March 8, 2025

Odia Express

Here, There and Everywhere

ତେଲୁଗୁ ଫିଲ୍ମ ର ବଡ କମେଡିଆନ ବ୍ରହ୍ମାନନ୍ଦନଙ୍କ ଜୀବନ ଶୈଳୀ ଏପରି କିଛି କଥା ଯାହା ଆପଣ କେବେ ଶୁଣି ନଥିବେ…

ଆପଣ ମାନେତ ସମସ୍ତେ ଜାଣିଥିବେ ଟଲିଉଡ଼ର ନାମୀ ଦାମୀ ହାସ୍ୟ ଅଭିନେତା ବ୍ରହ୍ମାନନ୍ଦନଙ୍କ ବିଷୟରେ ୟାଙ୍କୁ ଟଲିଉଡ଼ ଚଳଚିତ୍ରର ରାଜା ବୋଲି କୁହାଯାଏ।ବ୍ରହ୍ମାନନ୍ଦନଙ୍କ ଜନ୍ମ ୧ ଜାନୁଆରୀ ୧୯୫୬ ରେ ସତ୍ୟମା ପଲ୍ଲୀ ଆନ୍ଦ୍ରପ୍ରଦେଶରେ ହୋଇଥିଲା,୨୦୨୦ ହିସାବରେ ଏବେ ତାଙ୍କ ବୟସ ହେଲାଣି ୬୦ ବର୍ଷ।ସେ ନିଜ ପାଠ ପଢ଼ା ସତ୍ୟମା ପଲ୍ଲୀ ଉଚ୍ଚ ବିଦ୍ୟାଳୟରେ କରିଥିଲେ ଓ ସେ ଡ଼ିଏନଆର ମହାବିଦ୍ୟାଳୟ ଭୀମବରମରେ ଏମ.ଏ କରିଥିଲେ।ତାଙ୍କ ଭିତରେ ଅଭିନୟ କରିବାର ସୈକ ପିଲା ବେଳୁ ଥିଲା।

ତାଙ୍କୁ କେହି ପ୍ରୋତ୍ସାହନ ଦେବାକୁ ନଥିବାରୁ ସେ ଆଉ ଅଭିନୟ ନକରି ନିଜ ପାଠ ପଢ଼ାରେ ଧ୍ୟାନ ଦେଲେ।ସେ ନିଜ ଗ୍ରାମ ସତ୍ୟମାପଲ୍ଲୀର ମହାବିଦ୍ୟାଳୟରେ ଗଣିତ ଶିକ୍ଷକ ଥିଲେ।ସେ ନିଜର ଵୃତ୍ତିରେ ଜଣେ ଅଭିନେତା,ଗାୟକ ଓ ହାସ୍ୟକାର ଅଟନ୍ତି।ସେ ନିଜର ବୃତ୍ତିର ଆରମ୍ଭ ଶିକ୍ଷକ ଭାବରେ କରିଥିଲେ,ସେ ପିଲାଙ୍କୁ ପାଠ ପଢ଼ଉ ପଢ଼ଉ ନିଜ ଅଭିନେତା ହେବା ଉପରେ କାମ କଲେ।

ସେ ଅଡିସନ ଲାଇନର ବହୁତ ଧକା ଖାଇବା ପରେ ତାଙ୍କୁ ୧୯୮୬ ରେ ପ୍ରକାଶିତ ଚଳଚିତ୍ର ଶାନ୍ତାବାଇ ରେ ଗୋଟେ ଛୋଟ ପାର୍ଟ ମିଳିଥିଲା।ସେ ତାଙ୍କର ପ୍ରଥମ ଚଳଚିତ୍ରରେ ଭଲ ରୋଲ କାରଣରୁ ବହୁତ ନିର୍ଦ୍ଦେଶକ ତାଙ୍କ ଅଭିନୟରେ ବହୁତ ଖୁସି ହେଲେ ଓ ତାଙ୍କୁ କୌଣସି ନା କୋୖଣସି ଚଳଚିତ୍ର ପାଇଁ ଡକରା ଆସୁଥିଲା।ଦକ୍ଷିଣଭାରତର କଳାକାର ଚିରଞ୍ଜିବୀ ତାଙ୍କ ଅଭିନୟରେ ଏତେ ଖୁସି ହେଲେକି ସେ ତାଙ୍କ ଶହ ୧୯୮୭ ରେ ଗୋଟେ ଚଳଚିତ୍ର କରିଥିଲେ ଯାହାର ନାମ ଥିଲା ପାସି ବାଦୀ ପ୍ରଣମ ରେ କାମ କରିଥିଲେ।

କହିବାକୁ ଗଲେ ବ୍ରହ୍ମାନନ୍ଦନଙ୍କୁ ଚଳଚିତ୍ରରେ ସହାୟକ ରୋଲ୍ ମିଳେ କିନ୍ତୁ ତାଙ୍କ ଅଭିନୟ ହିରୋର ଅଭିନୟ ଠାରୁ ବେଶ ମନୋରଞ୍ଜନକରକ ହୋଇଥାଏ।ଯେଉଁଥିପାଇଁ ସେ ଛୋଟ ଅଭିନେତା ଠାରୁ ଆରମ୍ଭ କରି ବଡ଼ ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କ ଶହ କାମ କରି ସାରିଛନ୍ତି।୨୦୧୩ ଆସିଥିବା ଚଳଚିତ୍ର ଅତରିନ୍ତ କି ଦରିଦି ରେ ସେ ହାସ୍ୟକାର ଭାବରେ ଅଭିନୟ କରିଥିଲେ ଯାହା ଆସୁ ଆସୁ ବହୁତ ହିଟ ହୋଇଥିଲା ଓ ଏହି ଚଳଚିତ୍ରର ଆୟ ଥିଲା ୧୨୬ କୋଟି ଟଙ୍କା।

ସେ ଏପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଚଳଚିତ୍ରରେ କାମ କରି ସାରିଲେଣି ଯେଉଁ କାରଣରୁ ତାଙ୍କ ନାମ ଗ୍ରୀନିଜ ବୁକ ଅଫ ବିଶ୍ୱ ରେକର୍ଡରେ ଲେଖା ସରିଛି।ସେ ନିଜ ଜୀବନ କାଳ ଭିତରେ ବହୁତ ପ୍ରସିଦ୍ଧ ଚଳଚିତ୍ର କରିଛନ୍ତି ଯାହା ହେଉଛି ବୃଷଲି ଦି ଫାଇଟର,ଦି ରିଟର୍ଣ୍ଣ ଅଫ ରେବଲ,ରାଉଡି ବାଦସାହା।ଆସନ୍ତୁ ଜାଣିବା ତାଙ୍କୁ ମିଳିଥିବା ପୁରସ୍କାର ବିଷୟରେ ୨୦୦୯ ରେ ବ୍ରହ୍ମାନନ୍ଦନଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା।ତାଙ୍କୁ ଫିଲ୍ମ ଫେୟାର,ନନ୍ଦି ପୁରସ୍କାର,ସାଉଥ ଇଣ୍ଡିଆନ ଇଣ୍ଟରନେସନାଲ ଭଳି ପୁରସ୍କାର ମିଳି ସାରିଛି।

ଆସନ୍ତୁ ଜାଣିବା ତାଙ୍କ ପରିବାର ବିଷୟରେ,ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ଲକ୍ଷ୍ମୀ,ତାଙ୍କର ଦୁଇ ପୁଅ ହେଉଛନ୍ତି ରାଜା ଗୋୖତମ ଓ ଫିଡ଼।ତାଙ୍କର ଗୋଟେ ଚଳଚିତ୍ର କରିବା ପାଇଁ ସେ ୧ କୋଟି ଟଙ୍କା ଚାର୍ଜ କରନ୍ତି।ସେ କୌଣସିବି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ୨ ଲକ୍ଷ୍ୟ ଟଙ୍କା ନିଅନ୍ତି।ଆସନ୍ତୁ ଜାଣିବା ତାଙ୍କ ନେଟ ୱର୍ଥ ବିଷୟରେ ସେ ୩୨୦ କୋଟି ଟଙ୍କାର ନେଟୱର୍ଥ ଅଛି।ସେ ନିଜ ପରିବାର ସହ ଯୁବଳି ହିଲ ହାଇଦ୍ରାବାଦରେ ରୁହନ୍ତି।

ଆସନ୍ତୁ ଜାଣିବା ବ୍ରହ୍ମାନନ୍ଦନଙ୍କ ଗାଡି ସଂଗ୍ରହ ବିଷୟରେ,ତାଙ୍କୁ ବିଳାସ ପୁର୍ଣ୍ଣ ଗାଡି ରଖିବାକୁ ଭଲ ଲାଗେ।ତାଙ୍କର ସମ୍ପୂର୍ଣ୍ଣ ଗାଡି ସଂଗ୍ରହର ମୁଲ୍ୟ ୧୦ କୋଟିରୁ ଅଧିକ ମିଳେ।ୟାଙ୍କ ପାଖରେ ଗୋଟେ ଆଡି ଆର୮ ଅଛି ଯାହାର ମୁଲ୍ୟ ୩ କୋଟି ଅଟେ ଓ ତାପରେ ଆଡି କ୍ୟୁ ୭ ଅଛି ଯାହାର ମୁଲ୍ୟ ୮୦ ଲକ୍ଷ୍ୟ ଟଙ୍କା।ଏହାଥିଲା ବ୍ରହ୍ମାନନ୍ଦନଙ୍କ ଜୀବନ ଶୈଳୀ ବିଷୟରେ କୀଛି ତଥ୍ୟ।

Leave a Reply

Your email address will not be published. Required fields are marked *