଦାୟିତ୍ୱର ଅନୁଭୁତି ହେବା ଜରୁରୀ ଅଟେ , ବିନା ପରିଶ୍ରମରେ ସଂସାରରେ କିଛି ବି ପ୍ରାପ୍ତି ହୁଏ ନାହିଁ…

ଗୋଟେ ସହରରେ ଜଣେ ବ୍ୟବସାୟୀ ଥିଲେ , ତାଙ୍କ ପାଖରେ ବହୁତ ସାରା ଧନ ଥିଲା,  ଏତେ ସାରା ଧନ ସେ ନିଜ ପରିଶ୍ରମରୁ ପାଇଥିଲେ , ତାଙ୍କ ସ୍ତ୍ରୀ ଓ ଛୁଆ ବି ତାଙ୍କ ସହ ରହୁଥିଲେ , ତାଙ୍କ ପୁଅ ପଢି ଲେଖିକରି ବଡ ହୋଇସାରିଥିଲା , କିନ୍ତୁ ବାପାଙ୍କ ବିଜନେସ୍ ରେ ନା ସାହାଯ୍ୟ କରିପାରୁଥିଲା ନା ନିଜ ପସନ୍ଦର କିଛି କାମ କରିପାରୁଥିଲା , ସେ ଦିନ ଯାକ ନିଜ ବାପାଙ୍କର ଆୟରେ ଜୀବନ ଅତିବାହିତ କରୁଥିଲା, ବ୍ୟବସାୟୀ ଭାବିଲେ କି ଯଦି ମୋର ଆୟ ଏପରି ଉଡାଇ ଚାଲିଥିବ ତେବେ ତାକୁ ପଇସାର ମୁଲ୍ୟ ଜଣାପଡିବ ନାହିଁ , ଏହାକୁ ମୋତେ ତାକୁ ବୁଝାଇବାକୁ ପଡିବ ।

ଦିନେ ବ୍ୟବସାୟୀ ଜଣଙ୍କ ନିଜ ପୁଅକୁ ଡକାଇଲେ , ଓ କହିଲେ କି ଆଜି ତୁମେ ବଜାର ଯାଇକରି ଆସ, ଓ ଯାହା କମେଇବ ତାହା ମୋତେ ସଂନ୍ଧ୍ୟା ସୁଦ୍ଧା ଆଣିକରି ଦେବ,  ଆଜି ତୋତେ ଘରେ ରହିବାର କିଛି ବି ହକ୍ ନାହିଁ , ବାପାଙ୍କ କଥା ଶୁଣି ପୁଅ ଡରିଗଲା  ସେ ଭାବିଲା କି ବାପା କେବେ ତ ରାଗନ୍ତି ନାହିଁ କିନ୍ତୁ ଆଜି ସେ ଗାଳି କରୁଛନ୍ତି କିଛି ତ କରିବାକୁ ହେବ , ସେ ସାଙ୍ଗେ ସାଙ୍ଗେ ଯାଇକରି ଏହି କଥା ନିଜ ମାଙ୍କୁ କହିଦେଲା , ମା ତାକୁ ଏକ ସୁନାର ପଇସା ଦେଲେ , ଯେବେ ବାପା ସଂନ୍ଧ୍ୟାକୁ ଫେରିଲେ ତେବେ ମା ଦେଇଥିବା ପଇସା ପୁଅ ବାପାଙ୍କୁ ଧରାଇଦେଲା ।

ବାପା ବୁଝିଗଲେ କି ଏହା କମେଇଥିବା ପଇସା ନୁହେଁ ମୋର ସ୍ତ୍ରୀ ହିଁ ଏହି ପଇସା ଦେଇଛନ୍ତି , ସେ ପୁଅକୁ କିଛି କହିଲେ ନାହିଁ , କେବଳ ଏତିକି କହିଲେ କି ଏହି ପଇସା ନେଇକରି କୁଅରେ ପକାଇଦେ । ପୁଅ ସେପରି ହିଁ କଲା , ବ୍ୟବସାୟୀ ନିଜ ସ୍ତ୍ରୀକୁ ତା ବାପଘରକୁ ପଠାଇଦେଲେ , ତାପରେ ପୁଅକୁ କହିଲେ କି ତୁମେ କମାଇକରି ଆଣିବାର ଅଛି , ନହେଲେ ଘରୁ ବାହାର କରିଦିଆଯିବ । ଏହିଥର ପୁଅ ସବୁ କଥା ନିଜ ଭଉଣୀକୁ କହିଦେଲା , ଭଉଣୀଟି ନିଜ ଜମା କରିଥିବା ସବୁ ପଇସା ଭାଇକୁ ଦେଇଦେଲା , ସଂନ୍ଧ୍ୟାରେ ଯେବେ କାମରୁ ଫେରିଲେ ତେବେ ଭଉଣୀ ଦେଇଥିବା ପଇସା ବାପାଙ୍କୁ ଦେଇଦେଲା , ବାପା କହିଲେ ଏହାକୁ ବି କୁଅରେ ପକାଇଦେ , ଓ ପୁଅ ବି ସେଇଆ କଲା , ବ୍ୟବସାୟୀ ବୁଝିଗଲା କି ଆଜି ବି ଏହି ପଇସା କାହାଠାରୁ ଉଧାର ନେଇଛି , ଏଥିପାଇଁ ସେ ଝିଅକୁ ନିଜ ମା ପାଖକୁ କିଛି ଦିନ ପାଇଁ ପଠାଇଦେଲେ , ଓ ନିଜ ପୁଅକୁ କହିଲେ କି ତୋତେ କାଲି ପୁଣି କିଛି କମାଇକରି ନେଇଆସିବାକୁ ହେବ ।

ଏବେ ତାଙ୍କ ପୁଅ ପାଖରେ ଆଉ କିଛି ବାଟ ନଥିଲା,  ସେ ବୁଝିଗଲା କି ତାକୁ ପରିଶ୍ରମ କରିବାକୁ ହେବ , ଆଗାମୀ ଦିନ ସେ ସକାଳୁ ଜଲଦି ଉଠି ଦୋକାନରେ ବହୁତ ସାରା କାମ କଲା , ସଂନ୍ଧ୍ୟାରେ ବାପା ଆସିବା ସମୟରେ ସେ ଯେତେ ପଇସା କମାଇଥିଲା ସେ ବାପାଙ୍କୁ ଦେଇଦେଲା,  ତାପରେ ବାପା କହିଲେ ଏହାକୁ କୁଅରେ ପକାଇଦିଅ , ପୁଅକୁ ରାଗ ଆସିଗଲା , ସେ କହିଲା ବାପା ତୁମେ ଏପରି କେମିତି କହିପାରୁଛ ,ମୁଁ ସକାଳୁ ଏତେ ପରିଶ୍ରମ କରି ପଇସା କମାଇଛି , ଆପଣ କହୁଛନ୍ତି କି ଏହି ପଇସାକୁ କୁଅରେ ପକାଇଦେବି , ମୋର ପରିଶ୍ରମର ଧନ ଅଟେ ।

ବ୍ୟବସାୟୀ କହିଲେ ଏବେ ତୁମକୁ ବୁଝାପଡିଲା କି ପରିଶ୍ରମରୁ ଅର୍ଜିତ କରିଥିବା ପଇସା କୁଅରେ ପକାଇଲେ କେମିତି ଲାଗେ , ମୁଁ ଯେତେ ବି ପରିଶ୍ରମ କରି ପଇସା କମାଏ , ତୁ ବିନା କିଛି ଭାବିଚିନ୍ତି ତାକୁ ଉଡାଇଦେଉ , ଏବେ ନିଜ ଭୁଲ୍ ର ପଶ୍ଚାତାପ ତାଙ୍କ ପୁଅ କରିସାରିଥିଲା , ଓ ସେ ନିଜ ବାପାଙ୍କୁ କଥା ଦେଲା କି ଆଜି ଦିନ ଠାରୁ ସେ କେଉଁ ଫାଲତୁ ଖର୍ଚ୍ଚ କରିବ ନାହିଁ , ଓ ବାପାଙ୍କ ବିଜନେସ୍ ରେ ସାଥି ହୋଇ କାମ କରିବ , ଆମକୁ ଏହି କାହାଣୀରୁ ଏହା ଶିକ୍ଷା ମିଳେ କି ପଇସାର ମୁଲ୍ୟ ଆମକୁ ତେବେ ଜଣାପଡେ ଯେବେ ଆମେ ତାହାକୁ ନିଜେ କମାଇଥାଉ ।

Leave a Reply

Your email address will not be published. Required fields are marked *