ମଣିଷର ସବୁଠାରୁ ବଡ ଶତ୍ରୁ ତାର ଅହଂକାର ହୋଇଥାଏ ,ଯେତେ ଜଲଦି ହୋଇପାରିବ ତାହାକୁ ତ୍ୟାଗ କରନ୍ତୁ – ଏହି କାହାଣୀ ନିଶ୍ଚୟ ପଢନ୍ତୁ..
ଗୋଟେ ରାଜା ବହୁତ ଅହଂକାରୀ ଥିଲା , କିନ୍ତୁ ତା ସହ ଏହି ରାଜା ଦାନ କରିବାରେ ବି ବିଶ୍ୱାସ କରୁଥିଲା , ଓ ସମୟ ସମୟରେ ଜିନିଷଗୁଡିକ ଦାନ ବି କରୁଥିଲା , ଦିନେ ରାଜା ଭାବିଲା କି କାଲି ମୋର ଜନ୍ମଦିନ ଅଛି , ଏହି ବିଷୟରେ ନିଜ ଜନ୍ମଦିବସରେ କେଉଁ ଗୋଟେ ବ୍ୟକ୍ତିର ସବୁ ଇଚ୍ଛା ପୁରା କରିବି , ରାଜାର ଜନ୍ମଦିବସରେ ରାଜମହଲରେ ବହୁତ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା , ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବାପାଇଁ ରାଜ୍ୟର ପୁରା ପ୍ରଜାକୁ ନିମନ୍ତ୍ରଣ କରାଯାଇଥିଲା , ରାଜ୍ୟର ପୁରା ପ୍ରଜା ଏକା ସାଥେ ରାଜମହଲ ଆସିକରି ରାଜାଙ୍କୁ ବଧାଇ ଜଣାଇଥିଲେ , ପ୍ରଜାର ସହ ଏକ ସାଧୁ ବି ରାଜାଙ୍କ ଜନ୍ମଦିବସରେ ବଧାଇଦେବାପାଇଁ ଆସିଥିଲେ ।
ଏହି ସାଧୁଙ୍କୁ ସାକ୍ଷାତ କରି ରାଜାଙ୍କୁ ବହୁତ ଭଲ ଲାଗିଲା, ଓ ରାଜା ଭାବିଲା କି ଏହି ସାଧୁଙ୍କ ସବୁ ଇଚ୍ଛା ପୁରା କରିଦେବି , ରାଜା ସାଧୁଙ୍କୁ କହିଲା ମୁଁ ନିଜ ଜନ୍ମଦିବସରେ କେଉଁ ଜଣେ ବ୍ୟକ୍ତିର ସବୁ ଇଚ୍ଛା ପୁରା କରିବାର ଭାବିଛି , ଓ ଏହି ଅବସର ମୁଁ ଆପଣଙ୍କ ଠାରୁ ପାଇବାକୁ ଚାହୁଁଛି , ଆପଣ ମୋତେ କୁହନ୍ତୁ ଆପଣଙ୍କୁ କଣ ଦରକାର ଅଛି , ଆପଣଙ୍କ ସବୁ ଇଚ୍ଛା ମୁଁ ପୁରା କରିଦେବି , ସାଧୁ ରାଜାଙ୍କ କଥା ଶୁଣିକରି କହିଲା ମହାରାଜ୍ ମୋତେ କିଛି ବି ଦରକାର ନାହିଁ ମୋତେ ଆପଣ ଦେଖା କରିଛନ୍ତି ଏହା ମୋ ପାଇଁ ବହୁତ କିଛି । କିନ୍ତୁ ରାଜା ସାଧୁଙ୍କ କଥା ମାନିଲା ନାହିଁ ଓ ସାଧୁଙ୍କୁ କହିଲା ଠିକ୍ ଅଛି , ଆପଣଙ୍କୁ ଏକ ଗାଁ ଦେଇଦେଉଛି ।
ଆପଣ ଏହି ଗାଁରେ ରାଜ୍ କରିବେ । ସାଧୁ କହିଲା ମହାରାଜ୍ ଏହି ଗାଁରେ ରହୁଥିବା ଲୋକଙ୍କର ଗାଁର ହକ୍ ଅଛି ଆପଣଙ୍କର ନୁହେଁ , ଏଥିପାଇଁ ଆପଣଙ୍କ ଠାରୁ ଗାଁ ନେଇପାରିବି ନାହିଁ , ରାଜା ବିଚାରରେ ପଡିଗଲେ ଏବେ ସାଧୁଙ୍କୁ କଣ ଦେବେ , ରାଜା ବହୁତ ବିଚାର କରିବାପରେ ସାଧୁଙ୍କୁ କହିଲେ କି ଆପଣ ଏହି ମହଲ ନେଇଯାଆନ୍ତୁ , ସାଧୁ କହିଲେ ମହାରାଜ୍ ଏହି ମହଲରେ ଆପଣଙ୍କ ପ୍ରଜାର ହକ୍ ଓ ମହଲର ପ୍ରଜାଙ୍କ ସଂମ୍ପତ୍ତି ଅଛି , ଏହାପରେ ରାଜା ସାଧୁଙ୍କୁ କହିଲା ଆପଣ ମୋତେ ଆପଣଙ୍କ ସେବକ ବନାଇଦିଅନ୍ତୁ । ମୁଁ ଆପଣଙ୍କ ସେବା କରିବି , ସାଧୁ ରାଜାଙ୍କୁ ନିଜ ସେବକ କରିବାକୁ ମନା କରିଦେଲା ଓ ରାଜାଙ୍କୁ କହିଲା କି ମହାରାଜ୍ ଆପଣ ଓ ଆପଣଙ୍କ ସ୍ତ୍ରୀ ଓ ଛୁଆ ଆପଣଙ୍କ ଉପରେ ଅଧିକାର୍ ଅଛି ସେହି ଅଧିକାର ମୁଁ ଛଡେଇନେଇପାରିବି ନାହିଁ , ଏଥିପାଇଁ ମୁଁ ସେବକ କରାଇପାରିବି ନାହିଁ , ଯଦି ଆପଣ କିଛି ମୋତେ ଦେବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଅହଂକାର ମୋତେ ଦାନ କରିଦିଅନ୍ତୁ ,
ଯଦି ଆପଣ ଅହଂକାର ଦାନ କରିଦେବେ ତେବେ ଆପଣଙ୍କ ଜୀବନରେ ଖୁସି ଚାଲିଆସିବ , ଅହଂକାର କାରଣରୁ ବହୁତ ସାରା ରାଜାଙ୍କର ଯେପରି ରାବଣ, କଂସ, ଦୁର୍ଯୋଧନଙ୍କ ବିନାଶ ହୋଇଥିଲା, ଓ ମୁଁ ଚାହୁଁନାହିଁ କି ଆପଣଙ୍କ ବିନାଶ ଏହି ରାଜାଙ୍କ ପରି ହେଉ , ସାଧୁଙ୍କ ଏହି କଥା ଶୁଣିକରି ରାଜା ନିଜ ଅହଂକାର ତ୍ୟାଗ କରିବାର କଥା ଦେଲା , ଓ ସାଧୁଙ୍କ ପାଦ ଛୁଇଁ ଆଶିର୍ବାଦ ନେଲା , ଏହାପରେ ରାଜା ସବୁଦିନ ପାଇଁ ନିଜ ଅହଂକାର ତ୍ୟାଗ କଲେ , ଓ ରାଜ୍ୟରେ ନିଜ ପ୍ରଜାଙ୍କ ସେବାରେ ଲାଗିପଡିଲେ, କାହାଣୀରୁ ଏହା ଶିକ୍ଷା ପାଇଲେ କି ନିଜ ଜୀବନରେ ଅହଂକାର ତ୍ୟାଗ କରିନେବା ଉଚିତ୍ , କାରଣ ଅହଂକାର ହିଁ ମନୁଷ୍ୟର ଶତ୍ରୁ ଅଟେ, ଓ ବିନାଶର କାରଣ ହୋଇଥାଏ