ଆଜିର ମଜାଦାର ପ୍ରଶ୍ନ – ଖାଇଲେ ଫଳ,ଡାକିଲେ ଝିଅ,ଆଙ୍କିଲେ ରଙ୍ଗ,ମୁଁ କିଏ କୁହ ?ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚାରେ ଗୋଟିଏ ନାମ ପାଚିଲେ ଆଉ ଗୋଟିଏ ନାମ ? ସଠିକ ଉତ୍ତର ଦେଇ ପାରିବେ କି..
1 min readନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆଜିର ଢଗ ଢମାଳି କୁ ସ୍ୱାଗତ | ଏହି ଢଗ ଢମାଳି ଆମର ପୂର୍ବ ପୁରୁଷ ୠ୮ ଚାଲି ଆସୁଛି | ଏହାର ପ୍ରଶ୍ନ ଗୁଡିକ ଶୁଣିଲେ ବେଶ କୌତୁହଳ ଲାଗେ |ଏହାର ଉତ୍ତର ଗୁଡିକ ମଧ୍ୟ ସେହିପରି ମାଜ଼ାଦର ଅଟେ | ତେବେ ଆଗରୁ ଆମର ଜେଜେ ବାପା ଓ ଜେଜେ ମା ମାନେ ଏହାକୁ ଆମକୁ ସୁନାଉଥିଲେ | ତେବେ ଏହି ଢଗ ଢମାଳି ର ଉତ୍ତର ଆପଣ ନିଜ ଘରେ ଥିବା ପୁରୁଣା କାଳିଆ ଲୋକ ଙ୍କୁ ପଚାରିଲେ ସେ ନିଶ୍ଚୟ ଏହାର ସଠିକ ଦେଇ ପାରିବେ | ଆସନ୍ତୁ ଜାଣିବା ଆମେ ଓଡ଼ିଆ ଢଗ ଢ଼ମାଳି ବିଷୟରେ।
ଆସନ୍ତୁ ଜାଣିବା ପ୍ରଥମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୧:-ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ସେ ବଞ୍ଚି ଥାଏ କିନ୍ତୁ ପାଣି ପିବାକୁ ଦେଲେ ମରିଯାଏ ?
ଉତ୍ତର:-ଏହାର ଉତ୍ତର ହେଲା ନିଆଁ।
ଆସନ୍ତୁ ଜାଣିବା ଦ୍ୱିତୀୟ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୨:-ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚାରେ ଗୋଟିଏ ନାମ ପାଚିଲେ ଆଉ ଗୋଟିଏ ନାମ ?
ଉତ୍ତର:-ଏହାର ଉତ୍ତର ହେଉଛି ପଇଡ଼ ଯାହା କଞ୍ଚା ଥିଲେ ଡାକନ୍ତି ଓ ପାଚିଲେ ତାକୁ ଡାକନ୍ତି ନଡ଼ିଆ।
ଆସନ୍ତୁ ଜାଣିବା ତୃତୀୟ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୩:-ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ,ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ,ଲାଞ୍ଜ ଧରି ଖେଳନ୍ତି ସମସ୍ତେ,ତଥାପି କାନ୍ଦେନି କୁହ ସେ କିଏ ?
ଉତ୍ତର:-ଏହାର ଉତ୍ତର ହେଲା ବେଲୁନ।
ଆସନ୍ତୁ ଜାଣିବା ଚତୁର୍ଥ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୪:-ଖାଇଲେ ଫଳ,ଡାକିଲେ ଝିଅ,ଆଙ୍କିଲେ ରଙ୍ଗ,ମୁଁ କିଏ କୁହ ?
ଉତ୍ତର:-ଏହାର ଉତ୍ତର ହେଲା କମଳା।
ଆସନ୍ତୁ ଜାଣିବା ପଞ୍ଚମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୫:-ବର୍ଷା ଦିନେ କାନ୍ଦେ ଶିତ ଦିନେ ଶୁଏ,ଖରା ହେଲେ ଏହା ସମସ୍ତଙ୍କୁ ଛାଇ ଦିଏ,ରଙ୍ଗ ବିରଙ୍ଗର କପଡା ମୁଁ ପିନ୍ଧେ ବୁଦ୍ଧି ଅଛି ଯଦି କୁହ ମୁଁ କିଏ ?
ଉତ୍ତର:-ଏହାର ଉତ୍ତର ହେଲା ଛତା।
ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୬:-ପଥର ହେଲେବି ମୁଁ ପାଣି ?
ଉତ୍ତର:-ଏହାର ଉତ୍ତର ହେଲା ବରଫ/କୁଆ ପଥର।
ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୭:-ବାବାଜୀ ନୁହେଁ ତା ବଢିଛି ଦାଢ଼ି ପାଦ ତଳେ ଯାଏ ଆସିଛି ମାଡ଼ି,ପିଲାଏ ଖେଳନ୍ତି ଦାଢ଼ିରେ ଦୋଳି,ପକ୍ଷୀଏ ଖାନ୍ତି ତା ନାଲି କୋଳି ?
ଉତ୍ତର:-ଏହାର ଉତ୍ତର ହେଲା ବରଗଛ।
ଆସନ୍ତୁ ଜାଣିବା ଅଷ୍ଟମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୮:-ଧରିଲେ ଧରା ଦିଏ ନାହିଁ ଦେଖିଲେ ଦେଖା ଦିଏ,ଯୁଆଡେ ଗଲେ ଯାଏ ସିଏ କହଭାଇ କହ କଣ ସିଏ ?
ଉତ୍ତର:-ଏହାର ଉତ୍ତର ହେଲା ନିଜର ଛାଇ।
ଆସନ୍ତୁ ଜାଣିବା ନବମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୯:-ସେଇଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାନ୍ତି କିନ୍ତୁ କେହି ପସନ୍ଦ କରନ୍ତି ନାହିଁ ?
ଉତ୍ତର:-ଏହାର ଉତ୍ତର ହେଲା ପୋଲିଅ।
ଆସନ୍ତୁ ଜାଣିବା ଦଶମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୦:-ଏମିତି ବାଘସେ ଛାଡେନି ଘର ଖାଏନି ମଣିଷ ସେ ପିଏ କ୍ଷୀର,ମା ଦେଖିଲେ ମାଉସୀ ଦେଖଲୋ କୁକୁରକୁ ତାର ପ୍ରବଳ ଡ଼ର ?
ଉତ୍ତର:-ଏହାର ଉତ୍ତର ହେଲା ବିଲେଇ।ଏହା ଥିଲା କେତେକ ଓଡ଼ିଆ ଢଗ ଢ଼ମାଲିର ପ୍ରଶ୍ନ ଉତ୍ତର।