June 22, 2025

Odia Express

Here, There and Everywhere

ପୁରୁଷ ମାନଙ୍କ ପାଇଁ ତ୍ୱଚା ଗୋରା କରିବାର ବିଭିନ୍ନ ଉପାୟ – ଏବେ ଜାଣି ରଖନ୍ତୁ ରାତାରାତି ବଦଳିଯିବ ଆପଣଙ୍କ ଚେହେରା…

1 min read

ଯେତେବେଳେ ଆମର ଚେହେରା ର ଯତ୍ନରେ ପୁଅ ପିଲା ତୁଳନାରେ ଝିଅ ମାନେ ନିଜର ବହୁତ ଯତ୍ନ ନିଅନ୍ତି।ପୁଅ ପିଲାଙ୍କ ଚେହେରା ବେସି ମୋଟା,ବେଶି ଶକ୍ତ,ବେଶି ଶୁଖିଲା ଓ ବେଶି ତେଲିଆ ହୋଇଥାଏ।ପୁଅ ପିଲା ବେଶି ସମୟ ଖରା ପ୍ରଦୂଷଣରେ ରହିବା,ବାରବାର ଦାଢ଼ି କାଟିବା,ସିଗରାଟ ଟାଣିବା ଦ୍ୱାରା ଚେହେରା ଉପରେ ଧ୍ୟାନ ଦେଇନଥାନ୍ତି।ବଜାରରେ ମିଳୁଥିବା ବିଭିନ୍ନ ରାସାୟନିକ କ୍ରିମ ଆମ ପାଇଁ ବହୁତ ହାନିକାରକ ହୋଇଥାଏ ଓ ଏହା ମାତ୍ର କିଛି ସମୟ ପାଇଁ ହୋଇଥାଏ।ଆଉ ପୁରୁଷ ମାନଙ୍କ ତ୍ୱଚାରେ ବହୁତ ଖୋଲା ସ୍ଥାନ ଥାଏ।

ଯଦି କୌଣସି ଘରୋଇଉପାୟ ଆମ ମୁହଁରେ ଭଲ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଆମକୁ ଗୋଟେ ଭଲ ଓ ନିୟମିତ ଭାବରେ ନିଜର ଚେହେରାର ଯତ୍ନ ନେବା ଆଵଶ୍ୟକ।ସମସ୍ତଙ୍କ ପାଖରେ ଏତେ ସମୟ ନଥାଏ କି ସେମାନେ ନିଜ ଚେହେରାର ଯତ୍ନ ନେବା ଆଵଶ୍ୟକ।ଯେତେବେଳେ ସେ ଲୋକ ତାର ସଠିକ ପରିଣାମ ପାଇନଥାଏ ସେ ଆଉ ସେ କାମ ପ୍ରତି ଧ୍ୟାନ ଦେଇନଥାଏ।ସେଥିପାଇଁ ପୁରୁଷଙ୍କ କଥା ଆସିଲେ ଆମକୁ ଏମିତି ଜିନିଷ ବନେଇବାର ଅଛି ଯାହା ଆମକୁ ଅଳ୍ପ ସମୟରେ ଲାଭ ଦେବ ଓ କାର୍ଯ୍ୟକାରୀ ହେବ।

ଆଜି ଆମେ ଏଠି ଜାଣିବା କିଛି ସହଜ ଓ ଘରୋଇ ଉପାୟ ବିଷୟରେ ଯାହାର ବ୍ୟବହାର ଦ୍ୱାରା ଆମର ଚେହେରା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷିତ ହୋଇଯିବ।ଆସନ୍ତୁ ଜାଣିବା ପ୍ରଥମ ଉପାୟ ଆମକୁ ଦରକାର ଆଲୋବେରା ଜେଲ,ଲେମ୍ବୁ ରସ,ଗୋଲାପ ଜଳ,ନଡ଼ିଆ ତେଲ।ଆପଣ ଆଲେବେରା ଜେଲ ଆଣିବେ ଏହା ଦ୍ୱାରା ଆମ ଶରୀରର ବିଭିନ୍ନ ଦାଗ ଆଦି କୁ ଭଲ କରିଥାଏ।ଗୋଟେ ଗିନାରେ ଆଲୋବେରା ଜେଲ ନେବା ଓ ତାପରେ ସେଥିରେ ଗୋଲାପ ଜଳ ମିସେଇବା,୩-୪ ଚାମୁଚ ନଡ଼ିଆ ତେଲ ଓ ସବୁ ଜିନିଷ କୁ ଭଲ ଭାବରେ ମିଷେଇଦେବା।

ରାତିରେ ଶୋଇବା ଆଗରୁ ଏହାକୁ ଭଲ ଭାବରେ ତୁଳା ସାହାର୍ଯ୍ୟରେ ମିସେଇବା ଓ ଭଲ ଭାବରେ ମସାଜ କରିବା ଏହାକୁ ତିଆରି କରିବା ପରେ ଫ୍ରିଜରେ ରଖିବା।ଆରମ୍ଭର ତିନି ଦିନ ଭିତରେ ଏହାର ସୁଫଳ ଆମକୁ ମିଳିବ।ଆସନ୍ତୁ ଜାଣିବା ଦ୍ଵିତୀୟ ଉପାୟ ବିଷୟରେ ଆମକୁ ଦରକାର ମହୁ,ନଡ଼ିଆ ତେଲ,ଲେମ୍ବୁ,କଫି,ଚାଉଳ।ଆମେ ଚାଉଳକୁ ଭଲ ଭାବରେ ଗୁଣ୍ଡ କରିଦେବା,ଗୋଟେ ଚାମୁଚ କଫି ପାଉଡର,ଚାଉଳ ଗୁଣ୍ଡ,ମହୁ ଓ ଅଧା ଚାମୁଚ ଲେମ୍ବୁ ରସ ମିସେଇବା।ଏଥିରେ ମିସିଥିବା କଫି ମୁହଁକୁ ସଫା କରିବାରେ ସାହାର୍ଯ୍ୟ କରେ।ତାପରେ ଏହାକୁ ସପ୍ତାହରେ ମାତ୍ର ଥରେ ମୁହଁରେ ଲଗେଇବା ମାତ୍ର ୧୦-୧୫ ମିନିଟ ପର୍ଯ୍ୟନ୍ତ ଲଗେଇବା ଓ ତାପରେ ସାଧାରଣ ପାଣିରେ ଧୋଇଦେବା।

ଏହା ଦ୍ୱାରା ଆମର ତ୍ୱଚାରେ ଥିବା ବିଭିନ୍ନ ଲାଭ ହୋଇଥାଏ।ଏହା ଦ୍ୱାରା ଆମର ବହୁତ ଲାଭ ହୋଇଥାଏ।ଆସନ୍ତୁ ଜାଣିବା ତୃତୀୟ ଉପାୟ ବିଷୟରେ ଆମକୁ ଦରକାର ବାଦାମ ଓ କଞ୍ଚା ଖୀରର ୫-୬ ଟି ବାଦାମ କୁ ରାତି ସାରା ଭିଜେଇ ରଖିବ ତାପରେ ସକାଳୁ ସେ ବାଦାମର ଚୋପା ଛଡେଇ ଦେବେ ଓ ତାପରେ ଆନି ବାଦାମକୁ ଭଲ ଭାବରେ ସେ ଖୀରରେ ମିଶେଇ ବାଟୀ ଦେବେ ତାପରେ ଏହାକୁ ୧୦-୧୫ ମିନିଟ ପାଇଁ ସପ୍ତାହରେ ଥରେ ମୁହଁରେ ଲଗେଇବେ।

ବାଦାମ ଆମ ଚେହେରାକୁ ନରମ କରିଥାଏ ଓ ଦାଗ ଧବା ଆଦିକୁ ଦୁର କରିଥାଏ ଏହା ଆମ ଶରିରରେ ଥିବା ଶୁଖିଲା ଚର୍ମକୁ ଭଲ କରିଥାଏ।ଏହାର ବ୍ୟବହାର ଦ୍ୱାରା ଆମ ଚେହେରାକୁ ସୁନ୍ଦର କରିଥାଏ ଓ ବିନା ଦାଗର ବନେଇଥାଏ।ଆପଣ ଏହି ତିନୋଟି ଜିନିଷ ବ୍ୟବହାର ଦ୍ୱାରା ଆମର ବହୁତ ଲାଭ ହୋଇଥାଏ।ଆପଣ ସକାଳ ସମୟରେ ସନ ସ୍କ୍ରିମ ବ୍ୟବହାର କରିବା ଉଚିତ ଯାହା ଫଳରେ ଆମକୁ ୟୁଭି ରଶ୍ମିରୁ ରକ୍ଷା କରିଥାଏ।ଧୂମ୍ରପାନ ଆମ ଶରୀର ପାଇଁ ବହୁତ ଖରାପ ପ୍ରଭାବ ପକେଇଥାଏ ଯାହା ଦ୍ୱାରା ଆମ ଶରୀର ବହୁତ ଶିଘ୍ର ବୁଢା ହୋଇଥାଏ।ଚେହେରାର ସଫେଇ ରାତିରେ ଶୋଇବା ଆଗରୁ ଭଲ ଭାବରର ଧୋଇକି ଶୋଇବା ଆଵଶ୍ୟକ।ଆଉ ପାଣି ପିବାର ମାତ୍ରାରେ ବୃଦ୍ଧି ଆଣିବା ଉଚିତ ଜାହାଫଳରେ ଶରୀରରେ ରକ୍ତ ସଫା କରିବ ଓ ଉଜ୍ଜ୍ୱଳତା ବଢ଼େଇବ।

Leave a Reply

Your email address will not be published. Required fields are marked *