ଭୁଲରେ ମଧ୍ୟ କେବେ ଏହି 5 ବିଷୟରେ ଖରାପ ଚିନ୍ତନ କରନ୍ତୁ ନାହିଁ, ଏମାନଙ୍କର ଖରାପ ଭାବିବା ମାତ୍ରେ ଆପଣ ବିନାଶକୁ ଆମନ୍ତ୍ରଣ କରନ୍ତି…
1 min read
ସମସ୍ତ ଧର୍ମରେ ଅହିଂସାର ମହତ୍ଵ କୁହାଯାଇଛି | ହିନ୍ଦୁ ଧର୍ମସହିତ ବୁଦ୍ଧ, ଜୈନ, ଏବଂ ଇସାହି ଧର୍ମରେ ଅହିଂସାର ମାର୍ଗ ହିଁ ଧର୍ମର ମାର୍ଗ କୁହାଯାଇଛି। କିନ୍ତୁ ଅହିଂସାର ମାର୍ଗରେ ଚାଲିବା ନିମନ୍ତେ ଏହା ବୁଝିବା ଆବଶ୍ୟକ ଅଟେ ଯେ ଅହିଂସାର ଅର୍ଥ କେବଳ କାହାକୁ ଶାରୀରିକ ରୂପରେ କ୍ଷତି ପହଞ୍ଚେଇବା ନୁହେଁ, ପରନ୍ତୁ କୌଣସି ବ୍ୟକ୍ତିଙ୍କୁ ନିଜର ମନ, ବଚନ ଏବଂ କର୍ମ ଦ୍ଵାରା କୌଣସି ଦୁଃଖ ନଦେବା ଅହିଂସା ଅଟେ। କିନ୍ତୁ ଅନେକ ସମୟରେ ଆମ ଦ୍ଵାରା ଏହି ଭୁଲ ହୋଇଯାଏ… ଆମେ କର୍ମରେ ହୁଏତ କାହାର ଅହିତ କରିନଥାଉ କିନ୍ତୁ ଭାବନା ରେ କୁଚିନ୍ତା ରଖୁ। କିନ୍ତୁ ଶାସ୍ତ୍ରରେ ବ୍ୟକ୍ତିଙ୍କର ଏହି ବ୍ୟବହାର କୁ ନିୟନ୍ତ୍ରିତ କରିବାର କଥା କୁହାଯାଇଛି। ଶ୍ରୀମଦ ଭଗବତ ଗୀତାରେ ଏକ ଶ୍ଳୋକ ଜରିଆରେ ନିମ୍ନ 5 ବିରୁଦ୍ଧରେ କୌଣସି ପ୍ରକାର ହିଂସାକୁ ନିଷେଧ କୁହାଯାଇଛି ।
ୟଦା ଦେବେଶୁ ବେଦେଷୁ ଗୋଷୁ ସାଧୁଷୁ । ଧର୍ମୋ ମୟୀ ଚ ବିଦ୍ଵେଷ ସ ବା ଆଶୁ ବିନାଶୟିତ॥
ଏହି ଶ୍ଳୋକର ଅର୍ଥ ଅଟେ, ଯେଉଁ ମନୁଷ୍ୟ ଦେବତା ମାନଙ୍କୁ, ବେଦକୁ, ଗୋ, ବ୍ରାହ୍ମଣ –ସାଧୁଙ୍କୁ କ୍ଷତି ପହଞ୍ଚାଏ କିମ୍ବା ପୁଣି ଧାର୍ମିକ କାର୍ଯ୍ୟ ବିରୁଦ୍ଧ ଚିନ୍ତା କରେ, ତାହାର କ୍ଷତି ସେହି କ୍ଷଣ ହେବା ଆରମ୍ଭ ହୋଇଯାଏ, ତାହାର ନାଶ ଶୀଘ୍ର ହୋଇଯାଏ।
ଦେବଗଣ: ଦେବତା ସର୍ବଦା ପୂଜନୀୟ ଅଟନ୍ତି। ତାଙ୍କର ସ୍ତୁତି ଦ୍ଵାରା ମାନବ ଜାତିର କଲ୍ୟାଣ ହୋଇଥାଏ । ଏମିତିରେ ସେମାନଙ୍କ ବିଷୟରେ ଖରାପ ଚିନ୍ତା କରିବା ମାତ୍ରେ ମଧ୍ୟ ଅହିତ ହୋଇଥାଏ। ରବଣ ଏବଂ ଅନ୍ୟ ଅସୁର ଏହାର ଉଦାହରଣ ଅଟନ୍ତି ଯେଉଁମାନେ ଦେବତାଙ୍କର ଅପମାନ କରି ନିଜର ବିନାଶକୁ ସ୍ଵୟଂ ହିଁ ଆମନ୍ତ୍ରିତ କରିଥିଲେ ଏବଂ ଏକ ଦୁଃଖଦ ଅନ୍ତକୁ ପ୍ରାପ୍ତ ହୋଇଥିଲେ।
ବେଦ: ବେଦ ଏବଂ ଧର୍ମ ଶାସ୍ତ୍ର ଆମକୁ ଶ୍ରେଷ୍ଠ ଜୀବନ ଏବଂ ଧର୍ମର ମାର୍ଗ ନିର୍ଦେଶିତ କରନ୍ତି। ଯାହାର ପାଳନ କରି ବ୍ୟକ୍ତି ନା କେବଳ ନିଜର ଜୀବନକୁ ସଫଳ ବନେଇଥାଏ ପରନ୍ତୁ ତାକୁ ଜୀବନମୃତ୍ୟୁର ଚକ୍ରରୁ ମଧ୍ୟ ମୁକ୍ତିର ମାର୍ଗ ମିଳିଥାଏ। କିନ୍ତୁ ଯଦି ଏହି ବେଦର ଅନାଦର କରାଯାଏ, ଏମାନଙ୍କର ଉଲ୍ଲଂଘନ କରାଯାଏ ତେବେ ନିଶ୍ଚିତ ରୂପରେ ବ୍ୟକ୍ତିଙ୍କର ହାନି ହେବ ।
ଗାଈ: ହିନ୍ଦୁ ଧର୍ମରେ ଗାଈକୁ ମାଆର ଆସନ ଦିଆଯାଇଛି। ଗୋମାତାଙ୍କ ରୂପରେ ଲୋକମାନେ ଗାଈର ପୂଜା କରନ୍ତି । କ୍ଷୀର ରୂପରେ ଜୀବଙ୍କୁ ଆହାର ପୋଷଣ ଦେଉଥିବା ଗାଈ ସମସ୍ତଙ୍କ ନିମନ୍ତେ ଆଦରଣୀୟ ଅଟେ। ଏହାର ମନ ବଚନରେ ସେବା କରିବା ମାନବ ନିମନ୍ତେ କଲ୍ୟାଣକାରୀ ହୋଇଥାଏ ଏବଂ ଏଥିପାଇଁ ଗାଈ ବିରୁଦ୍ଧରେ ହେଉଥିବା ହିଂସା ହିନ୍ଦୁ ଧର୍ମରେ ପାପର ସଜ୍ଞା ଦିଆଯାଇଛି ।
ବ୍ରାହ୍ମଣ-ସାଧୁ: ବ୍ରାହ୍ମଣ କିମ୍ବା ସାଧୁ ସନ୍ଥଙ୍କର କାର୍ଯ୍ୟ ଲୋକଙ୍କୁ ଜ୍ଞାନର ମାର୍ଗ ପ୍ରଦର୍ଶନ କରିବା ଅଟେ। ସାଧାରଣ ଲୋକେ ଯେବେ ନିଜର ସାଂସାରିକ ଜୀବନରେ ବ୍ୟସ୍ତ ରହନ୍ତି ସେତେବେଳେ ସାଧୁ ସନ୍ଥ ଜନ ଜ୍ଞାନ ଅର୍ଜନ କରନ୍ତି ଏବଂ ପ୍ରାପ୍ତ ଜ୍ଞାନ ଲୋକଙ୍କୁ ବାଣ୍ଟିଥାଆନ୍ତି । ଏଥିପାଇଁ ସାଧାରଣ ଲୋକଙ୍କ ନିମନ୍ତେ ଏମାନଙ୍କର ସ୍ଥାନ ସର୍ବଦା ଉଚ୍ଚ ହୋଇଥାଏ। ଏମିତିରେ ଲୋକଙ୍କୁ ସବୁବେଳେ ଏମାନଙ୍କ ପ୍ରତି ଶ୍ରଦ୍ଧାର ଭାବନା ରଖିବା ଉଚିତ ଏବଂ ଭୁଲରେ ମଧ୍ୟ ସେମାନଙ୍କର ଅପମାନ କିମ୍ବା ଅହିତ କରିବା ଉଚିତ ନୁହେଁ ।