କଭି ଖୁସି କଭି ଗମ ଫିଲ୍ମରେ ଛୋଟ କରୀନାର ଅଭିନୟ କରିଥିବା ଏହି ଝିଅ ପ୍ରକୃତରେ କିଏ – ଏବେ ଜାଣିରଖନ୍ତୁ ଅସଲରେ ସେ କିଏ..

2001ମସିହାରେ କରଣ ଜୌହରଙ୍କର ଫିଲ୍ମ କଭି ଖୁସି କଭି ଗମ ବର୍ଷର ସବୁଠାରୁ ବଡ ହିଟ ଫିଲ୍ମ ରୂପରେ ଆସିଥିଲା ଯାହାକି ଏକ ପାରିବାରିକ ଫିଲ୍ମ ଥିଲା ଏବଂ ବହୁତ ଲୋକମାନେ ଏହି ଫିଲ୍ମକୁ ଦେଖିଥିଲେ ଏବଂ ଜଦି ଆପଣମାନେ ମଧ୍ୟ ଫିଲ୍ମ ‘କଭି ଖୁସି କଭି ଗମ’ ଦେଖିଥିବେ ତ ଆପଣଙ୍କୁ ମଧ୍ୟ ଏହାର ସମସ୍ତ ଚରିତ୍ର ଭଲ ଭାବରେ ମନେଥିବେ , କାରଣ ଏହି ଚର୍ଚିତ ଫିଲ୍ମ ବହୁତ ଲୋକମାନେ ଦେଖିଛନ୍ତି ।ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶାହରୁଖ ଖାନ, କାଜଲ, ହ୍ରୀତିକ ରୋଶନ, କରୀନା କପୁର, ରାନୀ ମୁଖାର୍ଜୀ ଏହି ସବୁ ସୁପରଷ୍ଟାର ମାନେ ଏକତ୍ର କାମ କରିଥିଲେ ଏହା ବ୍ୟତିତ ଏହି ଫିଲ୍ମରେ ଏକ ଛୋଟ ଝିଅ ମଧ୍ୟ ଚରିତ୍ର ଥିଲା ବୋଧହୁଏ ଆପଣମାନଙ୍କର ମନେଥିବ ସେହି ଶିଶୁ କଳାକାର ଥିଲା ଛୋଟ କରୀନା।
ହଁ ଆଜ୍ଞା ସେହି ଯିଏ ନିଜର ବନ୍ଧୁ ମାନଙ୍କ ସହିତ ମିଶି ଛୋଟ ହ୍ରୀତିକ ରୋଶନଙ୍କୁ ଲଡ୍ଡୁ କହି ଚିଡାଉଥିଲା ଏବଂ ତାକୁ ପୁରା ଦିଲ୍ଲୀର ଚାନ୍ଦିନୀ ଚଉକ ରେ ଦୌଡାଇ ଦୌଡାଇ ହଇରାଣ କରୁଥିଲା। ତ ଆପଣଙ୍କୁ ଜଣେଇଦ୍ବୁ ଯେ ସେହି ବାଲ କଳାକାର ମାନେ ସେହି ଛୋଟ କରୀନା ଙ୍କର ପ୍ରକୃତ ନାମ ମାଲବିକା ରାଜ ଅଟେ । କିନ୍ତୁ ସେ ଏବେ ଛୋଟ ଛୁଆ ନାହାନ୍ତି। ମାଲବିକାଙ୍କୁ ଏତେ ବର୍ଷ ପରେ ଦେଖିବା ପରେ ଆପଣ ମଧ୍ୟ ତାଙ୍କୁ ଚିହ୍ନି ପାରିବେ ନାହିଁ।
ବଲିଉଡର ସୁପରହିଟ ଫିଲ୍ମ ‘କଭି ଖୁସି କଭି ଗମ’ରେ ଶିଶୁ ଅଭିନେତ୍ରୀ ରୂପେ ନଜର ଆସିଥିବା ଏହି ଅଭିନେତ୍ରୀ ମାଲବିକା ରାଜ ବହୁତ ଶୀଘ୍ର ଅଭିନୟ ଜଗତରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଆପଣଙ୍କୁ ଜଣେଇଦେବୁ ଯେ ମାଲବିକା ରାଜ ଜଗଦୀଶ ରାଜଙ୍କର ନାତୁଣୀ ଅଟନ୍ତି ଯିଏ ଅନେକ ଫିଲ୍ମରେ ପୋଲିସର ଚରିତ୍ର ନିର୍ବାହ କରିଥିଲେ ଏବଂ ତାଙ୍କ ବିଷୟରେ ତ ଏହା ମଧ୍ୟ କୁହାଯାଏ ଯେ ସେ ଜନ୍ମ ନେଇଛନ୍ତି ପୋଲିସ ବାଲା ରୋଲ କରିବା ନିମନ୍ତେ। ମୋଟ 144ଫିଲ୍ମରେ ପୋଲିସବାଲାର ଅଭିନୟ କରିଛନ୍ତି । ମାଲବିକା ରାଜ ତାଙ୍କର ନାତୁଣୀ ଅଟନ୍ତି । କଭି ଖୁସି କଭି ଗମରେ ପୂର୍ବରୁ ମାଲବିକା ‘ଶିକାରୀ’ ନାମକ ଫିଲ୍ମରେ ଶିଶୁ ଅଭିନେତ୍ରୀ ରୂପେ କାମ କରିସାରିଛନ୍ତି । କିନ୍ତୁ କଭି ଖୁସି କଭି ଗମ ପରେ ତାଙ୍କର ବାପା ତାଙ୍କୁ ଫିଲ୍ମରେ କାମ କରିବାରୁ ନିବୃତ୍ତ କରିଦେଲେ ।
ଜଗଦୀଶ ରାଜଙ୍କର ଏପରି କରିବା ପଛରେ କାରଣ ଏହା ଥିଲା ଯେ ମାଳବିକା ଛୋଟ ବେଳେ ବହୁତ ଦୁଷ୍ଟ ଥିଲେ ଏଥିପାଇଁ ତାଙ୍କୁ ଲାଗିଲା ଯେ ଯଦି ମାଲବିକା ଅଭିନୟ କରିବେ ତ ନିଜର ପାଠକୁ ଗୁରୁତ୍ଵ ଦେବେ ନାହିଁ ଏହି କାରଣରୁ ତାଙ୍କର ବାପା ସ୍ଥିର କଲେ ଯେ ସେ ପ୍ରଥମେ ନିଜର ଶିକ୍ଷା ପୂର୍ଣ୍ଣ କରିବେ। ଏହା ପରେ ଅଭିନୟ କରିବେ ଏବଂ ପ୍ରତ୍ୟାବର୍ତ୍ତନ କରିବେ। ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ମାଲବିକାଙ୍କର ବହୁତ ଗୁଡିଏ ଫଟୋରେ କରୀନା କପୁରଙ୍କର ଝଲକ ଦେଖିବାକୁ ମିଳେ । ସୋସିଆଲ ମିଡିଆରେ ମଧ୍ୟ ଅନେକ ଫଟୋ ସେୟାର କରାଯାଇଛି ଯେଉଁଥିରେ ସେ କରୀନାଙ୍କ ଭଳି ହଟ ଦେଖାଯାଉଛନ୍ତି ।
ମାଲବିକା ବଡ ହେବା ପରେ ତେଲୁଗୁ ସିନେମାରେ ଅଭିନୟ ଦ୍ଵାରା ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଗତ ବର୍ଷ ତାଙ୍କର ଫିଲ୍ମ ଜୟଦେବ ଆସିଥିଲା। ଫିଲ୍ମ କ୍ୟାପଟେନ ନବାବଙ୍କର ନିର୍ଦେଶକ ଟୋନି ଡିସୁଜାଙ୍କୁ ପଚରା ଗଲା ଯେ ମାଲବିକାଙ୍କର ଅଭିନୟ ବିଷୟରେ ତାଙ୍କର କଣ କହିବାର ଅଛି ତ ସେ କହିଲେ ଯେ, ଆମକୁ ଖୁସି ଲାଗୁଛି ଯେ ମାଲବିକାଙ୍କୁ ସାକ୍ଷାତ କରିଛୁ ଏବଂ ତାଙ୍କୁ ଫିଲ୍ମରେ ସାମିଲ କରାଗଲା। ଆମେ ଅନେକ ଥର ମାଲବିକାନ୍ଙ୍କାର ଅଡିସନ ମଧ୍ୟ ନେଇଛୁ, ଯେଉଥିରେ ପ୍ରତ୍ୟେକ ଅଡିସନରେ ତାଙ୍କର ଅନେକ ପ୍ରଶଂସନୀୟ ପ୍ରଦର୍ଶନ ରହିଛି । ଏମିତିରେ ମାଲବିକା ଆଗରୁ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବାଳ କଳାକାର ରୂପେ କାମ କରିସାରିଛନ୍ତି ଏବଂ ସେ ଭଲ ଭାବରେ ପରିଚିତ ଅଟନ୍ତି ।
ମାଲବିକା ଦୀପିକା ପାଦୁକୋନଙ୍କୁ ପ୍ରେରଣା ର ସ୍ରୋତ ମାନନ୍ତି ଏବଂ ତାଙ୍କଠାରୁ ଅନେକ ଶିକ୍ଷା ଲାଭ କରିଛନ୍ତି। ଏବଂ ଏବେ ତ ବର୍ତ୍ତମାନ ସେ ବଲିଉଡରେ ଲଞ୍ଚ କରିବାର ପ୍ରସ୍ତୁତିରେ ଅଛନ୍ତି। ତାଙ୍କର ଫିଲ୍ମ ‘କ୍ୟାପଟେନ ନୱାବ’ ଆସୁଅଛି । ଯେଉଁଥିରେ ତାଙ୍କର ବିପକ୍ଷରେ ତାଙ୍କ ସହିତ ଇମ୍ରାନ ହାଶମୀ ଅଭିନୟରେ ଦୃଷ୍ଟିଗୋଚର ହେବେ ଏବେ ଦେଖିବାର ଅଟେ ଯେ ମାଲବିକା ଙ୍କର ଏହି ଫିଲ୍ମ କେତେ ସୁପରହିଟ ହେଉଛି ।