March 11, 2025

Odia Express

Here, There and Everywhere

ବିନା ରଗଡି ବିନା କଠିନ ପରିଶ୍ରମରେ ତମ୍ବା ବାସନକୁ ସଫା କରିବାର ଉପାୟ – ବାସନ ଏକଦମ ନୂଆ ଭଳି ଚମକ ଦେଖା ଯିବ…

ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଆଜି ଆମେ ଆପଣଙ୍କୁ କହିବୁ ଆପଣ କିପରି ବିନା ରଗଡି କି ବିନା କଠିନ ପରିଶ୍ରମରେ ତମ୍ବା ବାସନକୁ କିପରି ସଫା କରିବେ।ଆପଣ ମାନେ ଦେଖିଥିବେ ତମ୍ବା ବାସନ ଅଳ୍ପ ଦିନରେ କଳା ପଡିଯାଇଥାଏ। ଏଥିପାଇଁ ଆଜି ଆମେ ଏହାକୁ ସଫା କରିବାର ଉପାୟ କହିବୁ ଓ ତାସହିତ ଆଉ କିଛି ଉପାୟ କହିବୁ ଯାହା ଦ୍ଵାରା ଏହି ତମ୍ବା ବାସନ ଜଲ୍ଦି କଳା ନପଡିବ।ଏଥିପାଇଁ ଆପଣଙ୍କୁ ନେବାକୁ ହେବ ଟମାଟୋ ସକ୍ସ ।ଆପଣ କୌଣସି କମ୍ପାନୀର ଟମାଟୋ ସକ୍ସ ନେଇପାରିବେ ।

ଅଧିକ ଲୋକ କହିଥାନ୍ତି ଏଥିରେ ରଶୁଣ ମିଶିଥାଏ ଏଥିପାଇଁ ଠାକୁରଙ୍କ ବାସନ ଏଥିରେ ମାଜିବା ଅନୁଚିତ କିନ୍ତୁ ଆପଣ ଏହା ଦ୍ଵାରା ମାଜିବା ପରେ ବାସନକୁ ଭଲ ଭାବରେ ଧୋଇ ଥାନ୍ତି ସେଥିପାଇଁ ଠାକୁର ବାସନ ବି ମାଜି ପାରିବେ।ଆପଣ ଦୁଇ ରୁ ତିନି ଚାମଚ ଟମାଟୋ ସକ୍ସ ନିଅନ୍ତୁ ଓ ସେଥିରେ ଏକ ଚାମଚ ଖାଇବା ସୋଢା ମିଶନ୍ତି ଏହି ଖାଇବା ସୋଢା ବାସନକୁ ଚମକାଇବା ପାଇଁ ସାହାଯ୍ୟ କରିଥାଏ।ଏହା ପରେ ସେଥିରେ ଏକ ଚାମଚ ହଳଦୀ ପାଉଡର ମିଶାନ୍ତୁ ଏହା ଦ୍ବାରା ବାସନ ଆହୁରି ସୁନ୍ଦର ଦେଖାଯିବ।ଏହି ସବୁ ଜିନିଷକୁ ଭଲସେ ମିଶାଇ ଦିଅନ୍ତୁ।

ଏହା ପରେ ଆପଣଙ୍କ ଯେଉଁ ତମ୍ବା ବାସନ କଳା ପଡିଛି ସେଥିରେ ଏହାକୁ ହାଲକା ହାତରେ ଲଗାନ୍ତୁ।ଏହାକୁ ଅଧିକ ରଗଡ଼ିବାକୁ ପଡ଼ିନଥାଏ।ଏହାକୁ ଏପରି ସଫା କରିବା ପାଇଁ ଅଧିକ ପରିଶ୍ରମ ଲାଗିନଥାଏ।ଏହା ପରେ ଏହାକୁ ସମ୍ପୂର୍ଣ ଲଗାଇ ସାରିବା ପରେ ୧୦ ମିନିଟ ସେହିପରି ରଖି ଦିଅନ୍ତୁ।ଏହା ଦ୍ଵାରା ଏହା କାମ କରିଥାଏ ଓ ବାସନକୁ ସଫା କରିଥାଏ।ଏହା ପରେ ୧୦ ମିନିଟ ପରେ ଏହାକୁ ଭଲ ଭାବେ ଧୁଅନ୍ତୁ ଦେଖିବେ ତମ୍ବା ପାତ୍ରରୁ ସବୁ କଳାପଣ ବହାରିଯିବ।ଏହି ପରି ଆପଣ ସଫା କରିପାରିବେ।

ଏହା ପରେ ଏହାକୁ ଧୋଇବା ପରେ ଏହାକୁ ଶୁଖିଲା କପଡ଼ାରେ ଭଲ ଭାବେ ପୋଛି ଦିଅନ୍ତୁ କାରଣ ଯଦି ଏହା ଉଦା ରହିବ ଶୀଘ୍ର କଳା ପଡିଯିବ।ଟମାଟୋ ସକ୍ସରେ ଖଟା ଅଂଶ ଓ କିଛି କେମିକାଲ ଥାଏ ଯାହା ଏହାକୁ ସଫା କରିବାରେ ସାହାଯ୍ୟ କରିଥାଏ।ଏହି ପରି ଆପଣ କମ ଖର୍ଚ୍ଚ ଓ କମ ପରିଶ୍ରମରେ ତମ୍ବା ବାସନ ସଫା କରିପାରିବେ।ଯଦି ଆପଣ ଟମାଟୋ ସକ୍ସ ବ୍ୟବହାର ବ୍ୟବହାର କରିବାକୁ ଚାହୁଁନାହାଁନ୍ତି ଆପଣ ସେଟ୍ରିକ ଏସିଡରେ ଅଳ୍ପ ଲୁଣ ମିଶାଇ ଧୋଇ ପାରିବେ ଏହା ଦ୍ଵାରା ମଧ୍ୟ ତମ୍ବା ପାତ୍ର ସଫା ହୋଇଥାଏ,ଏହା ଥିଲା ଦ୍ୱିତୀୟ ଉପାୟ।

Leave a Reply

Your email address will not be published. Required fields are marked *