November 18, 2024

Odia Express

Here, There and Everywhere

ଓଡ଼ିଆ ଭାଷାର ୧୩ଟି ମଜାଦାର ଢଗ ଢ଼ମାଳି – କଞ୍ଚାରେ ହଳଦିଆ ପାଚିଲେ କଳା ନ କହି ପାରିଲେ ରାଜ୍ୟରୁ ପଳା – କଣ ଅଟେ ଏହାର ସଠିକ ଉତ୍ତର? କେବଳ ବୁଦ୍ଧିମାନ ଲୋକ ଉତ୍ତର ଦେବେ…

1 min read

ଜୟ ଜଗନ୍ନାଥ ବନ୍ଧୁଗଣ ଆସନ୍ତୁ ଜାଣିବା କିଛି ଆମ ଓଡ଼ିଆ ମାନଙ୍କର ପ୍ରିଅ ଥିବା କିଛି ଓଡ଼ିଆ ଢଗ ଢ଼ମାଳି ବିଷୟରେ।ତେବେ ଏହି ଢଗ ଢମାଳି ଆମ ପୂର୍ବ ପୁରୁଷ ରୁ ରହି ଆସିଛି ଓ ଏଥିରୁ ଅନେକ ଢଗ ଢମାଳି ଆମ ଓଡ଼ିଆ ପାଠ୍ୟପୁସ୍ତକରେ ମଧ୍ୟ ସାମିଲ କର ଯାଇଛି |ତେବେ ଏହାର ଉତ୍ତର ତା ମଜାଦାର ହେଇଥାଏ କିନ୍ତୁ ଏହାର ପ୍ରଶ୍ନ ମଧ୍ୟ ଅତ୍ୟନ୍ତ ମଜାଦାର ହେଇଥାଏ |ପ୍ରଶ୍ନ ଗୁଡିକ ଶୁଣିଲେ ଆପଣ ମଧ୍ୟ କିଛି ମିନିଟ ପାଇଁ ଦ୍ବନ୍ଦରେ ପଡି ପାରନ୍ତି |କାରଣ ଏହା ଏପରି ଦ୍ଵନ୍ଦାତ୍ମତକ ପ୍ରଶ୍ନ ହେଇଥାଏ |ଅନେକ ଜ୍ଞାନୀ ଲୋକ ମଧ୍ୟ ଏହି ପ୍ରଶ୍ନ ଶୁଣିକି ଉତ୍ତର ଦେବାରେ ଫେଲ ହେଇଯାନ୍ତି |ତେବେ ଚାଲନ୍ତୁ ଆଜି ଏପରି କିଛି ଢଗ ଢମାଳି ଜାଣିବା

ଆସନ୍ତୁ ଜାଣିବା ପ୍ରଥମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୧:-କେତେବେଳେ ପିଏ ନାଲି ଓ କେତେବେଳେ ପିଏ କଳା,ପେଟ ସୁଖୀଗଲେ ତାର ଆଉ ନ ପାରଇ ଚାଲି।

ଉତ୍ତର:-ଏହାର ଉତ୍ତର ହେଲା କଲମ।

ଆସନ୍ତୁ ଜାଣିବା ଦ୍ୱିତୀୟ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୨:-ଗରମ ପାଇଲେ ଆକାଶେ ଉଡେ ଓ ଶିତଳ ପାଇଲେ ତଳକୁ ପଡେ।

ଉତ୍ତର:-ଏହାର ଉତ୍ତର ହେଲା ବାଷ୍ପ।

ଆସନ୍ତୁ ଜାଣିବା ତୃତୀୟ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୩:-ଟୋକିର ମୁଣ୍ଡ ଲାଣ୍ଡିଆ,ବଣ ନ ଥାଇ ମୁଣ୍ଡିଆ।

ଉତ୍ତର:-ଏହାର ଉତ୍ତର ପାହାଡ଼।

ଆସନ୍ତୁ ଜାଣିବା ଚତୁର୍ଥ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୪:-ଗଛ ଲଗେଇଲି ଫଳିବା ପାଇଁ,ଫଳ ପାଚିଲା ହେଲେ ଝଡ଼ିଲା ନାହିଁ।

ଉତ୍ତର:-ଏହାର ଉତ୍ତର ଭେଣ୍ଡି।

ଆସନ୍ତୁ ଜାଣିବା ପଞ୍ଚମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୫:-କାଦୁଅରେ ଗଡାପଡ଼ା,ଆଠଗୋଟି ଗୋଡ଼ ତାର ଦୁଇ ଗୋଡ଼ ପାଙ୍କୁଡ଼ା।

ଉତ୍ତର:-ଏହାର ଉତ୍ତର ହେଲା କଙ୍କଡା।

ଆସନ୍ତୁ ଜାଣିବା ଷଷ୍ଠ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୬:-ମାମୁଁ ଘରେ ଗୋଠେ ଗାଈ,ରାତି ପାହିଲେ ମୋଟେ ନାହିଁ।

ଉତ୍ତର:-ଏହାର ଉତ୍ତର ହେଲା ତାରା।

ଆସନ୍ତୁ ଜାଣିବା ସପ୍ତମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୭:-କଞ୍ଚାରେ ହଳଦିଆ ପାଚିଲେ କଳା ନ କହି ପାରିଲେ ରାଜ୍ୟରୁ ପଳା।

ଉତ୍ତର:-ଏହାର ଉତ୍ତର ହେଲା ଖଜୁରି କୋଳି।

ଆସନ୍ତୁ ଜାଣିବା ଅଷ୍ଟମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୮:-କଳା ମୁଚୁମୁଚୁ ଜଙ୍ଗଲରେ ରହେ କାଳିଆ ଷଣ୍ଡ ସୋରିଶଠୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ।

ଉତ୍ତର:-ଏହାର ଉତ୍ତର ହେଲା ଉକୁଣୀ।

ଆସନ୍ତୁ ଜାଣିବା ନବମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୯:-ଠକ ଠକ ଠକସା ତିନି ମୁଣ୍ଡ ଦଶ ଗୋଡ଼ ଦେଖିଛକି ମଉସା।

ଉତ୍ତର:-ଏହାର ଉତ୍ତର ହେଲା ହଳ ଓ ହଲିଆ (ଚାଷୀ )

ଆସନ୍ତୁ ଜାଣିବା ଦଶମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୦:-କଞ୍ଚା ବେଳେ ଲତପତ ପାଚିଲେ ଟାଣ,ଏହାର ଉତ୍ତର କହିଦିଅ ରହିଲା ମୋ ରାଣ।

ଉତ୍ତର:-ଏହାର ଉତ୍ତର ହେଲା ମାଟି ହାଣ୍ଡି।

ଆସନ୍ତୁ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୧:-ପବନ ତାହାର ଆହାର ଖାଏ ଗୋଇଠା ପାହାର।

ଉତ୍ତର:-ଏହାର ଉତ୍ତର ହେଲା ଫୁଟବଲ।

ଆସନ୍ତୁ ଜାଣିବା ବାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୨:-କଳା ଘାସ ବଣେ ଧଇଲି ଚୋର,ନଖ ମୁନରେ ହେଲା ତା ବିଚାର।

ଉତ୍ତର:-ଏହାର ଉତ୍ତର ହେଲା ଉକୁଣୀ।

ଆସନ୍ତୁ ଜାଣିବା ତେର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୩:-ଗାତରେ ମୁଁ କରଇ ଘର ମୁହଁରେ ଥାଏ ନିଶ ଯାହାଘରେ ପସେ ତାର କରେ ମୁଁ ସର୍ବନାଶ।

ଉତ୍ତର:-ଏହାର ଉତ୍ତର ହେଲା ମୁଷା।

ଏହା ଥିଲା ଆମ ଓଡ଼ିଆର କେତକ ଢଗ ଢମାଳି।ଭଲ ଲାଗିଲେ ନିଶ୍ଚୟ ସେୟାର କରିବେ

Leave a Reply

Your email address will not be published. Required fields are marked *