June 27, 2025

Odia Express

Here, There and Everywhere

ଆଖି ପତା ବା ଆଇବ୍ରୋ ରୁ ଜାଣନ୍ତୁ ବ୍ୟକ୍ତି ଙ୍କ ସ୍ଵଭାଵ – ନିଶ୍ଚୟ ଜାଣିରଖନ୍ତୁ ..

1 min read

ଆମ ଆଇବ୍ରୋ ଯୋଗୁଁ ଆମ ଚେହେରା ଅଧିକ ସୁନ୍ଦର ଦେଖା ଯାଏ।ଏହା ଆଖି ମଧ୍ୟ କୁ ମୁଣ୍ଡ ଝାଳ ପଶିବା ରୁ ରକ୍ଷା କରେ ତେଣୁ ମଣିଷ ଶରୀର ରେ ପ୍ରକୃତି ଆଖି ପତା ଦେଇଥାଏ।ଅନ୍ୟ ଜୀବ ଜନ୍ତୁ ଙ୍କ ମୁଣ୍ଡ ଝାଳ ଏତେ ପରିମାଣ ର ବାହାରି ନଥାଏ। ତେଣୁ ଆମ ଆଖିପତା ଦ୍ୱାରା ବହୁତ ସୁବିଧା ମିଳେ। କଣ ଆପଣ ଜାଣନ୍ତି ସମୁଦ୍ର ଶାସ୍ତ୍ର ରେ ଲିଖିତ ଅଛି ଯେ ଆଖି ପତା ବା ଏଇ ବ୍ରୋ ଦ୍ୱାରା ମଧ୍ୟ ମଣିଷ ର ପ୍ରକୃତି ବିଷୟରେ ଜାଣିହେବ। ଗଭୀର ଆଇବ୍ରୋ-ଯେଉଁମାନଙ୍କ ଆଖିପତା ଅଧିକ ଗଭୀର ଏବଂ ମୋଟା ହୋଇଥାଏ। ଏଭଳି ବ୍ୟକ୍ତି ଅଧିକ ଜ୍ଞାନୀ ଏବଂ ଅଧିକ ବିଜ୍ଞ ଅଟନ୍ତି। ଏମାନେ ନିଜ ଜୀବନରେ ନିଜେ ନିଷ୍ପତ୍ତି ନେଇଥାନ୍ତି। ଏମାନଙ୍କ ଭବିଷ୍ୟତ ଖୁବ ଭଲ ଥାଏ।

ହାଲୁକା ଆଇବ୍ରୋ- ଯେଉଁ ବ୍ୟକ୍ତି ମାନଙ୍କ ଆଖିପତା ବହୁତ ହାଲୁକା ହୋଇଥାଏ ଦୂର ରୁ ଦେଖାଯାଏ ନାହିଁ ଏମାନଙ୍କ ଉପରେ କେବେ ମଧ୍ୟ ବିଶ୍ୱାସ କରିବା ଉଚିତ ନୁହେଁ। ଏମାନେ ଅନ୍ୟର ଅମଙ୍ଗଳ କାମନା କରନ୍ତି। ଅନ୍ୟକୁ ଦେଖି ଇର୍ଷାନିତ ହୋଇଥାନ୍ତି। ଏଭଳି ବ୍ୟକ୍ତି ସବୁବେଳେ ନିଷ୍ପତି ନେବାରେ ଭୁଲ କରିଥାନ୍ତି।

ତଳକୁ ନଇଁ ଥିବା ଆଇବ୍ରୋ- ଏଭଳି ବ୍ୟକ୍ତି ବହୁତ ସାଧାରଣ ଅଟନ୍ତି।ଏମାନେ ବହୁତ ସରଳ ହୋଇଥାନ୍ତି। ଜୀବନରେ ଯେତିକି ପାଅନ୍ତି ସେତିକିରେ ଖୁସି ହୁଅନ୍ତି। ଅଧିକ ଅଭିଳାଷ କାମନା କରନ୍ତି ନାହିଁ। ଏମାନେ ବହୁତ ପରିଶ୍ରମ କରନ୍ତି। ନିଜ ପରିବାର କୁ ଆଦର ସମ୍ମାନ କରନ୍ତି। ଅନ୍ୟ ଦୁଃଖ ସହି ପାରନ୍ତି ନାହିଁ। ସବୁବେଳେ ପର କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି।

ଉପରକୁ ଉଠିଥିବା ଆଇବ୍ରୋ- ଏଭଳି ଆଖିପତା ଥିବା ବ୍ୟକ୍ତି ବହୁତ ଭଦ୍ର ଏବଂ ଚତୁର ହୋଇଥାନ୍ତି। ନିଜ ବୁଦ୍ଧି ବଳରେ ଏମାନେ ଖୁଵ ଧନ ସମ୍ପତ୍ତି ଅର୍ଜନ କରନ୍ତି।ଏମାନେ ନୂଆ ସାଙ୍ଗ ବନେଇବା କୁ ଇଚ୍ଛା କରନ୍ତି। କିନ୍ତୁ ଭିତରୁ ଏମାନେ ଖୁବ ସ୍ୱାର୍ଥପର ଅଟନ୍ତି।ଏମାନଙ୍କ ସହ ବନ୍ଧୁତା କରିଥିଲେ ନିନ ଫାଇଦା କୁ ଧ୍ୟାନରେ ରଖିବା ଉଚିତ।

ଆଇବ୍ରୋ ମଝିରେ ଶୂନ୍ୟ ସ୍ଥାନ ଥିଲେ- ଏପରି ବ୍ୟକ୍ତି ଖୁବ ଭାଗ୍ୟବାନ ଅଟନ୍ତି। ସ୍ବୟଂ ଭଗବାନ ଏମାନଙ୍କ ଉପରେ ପ୍ରସନ୍ନ ଥାନ୍ତି। ଏମାନେ ଜୀବନରେ ଖୁବ ଆଗକୁ ଯାଆନ୍ତି।ବ୍ୟବସାୟ ଏବଂ ବିଦ୍ୟା କ୍ଷେତ୍ର ରେ ଉନତି କରନ୍ତି।

ଆଇବ୍ରୋ ମଧ୍ୟରେ ଯୋଡି ହୋଇଥିଲେ – ଏଭଳି ବ୍ୟକ୍ତି ମାନେ ବିଦ୍ୟା ଏବଂ ଚାକିରୀ କ୍ଷେତ୍ର ରେ ଉନତି କରନ୍ତି। ଏହି ବ୍ୟକ୍ତି ମାନେ ନିଜ ଜୀବନରେ ବହୁତ ଆଗକୁ ଯାଆନ୍ତି। ଏମାନେ ସବୁବେଳେ କିଛି ନୂଆ କରିବାକୁ ଚାହଁନ୍ତି। ଏମାନେ କ୍ରୀଡ଼ା, ରାଜନୀତି,କଳା ରେ ବହୁତ ଆଗକୁ ଯାଆନ୍ତି।ଏମାନେ ବହୁତ ଲକି ହୋଇଥାନ୍ତି।ଏହି ସବୁ ଆକୃତି ଦ୍ୱାରା ସମୁଦ୍ର ଶାସ୍ତ୍ର ଲୋକଙ୍କ ସ୍ଵଭାଵ କହିପାରେ।

Leave a Reply

Your email address will not be published. Required fields are marked *