ଆସନ୍ତୁ ଜାଣିବା ଆମେ କିପରି ଆମ ଘରେ ଥିବା ଅସରପା ମାନଙ୍କୁ ଘଉଡାଇ ପାରିବା – କେବେ ଘରକୁ ଆଉ ଆସିବେ ନାହିଁ..
ନମସ୍କାର ସାଙ୍ଗମାନେ ଆମେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ,ଆଜି ଆମେ ଏଠି ଆପଣମାନଙ୍କୁ କହିବାକୁ ଯାଉଛୁକି ଆମେ ଆପଣଙ୍କୁ ଏମିତି ଉପାୟ କହିବୁକି ଆପଣ କିପରି ନିଜ ଘରୁ ଅସରପା ଗୁଡିକୁ ଘଉଡାଇ ପାରିବେ।ସାଙ୍ଗମାନେ ପ୍ରାୟ ସମୟ ଦେଖାଯାଇଥାଏକି ଆପଣଙ୍କ ଘରେ ଅସରପା ପାଇଁ ବିଭିନ୍ନ ପ୍ରକାରର କୀଟାଣୁ ମାନ ଜନ୍ମ କରିଥାନ୍ତି ଯାହା ଆପଣଙ୍କ ଓ ଆପଣଙ୍କ ପିଲା ମାନଙ୍କ ପାଇଁ ବହୁତ କ୍ଷତି କାରକ ଅଟେ।ଅସରପା ବିଭିନ୍ନ ସ୍ଥାନରେ ଲୁଚି ଥାଆନ୍ତି ଓ ରାତିର ଅନ୍ଧକାରରେ ବହାରିଥାନ୍ତି,ଏମାନେ ବହୁତ ଅସନା ଜାଗାରେ ଲୁଚି ରହିଥାନ୍ତି ତେଣୁ ଏମାନଙ୍କ ଦ୍ୱାରା ଆମକୁ ବିଭିନ୍ନ ରୋଗର ସମ୍ମୁଖୀନ କରିବାକୁ ପଡେ।
ବହୁତ ସମୟରେ ଦେଖାଯାଏକି ଆପଣଙ୍କ ଡ୍ରେସରେ,ଆପଣଙ୍କ ଖାଇବାରେ ବି ଅସରପା ଆସିଯାନ୍ତି ଯାହାଫଳରେ ଆପଣଙ୍କ ଡ୍ରେସ ଖରାପ କରନ୍ତି ଓ ଆପଣଙ୍କ ଖାଇବାକୁବି ଦୂଷିତ କରନ୍ତି।ଯାହାଦ୍ୱାରା ଆମେ ଏ ଦୂଷିତ ଖାଦ୍ୟ ଖାଇବା ଦ୍ୱାରା ଆମେ ନାହିଁ ନଥିବା ବେମାର ବା ରୋଗରେ ପୀଡିତ ହୋଇଥାଉ ଯାହାକୁ ଭଲ କରିବା ପଛରେ ଅଧିକରୁ ଅଧିକ ଟଙ୍କା ଆମର ଖର୍ଚ୍ଚ ହୋଇଥାଏ।ଆଜି ଆମେ ବିନା କୌଣସି କ୍ଷତି କାରକ ପଦାର୍ଥର ବ୍ୟବହାର କରି ଆମେ ଜାଣିବାକି କିପିରି ଘରୋଇଉପାୟ ଦ୍ୱାରା ଆମେ ଆମ ଘରୁ ଅସରପା ମାନଙ୍କୁ ଦୁରକୁ ପଠେଇ ଥାଉ।
ଆସନ୍ତୁ ଜାଣିବା ଆମେ କିପରି ଏ ଉପାୟକୁ ବନେଇବା ଓ ଆମକୁ ଏ ଉପାୟ ବନେଇବା ପାଇଁ ଆମକୁ କଣ ସବୁ ଦରକାର ଜାଣିବା।ପ୍ରଥମେ ଆମକୁ ଦରକାର ଗୋଟେ ସ୍ପ୍ରେ ବୋତଲ ଓ ସେ ବୋତଳରେ ଆପଣ ଅଧା ବୋତଲ ପାଣି ନେବା।ତାପରେ ଆପଣଙ୍କୁ ଅନ୍ୟ ଜିନିଷ ଯାହା ଦରକାର ପଡିବ ତାହା ହେଉଛି ଡେଟଲ,ଆପଣ ଡେଟଲର ମାତ୍ର ଗୋଟେ ଠିପି ନେବା।
ତାପରେ ଆପଣ ସେ ବୋତଲର ମୁହଁକୁ ଖୋଲି ସେ ପାଣିରେ ଗୋଟେ ଠିପି ଡେଟଲ ମିସେଇବା।ତାପରେ ଆପଣଙ୍କୁ ଦରକାର ପଡିବ ବୋରିକ ଏସିଡ଼ର,ଏହା ଆପଣଙ୍କୁ ମେଡିକାଲ ଦୋକାନରେ ବହୁତ ସହଜରେ ମିଳିଯିବ।ଆପଣ ବେସି ନାହିଁ ଦୁଇ ଚୁଟିକି ବୋରିକ ଏସିଡ ନେଇ ସେ ପାଣିରେ ମିସେଇବେ,ତାପରେ ଆପଣଙ୍କୁ ଦରକାର ପଡିବ ପିଆଜର।
ଆପଣ କଣ କରିବେନା ଗୋଟେ ପିଆଜ ନେବେ ଏହାର ଭଲ ଭାବରେ ତାର ଚୋପା ଛଦେଇବେ ଓ ତାକୁ ଭଲ ଭାବରେ ଧୋଇ ଦେବେ।ତାପରେ ଏହାକୁ ଗ୍ରୱାଇଣ୍ଡର କିମ୍ବା ଶୀଳ ବଟା ସାହାର୍ଯ୍ୟରେ ଭଲ ଭାବରେ ବାଟୀ ଗୋଟେ କପଡା ସାହାର୍ଯ୍ୟରେ ଏହାକୁ ଚୁପୁଡି ଗୋଟିଏ ସଫା ଗିନାରେ ଏହାର ରସକୁ କାଢ଼ିନେବା ଭଲ ଭାବରେ ସବୁ ରସକୁ କାଢି ନେବା।
ଏହାପରେ ସେ ରସକୁ ଆଣିବା ସେ ବୋତଲରେ ଥିବା ପାଣିରେ ଭଲ ଭାବରେ ମିସେଇବା।ତାପରେ ତାର ଖୋପ ଲଗେଇ ଭଲ ଭାବରେ ସେ ବୋତଲକୁ ହଲେଇବା ଉପର ତଳ କରି ଭଲ ଭାବରେ ହଲେଇ ହଲେଇ ମିସେଇବା।ଏବେ ଆସନ୍ତୁ ଜାଣିବା ଏ ଉପାୟର ବ୍ୟବହାର ଆପଣ କେମିତି,କିପିରି ଓ କେଉଁଠାରେ କରି ପାରିବେ ?
ଆପଣ ଏ ଉପାୟକୁ ଏଭଳି ବ୍ୟବହାର କରିବାର ଅଛି ଯାହାଦ୍ୱାରା ଆପଣଙ୍କ ଘରୁ କୌଣସି ଗୋଟିଏବି ଅସରପା ରହିବ ନାହିଁ ଓ ଆପଣଙ୍କ ଘରୁ ବହୁତ ଶିଘ୍ର ପଳେଇପାରିବେ।ତାପରେ ସେ ବୋତଲ ମୁହଁରୁ ସେ ଠିପି ଖୋଲି ସେ ସ୍ପ୍ରେଅର କୁ ଲଗେଇବା ଓ ତାପରେ ଦେଖିବେ ଆପଣଙ୍କ ଘରେ ଯେଉଁଠାରେ ବହୁତ ଅସରପା ଥିବେ ଆପଣ ସେଠାରେ ଏହାକୁ ସ୍ପ୍ରେ କରିନେବେ।ତାପରେ ଦେଖିବେ ଆପଣଙ୍କ ଘରେ କୌଣସି ଗୋଟିଏବି ଅସରପା ରହିବେ ନାହିଁ।