March 11, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ଖାଲି ପେଟରେ ଗୁଡ଼ ଖାଇ ଗରମ ପାଣି ପିଇବାର କଣ ଲାଭ ମିଳିଥାଏ…

1 min read

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ।  ଗୁଡ଼ ଖାଇବା ଦ୍ୱାରା ଶରୀର ପାଇଁ ବିଭିନ୍ନ ପ୍ରକାରର ଲାଭ ହୋଇଥାଏ। ଯେମିତିକି ବୁଢା ପଣ,ରୋଗ,ଆଭ୍ୟନ୍ତରୀଣ ଦୁର୍ବଳତା ରୁ ଦୁରେଇ ରହିବେ। ଆଜି ଆମେ କଥାହେବା କିଛି ସାଧାରଣ ଅସୁବିଧା ବିଷୟରେ।ଆଜିକାଲି ଲୋକ ବହୁତ ରୋଗକୁ ସାଧାରଣ ହିସାବରେ ନେଉଛନ୍ତି କିନ୍ତୁ ତାହା ବହୁତ କ୍ଷତି କାରକ ହୋଇଥାଏ। ଯେମିତିକି ମଧୁମେହ,ଥାଇରଏଡ଼,ଉଚ୍ଚରକ୍ତଚାପ ଭଳି ରୋଗ।ସାଧାରଣତଃ ଯେତେବେଳେ ଆପଣଙ୍କୁ ମଧୁମେହ ଭଳି ରୋଗ ହୁଏ। ଆପଣ ସାଧାରଣତଃ ଡାକ୍ତର ପାଖକୁ ଯାଆନ୍ତି ସେ ଆପଣଙ୍କୁ ମିଠା କମ ଖାଇବାକୁ କହେ ଓ କେତେକ ମେଡ଼ିସିନ ଦିଏ ଓ କହେ ତାକୁ ଜୀବନ ସାରା ଖାଇବାକୁ।ଏ କଥା ଧ୍ୟାନ ରଖନ୍ତୁ ଏ ରୋଗ ସବୁ ହରମୋନର ବ୍ୟତିକ୍ରମ ଦ୍ୱାରା ହୋଇଥାଏ।

ଆମ ଶରିରରେ ହେଉଥିବା ଏ ସବୁ ରୋଗ ଆମେ ଭାବୁକି ଏହା ଭଲ ହେବ ନାହିଁ କିନ୍ତୁ ଏହା ସମ୍ଭବ।କହିବାକୁ ଗଲେ ଆମ ଶରୀରରହିଁ ହରମୋନ ବନେଇଥାଏ ସେଥିରେ କୌଣସି ପ୍ରକାର ଅସୁବିଧା ହେଲେ ଆମ ଶରୀରରେ ସେ ଭଳି ରୋଗ ଦେଖାଯାଏ ଆଉ ଏହା କେବଳ ସୁର୍ଯ୍ୟ କିରଣ ଦ୍ୱାରା।ସୁର୍ଯ୍ୟଙ୍କ କିରଣରେ ବହୁତ ଭିଟାମିନ ଥାଏ ଓ ଏହା ଆମ ଶରୀର ପାଇଁ ବହୁତ ଲାଭଜନକ ହୋଇଥାଏ।ଆଜିକାଲି ଆମେମାନେ ସବୁବେଳେ ନିଜ ଘରେ କବାଟ ଝରକା ବନ୍ଦ କରି ନିଜକୁ ରଖୁଛେ। ଆମ ଶରୀରକୁ ପ୍ରକୃତି ଏମିତି ଗଢିନି,ଆମ ଶରୀର ତିଆରି ହିଁ ହେଇଛି ସୁର୍ଯ୍ୟ କିରଣ ସୋଶିବା ପାଇଁ।ଏହାକୁ ନନେବା ଦ୍ୱାରା ଆମ ଶରୀରରେ ହରମୋନରେ ଅସୁବିଧା ସୃଷ୍ଟି କରିଥାଏ। ଆପଣ ଦିନରେ କେବଳ ଦିନରେ ୩୦ ମିନିଟ ପର୍ଯ୍ୟନ୍ତ ସୁର୍ଯ୍ୟ କିରଣ ନେବାର ଅଛି।

ଆପଣଙ୍କୁ କେବଳ ସକାଳ କିରଣ ବା ସନ୍ଧ୍ୟାର କିରଣ ନେବାର ଅଛି ଖରାବେଳର ନୁହେଁ।ଏହି କିରଣରୁ ଆମକୁ ଭିଟାମିନ-ଡି ମିଳିଥାଏ ଯାହାଦ୍ୱାରା ଆମ ଶରୀରରେ କୌଣସି ପ୍ରକାରର ହରମୋନରେ ଅସୁବିଧା ହୋଇନଥାଏ।ଆସନ୍ତୁ ଜାଣିବା ଆମ ଶରୀରେ ଥିବା ଯେକୌଣସି ରୋଗକୁ ଆମେ କିପରି ଭଲ କରିପାରିବା।ସେ ହେଇଛି ଗୁଡ଼ ଆସନ୍ତୁ ଜାଣିବା ଆମେ ଗୁଡକୁ କିପରି ଭାବରେ ବ୍ୟବହାର କରି ପାରିବା।

ଆମମାନଙ୍କ ମଧ୍ୟରେ ବେଶିରୁ ବେଶି ଲୋକ ଗୁଡ଼ର ବ୍ୟବହାର ଚାରେ ଓ ଖାଦ୍ୟ ଭାବରେ ବ୍ୟବହାର କରନ୍ତି।ଗୁଡ଼ କେବଳ ସ୍ୱାଦ ନୁହେଁ ବହୁତ ଔଷଧୀୟ ଗୁଣରେ ପରିପୁର୍ଣ୍ଣ ଅଟେ।ଏହାର ଲାଭ ବା ଭଲ ଗୁଣ ସାଧାରଣ ଲୋକଙ୍କୁ ଜଣାନଥାଏ।ଆପଣଙ୍କର ଯଦି ଏସିଡିଟି,ବଦହଜମି ଓ ପେଟ ବଢୁଥିବା ସମସ୍ୟା ଭଳି ସମସ୍ୟା ଦେଖାଯାଏ ଆପଣ ସାଧାରଣତଃ ଗୁଡ଼ର ବ୍ୟବହାର କରିପାରିବେ।ଏହା ଆପଣଙ୍କ ମେଟାବୋଲିଯିମ କୁ ଭଲ କରିଥାଏ ଓ ପାଚନ ତନ୍ତ୍ରକୁ ସୁସ୍ଥ କରିଥାଏ।

ଯଦି ଆପଣଙ୍କ ଶରିରରେ ଯଦି ରକ୍ତହୀନତା ରୋଗ ଥାଏ ଓ ତାପାଇଁ ଆପଣ ଯଦିକୌଣସି ଔଷଧ ନେଉଥାନ୍ତି ତାହେଲେ ଏ ଔଷଧ ଖାଇବା ବନ୍ଦ କରିଦିଅନ୍ତୁ।ଗୁଡ଼ ରେ ପ୍ରଚୁର ପରିମାଣରେ ଆଇରନ ଥାଏ ଓ ହିମଗ୍ଲୋବିନ କୁ ବଢ଼େଇଥାଏ।ଆପଣଙ୍କ ଶରିରରେ ନାଲି ରକ୍ତ କୋଶିକାକୁ ବଢ଼େଇଥାଏ,ଆପଣ ଯଦି ନିଜର ଗୋଟିଏ ବର୍ଷର ଛୁଆକୁ ଗୁଡ଼ ଖାଇବାକୁ ଦେଉଛନ୍ତି ସେ ଶିଶୁର ହାଡ଼ ଟାଣ ହୋଇଥାଏ।ଏହା ଆପଣଙ୍କ ଆଣ୍ଠୁ ଗଣ୍ଠିରେ ହେଉଥିବା ଅସୁବିଧା ହୋଇଥାଏ।

ଯଦି ଆପଣଙ୍କୁ ବହୁତ ଅଧିକ ତଣ୍ଡା ଜ୍ଵର ହେଇଛି,ଆପଣଙ୍କ ରୋଗପ୍ରତିରୋଧ ଶକ୍ତି କମ ହେବାର ଲାଗିଛି।ଏମିତିରେ ଆପଣ ଗୋଲମରିଚ,ଅଦା ସହିତ ଗୁଡ଼ ଖାଇବା ଆଵଶ୍ୟକ।ଯାହାଫଳରେ ଆପଣଙ୍କୁ ଭବିଷ୍ୟତରେ ଆଜ୍ମା ଭଳି ରୋଗ ହେବାର ସମ୍ବାବନା ଥାଏ।ଆପଣ ଯେତେବେଳେ ଖାଦ୍ୟ ଖାଇବେ ତାର ଅଧଘଣ୍ଟାପରେ ଗୁଡ଼ର ସେବନ କରିନେବେ।ନହେଲେ ଆପଣ ସକାଳୁ ଉଠି ଖାଲି ପେଟରେ ଗୁଡ଼ ଖାଇ ଗରମ ପାଣିର ସେବନ କରିପାରିବେ।

Leave a Reply

Your email address will not be published. Required fields are marked *