June 22, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ୧୦ ଟି ଖରାପ ଅଭ୍ୟାସ ଯାହାକୁ ଲୋକ ଭଲ ଭାଵନ୍ତି କିନ୍ତୁ ଏହା ଆମ ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ ଏବେ ନିଶ୍ଚୟ ଜାଣିରଖନ୍ତୁ..

1 min read

ଆଜି ଆମେ ଏମିତି ୧୦ ଟି ଖରାପ ଅଭ୍ୟାସ ବିଷୟରେ ଜାଣିବା ଯାହା ଭୁଲ ହୋଇଥାଏ କନ୍ତୁ ଲୋକମାନେ ଏହାର ପାଳନ କରିଥାନ୍ତି କିମ୍ବା ତାଙ୍କୁ ସେ କଥାର ଜ୍ଞାତ ନଥାଏକି ସେ ଯାହା କରୁଛନ୍ତି ସେ ଠିକ ଅଟେ କି ଭୁଲ।

୧.ଖାଦ୍ୟ ଗ୍ରହଣ ତୁରନ୍ତ ପରେ କ୍ଷୀରର ସେବନ କରିବା ଉଚିତ ନୁହେଁ।କ୍ଷୀର ହଜମ ହେବା ପାଇଁ ବହୁତ ଅଧିକ ସମୟ ନେଇଥାଏ ଓ ଖାଦ୍ୟ ଖାଇ ସାରିବା ତୁରନ୍ତ ପରେ ଏହାକୁ ସେବନ ନକରି ଆମେ ଶୋଇଲା ବେଳକୁ କ୍ଷୀର ପିବା ଆଵଶ୍ୟକ।ଖାଦ୍ୟ ଖାଇବା ସାଙ୍ଗେ ସାଙ୍ଗେ କ୍ଷୀର ପିବା ଦ୍ୱାରା ଆମ ପେଟରେ ଗ୍ୟାସର ମାତ୍ରା ବଢି ଯାଇଥାଏ।ରାତି ଖାଇବାର ଗୋଟେ ଘଣ୍ଟା ପରେ ଓ ଶୋଇବାର ଅଧଘଣ୍ଟା ପୁର୍ବରୁ ଆମକୁ ଏହା ପିବା ଉଚିତ।

୨.ସକାଳର ଚା,ସାଙ୍ଗମାନେ ଏମିତି ଲାଗେ ଆମ ଦେଶରେ ଲୋକମାନଙ୍କ ଜୀବନ ସକାଳ ଚାରୁ ଆରମ୍ଭ ହୋଇଥାଏ।କହିବାକୁ ଗଲେ ଚାର ଠିକ ଭାବରେ ବ୍ୟବହାର ଆମ ଶରୀରକୁ ବହୁତ ଲାଭ ଦେଇଥାଏ।ପ୍ରାୟ ଲୋକ ସକାଳୁ ଖାଲି ପେଟରେ ଚାର ବ୍ୟବହାର କରିଥାନ୍ତି ଯାହା ଏକଦମ ଭୁଲ ଅଟେ।ଯାହା ଦ୍ୱାରା ଆମ ଶରୀରରେ ଏସିଡ଼ର ମାତ୍ରା ବଢ଼େଇ ଥାଏ ଓ ଆମ ଶରୀରରେ ଗଡ଼ବ୍ଡ଼ି ଓ ପାଚନରେ ଅସୁବିଧା ସୃଷ୍ଟି ହୋଇଥାଏ।

୩.ଫଳର ସିଧାସଳଖ ବ୍ୟବହାର ଆମ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ଏବେ କା ସମୟରେ ଫଳକୁ ବାଟୀ ସେଥିରୁ ଖଦଡା ଅଂଶ ବାହାରେ ତାକୁ ଫୋପାଡ଼ି ଦିଅନ୍ତି।ଫଳକୁ ଛାଣିକି ପିବା ଦ୍ୱାରା ଆମ ପେଟରେ ଗ୍ୟାସ ସୃଷ୍ଟି କରିଥାଏ ଓ ରକ୍ତରେ ପହଁଚି ସେଥିରେ ଶର୍କରାର ମାତ୍ରା ଅଧିକ ଥାଏ।ସେଥିପାଇଁ ଫଳକୁ ସିଧାସଳଖ ଖାଇବା ଉଚିତ।

୪.ଖାଇବା ତୁରନ୍ତ ପରେ ପାଣି ପିବା,ସାଙ୍ଗମାନେ ବହୁତ ଲୋକ ନିଜକୁ ଖାଦ୍ୟ ଗ୍ରହଣ ପରେ ପାଣି ପିବାରୁ ଅଟକେଇ ପାରନ୍ତି ନାହିଁ ଏହା ମଧ୍ୟ ବହୁତ ଭୁଲ ପ୍ରକ୍ରିଆ ଅଟେ।ଯାହାଦ୍ୱାରା ହଜମ ପ୍ରକ୍ରିଆ ଭଲ ଭାବରେ ହୋଇନଥାଏ ଓ ଆମ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ।ଆପଣଙ୍କୁ ଯଦି ନିହାତି ଆଵଶ୍ୟକ ଆପଣ ଗୋଟେରୁ ଦୁଇ ଢ଼ୋକ ପାଣି ପିପାରିବେ।

୫.କଞ୍ଚା କ୍ଷୀରର ବ୍ୟବହାର କରିବା,ସାଙ୍ଗମାନେ ବହୁତ ଲୋକଙ୍କୁ ଏମିତି ଲାଗେ କଞ୍ଚା କ୍ଷୀର ଶରୀର ପାଇଁ ବହୁତ ଲାଭ ଦାଇ ହୋଇଥାଏ।ଏମିତି ଭାବିବା ବହୁତ ଭୁଲ ଅଟେ କାରଣ କଞ୍ଚା କ୍ଷୀରରେ ପୋଷକ ତତ୍ୱର ମାତ୍ର ଅଧିକ ହେବା ସହିତ,ବହୁତ ପ୍ରକାରର ବ୍ୟାକ୍ଟେରିଆ ମଧ୍ୟ ଆମେ ପାଇ ଥାଉ।ଏହା ପେଟକୁ ଗଲା ପରେ ଖାଦ୍ୟ ବିଶାକ୍ତର କାରଣ ହୋଇପାରେ।ଏହାର କୁପ୍ରଭାବ ଛୁଆ,ବୁଢା,ଗର୍ଭବତୀ ମହିଳାଙ୍କ ଉପରେ ପକେଇଥାଏ।

୬.ଖାଦ୍ୟ ଗ୍ରହଣ କରିବାର ତୁରନ୍ତ ପରେ ଧୂମ୍ରପାନ କରିବା।ସାଙ୍ଗମାନେ ଧୂମ୍ରପାନ କରିବା ଭଲ ନୁହେଁ ଏହା ସମସ୍ତେ ଜାଣିଛନ୍ତି କିନ୍ତୁ ସମସ୍ତେ ଏହାକୁ ମାନନ୍ତିନି।ତଥାପି ବହୁତ ଲୋକଙ୍କୁ ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଧୂମ୍ରପାନ କରିବାର ଅଭ୍ୟାସ ଥାଏ।ଖାଇବା ଖାଇ ସାରିବା ପରେ ଯଦି ଆମେ ଧୂମ୍ରପାନ କରୁଛେ ଏହା ଆମ ଶରୀର ଉପରେ ୧୦ ଗୁଣା ଖରାପ ପ୍ରଭାବ ପକେଇଥାଏ।ଏହା ଏଥିପାଇଁ ଆମେ ଖାଇ ସାରିବା ପରେ ଆମ ଖାଦ୍ୟକୁ ହଜମ କରିବାପାଇଁ ଆମ ଶରୀରରେ ରକ୍ତର ପ୍ରବାହିତ ମାତ୍ରା ବଢି ଯାଇଥାଏ।ତାପରେ ରକ୍ତ ପୋଷକ ତତ୍ୱକୁ ସୋସିବାର କାର୍ଯ୍ୟ କରିଥାଏ।ଆମେ ଧୂମ୍ରପାନ ଜରିବା ଦ୍ୱାରା ଏହା ଆମ ଶରୀର ଅଧିକ ମାତ୍ରରେ ନିକୋଟିନ ଭଳି ଅନ୍ୟ ହାନିକାରକ ପଦାର୍ଥର ସେବନ କରିଥାଏ।ଯାହା ପାଇଁ ଖାଦ୍ୟରୁ ପୋଷକ ତତ୍ୱ ଶୋଷି ନଥାଏ ଓ ଯାହା ଦ୍ୱାରା ଆମ ଶରୀରରେ ବିଷର ମାତ୍ରା ବଢି ଚାଲିଥାଏ।

୭.ବାରମ୍ବାର ପାଣି ପିବା,ଆମ ଶରୀର ୬୦-୭୦% ପାଣିରେ ତିଆରି ହୋଇଥାଏ।ସେଥିପାଇଁ ଶରିରକୁ ସଠିକ ମାତ୍ରରେ କାର୍ଯ୍ୟ କରିବା ପାଇଁ ଗୋଟେ ସଠିକ ମାତ୍ରାର ପାଣି ପିବା ଦରକାର।କିନ୍ତୁ ଆଜିକାଲି ଚାରିଆଡେ କହୁଛନ୍ତିକି ପାଣି ଯେତେ ଅଧିକ ପିବ ସେତେ ଭଲ ହୋଇଥାଏ।ଦରକାରରୁ ଅଧିକ ପାଣି ପିବା ଦ୍ୱାରା ଆମ ରକ୍ତରେ ସୋଡିୟମର ମାତ୍ରା କମିଯାଏ।ଜାହାପାଇଁ ଆମ କିଡ୍ନୀର କାମ ବଢିଯାଏ ବାରମ୍ଭାର ପରିଶ୍ରା ଆସିବ ଓ ନଅଟକେଇ ପାରିବା ଭଳି ସମସ୍ୟା ଉପୁଜି ଥାଏ।ଆପଣ ପ୍ରଥମେ ବୁଝିବା ଦରକାର ଆପଣଙ୍କୁ କେତେ ପାଣି ଦରକାର ଏହା କେବଳ ସେଠିକାର ପାଣିପାଗ ଓ ପିବା ବ୍ୟକ୍ତିର ଦିନଚର୍ଯ୍ୟା ଉପରେ ନିର୍ଭର ଅଟେ।

୮.ବିନ୍ଧାବିନ୍ଧି ଓ ନିଦ ପାଇଁ ଆମେ ଔଷଧର ବ୍ୟବହାର କରିବା ନାହିଁ।ପୁରାଦିନର ଥକାପଣ ମୁଣ୍ଡବିନ୍ଧା ଦ୍ୱାରା ଆମକୁ ନିଦ ଆସିନଥାଏତ ଆମେ ସେ ସବୁ ଔଷଧର ବ୍ୟବହାର କଥା ଚିନ୍ତା କରିଥାଉ।ଏହା ବହୁତ ଶିଘ୍ର ପ୍ରଭାବ ଦେଖାଏ ଓ ଭଲ ହୋଇଯାଏ କିନ୍ତୁ ବୁଝିବା କଥା ଏଇଆକି ଯାହାକୁ ଖାଇ ମୁଣ୍ଡ ବିନ୍ଧା କମିଯାଏ କିନ୍ତୁ ଶରୀରକୁ ବହୁତ ଖରାଓ ପ୍ରଭାବ ପକେଇଥାଏ।ଏହି ଔଷଧକୁ ବ୍ୟବହାର କରିବା ଦ୍ୱାରା ଅସୁବିଧା କମିଯାଏ ଓ ପରେ ଅନେକ ଅସୁବିଧା ସହ ଫେରିଥାଏ।ଦିନ ଆସେ ଆମେ ଏହାର ବ୍ୟବହାର କରିବାର ମାତ୍ରା ବଢ଼େଇ ଦେଇ ଥାଉ ଓ ଯାହାଫଳରେ ଆମ ଶରୀର ପାଇଁ ବହୁତ ହାନିକାରକ ଅଟେ।ଆମକୁ ନିଦ ଏଥିପାଇଁ ଆସେନି ରାତିରେ ଆମେ କିଛିବି ଶାରୀରିକ ପରିଶ୍ରମ କରିନଥାଉ ଯାହା ଆମ ପାଇଁ ଭଲ ହୋଇନଥାଏ ଓ ଆମକୁ ଏତେ ଜଲଦି ନିଦ ଆସିନଥାଏ ଓ ମୁଣ୍ଡ ବିନ୍ଧି ଥାଏ।

୯.ବ୍ରସରେ ଗୋଟେ ମୁଣ୍ଡରୁ ଅନ୍ୟ ମୁଣ୍ଡ ପର୍ଯ୍ୟନ୍ତ ପେଷ୍ଟ ଲଗେଇବା,ଏହା ଏକ ବହୁତ ବଡ଼ ଭୁଲ ଅଟେ କାରଣ ଟିଭି ଆର୍ଡଭାଟାଇଜମେଣ୍ଟରେ ସୁନ୍ଦର ଦେଖାଯାଇବା ପାଇଁ ଏମିତି କରନ୍ତି କିନ୍ତୁ ଆମକୁ ବ୍ରଶ କରିବା ପାଇଁ ବାସ କେବଳ ମଟର ଦାନା ଭଳି ପେଷ୍ଟ ଦରକାର।ଏହା ଦାନ୍ତ ସଫେଇ କରିବା ସହ ମୁହଁର ଭିତର ତ୍ୱଚାକୁ ଖରାପ କରିଥାଏ।

୧୦.ଖାଇବାର ସାଙ୍ଗେସାଙ୍ଗେ ଆମେ ସୋଇଯିବା,ସାଙ୍ଗମାନେ ବହୁତ ଲୋକ ରାତି ଖାଇବା ଲେଟରେ ଖାଇବା ପରେ ପରେ ସେ ତୁରନ୍ତ ଶୋଇପଡ଼ନ୍ତି।ଯାହାକି ଗୋଟେ ବହୁତ ଭୁଲ ଉପାୟ ଅଟେ,ଖାଇବା ଆମ ପେଟରେ ଉପରୁ ତଳକୁ ଯାଇଥାଏ।ଖାଇବାଏ ତୁରନ୍ତ ପରେ ଶୋଇବା ଦ୍ୱାରା ଆମ ଶରିରରେ ପାଚନ କ୍ରିୟା ଧିମା ପଡିଯାଇଥାଏ।ଯାହାଫଳରେ ବ୍ୟକ୍ତିକୁ ଛାତି ପେଟରେ ଜଳା ପୋଡା ଓ ଗ୍ୟାସ ଆଦି ସମସ୍ୟାର ସମାଧାନ କରିବାକୁ ପଡିଥାଏ।

Leave a Reply

Your email address will not be published. Required fields are marked *