ଯଦି ଆପଣଙ୍କ ପଢିବାକୁ ଇଛା ହେଉନି ତାହେଲେ ଆସନ୍ତୁ ଜାଣିବା ଆମେ କଣ କରିବା ଦ୍ୱାରା ପଢିବାକୁ ଇଚ୍ଛା ପ୍ରବଳ ଇଚ୍ଛା ହବ….
1 min read
ନମସ୍କାର ପ୍ରିୟ ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆଜି ଆମେ ଏଠି ଗୋଟେ ବିଶେଷ ବିଷୟ ଉପରେ ଚର୍ଚ୍ଚା କରିବା।ଆପଣ ଦେଖିଥିବେ ପ୍ରାୟ ପାଠ ପଢ଼ୁଥିବା ଛୁଆ କୁହାନ୍ତିକି ଆରେ କଣ କରିବା ପାଠ ପଢ଼ାରେ ମନ ଲାଗୁନି,ବାର ବାର ଧ୍ୟାନ ମୋବାଇଲ ଆଡ଼କୁ ଚାଲି ଯାଉଛି।ଅନୁପ୍ରାଣିତ ଭିଡ଼ିଓର ପ୍ରଭାବ ୫ ମିନିଟରୁ ବେଶି ସମୟ ପର୍ଯ୍ୟନ୍ତ ରହୁହିଁ ନାହିଁ।ସାଙ୍ଗମାନେ ୧୪-୨୫ ବର୍ଷ ପର୍ଯ୍ୟନ୍ତ ଏମିତି ସମୟ ଅଟେ ଯାହାଫଳରେ ଆପଣଙ୍କ ଜୀବନ ଖରାପ ହୋଇପାରିବ ନହେଲେ ଆପଣଙ୍କ ଜୀବନ ସୁଧୁରୀ ପାରିବ।
ଆଜିହିଁ ଆପଣ ନିଜେ ନିଜକୁ ପ୍ରଶ୍ନ ପଚାରକି ଆପଣଙ୍କୁ କଣ କରିବାର ଅଛି ?କେତେବେଳ ପର୍ଯ୍ୟନ୍ତ ମା ବାପା ଦେଉଥିବା ଦାନା ଉପରେ ନିର୍ଭର କରିବେ ?ଆପଣ ମନ ରଖନ୍ତୁ ରାଜା ହେବାପାଇଁ ଭିକାରି ଭଳି ପରିଶ୍ରମ କରିବାର ଅଛି ଓ ସୂର୍ଯ୍ୟ ଭଳି କିରଣ ଦେବାକୁ ହେଲେ ସୂର୍ଯ୍ୟ ଭଳି ଗରମ ହେବାର ଅଛି।ଆପଣ ପଢିବା ପାଇଁ ମନ ନିଶ୍ଚିନ୍ତ କରନ୍ତି କାଲି,ସୋମବାର,ମଙ୍ଗଳବାର ଏମିତି ଆପଣ କେତେଦିନ କାଲି କାଲି କରିବେ।ଦିନେ ଏମିତି ସମୟ ଆସିବ ଆପଣ ମରିବାକୁ ଯାଉଥିବେ କଣ ଆପଣ ସେତେବେଳେବି କହିବେ ମୁଁ କାଲି କରିବି।
ଟିକେ ଆପଣ ସେମାନଙ୍କ ଆଡ଼କୁ ଦେଖି ନିଅନ୍ତୁ ଯେଉଁମାନେ ଆପଣଙ୍କ ଉପରେ ଆଶା ଲଗେଇ ବସିଛନ୍ତି ଏଠାରେ ଆମେ ଆପଣଙ୍କ ମା ବାପା ବିଷୟରେ କହୁଅଛୁ।ସେ ଆପଣଙ୍କ ପାଇଁ କେତେ ପରିଶ୍ରମ କରୁଛନ୍ତି କିନ୍ତୁ ଆପଣ ତାଙ୍କ ପାଇଁ ଅଳ୍ପ ପରିଶ୍ରମ କରିବାକୁ ପ୍ରସ୍ତୁତ ନାହାନ୍ତି।ଆଜିହିଁ ଆପଣ ଭାବି ନିଅନ୍ତୁ ଆପଣ ଜୀବନରେ କଣ କରିବେ।ଆପଣ ନିଜ ମୋବାଇଲରୁ ସେ ସବୁ ଜିନିଷ ହଟେଇ ଦିଅ ଯାହା ଆପଣଙ୍କ ଲକ୍ଷ୍ୟ ଶହ କୌଣସି ସମ୍ଵନ୍ଧ ନାହିଁ।
ଲୋକ ଅଛନ୍ତି କୁହାନ୍ତିକି ଆମେ ପଢିବାକୁ ବସୁଛୁ କିନ୍ତୁ ପଢି ପାରୁନୁ, ବେସି ନାହିଁ ଆପଣ ୨ ମିନିଟ ବସନ୍ତୁ ଯାହା ଆପଣଙ୍କୁ ୨ ଘଣ୍ଟା ପଡ଼ିବାକୁ ବାଧ୍ୟ କରିଦେବ।ହରିଵଂଶ ରାଏ ବଚନ କୁହାନ୍ତିକି,ଛୋଟ ପିମ୍ପୁଡି ଯେତେବେଳେ ଦାନା ନେଇ କାନ୍ଥରେ ଚଢେ ସେ ସମୟରେ ସେ ବାରମ୍ବାର ଖସି ଥାଏ।ସେ ବାରମ୍ବାର ବିଫଳ ହେବା ପରେବି ସେ ଚେଷ୍ଟା କରିଥାଏ ଓ ସେ ବିଫଳ ହୋଇଥାଏ ଯାହାଫଳରେ ସେ ବାରମ୍ବାର ପ୍ରୟାସ କରିଥାଏ ଓ ଶେଷରେ ତାର ପରିଶ୍ରମ ଫଳ ଦେଇଥାଏ ଓ ପ୍ରୟାସ କରୁଥିବା ଲୋକ କେବେ ହାରେ ନାହିଁ।
ଅସଫଳତା ହେଲେ ରହି ଜାଅ ନାହିଁ ବା ହାରିଯାଅ ନାହିଁ ଦେଖ କଣ ଭୁଲ ଅଛି ଓ ତାର ସୁଧାର କର।ଆପଣ କିଛି ନା କିଛି ପ୍ରୟାସ କର ଯାହାଫଳରେ ଆପଣ ପଢିବାକୁ ବାଧ୍ୟ ହେବେ ବା ଏମିତି କୌଣସି ପ୍ରେରଣାର ମାର୍ଗ ଖୋଜ ଯାହାଦ୍ୱାରା ଆପଣ ନିଜେ ପଢିବାକୁ ଲାଗିବେ।ନିଜ ମା ବାପା ପାଇଁ ପଢ଼,ନିଜ ଅସଲୀ ସ୍ଥାନ ଦେଖେଇବା ପାଇଁ ପଢ଼ ଓ ନିଜ ଶତୃ ମାନଙ୍କୁ ହରେଇବା ପାଇଁ ପଢ଼।ନିଜ ଜୀବନରେ ଏମିତି କିଛି ସ୍ୱପ୍ନ ଥାଏ ଯେଉଁଥି ପାଇଁ ସେ ବଞ୍ଚିବା ମରିବା ପାଇଁ ପିଛାଏ ନାହିଁ।ଆପଣ ଯଦି ଏହାକୁ ପଢି ନିଜ ଜୀବନରେ କାର୍ଯ୍ୟକାରୀ କରି ପାରିଲେ ଗୋଟିଏ ଦିନ ଆପଣ ନିଶ୍ଚିନ୍ତ ବଡ଼ ଲୋକ ହୋଇ ପାରିବେ।