October 10, 2025

Odia Express

Here, There and Everywhere

ଭଗବାନ ଶ୍ରୀକୃଷ୍ଣ କହିଲେ କଳିଯୁଗ ପରେ ଏମିତି ହେବ ସତ୍ୟ ଯୁଗ – ନିଶ୍ଚୟ ପଢିନିୟନ୍ତୁ…

ଏଇଟା ଆପଣ ମାନେ ସମସ୍ତେ ଜାଣିଥିବେ କି ପୁରାଣରେ ଚାରି ଯୁଗ ବିଷୟରେ ବର୍ଣ୍ଣନା କରାଯାଇଛି ସତ୍ୟଯୁଗ ,ତ୍ରେତୟାଯୁଗ ,ଦ୍ୱାପରଯୁଗ ,କଳିଯୁଗ ।ଏ ମାନଙ୍କ ମଧ୍ୟରେ ସବୁ ଯୁଗର ନିଜ ନିଜ ବିଶେଷ୍ତା ରହିଅଛି କିନ୍ତୁ କଳିଯୁଗରେ ସେମିତି କିଛି ବିଶେଷତା ନାହିଁ ଏ ଯୁଗରେ ଚାରିଆଡେ ହିଂସା,ଲୋଭ,ଅହଂକାର,ପ୍ରତିଶୋଧ ଦେଖାଯାଇଥାଏ। | କଳିଯୁଗ ମାନବ ସମାଜ ପାଇଁ ଗୋଟେ ଅଭିଶାପ ଅଟେ ଯେଉଁଟା କି ପ୍ରତ୍ୟେକ ମଣିଷ ପାଇଁ ଅଭିଶାପ ଅଟେ। ଆପଣ ଜାଣିଛନ୍ତି କି କଳିଯୁଗର ଶେଷ କେମିତି ହେବ ତାପରେ କେଉଁ ଯୁଗ ଆସିବ । ଏ ସବୁ ଆଜି ଏଠାରେ ଜାଣିବା।

ଭାରତୀୟ ଜ୍ୟୋତିଷ ପୁରାଣରେ ସୃଷ୍ଟିର ସମ୍ପୂର୍ଣ୍ଣ କାଳ ଅବଧି ଅର୍ଥାତ ସମୟକୁ ଚାରି ଯୁଗରେ ବଣ୍ଟା ହୋଇଛି। ଏହି ଚାରିଟି ଯୁଗ ଅଟେ ,।ସତ୍ୟଯୁଗ,ତ୍ରେତୟାଯୁଗ,ଦ୍ୱାପରଯୁଗ,କଳିଯୁଗ ପୁରାଣ ଅନୁସାରେ ଯୁଗ ପରିବର୍ତ୍ତନର ଏଇଟା ବାଇଶି ତମ ଚକ୍ର ଚାଲିଛି । ଭାଗବତ ଗୀତରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି। ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ ଅଟେ,ଆତ୍ମା ଯେମିତି ଗୋଟେ ଶରୀର ଛାଡି ଅଲଗା ଶରୀର ଧାରଣ କରେ,ଦିନ ପରେ ରାତି ହୁଏ ସେମିତି ଗୋଟେ ନିର୍ଦ୍ଧିଷ୍ଟ ସମୟ ପରେ ଏ ସୃଷ୍ଟିରେ ଯୁଗର ପରିବର୍ତ୍ତନ ହୋଇଥାଏ।

ଯୁଗ ପରିବର୍ତ୍ତନ ଚକ୍ର ଅନୁସାରେ ଆମେ କଳିଯୁଗ ରେ ଅଛୁ।ଶାସ୍ତ୍ର ଅନୁସାରେ କଳିଯୁଗ ଚାରିଲକ୍ଷ୍ୟ ବତୀଶ ହଜାର ବର୍ଷର ଅଟେ। ଯେଉଁଥିରେ ଚାରି ଲକ୍ଷ ସତେଇସି ହଜାର ବର୍ଷ ବଳକା ଅଛି ଅର୍ଥାତ କଳିଯୁଗର ଶେଷ ହବାକୁ ଆହୁରି ବହୁତ ସମୟ ରହିଛି କିନ୍ତୁ କଳିଯୁଗର ଶେଷ କେମିତି ହେବ ଏହାର ବର୍ଣ୍ଣନା ବ୍ରହ୍ମପୁରାଣ ରେ ଉଲ୍ଲେଖ ଅଛି। ଏଥିରେ ଲେଖା ଅଛି କି କଳିଯୁଗ ଶେଷକୁ ମଣିଷ ର ଆୟୁ ମାତ୍ର ବାର ବର୍ଷ ହୋଇରହିବ ଏହି ଭଳି ମାନବ ଜାତିର ପତନ ହେବ। ଲୋକ ମାନଙ୍କ ମଧ୍ୟରେ ଖରାପ ଚିନ୍ତା ଧାରା ବଢିବ।ଯେମିତି ଯେମିତି ସମୟ ବଢି ଚାଲିବ ନଦି ଗୁଡିକ ସୁଖୀ ଶୁଖିଯିବ। ଅନ୍ୟାୟ ଦ୍ୱାରା ଧନ ହାସିଲ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ ଧନ ଲୋଭରେ ନିଜେ ନିଜର ହତ୍ୟା କରିବାକୁ ବି ପଛେଇବେନି।

କଳିଯୁଗର ପାଞ୍ଚହଜାର ବର୍ଷ ପରେ ଗଙ୍ଗାନଦୀ ଶୁଖିଯିବ ଓ ପୁନର୍ବାର ବୈକୁଣ୍ଠଧାମ ଫେରିଯିବେ ଧୀରେ ଧୀରେ ସବୁ ଦେବଦେବୀ ପୃଥିବୀ ଛାଡି ନିଜ ନିଜ ଧାମକୁ ଫେରିଯିବେ। ମଣିଷ ପୂଜାପାଠ,ବ୍ରତଉପାସ,ଦାନଧର୍ମ ସବୁ କରିବା ମଣିଷ ବନ୍ଦ କରିଦେବ ଗାଇ କ୍ଷୀର ଦେବା ବନ୍ଦ କରିଦେବ।କଳିଯୁଗରେ ସମାଜ ହିଂସକ ହୋଇପଡିବେ ଯିଏ ବେଶି ଶକ୍ତିଶାଳି ତାଙ୍କର ରାଜୁତି ଚାଲିବ ସମ୍ପର୍କ ଶେଷ ହୋଇଯିବ ଗୋଟେ ଭାଇ ଅନ୍ୟ ଭାଇର ଶତ୍ରୁ ହୋଇଯିବ ଆଉ ଯେତେବେଳେ ଏ ଆତଙ୍କ ଚରମ ସୀମାରେ ଆସି ପହଂଚିବ ଭଗବାନ ବିଷ୍ଣୁ କଳ୍କୀଅବତାର ଧାରଣ କରି ପୃଥିବୀରୁ ସମସ୍ତ ଅଧର୍ମୀ ଲୋକଙ୍କର ଶେଷ କରିଦେବେ। ଏହା ବ୍ୟତୀତ ସ୍ଵୟଂ ଭଗବାନ ଶ୍ରୀ କୃଷ୍ଣ ଭାଗବତ ଗୀତାରେ କହିଛନ୍ତି କି କଳିଯୁଗର ଶେଷ କେମିତି ହେବ ଯାହାର ବର୍ଣନା ମହାଭାରତ ରେ ମିଳେ।ଶ୍ରୀ କୃଷ୍ଣ ଙ୍କ ଅନୁସାରେ କଳିଯୁଗରେ ଏମିତି ଲୋକଙ୍କ ରାଜୁତି ହେବ ଯିଏ କହିବେ କିଛି କରିବେ କିଛି ଆଉ ଏମିତି ଲୋକ ରହିବେ ଯିଏ ଜ୍ଞାନୀ ଓ ଧ୍ୟାନି ବୋଲି କହିବେ କିନ୍ତୁ ତାଙ୍କ ଆଚରଣ ରାକ୍ଷସ ଭଳିଆ ହେବ।

ଛୁଆ ମାନଙ୍କ ପାଇଁ ମା ମାନଙ୍କ ମମତା ଏତେ ବଢିଯିବକି ତାଙ୍କର ବିକାଶ ଚିନ୍ତା ତାଙ୍କ ମନରୁ ବାହାରିଯିବ।ମୋହ,ମାୟାରେ ହିଁ ଘର ବର୍ବାଦ ହୋଇଯିବ ଠିକ ସେହି ଭଳି କଳିଯୁଗରେ ଖାଦ୍ୟଭଣ୍ଡାର ରହିବ କିନ୍ତୁ ଲୋକମାନେ ଭୋକ ଶୋଷରେ ମରିବେ। ମହଲ ମାନଙ୍କରେ ବହୁତ ଅଏସ ଆଉ ଆରାମ କରିବେ ତାପାଖରେ ଥିବା ଝୁପୁଡିରେ ଲୋକ ଭୋକରେ ମରିବେ ଗୋଟେ ଜାଗାରେ ଅସମାନତା ଚରମ ସୀମାରେ ପହଂଚିବ। ଭଗବାନ କୃଷ୍ଣ କଳ୍କୀ ଅବତାରରେ ପାପୀ ମାନଙ୍କ ସଂହାର ପରେ ଯେଉଁ ଯୁଗ
ଆସିବ ତାକୁ ସତ୍ୟଯୁଗ ବୋଲି କୁହାଯିବ ଅର୍ଥାତ ସୃଷ୍ଟି ନିଜ ଯୁଗ ପରିବର୍ତ୍ତନର ବାଇଶିତମ ଚକ୍ର ପୁରଣ କରି ତେଇସିତମ ଚକ୍ର ରେ ପ୍ରବେଶ କରିବ।

ଏହି ସତ୍ୟଯୁଗରେ ମଣିଷ ମାନଙ୍କ ଆୟୁ ଚାରିହାଜର ରୁ ନେଇ ଦଶହଜାର ପର୍ଯ୍ୟନ୍ତ ରହିବ। ଧର୍ମର ସ୍ଥାପନା ହେବ ନିଜ ନିଜ ପ୍ରତି ହିଂସାଭାବ ରହିବ ନାହିଁ ମଣିଷକୁ ପରଂଜ୍ଞାନ ପ୍ରାପ୍ତି ହେବ ପୁଣି ସବୁ ପୂଜାପାଠ ଆରମ୍ଭ କରିବେ।ସତ୍ୟଯୁଗକୁ ସ୍ବର୍ଣ୍ଣ ଯୁଗ ମଧ୍ୟ କହିବା। ଏବେ କଳିଯୁଗ ପୂର୍ତ୍ତିପାଇଁ ବହୁତ ସମୟ ବାକି ଅଛି କହିବାର ଅର୍ଥ ଆମେ ଯଦି କଳିଯୁଗରେ ସତ୍ୟଯୁଗ ଭଳି ପୂଜାପାଠ କରି ବଂଚିବା ତାହେଲେ ଆମେ ଖୁସିରେ ରହିବା ବୋଲି ବର୍ଣ୍ଣିତ ଅଛି।

Leave a Reply

Your email address will not be published. Required fields are marked *