June 27, 2025

Odia Express

Here, There and Everywhere

କୁକୁଡ଼ା ଠାରୁ ସବୁ ମଣିଷ ଏହି କଥା ଶିଖିବା ନିହାତି ଦରକାର -ଚାଣକ୍ୟ ନୀତି..

1 min read

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ।ଅଖଣ୍ଡ ଭାରତ ର ପ୍ରତିଷ୍ଠା କରିବା ସହ ସେ ଜଣେ ଦାର୍ଶନିକ,ଅର୍ଥଶାସ୍ତ୍ରୀ ମଧ୍ୟ ଥିଲେ। ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଚାଣକ୍ୟ ନୀତି କୁ ଅନୁସରଣ କରି ସାରା ଭାରତର ସମ୍ରାଟ ହୋଇପାରିଥିଲେ। ଚାଣକ୍ୟ ନୀତି ରେ ଲିଖିତ କୁକୁଡ଼ା ଠାରୁ କେଉଁ ଜ୍ଞାନ ନେବା ଉଚିତ ଏହି ଜ୍ଞାନ ଜାଣିଥିଲେ ଭବିଷ୍ୟତରେ କୌଣସି ଅସୁବିଧା ହେବ ନାହିଁ। ସମାଜରେ ସମ୍ମାନ ସହ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକିଲ ଟିକୁ ସମ୍ପୂର୍ଣ୍ଣ ପାଠ କରନ୍ତୁ।

କୁକୁଡ଼ା ଠାରୁ ଏହି ଜ୍ଞାନ ନିଅନ୍ତୁ;- କୁକୁଡ଼ା ସବୁବେଳେ ସକାଳୁ ହିଁ ଉଠିଥାଏ। କୁକୁଡ଼ା ଏଭଳି ଏକ ପ୍ରାଣୀ ଯିଏ କି ସୂର୍ଯ୍ୟ ଙ୍କ ସୁକ୍ଷ୍ମ କିରଣ କୁ ପ୍ରଥମେ ହିଁ ଚିନ୍ହି ପାରେ। ଏବଂ ବ୍ରହ୍ମ ମୁହୂର୍ତ୍ତରେ ହିଁ ଚୋବାଇ ସଭିଙ୍କୁ ଉଠାଇ ଥାଏ। ନିଜ ପରିବାର ର ସଭି ଙ୍କୁ ସେ ଉଠାଇ ଥାଏ। ଏବଂ କହେ କି କର୍ମ କରିବାର ସମୟ ଆସିଯାଇଛି। ଜଣେ ଗଞ୍ଜା କୁକୁଡ଼ା ସର୍ବଦା ନିଜ ପରିବାର କୁ ସୁରକ୍ଷା ଦେଇଥାଏ।

କୁକୁଡ଼ା କେବେ ମଧ୍ୟ ଏକୁଟିଆ ଖାଦ୍ୟ ଗ୍ରହଣ କରିନଥାଏ। ନିଜ କୁଟୁମ୍ବ ନିଜ ପରିବାର ସହ ଭୋଜନ କରେ କିନ୍ତୁ ନିଜ ଭାଗ କେବେ ମଧ୍ୟ ଛାଡେ ନାହିଁ। ଗୋଟିଏ କୁକୁଡ଼ା ନିଜ ଭାଗ କେବେ ମଧ୍ୟ ଛାଡେ ନାହିଁ।ନିଜ ଭାଗ ପାଇଁ ସେ ଲଢ଼ିଥାଏ। ନିଜ ସାଥି ମାନଙ୍କ ସହ ହିଁ ସବୁବେଳେ ରହିଥାଏ କୁକୁଡ଼ା।

ସହଜ ରେ କାହାକୁ ବିଶ୍ୱାସ କରିବା ଉଚିତ ନୁହେଁ।ଯେଉଁ ବ୍ୟକ୍ତି ସହଜରେ ଅନ୍ୟର କଥା କୁ ବିଶ୍ୱାସ କରି ଭାସି ଯାଏ ସେ ହିଁ ସବୁବେଳେ ନିନ୍ଦନୀୟ ଅସମ୍ମାନୀତ ସମାଜରେ ହୋଇଥାଏ। କୌଣସି କାମ ଅନ୍ୟର କଥାରେ ପଡ଼ି କରିବା ଉଚିତ ନୁହେଁ।ଦୁର୍ଜନ ଙ୍କ ସହ କେବେ ମଧ୍ୟ ମିତ୍ରତା ବ୍ୟବସାୟ କରିବା ଉଚିତ ନୁହେଁ। କଥାରେ ପରା ଅଛି “ଦୁର୍ଜନ ସଂଗେ କଲେ ବାସ ନିଶ୍ଚେ ଘଟିବ ସର୍ବନାଶ ” ତେଣୁ କେବେ ହେଲେ ମଧ୍ୟ ଦୁର୍ଜନ କୁ ଅର୍ଥ ଦେବା ଉଚିତ ନୁହେଁ। ଏପରି ଲୋକ ଙ୍କ ଠାରୁ ଧନ ପାଇବା କଷ୍ଟ ସାଧ୍ୟ ଅଟେ।

ସିଂହ, କାଉ,ବଗ, କୁକୁର,କୁକୁଡ଼ା ଠାରୁ ଶିକ୍ଷା ନିଅନ୍ତୁ।ସିଂହ ପରି ଯେତିକି କାମ କରୁଛନ୍ତି ମନ ଲଗେଇ କାର୍ଯ୍ୟ କରନ୍ତୁ ସଫଳତା ନିଶ୍ଚିତ ମିଳିବ,କାଉ ପରି ଚତୁର ହୁଅନ୍ତୁ ସବୁ ଦେଖନ୍ତୁ ଶିଖନ୍ତୁ କାହା ଉପରେ ସହଜରେ ବିଶ୍ୱାସ କରନ୍ତୁ ନାହିଁ। କାକ ପରି ସ୍ନାନ କରନ୍ତୁ ବକ ଭଳି ଧ୍ୟାନ କରନ୍ତୁ। କୁକୁର ପରି ଅଳ୍ପ ସମୟ ଶୟନ କରନ୍ତୁ ଏବଂ କୁକୁଡ଼ା ପରି ସକାଳୁ ଉଠିବା ର ଅଭ୍ୟାସ କରନ୍ତୁ। ଏହି ସବୁ ଗୁଣ କୁ ଅନୁସରଣ କଲେ ଆପଣ ନିଶ୍ଚିତ ଜୀବନରେ ସଫଳ ହୋଇପାରିବେ।

Leave a Reply

Your email address will not be published. Required fields are marked *