November 22, 2024

Odia Express

Here, There and Everywhere

ଆସନ୍ତୁ ଜାଣିବା ଥାଇରଏଡ଼ ସମୟରେ କେଉଁ ପାଞ୍ଚଟି ଜିନିଷ ଖାଇବା ବର୍ଜନ କରିବା ଆବଶ୍ୟକ..

1 min read

ସାଙ୍ଗମାନେ ଯଦି ଆପଣଙ୍କୁ କୌଣସି ପ୍ରକାରର ଥାଇରଏଡ଼ ଅଛି ଯେମିତିକି ହାଇପୋଥାଇରଏଡ୍ ହେଉ ବା ହାଇପଏର ଥାଇରଏଡ଼ ହଉ ଆପଣଙ୍କୁ ମନକରି ଏ ପାଞ୍ଚଟି ଜିନିଷ ଭୁଲରବି ଖାଇବେ ନାହିଁ କାରଣ ଏହା ଆପଣଙ୍କ ଥାଇରଏଡ଼ ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ।ଏହି ୫ ଟି ଜିନିଷକୁ ଖାଇବା ଦ୍ୱାରା ଔଷଧର ପ୍ରଭାବ ମଧ୍ୟ କମି ଯାଇଥାଏ।ଥାଇରଡ଼ ଆଜି ଗଳାରେ ଉପସ୍ଥିତ ଏକ ଛୋଟ ଗ୍ରନ୍ଥି ହୋଇଥାଏ,ଯାହା ନିଶ୍ୱାସ ନବା ନଳୀ ଉପରେ ଗୁଡେଇ ହୋଇଥାଏ।ଏଥିରୁ ହରମୋନ ବାହାରି ଥାଏ ଯାହା ଶରିରର ବିକାଶ ଓ କାମ କାର୍ଯ୍ୟକୁ ପ୍ରଭାବିତ କରିଥାଏ।ଏହି ଗ୍ରନ୍ଥି ଆୟୋଡିନର ବ୍ୟବହାର କରି ହରମୋନ ପ୍ରସ୍ତୁତ କରିଥାଏ।ଥାଇରକ୍ସିନ ଭଳି ହରମୋନ ମଧ୍ୟ ସେ ଗ୍ରନ୍ଥି ବାହାର କରିଥାଏ ଏହାକୁ ଟି ୪ କୁହାଯାଏ,ଏହା ଶରୀର ଭିତରକୁ ଯାଇ ଟି ୩ ରେ ପରିଣତ ହୋଇଥାଏ।

ଯଦି ଆପଣଙ୍କ ଶରୀରରେ ଥାଇରଏଡ଼ ହରମୋନ କମ ସୃଷ୍ଟି ହୋଇଥାଏ ତେବେ ତାକୁ ହାଇପୋଥାଇରଏଡ଼ କୁହାଯାଏ।ଆଉ ଯେତେବେଳେ ଅଧିକ ହରମୋନ ସୃଷ୍ଟି ହୋଇଥାଏ ତାକୁ ହାଇପରଥାଇରଏଡ଼ କୁହାଯାଏ।ଯଦି ଆପଣଙ୍କ ଶରୀରର ରକ୍ତରେ ଅଧିକ ମାତ୍ରରେ ଟି.ଏସ.ଏଚର ମାତ୍ରା ଅଧିକ ଥାଏ ତାହେଲେ ଜାଣିବା ଶରୀରରୁ ହରମୋନର ମାତ୍ରା କମ ଉତ୍ପାଦନ ହେଉଛି।ଯଦି ଟି.ଏସ.ଏଚର ମାତ୍ରା କମ ବାହାରିଥାଏ ତାହେଲେ ଶରୀରରେ ହରମୋନ ଅଧିକ ଉତ୍ପାଦନ ହେଉଛି।

ଶରୀରରେ ଟି.ଏସ.ଏଚର ମାତ୍ରା ୦.୨୭-୪.୨ ୟୁଏଲ୍ୟୁ/ଏମଏଲ ହୋଇଥାଏ।ଯଦି ଆପଣଙ୍କ ହାଇପୋଥାଇରଏଡ଼ ଥାଏ ତାହେଲେ ଆପଣଙ୍କ ହଜମ ପ୍ରକ୍ରିୟା ଧିମା ହୋଇଯିବ,ଓଜନ ବଢିବ,ଶିଘ୍ର ହାଲିଆ ହୋଇଯିବେ,ଉଦାସୀନତା ଲାଗିବ,ଶୀତ ଲାଗିବ,ଜ୍ଵର ଶିଘ୍ର ହୋଇଯିବ।କୋଲେଷ୍ଟ୍ରୋଲ ମାତ୍ରା ବଢିଯିବ।ଗର୍ଭବତୀ ହେବାରେ ଅସୁବିଧା ହେବ ଓ ସେ ଛୁଆ ୯ ମାସ ପୂର୍ବରୁ ଜନ୍ମ ହୋଇଯିବ।ଚୁଟି ପତଳା ହୋଇଯିବ ଝଡ଼ିବାକୁ ଲାଗିବ।ମାସିକ ଶ୍ରାବରେ ଅସୁବିଧା ଆସିପାରେ,ବ୍ୟବହାର ବଦଳି ପାରେ।

କୋଷ୍ଠକାଠିନ୍ୟ ଭଳି ସମସ୍ୟା ହୋଇପାରେ,କିଛି କରିବାକୁ ଇଛା ହୁଏନି ମାଂସ ପେଶୀରେ ବିନ୍ଧା ବିନ୍ଧି ହେବ।ଯଦି ଆପଙ୍କୁ ହାଇପରଥାଇରଏଡ଼ ଭଳି ସମସ୍ୟା ଦେଖାଯାଏ ଆପଣଙ୍କ ପାଚନ ଶକ୍ତି ବଢି ଯାଏ,ଓଜନ କମିଯାଏ,ଶରୀରର କୌଣସି ଅଙ୍ଗ ଅଣଆୟତ ହୋଇ ପାରେ।ଅସ୍ତବ୍ୟସ୍ତ ଲାଗିବ,ହୃଦ ସ୍ପନ୍ଦନ ବଢି ପାରେ।ଗରମ ବେଶି ଲାଗେ,ଝାଳ ବେଶି ଆସେ,ବହୁତ ସମୟ ପରିଶ୍ରା ଲାଗେ।ଏହି ଭଳି ସମସ୍ୟା ମାନ ଦେଖାଯାଏ।

ଆସନ୍ତୁ ଜାଣିବା ସେ ୫ ଟି ଜିନିଷ ବିଷୟରେ:-

୧.ଗାଇଟ୍ରୋଜେନ୍ସ-ଏଗୁଡିକ ଏମିତି ତତ୍ୱ ହୋଇଥାଏ ଯାହା ଥାଇରଏଡ଼ ଗ୍ରନ୍ଥିର କାର୍ଯ୍ୟକଳାପରେ ବାଧା ଉତତ୍ପନ୍ନ କରାଇ ଥାଏ।ଏହି ଗୋଇଟର ଶବ୍ଦ ସହ ମିଶ୍ରିତ ଅଛି ଏହା ଥାଇରଏଡ଼ ଗ୍ରନ୍ଥିର ଗୋଟେ ରୋଗ ଅଟେ।ଯେଉଁଥିରେ ଥାଇରଏଡ଼ ଗ୍ରନ୍ଥିର ଆକାର ବୃଦ୍ଧି ପାଇଥାଏ।ଯେମିତିକି ଆପଣ କଣ ନଖାଇବେ ସୋୟାବିନ,ପତ୍ରକୋବି,ଫୁଲକୋବି,ପାଲଙ୍ଗ ଓ ବାଦାମ ଇତ୍ୟାଦି।ହାଇପୋଥାଇରଏଡ଼ ଥିବା ଲୋକଙ୍କୁ ଏ ସବୁ ଅଳ୍ପ ମାତ୍ରରେ ଖାଇବା ଆଅଵଶ୍ୟକ।

୨.କ୍ୟାଫିନ:-ଚା,କଫି,ସବୁଜ ଚା ଏହି ଭଳି ଜିନିଷ ବହୁତ ଲୋକଙ୍କର ଅଭ୍ୟାସ ଥାଏ।ଆପଣ ଔଷଧ ଖାଇବା ପୂର୍ବରୁ କିମ୍ବା ଖାଇବାର ୧ ଘଣ୍ଟା ଭିତରେ ଏ ସବୁ ଜିନିଷର ସେବନ କରୁଛନ୍ତି ତାହେଲେ ଆପଣଙ୍କ ଔଷଧ ଖାଇବାର କୌଣସି ଲାଭ ରହିବ ନାହିଁ।ଏହି ପରି କରିବା ଦ୍ୱାରା କୌଣସି ଦିନ ଆପଣଙ୍କ ଶରୀରରେ ଥାଇରଏଡ଼ର ମାତ୍ରା ଅଧିକବା କମ ହୋଇଯାଇଥାଏ।

୩.ଆୟୋଡିନ ବା ଲୁଣ-ଲୁଣ ଖାଇବା ଆଵଶ୍ୟକ ଓ ଖାଇବା ଅନାଵଶ୍ୟକବି।ଏହା ଆପଣଙ୍କ ଶରୀର ଉପରେ ନିର୍ଭରଶୀଳ ଅଟେ ଆପଣ କେତେ ଖାଇବା ଦରକାର ବା କେତେ ନୁହେଁ।ଥାଇରଏଡ଼ ଗ୍ରନ୍ଥି ପାଇଁ ଶରିରରେ ଆୟୋଡିନର ହବା ଆଵଶ୍ୟକ ଥାଏ।ଥାଇରଏଡ଼ ଗ୍ରନ୍ଥି ଆୟୋଡିନର ବ୍ୟବହାର କରି ହିଁ ଥାଇରଏଡ଼ ହରମୋନ ନିର୍ମାଣ କରିଥାଏ।ଆୟୋଡିନ ଅଭାବରୁ ଶରୀରରେ ଥାଇରଏଡ଼ ଗ୍ରନ୍ଥି ଫୁଲି ଯାଏ ଏହାକୁ ଗଳଗଣ୍ଡ ରୋଗ ବୋଲି କୁହାଯାଏ।ଶରୀରରେ ଆୟୋଡିନର ମାତ୍ରା ୧୦୦-୨୦୦ ଏମ ସି/ଏଲ ଭିତରେ ହେବା ଆଵଶ୍ୟକ।ଆପଣ ନିଜ ପରିଶ୍ରା ପରୀକ୍ଷା କରେଇ ଶରୀରରେ ଥିବା ଆୟୋଡିନ ବିଷୟରେ ଆପଣ ଜାଣି ପାରିବେ।ଆଯୋଡିନ କମ ଥିଲେ ଆପଣ ମାଛ,ଅଣ୍ଡା ଓ ଆୟୋଡିନ ଯୁକ୍ତ ଲୁଣ ଖାଇ ପାରିବେ।

୪.ରିଫାଇଣ୍ଡ ତେଲ ବା ବିଶୋଧିତ ତେଲ:-ଏହାକୁ ସେବନ ଦ୍ୱାରା ଶରୀରରେ ବିଶାକ୍ତ କାରୀ ପଦାର୍ଥର ମାତ୍ରା ବଢି ଯାଇଥାଏ।ଏଗୁଡ଼ିକୁ ଫ୍ରି ରେଡିକାଲ କୁହନ୍ତି।ଏହି ଫ୍ରି ରେଡିକାଲ କାରଣରୁ ଶରୀରର କୋଶ ଶୀଘ୍ର ମରିଯାଏ।ଏହା ଥାଇରଏଡ଼ ହେବାର କାରଣ ହୋଇଥାଏ।ଏହି ତେଲ ଥାଇରଏଡ଼ ହରମୋନକୁ ସମ୍ପୂର୍ଣ୍ଣ ଶରୀରରୁ ପହଁଚିବାରେ ଅଟକେଇ ଥାଏ।

Leave a Reply

Your email address will not be published. Required fields are marked *