June 22, 2025

Odia Express

Here, There and Everywhere

ଚାଣକ୍ୟ ନୀତି – ଧନବାନ ହେବାକୁ ଚାହଁନ୍ତି ତେବେ କରନ୍ତୁ ନାହିଁ ଏହି ଭୁଲ…

ଧନ ଜୀବନ ନିର୍ବାହ କରିବା ପାଇଁ ବହୁତ ଉପଯୋଗୀ ଅଟେ। ମନୁଷ୍ୟ ର ବଞ୍ଚିବା ପାଇଁ ଯେପରି ଖାଦ୍ୟପେୟ ର ଆବଶ୍ୟକତା ରହିଛି ସେହିପରି ଧନ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଭବିଷ୍ୟରେ ଅସୁବିଧାର ସମ୍ମୁଖୀନ ନହେବାକୁ ପଡ଼ିବ ବୋଲି ମଣିଷ କିଛି ଧନ ସଞ୍ଚୟ କରି ରଖିଥାଏ।ମନୁଷ୍ୟ ସବୁବେଳେ ଯାହା ଆଶା କରେ ତାହା ଅନେକ ସମୟରେ ପୂରଣ ହୁଏ ନାହିଁ। କିଛି ମଣିଷ ନିଜ ଜୀବନ କୁ ଆଡ଼ମ୍ବର ରେ ବିତେଇଥାନ୍ତି। ଆଉ କିଛି ନିଜ ଜୀବନରେ ଯେତେ ପରିଶ୍ରମ କଲେ ମଧ୍ୟ ଅଧିକ ଧନ ଉପାର୍ଜନ କରି ପାରନ୍ତି ନାହିଁ। ତେବେ ଆଚାର୍ଯ୍ୟ ଚାଣକ୍ୟ ନିଜ କୌଟିଲ୍ୟ ଅର୍ଥଶାସ୍ତ୍ର ରେ ଏଭଳି ଅନେକ ଉପଦେଶ ଦେଇଛନ୍ତି ଯାହା କୁ ସଠିକ ଭାବେ ପାଳନ କରୁଥିବା ବ୍ୟକ୍ତି ଜୀବନରେ ସଫଳ ହେବା ସହ ବଡ଼ ଲୋକ ନିଶ୍ଚିତ ହୋଇପାରିବ।

ଯେତିକି ରୋଜଗାର କରୁଛନ୍ତି ସେତିକରେ ସନ୍ତୁଷ୍ଟ ଲାଭ କରନ୍ତୁ – ଅଧିକ ଟଙ୍କା ରୋଜଗାର ପାଇଁ ଯଦି ଆପଣ ଚିନ୍ତା କରିବେ ଏହା ଦ୍ୱାରା ମାନସିକ ଅଶାନ୍ତି ବୃଦ୍ଧି ହେବ। କେବେ ହେଲେ ଅନ୍ୟର ରୋଜଗାର ଦେଖି ନିଜ ମସ୍ତିଷ୍କ ଖରାପ କରନ୍ତୁ ନାହିଁ କିମ୍ବା ଇର୍ଷା କରନ୍ତୁ ନାହିଁ। ଏହାଦ୍ୱାରା ନିଜର ହିଁ କ୍ଷତି ହୁଏ।

ଆୟ ଅପେକ୍ଷା ବ୍ୟୟ କମ୍ କରନ୍ତୁ – ଅଧିକ ସଞ୍ଚୟ ଏବଂ ଖର୍ଚ୍ଚ କମ କରନ୍ତୁ। ନିଜ ର ଗୋଟିଏ ଲକ୍ଷ ବନାନ୍ତୁ। ସଞ୍ଚୟ ର ଏକ ଲକ୍ଷ ଆପଣଙ୍କୁ ସଫଳ ବନେଇ ପାରେ। ସୀମାରେ ରହି ଧନ ଉପାର୍ଜନ କରନ୍ତୁ।

ଭବିଷ୍ୟ ପାଇଁ ସଞ୍ଚୟ କରନ୍ତୁ – ସଞ୍ଚୟ କରିବା ନିହାତି ଜରୁରୀ ଅଟେ। କେବେ ମହାମାରୀ,ଭୂକମ୍ପ,ବାତ୍ୟା,ମରୁଡି ଦୁର୍ଭିକ୍ଷ ଆସିପାରେ ଏହା ର ମୁକାବିଲା ପାଇଁ କିଛି ଧନ ସଞ୍ଚୟ ନିଶ୍ଚୟ କରନ୍ତୁ।

ଭୁଲ ମାର୍ଗରେ ଧନ ଅର୍ଜନ କରନ୍ତୁ ନାହିଁ – କେବେ ମଧ୍ୟ ଧନ ଉପାର୍ଜନ କରିବା ଲୋଭରେ ଭୁଲ ମାର୍ଗ କୁ ବାଛନ୍ତୁ ନାହିଁ। ଯାହା ଦ୍ୱାରା କି ଆପଣଙ୍କ ସମ୍ମାନ ଉପରେ ଆଚ ଆସିବ। କାରଣ ଧନ ଥରେ ଚାଲିଗଲେ ଆପଣ କମେଇ ପାରିବେ କିନ୍ତୁ ସମ୍ମାନ ନୁହେଁ।

ବ୍ୟବସାୟ ରେ କାହାକୁ ଧୋକା ଦିଅନ୍ତୁ ନାହିଁ – କେହି ଯଦି ଆପଣଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛି ତେବେ ତାକୁ ପ୍ରାପ୍ୟ ନିଶ୍ଚୟ ଦିଅନ୍ତୁ। ଖୁସିରେ ଅଧିକ ଦେଇ ଦିଅନ୍ତୁ ପଛେ କମ କେବେ ହେଲେ ଦିଅନ୍ତୁ ନାହିଁ। ଅନାଦର କରିବା କିମ୍ବା ଧୋକା ଦେବା ଦ୍ୱାରା ଭବିଷ୍ୟତ ରେ ଆପଣଙ୍କର ହିଁ କ୍ଷତି ହୁଏ।

ଲାଭ କ୍ଷତିରେ ଖୁସି କିମ୍ବା ଦୁଃଖ ହୁଅନ୍ତୁ ନାହିଁ – କେବେ ଯଦି ଅଧିକ ଲାଭ ହୁଏ। ଖୁସି ହୋଇ ସବୁଆଡେ ପ୍ରଚାର କରନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କ ଉପରେ ବିପଦ ଆସିଯାଏ। ଆପଣଙ୍କ ପ୍ରତିଦ୍ବନ୍ଦି ଷଡଯନ୍ତ୍ର ଆରମ୍ଭ କରିଦିଅନ୍ତି।

ସାହସ ନକଲେ ବ୍ୟବସାୟ ରେ ଲାଭ ମିଳେନି – କିଛି ପାଇବାକୁ ହେଲେ କିଛି ହରାଇବାକୁ ହୁଏ। ବ୍ୟବସାୟରେ ଯଦି ଲାଭ ଚାହଁନ୍ତି ତେବେ କିଛି ଟଙ୍କା ଲଗାଇବା ର ସାହସ କରନ୍ତୁ। ଡରିବା ଦ୍ୱାରା ସେହି ଲାଭ ଆଉ କେହି ନେଇଯାଏ।

Leave a Reply

Your email address will not be published. Required fields are marked *