March 11, 2025

Odia Express

Here, There and Everywhere

କାହିଁକି ସବୁବେଳେ କଳା ଚଷମା ପିନ୍ଧି ରହନ୍ତି ସ୍ଵତନ୍ତ୍ର ସୁରକ୍ଷା କର୍ମୀ, ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବି…

ଆପଣମାନେ ଅନେକ ସମୟରେ ବଡ ବଡ ନେତାଙ୍କର ଆଖପାଖରେ କଳା ଚଷମା ପିନ୍ଧିଥିବା ସୁରକ୍ଷା କର୍ମୀ ମାନଙ୍କୁ ଦେଖିଥିବେ। ଏହି ସୁରକ୍ଷା କର୍ମୀ ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ବଡ ବଡ ଭିଭିଆଇପି ଲୋକଙ୍କ ଆଖପାଖରେ ଦେଖିବାକୁ ମିଳିଯାନ୍ତି । ଏମାନଙ୍କୁ ଦେଖି ସବୁବେଳେ ଗୋଟିଏ କଥା ମୁଣ୍ଡକୁ ଆସେ ଯେ ଏମାନେ ସବୁବେଳେ କଳା ଚଷମା କାହିଁକି ପିନ୍ଧି ରହନ୍ତି। ନିଜଠାରୁ ତମାମ ସିନିଅରସ ଙ୍କ ସହିତ ଏହି ପ୍ରକାର କଳା ଚଷମା ପିନ୍ଧି ରହିବା କଣ ପ୍ରୋଟୋକଲର ଉଲ୍ଲଂଘନ ଅଟେ ।

ସବୁବେଳେ କଳା ଚଷମା ପିନ୍ଧି ରୁହନ୍ତି ଏହି ସୁରକ୍ଷା କର୍ମୀ:

ଥରେ ଏହିଭଳି ବସ୍ତର ଡ଼ିଏମ ପିଏମ ମୋଦୀ ଙ୍କର ସ୍ଵାଗତ କରିବା ସମୟରେ କଳା ଚଷମା ପିନ୍ଧି ରଖିଥିଲେ। ଯାହା ମିଡିଆରେ ବହୁତ ଆଲୋଚନା ହୋଇଥିଲା । ବହୁତ ଲୋକଙ୍କର କହିବା ଥିଲା ଯେ ଡ଼ିଏମ ପ୍ରୋଟୋକଲର ଉଲ୍ଲଂଘନ କରିଛନ୍ତି ତାଙ୍କୁ ନିଜର ସିନିୟର ମାନେ ପିଏମ ମୋଦୀଙ୍କ ସାମ୍ନାରେ ଏହି ଭଳି କଳା ଚଷମା ପିନ୍ଧି ଆସିବା ଉଚିତ ନଥିଲା କାରଣ କଳା ଚଷମା ପିନ୍ଧିବା ଫର୍ମାଲ ଡ୍ରେସର ଅଂଶ ନୁହେଁ ।

କିନ୍ତୁ ପିଏମ ମୋଦୀ ଏବଂ ଏଭଳି ସମସ୍ତ ବଡ ନେତାଙ୍କର ଏବଂ ଭିଭିଆଇପି ଲୋକଙ୍କ ସହିତ କିଛି ଏପରି ଲୋକମାନେ ଅଛନ୍ତି ଯେଉଁମାନେ ଫର୍ମାଲ ଡ୍ରେସରେ ମଧ୍ୟ ଥାନ୍ତି ଏବଂ ସବୁବେଳେ କଳା ଚଷମା ମଧ୍ୟ ପିନ୍ଧି ରହନ୍ତି। ପ୍ରକୃତରେ ସେମାନେ ସ୍ପେଶିଆଲ ପ୍ରୋଟେକସନ ଗ୍ରୁପର ଯବାନ ଅଟନ୍ତି। ଯେଉଁ ମାନଙ୍କୁ ନିଜର ଡ୍ୟୁଟି କରିବା ପାଇଁ କଳା ଚଷମା ପିନ୍ଧିବା ଜରୁରୀ ହୋଇଥାଏ ।

ଏହି ଗ୍ରୁପ(ଏସପିଜି)ରେ ଆଇପିଏସ ଅଧିକାରୀ ମାନଙ୍କୁ ଡେପୁଟେସନରେ ପଠା ହୋଇଥାଏ। ତାସହ ଏଥିରେ ଅନ୍ୟ ଅର୍ଦ୍ଧ ସାମରିକ ଏବଂ ସୁରକ୍ଷା ବଳର ଅଧିକାରୀ ମଧ୍ୟ ସାମିଲ ହୋଇଥାନ୍ତି। ଏହା ଅନେକ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥାଏ। ଏଥିରେ ସୁରକ୍ଷା ପ୍ରଣାଳୀର ଅନୁଯାୟୀ ଅନେକ ସ୍ତର ପ୍ରସ୍ତୁତ କରାଯାଇଥାଏ । ଏହି ଅନୁଯାୟୀ ସୁରକ୍ଷାକର୍ମୀ ମାନଙ୍କୁ କଳା ଚଷମା ପିନ୍ଧିବାକୁ ହୋଇଥାଏ ।

ସେମାନଙ୍କର କଳା ଚଷମା ପିନ୍ଧିବା ପଛରେ ଅନେକ କାରଣ ରହିଛି। ସେହି ସବୁ କାରଣ ମଧ୍ୟରୁ ସବୁଠାରୁ ଜରୁରୀ ଏବଂ ମୁଖ୍ୟ କାରଣ ଏହା ଯେ ସେମାନେ ଶତ୍ରୁକୁ ଚକମା ଦେବା ପାଇଁ କଳା ଚଷମା ପିନ୍ଧିଥାନ୍ତି। ମାନେ କି ଯଦି କୌଣସି ଆକ୍ରମଣକାରୀ ତାଙ୍କର ଆଖପାଖରେ ଥାଏ ତ ସେ ଜାଣିପାରିବ ନାହିଁ ଯେ ସୁରକ୍ଷାକର୍ମୀ କେଉଁ ଦିଗକୁ ଦେଖୁଛନ୍ତି । ତାସହ ଆକ୍ରମଣକାରୀ ଏକଥାକୁ ମଧ୍ୟ ଭୟ କରିବ ଯେ ହୁଏତ ସୁରକ୍ଷାକର୍ମୀ ତାକୁ ଦେଖୁଛନ୍ତି ବୋଲି ।

କଳା ଚଷମା ପିନ୍ଧିବା ଦ୍ଵାରା ଆକ୍ରମଣକାରୀ କୁ ଏହା ଜଣ ପଡେ ନାହିଁ ଯେ ତାର ଦ୍ରୁଷ୍ଟି କୁଆଡେ ଅଛି ତାସହ ସେ ସେମାନଙ୍କ ଗତିବିଧିର ଅନୁମାନ ମଧ୍ୟ କରିପାରିବ ନାହିଁ ଏବଂ ତାକୁ ଏକଥାର ଭୟ ରହିବ ଯେ ସେହି ସୁରକ୍ଷା କର୍ମୀ ସଂପୂର୍ଣ୍ଣ ଭାବରେ ତା ଉପରେ ନଜର ରଖିଛନ୍ତି ।

ଏହା ବ୍ୟତିତ ଆହୁରି କେତେକ କାରଣ ରହିଛି ଯେଉଁଥି ପାଇଁ ଏହି ବିଶେଷ ସୁରକ୍ଷା କର୍ମୀ କଳା ଚଷମା ପିନ୍ଧି ରହନ୍ତି ସବୁ କାରଣ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ ।

Leave a Reply

Your email address will not be published. Required fields are marked *