March 11, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ଚାଇନିଜ ଫୋନ ଗୁଡିକ ଏତେ ଶସ୍ତା କାହିଁକି ହୋଇଥାଏ ? ଅସଲ ସତ୍ୟତା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ…

1 min read

ନମସ୍କାର ବନ୍ଧୁଗଣ ଆପଣ କଣ ଜାଣିଛନ୍ତି ଚାଇନାର ମୋବାଇଲ ଏତେ ଶସ୍ତା କାହିଁକି ହୋଇଥାଏ ?ଆଉ ଜାଣିଛନ୍ତି ସେ ଗୋଟେ ମୋବାଇଲ ତିଆରି କରି ବନେଇବାକୁ ତାର କେତେ ସମୟ ଲାଗେ ?ଏସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଜଣେଇବୁ।ଆଜିକାଲି ଚାଇନାକୁ ବହିଷ୍କାର କରିବା ପାଇଁ ସମସ୍ତେ ନିଜର ସ୍ୱର ଉଠେଇ ବାରେ ଲାଗିଛନ୍ତି।ଗଣତିକୁ ଦେଖିବାତ ଆମ ଭାରତରେ ୭୦% ଲୋକ ଚାଇନିଜ ଫୋନର ବ୍ୟବହାର କରୁଛନ୍ତି।ଆଜି ଆମେ ଜାଣିବା ଚାଇନାର ବଜାର ଏତେ ଉଚ୍ଚ କାଇଁ ହୋଇଥାଏ ଓ କେଉଁ କାରଣରୁ ଚାଇନିଜ ମୋବାଇଲ ବେଶି କିଣିଥାନ୍ତି ?ଆମେ ହସି ମଜାକରେ କହିଥାଉକି ଚାଇନାର ଜିନିଷ ବେଶୀରେ ବେଶି ଅଳ୍ପ ଦିନ ଜୀଵ କିନ୍ତୁ ଆମେ ମୋବାଇଲ କିଣିବାକୁ ଗଲେ ଆଗ ଚାଇନିଜ ମୋବାଇଲ ହିଁ କିଣିଥାଉ।ଆଉ ଅଳ୍ପ ଟଙ୍କାରେ ଆମକୁ ଭଲ କମ୍ପାନୀର ଫୋନ ମିଳିଥାଏ ଯେମିତି ସାଓମି,ରିଏଲମୀ,ଓପୋ ଭଳି ଫୋନ ଗୁଡିକ ଆଉ ଆମ ଭାରତରେ ପ୍ରସ୍ତୁତ ହେଉଥିବା ମୋବାଇଲ ଏତେ କମ ଟଙ୍କାରେ ଭଲ ଫୋନ ମିଳିନଥାଏ।

ଏ ଯେଉଁ ଚାଇନିଜ ଫୋନ ଗୁଡିକ ଆମ ବଜାରରେ କବ୍ଜା ଜମେଇଛନ୍ତି ସେଥିରେ ଆମରବି କିଛି ଭୁଲ ରହିଛି।ଯେତେବେଳ ୨୦୧୪ ମସିହାରେ ଚାଇନିଜ ଆଣ୍ଡ୍ରୋଏଡ଼ ଫୋନ ଆସିଲା ସେତେବେଳୁ ତାର ଅଭ୍ୟାସ ଲୋକ ମାନଙ୍କୁ ଲାଗିଯାଇଛି।ତେଣୁ ଆମ ଭାରତରେ ଫୋନ ଯେତେ ପ୍ରଚାର ପ୍ରସାର କଲେ ଲୋକମାନେ ଏହାକୁ କିଣିବାକୁ ପ୍ରସ୍ତୁତ ହେଉଛନ୍ତି ନାହିଁ।କଣ ଆପଣ ଜାଣିଛନ୍ତିକି କଣ ପାଇଁ ଚାଇନିଜ ଆପ ଓ ମୋବାଇଲ ଆଦି ଆମ ଭାରତରେ ପସି ନିଜ କାୟା ବିସ୍ତାର କରିବାରେ ଲାଗିଛି।

ଚାଇନା ନିଜ ଆପକୁ ଭାରତ ଓ ଅନ୍ୟ ସ୍ଥାନମାନଙ୍କରେ ବ୍ୟବହାର କରିବାକୁ ଲୋକଙ୍କୁ ପ୍ରଲୋଭନ ଦେଖେଇଥାଏ ଓ ତାପରେ ଦେଖିବାକୁ ଗଲେ ସେ ନିଜ ଦେଶରେ ସ୍ୱତନ୍ତ୍ର ଆପ ରହିଥାଏ ସେ ଅନ୍ୟ କୌଣସି ଦେଶର ଆପ ବ୍ୟବହାର କରିନଥାନ୍ତି।ଗୋଟେ ସାଧାରଣ ଲୋକ ଯେତେବେଳେ ମୋବାଇଲ କିଣିବାକୁ ଯାଏ ସେ ଦେଖେକି ଅଳ୍ପ ଦାମରେ ଭଲ ମୋବାଇଲ କେଉଁଠାରେ ମିଳିଥାଏ ତାକୁ ଖୋଜନ୍ତି।ଏହି ରଣନୀତିକୁ ଚାଇନା ବୁଝି ଏହାକୁ ନିଜ ବେପାରରେ ପରିବର୍ତ୍ତନ କଲା।ଯେମିତି ଆପଣ ଭାବନ୍ତୁ ଆପଣ ନିଜ ଘରେ ୨ ଟି ସିଙ୍ଗଡା ବନଉଛନ୍ତି ଆପଣଙ୍କ ୫୦ ଟଙ୍କା ଖର୍ଚ୍ଚ ହେଉଛି ଓ ୫୦ ଟା ବନେଇଲେ ଅଳ୍ପ ଖର୍ଚ୍ଚ ହୁଏ।

ସେ ଅଳ୍ପ ଟଙ୍କାରେ ଜିନିଷ ବାହାର କରି ସେତିକି ବା ତାଠାରୁ କମରେ ବିକ୍ରି କରେ ଓ ତାପରେ ଯେତେବେଳେ ସେ ଜିନିଷର ବିକ୍ରି ଅଧିକ ହୁଏ ସେ ଜିନିଷକୁ ଅଧିକ ଟଙ୍କାରେ ବିକ୍ରି କରି ନିଜର ଲାଭ ରଖିଥାଏ।ଯେମିତିକି ସାଓମିର ଫୋନ ଭଲ ଭଲ ୫୦୦୦-୬୦୦୦ ଭିତରେ ଆସୁଥିଲା ଏବେ ତାର ଦାମ ଆକାଶ ଛୁଆଁ ହୋଇଗଲାଣି।ପ୍ରଥମେ ଯେତେବେଳ ଓପୋ,ଭିଭୋ,ରିଏଲମୀ ଭଳି ଫୋନ ନା ଅଲଗା କିନ୍ତୁ ସେମାନଙ୍କୁ ଵନଉଥିବା କମ୍ପାନୀ ଗୋଟେ ଅଟେ।କହିବାକୁ ଗଲେ ଆମ ଦେଶରେ ଯେଉଁ ଫୋନ ମିଳିଥାଏ ତାହା ଅଲଗା ଦେଶରୁ ତାର ବିଭିନ୍ନ ପ୍ରକାରର ପାର୍ଟ ଆଣି ତାକୁ ମିଶେଇ ବନେଇ ଦେଇଥାଆନ୍ତି।

କହିବାକୁ ଗଲେ ଆମ ଦେଶରେ ଆପଲ କମ୍ପାନୀର ଫୋନର ପାର୍ଟ ଆସି ଯୋଡ଼ା ହୋଇ ଏକାଠି ବନାହୋଇଥାଏ ଓ ବିକ୍ରି ହୋଇଥାଏ କିନ୍ତୁ ଏହାର ମାତ୍ରା କମ ହୋଇଥାଏ।ବର୍ତ୍ତମାନର ପରିସ୍ଥିତିରେ ଚାଇନା ଓ ଆମେରିକାର ଅଵସ୍ଥା ଯେଉଁ ଭଳିଆ ଚାଇନା ନିଜ ଆପଲର ଉତ୍ତ୍ପାଦନ ବ୍ୟବସ୍ଥାକୁ କାଢି ଆଣି ଭାରତରେ ବନେଇବ ବୋଲି ପ୍ରୟାସ ଲଗେଇଛି।ଆଉ ଯଦି ଏମିତି ହେଲା ଯଦି ତାହେଲେ ଆମ ଭାରତକୁ ବହୁତ ଲାଭ ହୋଇଥାଏ।ଆଉ କଥା ରହିଲା ଚାଇନା ଫୋନ ବହିଷ୍କାର କରିବା କଥା ଆଉ ଆମେ ଚାଇନିଜ ଫୋନର ବ୍ୟବହାର ଓ କିଣିବା ବିର୍ଜନ କରିବା ଉଚିତ।

ଏହାର ଅର୍ଥ ଏହା ନୁହଁକି ଆମେ ଯେଉଁ ଫୋନକୁ ହାତରେ ଧରିଛେ ତାକୁ ଭାଙ୍ଗି ଦେବା ବା ତାକୁ ଫୋପାଡ଼ି ଦେବା ଏହା ଦ୍ୱାରା କୌଣସି ଲାଭ ହେବ ନାହିଁ କାରଣ ଏହାର ପଇସା ଆଗରୁ ଚାଇନା ପାଖକୁ ଯାଇସାରିଛି।ଏହାର ଅର୍ଥ ହେଲା ଏବେଠାରୁ ବା ଭବିଷ୍ୟତରେ ଆପଣ ଚାଇନା ପ୍ରସ୍ତୁତ କରିଥିବା ଆପ ମାନଙ୍କୁ ବ୍ୟବହାର କରିବା ବନ୍ଦ କରିଦେବା ଉଚିତ।ଆଉ କୌଣସିବି ଚାଇନିଜ ଜିନିଷକୁ ବ୍ୟବହାର କରିବା ଓ ଫୋନ କିଣିବା ବର୍ଜନ କରିବା ଉଚିତ।ଏହା ସେହି ସମୟ ଯାହା ଭାରତରେ ମୋବାଇଲ ଫୋନର ବଜାର ବଢି ପାରିବ।

Leave a Reply

Your email address will not be published. Required fields are marked *