June 26, 2025

Odia Express

Here, There and Everywhere

ଆପଣଙ୍କ ଶୋଇବା ବିଧି ରୁ ଜଣାପଡିଯାଏ କି ଆପଣ ଙ୍କ ସ୍ଵଭାଵ କିପରି ଅଟେ…

1 min read

ଏହି ଦୁନିଆରେ ବିଭିନ୍ନ ପ୍ରକାର ର ବ୍ୟକ୍ତି ଥାନ୍ତି। କାହା ସହିତ କାହାରି ମଧ୍ୟ ପ୍ରକୃତି,ସ୍ଵଭାଵ ଏବଂ ଆଚରଣ ମିଶେ ନାହିଁ। ସମସ୍ତେ ସଭିଙ୍କ ଠାରୁ ଭିନ୍ନ ଅଟେ।ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ କିପରି ଆପଣ ଜଣେ ବ୍ୟକ୍ତି ଙ୍କ ଶୋଇବା ଅବସ୍ଥା କୁ ଦେଖି ତାଙ୍କ ସ୍ଵଭାଵ ବିଷୟରେ ଅନୁମାନ ଲଗାଇ ପାରିବେ।ଏହା ସମୁଦ୍ର ଶାସ୍ତ୍ର ରେ ଲିଖିତ ଅଛି ଏବଂ ଏହା ସମ୍ପୂର୍ଣ୍ଣ ସତ କଥା ଅଟେ।

କଇଁଛ ବିଧି- ପେଟ ମାଡି ଅନେକ ଲୋକ ଶୋଇଥାନ୍ତି। ଏହି ବିଧି କୁ କଇଁଛ ବିଧି ମଧ୍ୟ କୁହାଯାଏ ଏହି ବିଧିରେ ଯେଉଁ ଲୋକ ମାନେ ଶୟନ କରନ୍ତି। ସାଧାରଣତଃ ଏହି ବ୍ୟକ୍ତି ମାନେ ଟିକେ ଅଳସୁଆ ହୋଇଥାନ୍ତି। ଏହି ପରି ଶୋଇବା ଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ। ଏହି ପରି ଶୋଉଥିବା ବ୍ୟକ୍ତି ଟିକେ ଅଳସୁଆ ଅଟନ୍ତି କିନ୍ତୁ ଜୀବନରେ ଡେରିରେ ସମସ୍ତ ଖୁସି ପାଇଥାନ୍ତି। ବହୁତ ସଫଳ ହୁଅନ୍ତି।

ଅମ୍ବର ବିଧି- ଏହି ବିଧି କୁ ଓଡ଼ିଆ ରେ ଚିତି ହୋଇ ଶୋଇବା କୁହାଯାଏ। ନିଜ ମୁହଁ ଆକାଶ ଆଡକୁ ରହିଥାଏ। ଏହି ବିଧିରେ ଶୋଇବା ଆମ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ। ଏହି ପରି ଶୋଉଥିବା ବ୍ୟକ୍ତି ମାନେ ଖୁବ ପରିଶ୍ରମୀ,ବୁଦ୍ଧିମାନ, ଭାଗ୍ୟବାନ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ନିଜ ଉପରେ ଖୁବ ଅଧିକ ଭରସା ରଖନ୍ତି। ସବୁ କାର୍ଯ୍ୟରେ ସଫଳ ହୁଅନ୍ତି।

ଗର୍ଭା ବିଧି – ଏହି ବିଧିରେ ବ୍ୟକ୍ତି ଜାକି ହୋଇ ଗୋଡ ଜାକି ଶୋଇଥାନ୍ତି। ଏହି ବିଧିରେ ବ୍ୟକ୍ତି ଗୋଟିଏ ଗର୍ଭରେ ଥିବା ଶିଶୁ ଭଳି ଦେଖାଯାଏ। ଏହି ବିଧିରେ ଶୋଇବା ଦ୍ୱାରା ଆପଣଙ୍କୁ ନିଶ୍ଵାସ ନେବାରେ କଷ୍ଟ ଅନୁଭବ ହୁଏ।ଏହି ଭଳି ଶୋଉଥିବା ବ୍ୟକ୍ତି ମାନେ ପ୍ରେମ ର ଭୁକା ହୋଇଥାନ୍ତି। ସ୍ନେହ ମମତା ର ଲୋଭି ହୋଇଥାନ୍ତି। ଅନ୍ୟ ମାନଙ୍କ କଅଁଳ କଥାରେ ଶୀଘ୍ର ଏମାନେ ପ୍ରଭାବିତ ହୋଇଯାନ୍ତି।

ହସ୍ତ ବିଧି- ଏହି ବିଧିରେ ବ୍ୟକ୍ତି ନିଜ ହାତ ଉପରେ ମୁଣ୍ଡ ଦେଇ ଶୁଅନ୍ତି। ଏହି ଲୋକ ମାନେ ଖୁବ ଭାବୁକ ନରମ ହୃଦୟ ର ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ଏକୁଟିଆ ହୋଇଯାନ୍ତି। ଏମାନେ ନିଜ ବୁଦ୍ଧି ଲଗାଇ ଯେ କୌଣସି ସମସ୍ୟା ରୁ ମୁକୁଳି ବାହାରି ଆସନ୍ତି। ଏହି ସବୁ ବିଧି ଲକ୍ଷଣ ରୁ ଆପଣ ବ୍ୟକ୍ତି ଙ୍କ ଶୋଇବା ଠାରୁ ତାଙ୍କ ବିଷୟରେ ବହୁତ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *