ଆପଣ ମଧ୍ୟ ବ୍ୟଞ୍ଜନକୁ ସ୍ଵାଦିଷ୍ଟ କରିବା ପାଇଁ କରୁଛନ୍ତି ଭୃଷଙ୍ଗ ପତ୍ରର ବ୍ୟବହାର ତ ନିଶ୍ଚିତ ପଢନ୍ତୁ ଏହି ଖବର…
1 min read
ପ୍ରତିଦିନର ସାଦା ଭୋଜନ ଦ୍ଵାରା ଆମେ ପ୍ରାୟତଃ ବିରକ୍ତ ହୋଇଯାଇଥାଉ ଏବଂ ଆଶା କରୁ ଯେ ଆସନ୍ତା ଦିନ କିଛି ଭିନ୍ନ ସ୍ଵାଦିଷ୍ଟ ଖାଇବାକୁ ହୁଏତ ମିଳିଯିବ । ଏବେ ଏମିତିରେ ଭଲ ଏବଂ ସ୍ଵାଦିଷ୍ଟ ଭୋଜନ ଖାଇବା ଉଚିତ ତ ସେଥିପାଇଁ ଆପଣଙ୍କୁ ଘରୁ ବାହାରେ ହୋଟେଲ କିମ୍ବା ରେଷ୍ଟୋରାଣ୍ଟକୁ ଯିବାକୁ ପଡିବ। କିନ୍ତୁ ଅନେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳିଥାଏ ଯେ କିଛି ଲୋକ ନିଜର ପ୍ରତିଦିନ ଭୋଜନରେ କିଛି ଅଲଗା କରିଦିଅନ୍ତି ଏବଂ ତାପରେ ଆଉ କଣ ଆପଣଙ୍କର ସାଦା ଖାଦ୍ୟ ମଧ୍ୟ ଏକଦମ ସ୍ଵାଦିଷ୍ଟ ହୋଇଯାଏ। ପ୍ରକୃତରେ ଆମେ କଥା କହୁଛୁ ଭ୍ରୂସଙ୍ଗ ପତ୍ର ର , ଯାହାକୁ ବ୍ୟଞ୍ଜନରେ ପକେଇବା ଦ୍ଵାରା ଆପଣଙ୍କର ନିତିଦିନିଆ ଖାଦ୍ୟ ଏକଦମ ସ୍ଵାଦିଷ୍ଟ ହୋଇଯାଏ ।
କିନ୍ତୁ କଣ ଆପଣଙ୍କୁ ଜଣା ଅଛି ଯେ ନିଜର ଭୋଜନକୁ ସ୍ଵାଦିଷ୍ଟ କରିବା ପାଇଁ ଆମେ ଯେଉଁ ଭୃଷଙ୍ଗପତ୍ରର ବ୍ୟବହାର କରୁ ତାହା ଆମର ସ୍ୱାସ୍ଥ୍ୟ ନିମନ୍ତେ କେତେ ଲାଭଜନକ ଅଟେ କିମ୍ବା ଏହାର କିଛି କ୍ଷତି ମଧ୍ୟ ରହିଛି, ଏସବୁ ବିଷୟରେ ଆଜି ଆମେ ଆପଣଙ୍କୁ ଜଣେଇବୁ।
ସର୍ବପ୍ରଥମେ ତ ଆପଣଙ୍କୁ ଜଣେଇଦେବୁ ଯେ ଯେଉଁ ଭୃସଙ୍ଗପତ୍ରର ବ୍ୟବହାର ଆମେ ନିଜର ଭୋଜନକୁ ସ୍ଵାଦିଷ୍ଟ କରିବା ନିମନ୍ତେ କରୁଛୁ ତାହାକୁ ଅନେକ ସ୍ଥାନରେ ମିଠା ନିମ୍ବ ନାମରେ ଡକାଯାଏ। ଏହା ବ୍ୟତିତ ଆପଣଙ୍କୁ ଏହା ମଧ୍ୟ ଜଣେଇଦେବୁ ଯେ ଏଥିରେ ଭିଟାମିନ B2, ଭିଟାମିନ B6, ଭିଟାମିନ B, ଆଇରନ, କ୍ୟାଲସିୟମ, ଫସଫରସ ଭଳି ଅନେକ ପ୍ରକାରର ଭିଟାମିନ ମିଳିଥାଏ। ଏବେ ଆପଣ ନିଜେ ହିନ ଏହି କଥାର ଅନୁମାନ ଲଗେଇ ଦିଅନ୍ତୁ ଯେ ଯେଉଁ ବସ୍ତୁରେ ଏତେ ସବୁ ଲାଭଜନକ ଜିନିଷ ମିଳିଥାଏ ତ ତାହା ଆମ ପାଇଁ କେତେ ଅଧିକ ଲାଭଜନକ ହେବ। ଭୃସଙ୍ଗପତ୍ରକୁ ଯଦି ଆପଣ ଭୋଜନରେ ମିଶାନ୍ତି ତ ଏହାଦ୍ୱାରା ନା କେବଳ ଆପଣଙ୍କ ଭୋଜନର ସ୍ଵାଦ ବଦଳିଥାଏ ପରନ୍ତୁ ଏହାଦ୍ବାରା ଆପଣଙ୍କ ହୃଦ, ଲିଭର, ଉଚ୍ଚ ରକ୍ତଚାପ, ଡାଇବେଟିସ ଏବଂ ଏନିମିଆ ଭଳି ସମସ୍ତ ପ୍ରକାରର ରୋଗ ମଧ୍ୟ ଦୂର ହୋଇଯାଏ ।
ଭୃସଙ୍ଗପତ୍ର ଚୋବେଇ ଖାଇବାର ଲାଭ: ଆପଣଙ୍କୁ ଜଣେଇଦେବୁ ଯେ ମିଠା ନିମ୍ବ ନାମରେ ପରିଚିତ ଏହି ପତ୍ର ଡାଇବେଟିସର ଶିକାର ହୋଇଥିବା ଲୋକଙ୍କ ନିମନ୍ତେ ଏକ ପ୍ରକାରରେ ରାମବାଣ ଭଳି ଅଟେ, ଆପଣଙ୍କୁ ଜଣେଇଦେବୁ ଯେ ଯଦି ଆପଣ ଏହାକୁ ଚୋବେଇ ଖାଆନ୍ତି ତ ଏହାଦ୍ୱାରା ଆପଣଙ୍କର ପାଚନ ତନ୍ତ୍ର ଏକଦମ ସୁସ୍ଥ ରହିଥାଏ ଏବଂ ତାସହ ଆପଣଙ୍କ ସ୍ୱାସ୍ଥ୍ୟ ଅନ୍ୟ ପ୍ରକାରରେ ଅନେକ ଲାଭ ମିଳିଥାଏ ।
ଆପଣମାନେ ପ୍ରାୟତଃ ଦେଖିଥିବେ ଯେ ବହୁତ ଏପରି ଲୋକ ଅଛନ୍ତି ଯେଉଁ ମାନଙ୍କର କେଶ ବହୁତ ଅଧିକ ଦୁର୍ବଳ ଏବଂ ନିର୍ଜୀବ ହୋଇଯାଏ କିମ୍ବା ପୁଣି ବହୁତ ଲୋକ ସମୟ ପୂର୍ବରୁ କେଶ ଧଳା ହେବାର ଶିକାର ହୋଇଯାନ୍ତି । ଏମାନଙ୍କ ମଧ୍ୟରୁ ଅନେକ ତ ଏପରି ଅଛନ୍ତି ଯେଉଁମାନେ କମ ବୟସରେ କେଶ ଝଡିବାର ସମସ୍ୟା ଦ୍ଵାରା ବହୁତ ଅଧିକ ଚିନ୍ତିତ ରହନ୍ତି ଏମିତିରେ ଏହି ସବୁ ଲୋକମାନଙ୍କ ନିମନ୍ତେ ଭୃସଙ୍ଗପତ୍ରର ସେବନ ବହୁତ ଅଧିକ ଲାଭଜନକ ହୋଇଥାଏ।
ଏହି ଲୋକଙ୍କୁ ଏପରି ସମସ୍ୟାରୁ ମୁକ୍ତି ପାଇବା ନିମନ୍ତେ ପ୍ରତ୍ୟେକ ସକାଳେ ଖାଲି ପେଟରେ 4-5 ଭୃସଙ୍ଗପତ୍ର ଚୋବେଇକି ଖାଇବା ବହୁତ ଅଧିକ ଲାଭଜନକ ପ୍ରମାଣିତ ହୋଇଥାଏ। ଏହା ଏଥିପାଇଁ କାରଣ ଏଥିରେ ଥିବା ଭିଟାମିନ ଏବଂ ମିନେରାଲ୍ସ ଆପଣଙ୍କ କେଶକୁ ଦୃଢତା ପ୍ରଦାନ କରିବା ସହିତ ସେଗୁଡିକୁ କଳା କରିବା, ଝଡିବାରୁ ରକ୍ଷା କରିବା, ଏବଂ କେଶରେ ହେଉଥିବା ରୁଷି ଆଦି ସମସ୍ୟାକୁ ଦୂର କରିବାରେ ବହୁତ ଅଧିକ ସଫଳ ସିଦ୍ଧ ହୋଇଥାଏ। ଏହା ବ୍ୟତିତ ଯଦି ଆପଣଙ୍କ ଓଜନ ବଢିଛି ତେବେ ସେଥିପାଇଁ ମଧ୍ୟ ଭୃସଙ୍ଗପତ୍ରର ସେବନ କରିପାରିବେ, ଓଜନ କମ କରିବାରେ ଏହା ବହୁତ ଅଧିକ ସହାୟକ ସିଦ୍ଧ ହୋଇଥାଏ ।