November 22, 2024

Odia Express

Here, There and Everywhere

ଆସନ୍ତୁ ଜାଣିବା ଅଧିକ ଭାବୁଥିବା ବ୍ୟକ୍ତି କିପରି ହୋଇଥାଏ – ଯେଉଁମାନେ ଅଧିକ ଭାବନ୍ତି ସେମାନେ ନିଶ୍ଚୟ ଦେଖନ୍ତୁ ଏହି କଥା…

1 min read

ଆଜି ଆମେ ଏଠାରେ ଜାଣିବାକି ଯେଉଁମାନେ କମ କଥା କୁହନ୍ତି ସେମାନେ ତାଙ୍କ ସ୍ୱଭାବରେ କିପରି ହୋଇଥାନ୍ତି।ପାଞ୍ଚ ନମ୍ବର୍ ଜିନିଷ ଏମାନଙ୍କ ବିଷୟରେ ଜାଣିବା କି ଯେଉଁମାନେ କମ କୁହନ୍ତି ସେମାନେ ଅଧିକ ଚିନ୍ତା କରିଥାନ୍ତି।ଏମାନଙ୍କୁ କହିବାକୁ ଏତେ ଭଲ ଲାଗେନି ଏମାନେ ଗୋଟେ କଥା କହିବା ଆଗରୁ ୫-୧୦ ଥର ଭାଵନ୍ତି।ଏମାନେ ବେଳେ ବେଳେ ଏତେ ଭାବନ୍ତିକି ସୋଇପଡ଼ନ୍ତି ଓ ଏତେ ଭାବନ୍ତିକି ସୋଇହିଁ ପାରନ୍ତିନି।ଏମାନେ କୋଇଲି ଭଳି ବହୁତ କମ ଓ ମଧୁର କୁହନ୍ତି।

ଏମାନେ ଥରେ ମିଳି ମିଶି ଗଲେ ଓ ଥରେ କହିବା ଆରମ୍ଭ କଲେ ଏମାନେ ରୁହନ୍ତି ନାହିଁ।ଦ୍ୱିତୀୟ ସତ୍ୟ ଏହା ଥାଏକି ଏମାନଙ୍କୁ ଲେଖିବା ଓ ପଢିବାକୁ ବହୁତ ଭଲ ଲାଗିଥାଏ।ଏମାନଙ୍କର ଅଭ୍ୟାସ ଥାଏ ଏମାନେ କିଛିବି ପଢ଼ନ୍ତି ବା ଅନଲାଇନରେ ବସି କୌଣସି ନୂଆ ନୂଆ ଜିନିଷ ବିଷୟରେ ପଢ଼ନ୍ତି।ଏହି ଭଳି ଲୋକ ବହୁତ ଭଲ ସାୟାର ବା କବି ହୋଇଥାନ୍ତି।ଏମାନେ କମ କହୁଥିବାରୁ ଏମାନଙ୍କ ବେସି ସାଙ୍ଗ ନଥାନ୍ତି।ଏମାନେ ସେପର୍ଯ୍ୟନ୍ତ ସାଙ୍ଗ ହୁଅନ୍ତିନି ଯେପର୍ଯ୍ୟନ୍ତ ଏମାନେ ନିଜକୁ ସୁରକ୍ଷିତ ମନେନକରିଛନ୍ତି।

ଏହି ଭଳି ଲୋକ ବନ୍ଧନରେ ଏତେ ଶିଘ୍ର ଆସିନଥାନ୍ତି।ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି,ଏମାନେ ଥରେ ବନ୍ଧନରେ ଆସିଗଲେ ନିଜ ସାଥି ପାଇଁ ବହୁତ ଲୟାଲ ଓ କେୟାରିଂ ହୋଇଥାନ୍ତି।୩ରେ ଆସିବ ଏମାନଙ୍କ ମସ୍ତିଷ୍କ ବହୁତ ଭଲ ହୋଇଥାଏ।ଏମାନେ ବହୁତ ଚାଲାଖ ଓ ଚତୁର ହୋଇଥାନ୍ତି,ଏମାନେ ଗୋଟେ ଜିନିଷ ଉପରେ ଭଲ ଭାବରେ ନଜର ଦେଇ ଆକଳନ କରି ନିଜର ମନ୍ତବ୍ୟ ଉପସ୍ଥାପନ କରନ୍ତି।ଏମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜ ମସ୍ତିସ୍କରେ ସବୁ କିଛି ଆରମ୍ଭ କରି ଶେଷ କରିଦିଅନ୍ତି ପୁଣି ସତରେ ଆଉ କିଛି କରନ୍ତି ନାହିଁ।

ଏମାନେ ବହୁତ ଅଳସୁଆ ହୋଇଥାନ୍ତି,ଗୋଟେ ଲମ୍ବା କାମକୁ ଅତି ଖିଣ ଭାବରେ କରି ସାରି ଦିଅନ୍ତି।ଏମାନଙ୍କୁ ଶାନ୍ତି ବହୁତ ଭଲ ଲାଗିଥାଏ ଓ ପ୍ରାକୃତିକ ଜିନିଷରେ ବହୁତ ଜଡ଼ିତ ଥାଆନ୍ତି।ଏମାନଙ୍କୁ ଯୋଗ ଇତ୍ୟାଦି ଭଲ ଲାଗିଥାଏ।୨ରେ ଏମାନଙ୍କୁ ଶିଖିବାକୁ ଭଲ ଲାଗେ କିନ୍ତୁ କଥା କହିବା ନୁହେଁ।ଏମାନଙ୍କୁ ଶିଖିବାକୁ ବହୁତ ଭଲ ଲାଗେ,ଏମାନେ କିଛିବି ଶିଖିବାକୁ ମନା କରନ୍ତି ନାହିଁ ଓ ଏମାନେ ଶିଖାନ୍ତିବି।ଯେତେବେଳେ ଶିଖାନ୍ତି ନିଜର ସବୁଠୁ ବେଷ୍ଟ ଦେଇ ଶିଖାନ୍ତି।

ଏମାନେ ଜମା ଲାଜକୁଳା ନୁହନ୍ତି କିନ୍ତୁ ଏମାନଙ୍କୁ ଏକୁଟିଆ ରହିବାକୁ ଭଲ ଲାଗେ।ଏମାନେ ବହୁତ ଭଲ ମିଶନ୍ତି ଓ ବହୁତ ଭଲ କଥା କୁହନ୍ତି କିନ୍ତୁ ଏମାନେ କିଛିନକହିବା ଓ କାହାସହ ନ ମିଶିବାକୁହିଁ ବାଛନ୍ତି।ଏମାନଙ୍କୁ ମୁହଁ ନୁହେଁ ମୁଣ୍ଡ ଖୋଲିବା ପସନ୍ଦ ହୋଇଥାଏ।ସେଥିପାଇଁ ଯେତେବେଳେ ଚାରି ଜଣ କିଛି କଥା ହେଉଥାନ୍ତି ଏମାନେ ସେଠାରେ ଚୁପ ଥାଆନ୍ତି।୧ରେ ଆସିବ ଏମାନେ ବହୁତ କମ କୁହନ୍ତି କିନ୍ତୁ ଯେତିକି କୁହନ୍ତି ବହୁତ ଭଲ କୁହନ୍ତି ବା ନିଜ ଶଦ୍ଦ ଚୟନ କରିବାରେ ଏମାନେ ପାରଙ୍ଗମ୍ୟ ହୋଇଥାନ୍ତି।

ଭାବି ନିଅନ୍ତୁ ମୋ ସହ ବା ଆପଣଙ୍କ ସହ କିଛିବି ହେଉଛି ସେ କାହାଣୀ ମତେ ମୋ ସାଙ୍ଗକୁ କହିବାର ଅଛି ସେଠାରେ ଦୁଇଜଣ ଥିବେ ବେସି କହିବା ବ୍ୟକ୍ତି ମିଛ ସତ ଯୋଡିକି କହିବ କିନ୍ତୁ କମ କହିବା ବ୍ୟକ୍ତି ସ୍ତ କହିବ ଓ ଯାହା କହିବ ବହୁତ ଭଲ କହିବ।ଏମାନଙ୍କୁ ମିଛ କହିବା ପସନ୍ଦ ନୁହେଁ ଓ ମିଛ ଧରିବାରେ ବହୁତ ଧୁରନ୍ଦର ଅଟନ୍ତି।ଏହି ଭଳି ଲୋକଙ୍କୁ ବହୁତ ଅଣଦେଖା କରାଯାଏ।ଏମାନଙ୍କୁ ଲୋକ ବହୁତ ଚିଡ଼ାନ୍ତି ଓ କୁହନ୍ତି ଏ ଦୁନିଆରେ ଚଳି ପାରିବନି।

ଏମାନଙ୍କର କାର୍ଯ୍ୟ କଳାପ ବହୁତ ଭଲ ହୋଇଥାଏ,ଏମାନେ ଏତେ କିଛି କୁହନ୍ତିନି କିନ୍ତୁ ଯେତେବେଳେ କିଛି କରନ୍ତି ସେତେବେଳେ ସମ୍ପୂର୍ଣ୍ଣ ଦୁନିଆ ଦେଖେ।ଏମାନେ ଏତେ ଉଚ୍ଚା ପଦବୀ ବାଛି ନିଅନ୍ତି ନା ଏମାନଙ୍କ ପରିବାରରେ କେହି ହାସଲ କରିପାରିବେ।ଏମାନଙ୍କ ଉପସ୍ଥିତ ବୁଦ୍ଧି ବହୁତ ଅଧିକ ଥାଏ ଓ ଏମାନେ ବହୁତ କମ ହସନ୍ତି ଓ ବହୁତ ଅଧିକ ହଶାନ୍ତି।ଏମାନଙ୍କୁ ଗହୀର କଥା କହିବା ବହୁତ ପସନ୍ଦ ହୋଇଥାଏ।

ଏମାନଙ୍କ ପାଟିରୁ ବାହାରିଥିବା କଥା ବହୁତ ଉପଯୋଗୀ ଓ କାର୍ଯ୍ୟକାରୀ ହୋଇଥାଏ ଏମାନେ ନିଜ ନିଜ ଭିତରେ ବହୁତ ଖୁସିରେ ଥାଆନ୍ତି।ଏମାନେ ନିଜ ଉପରେ କେବେ ଗର୍ବ କରନ୍ତି ନାହିଁ।

Leave a Reply

Your email address will not be published. Required fields are marked *