ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଘର ଚଲେଇବା ପାଇଁ ଚାରୋଟି ଗୂଢ ରହସ୍ୟ..
1 min readଆଜି ଆମେ ଆପଣଙ୍କୁ କହିବୁକି ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିରେ ଘର ବିଷୟରେ ଏମିତି କେଉଁ ଚାରିଟି କଥା କହିଛନ୍ତିକି କାହାକୁବି କେବେବି କୌଣସି ଅବସ୍ଥାରେ କାହାକୁ କହିବେ ନାହିଁ।ସେ ମଣିଷ ପଛେ ଆମର ଯେତେ ଘନିଷ୍ଠ ହେଉନଥାଉ ନା କାହିଁକି।ଆସନ୍ତୁ ଜାଣିବା ସେ ଚାରୋଟି କଥା ଯାହା ଆପଣ ଭୁଲରେବି ନିଜ ଭାଇ ବିନ୍ଧୁ କାହା ଆଗରେ କହିବେନି
ଚାଲନ୍ତୁ ଜାଣିବା ସେ ଚାରୋଟି କଥା:-
୧.ଜୀବନରେ ଯଦି କେବେବି କେଉଁଠାରେବି ବା କୌଣସି କାରଣରୁବି ଆପଣଙ୍କର ଅପମାନ ହୋଇଥିବ।ଜୀବନରେ ଅପମାନ ସମସ୍ତଙ୍କ ଆଗରେ ସହିବାକୁ ପଡିଥାଏ ଖାସ କରି ଆମ ପରିବାର ଲୋକଙ୍କ ଆଗରେ,ସାଙ୍ଗସାଥୀଙ୍କ ଆଗରେ,ପ୍ରିୟ ଜନଙ୍କ ଆଗରେ ଯଦି ଆମକୁ କିଏ କଣ କହି ଦେଇଥାଏ ଆମକୁ ବହୁତ ଦୁଃଖ ଲାଗେ ତାପରେ ଆମେ ସେ କଥା ଆମେ ନିଜେ ଅନ୍ୟ ଆଗରେ କହିଥାଉ ଆଉ ସେ ସମୟରେ ଦୁଃଖ ବାଣ୍ଟିଲେ ହାଲ୍କା ହୋଇନଥାଏ ଓଲଟା ସେମାନେ ଆମର ମଜାକ ଉଡାନ୍ତି।
୨.ଯଦି ଆପଣଙ୍କର ପରିବାରର କୌଣସି ଗୋପନିୟ କଥା ଅଛିତ, ସାଧାରଣତଃ ଘର ପରିବାରରେ ଲଢେଇ ଝଗଡା ହୋଇଥାଏ।ଏହି ଝଗଡା ଘରର କୌଣସି କାରଣରୁ ହୋଇନଥାଏ,ଏହା ହୋଇଥାଏ କୌଣସି ତୃତୀୟ ମଣିଷ ଆସେ ସେ ନିଆଁରେ ଘିଅ ଢାଳି ପଳାଏ ଓ ସେ ଘିଅ ଏତେ ଅଧିକ ହୋଇଥାଏ କି ନିଆଁ ଚାରି ଆଡେ ଲାଗିଯାଏ।କାରଣ ପାଇଁ ଝଗଡା ହୁଏନି କାରଣ ଉଠେଇଥିବା ଲୋକଙ୍କ ପାଇଁ ଝଗଡା ହୋଇଥାଏ।ଆପଣଙ୍କ ପରିବାରରେ ଯେକୌଣସି ଅସୁବିଧା ହେଉ ଆପଣ ନିଜ ଘରେ ସମାଧାନ କରିବେ ବାହାରକୁ କଥା ନେବେନି।
3.ମନର ଦୁଃଖ,ଆମ ମନରେ ପ୍ରାୟତଃ ଏମିତି କିଛି ଚାଲିଥାଏ ଯାହା ଆମ ପାଇଁ ଦୁଃଖର କାରଣ ହୋଇଥାଏ।ଆପଣ ପୂର୍ବରୁ କରିଥିବା ଭୁଲ ଭଟକାକୁ ନେଇ ଭାବନ୍ତିକି କିପରି କଣ କରିଥିଲେ ଏହା ଠିକ ହୋଇଥାନ୍ତା।ଏହା କହିବାକୁ ଗଲେ ଆପଣ ସମ୍ପୂର୍ଣ୍ଣ ରୂପେ କଳ୍ପନା କରନ୍ତି ଏହି କଳ୍ପନା ଆପଣଙ୍କୁ ଅଧିକରୁ ଅଧିକ ଦୁଃଖ ଦିଏ। ଆଗରୁ କହିଛୁ ଦୁଃଖ ବାଣ୍ଟିଲେ ହାଲ୍କା ହୋଇଥାଏ କିନ୍ତୁ ଲୋକମାନେ ଏହାକୁ ଶୁଣି ଏହାର ମଜାକ ବନେଇ ଦିଅନ୍ତି।ଯାହାଫଳରେ ଆପଣଙ୍କ ଦୁଃଖ ଆହୁରି ବଢି ଯାଏ,ସେଥିପାଇଁ ଆପଣ ନିଜ ଦୁଃଖ ସମସ୍ତଙ୍କୁ ନୁହେଁ କେବଳ କେତେକ ବଛା ଲୋକନକୁହିଁ କହିବା ଦରକାର।
୪.ଯଦି ଆପଣଙ୍କର ଧନର ହାନି ହୋଇଛି,ଆପଣ କେବେ କାହାକୁ କହିବେ ନାହିଁ।ଆପଣ ଜାଣିଥିବେ ଟଙ୍କା ଆଗରେ କେହି କାହାର ନୁହେଁ ଭାଇ ଭାଇକୁ,ପୁଅ ବାପ,ମା କୁ,ସ୍ତ୍ରୀ ସ୍ୱାମୀକୁ ମଧ୍ୟ ଛାଡିବାକୁ ପ୍ରସ୍ତୁତ ରୁହନ୍ତି।କହିବାର ତାତ୍ପର୍ଯ୍ୟ ଏହାକି ପଇସାର ମୂଲ୍ୟ ମାନବିକତା ଠାରୁ ଢେର କାହିଁ କେତେ ଗୁଣରେ ଅଧିକ ହୋଇଥାଏ।ବନ୍ଧୁତ୍ବ,ପାରିବାରିକ ସମ୍ପର୍କ ସବୁ ଆଜିକାଲି ପଇସା ଦ୍ଵାରାହିଁ ଚାଲିଛି।
ଯଦି ଆପଣଙ୍କ ପାଖରେ ପଇସା ଅଛି ଆପଣଙ୍କ ଶହ ସମସ୍ତେ ମିଶିବେ କିନ୍ତୁ ପଇସା ସଇଲେ ସମସ୍ତେ ଆପଣଙ୍କ ପାଖରୁ ଦୁରେଇ ଯିବେ।ଆପଣ ବହୁତ ବଡ଼ ମୂର୍ଖାମୀ କରନ୍ତିକି ଆପଣ କହିବାକୁ ଆରମ୍ଭ କରନ୍ତି କି ଆପଣଙ୍କ ଘରେ ଅଭାବ ଚାଲିଛି ଓ ଆଉ ସମସ୍ତଙ୍କ ଆଗରେ ହାତ ପତେଇବାକୁ ଲାଗନ୍ତି।ଏମିତି କରିବା ଦ୍ୱାରା କେହି ସାହାଯ୍ୟ କରିବେନି ଓଲଟା ସେ ସମସ୍ତଙ୍କ ଆଗରେ ଆପଣଙ୍କର ମଜାକ ଉଡେଇବେ।ସବୁଠାରୁ ଭଲ ହେବ ଆପଣ ନିଜ ଆର୍ଥିକ ସ୍ଥିତି ଖରାପ ଥିଲେବି ନିଜ ପରିବାର ଭିତରେ କଥାରଖି ସମାଧାନ କରିବେ।
ଏହାଥିଲା କିଛି ଆଚାର୍ଯ୍ୟ ଚାଣକ୍ୟଙ୍କ ମହତ୍ୱ ପୁର୍ଣ୍ଣ ଓ ନୀତିବାଣୀ ଉପସ୍ଥାପନ ଯାହାକୁ ନିଜ ଜୀବନରେ ପ୍ରୟୋଗ କରିବା ଦ୍ୱାରା ଆପଣ ନିଜକୁ ବହୁତ ଧନ୍ୟ ମନ କରିବେ।