June 24, 2025

Odia Express

Here, There and Everywhere

ଏହି ଜାପାନୀ ଯୁବତୀ ମାଇକ୍ରୋସଫ୍ଟ ର ଚାକିରି ଛାଡି ପଢୁଛନ୍ତି ଭାରତୀୟ ଦର୍ଶନ, ଏହି କାରଣରୁ ପସନ୍ଦ ଆସିଲା ହିନ୍ଦୁ ଧର୍ମ -ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ..

1 min read

ଦେଶରେ ସନାତନ ଧର୍ମର ପ୍ରଚାର ବହୁତ ସମୟ ପୂର୍ବରୁ ହୋଇ ଆସୁଛି। ଏବେ ତ ବିଦେଶରେ ମଧ୍ୟ ଅନେକ ସ୍ଥାନରେ ହରେ ରାମ-ହରେ କୃଷ୍ଣ ଶୁଣିବାକୁ ମିଳିଥାଏ। ଲୋକ ମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣଙ୍କୁ ନେଇ ଭିନ୍ନ ଧରଣର ପରିବେଶ ଅଛି ଏବଂ ବିଦେଶୀ ମାନଙ୍କୁ ମଧ୍ୟ ଭାରତର ସନାତନ ଧର୍ମ ବହୁତ ଭଲ ଲାଗୁଛି। ଏମାନଙ୍କ ମଧ୍ୟରେ ଜଣେ ଜାପାନୀ ଯୁବତୀ ମଧ୍ୟ ସାମିଲ ଅଟନ୍ତି ଯାହାଙ୍କୁ ଜଣେ ବ୍ୟକ୍ତି ଗୋଟିଏ ଶ୍ରୀମଦ ଭଗବତ ଗୀତା ଉପହାର ଦେଇଥିଲେ ଏବଂ ମାଇକ୍ରୋସଫ୍ଟର ଚାକିରି ଛାଡି ପଢୁଛନ୍ତି ଭାରତୀୟ ଦର୍ଶନ, ଜାଣନ୍ତୁ ସେ ଅଟନ୍ତି କିଏ?

ମାଇକ୍ରୋସଫ୍ଟର ଚାକିରି ଛାଡି ପଢୁଛନ୍ତି ଭାରତୀୟ ଦର୍ଶନ – ଶ୍ରୀମଦ ଭଗବତ ଗୀତା ଜାପାନର ଏକ ଯୁବତୀଙ୍କର ଜୀବନ ଉପରେ ଏପରି ପ୍ରଭାବ ଛାଡିଛି ଯେ ସେ ମାଇକ୍ରୋସଫ୍ଟ ଭଳି ବଡ କମ୍ପାନୀର ଚାକିରିକୁ ପଦାଘାତ କରିଦେଲେ ଏବଂ ଏବେ ଜାପାନରେ ଗୀତା ଏବଂ ଭାରତୀୟ ଦର୍ଶନ ପଢେଇବାର କାମ ଆରମ୍ଭ କରିଛନ୍ତି। ଏହି ଯୁବତୀଙ୍କର ନାମ ରିକୋ ୱାଥାବେ ଅଟେ ଏବଂ ତାଙ୍କୁ କେହି ଅପରିଚିତ ବ୍ୟକ୍ତି ଗୀତା ଉପହାର କରିଥିଲେ ଏବଂ ମାତ୍ର ତିନି ଦିନରେ ସେ କୁରୁକ୍ଷେତ୍ର ଆସିଯାଇଥିଲେ ।ହଁ କିନ୍ତୁ ସେ ଶ୍ରୀମଦ ଭଗବତ ଗୀତା ଉପରେ ଆୟୋଜିତ ସଂଘରେ ଜାପାନରେ ଶ୍ରୀମଦଭାଗବତ ଗୀତା ଉପରେ ନିଜର ଗବେଷଣା ପତ୍ର ପାଢୀଥିଲେ।

ଗୀତା ପଡିବ ପରେ ରିକୋଙ୍କର ପୁରା ଜୀବନ ବଦଳି ଗଲା ଏବଂ ସେ କହିଲେ ଯେ ସ୍କୁଲ ପାଠ ସଂପୂର୍ଣ୍ଣ କରିବା ପରେ କାନାଗାବା କଲେଜ ଅଫ ଫରେନ ଷ୍ଟଡିଜ ରେ ପାଠ ପଢିଲେ, ତାପରେ ଇଂରାଜୀ ଏବଂ କମର୍ଷର ପାଠ ପଢିବା ପାଇଁ ଇଂଲଣ୍ଡ ଯାଇଥିଲେ ଏବଂ ସେଠାରେ ଇଂଲଣ୍ଡରେ ଲୋକର ଗଭର୍ଣ୍ଣମେଣ୍ଟ ସହିତ ଟ୍ରେନୀ ଭାବରେ ଜଡିତ ହେଲେ। ଜାପାନରେ ଜାପାନୀ ଏବଂ ଇଙ୍ଗ୍ଲିଶ ଟ୍ରାନ୍ସଲେଟର କଲେ ମାଇକ୍ରୋସଫ୍ଟ ଏବଂ ଫୁଜି ଭଳି କମ୍ପାନୀ ମାନଙ୍କ ସହିତ କାମ କରିଛନ୍ତି। ଏଠି ମଧ୍ୟରେ ଦିନେ ଟୋକ୍ୟୋ ରେଲୱେ ଷ୍ଟେସନରେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କୁ ଗୀତା ଉପହାର ଦେଲେ ଏବଂ ସେ ଗୀତା ଜାପାନୀ ଭାଷାରେ ଲିଖିତ ଥିଲା । ଗୀତା ପଢିବା ପରେ ତାଙ୍କ ମନରେ ଭଗବାନ ଶ୍ରୀକୃଷ୍ଣ ଏବଂ ଅନ୍ୟ ଧାର୍ମିକ ଗ୍ରନ୍ଥ ବିଷୟରେ ଜାଣିବାର ଜିଜ୍ଞାସା ଜାତ ହେଲା ।

ରିକୋ କହିଲେ ଯେ ଟୋକ୍ୟୋ ଡିଜ୍ନି ସମୟରେ ତାଙ୍କର ସାକ୍ଷାତ ଦିଲ୍ଲୀର ମୁକେଶଙ୍କ ସହିତ ହୋଇଥିଲା ଏବଂ ମୁକେଶ ଭାରତର ପୋଷାକ ଆମଦାନୀ କରି ଜାପାନରେ ବିକ୍ରି କରୁଥିଲେ। ଏହାପରେ ଦୁହିଁଙ୍କର ସାକ୍ଷାତ ହେବାରେ ଲାଗିଲା, ମୁକେଶଙ୍କର ଜାପାନୀ ଭଲ ନଥିଲା , କିନ୍ତୁ ରିକୋ ତାଙ୍କୁ ଶିଖେଇଦେଲେ । ମୁକେଶ ଏବଂ ରିକୋ ବିବାହ କରିବାର ନିଷ୍ପତ୍ତି ନେଇଥିଲେ କିନ୍ତୁ ଦୁହିଁଙ୍କର ମାତା ପିତା ଏହାର ବିରୋଧ କରିଥିଲେ। ମୁକେଶ ନିଜର ପରିବାର ଲୋକଙ୍କୁ ରାଜି କରେଇଥିଲେ କିନ୍ତୁ ରିକୋଙ୍କର ପରିବାର ଲୋକମାନେ ରାଜି ହୋଇନଥିଲେ।

ଏହାପରେ ରିକୋ ଏବଂ ଉକେଶ 2000ମସିହାରେ ବିବାହ କରିନେଲେ ମ ଏହାପରେ ଦିଲ୍ଲୀ ଆସି ଭାରତୀୟ ରୀତିନୀତି ସହିତ ବିବାହ କରିଥିଲେ। ରିକୋ ଏକାକୀ ଭାରତ ଆସିଥିଲେ ଏବଂ 2005ରେ ତାଙ୍କର ପୁଅ ହୋଇଥିଲା ଯାହାର ନାମ ସେମାନେ ଅର୍ଜୁନ ରଖିଥିଲେ। ପୁଅର ଜନ୍ମ ହେବାର ଆରେ ରିକୋଙ୍କର ପରିବାର ଲୋକମାନେ ତାଙ୍କୁ ସ୍ଵୀକାର କରିନେଲେ ।

ଏବେ ଜାପାନରେ ପଢାଉଛନ୍ତି ରିକୋ – ବିବାହ ପରେ ରିକୋ ମୁକେଶଙ୍କୁ ଭାରତୀୟ ଦର୍ଶନ ବିଷୟରେ ପଚାରିଲେ ତ ସେ ଓଡିଶାର ଗୁରୁ ଏମକେ ପଣ୍ଡାଙ୍କୁ ସାକ୍ଷାତ କରେଇଲେ। ରିକୋ ଗୁରୁ ପଣ୍ଡାଙ୍କ ପାଖରେ ଗୀତା, ବେଦ, ଯୋଗ, ଏବଂ ଭାରତୀୟ ଦର୍ଶନର ଶିକ୍ଷା ଗ୍ରହଣ କଲେ। ସେ ନିଷ୍ପତ୍ତି ନେଲେ ଯେ ସେ ଜାପାନରେ ରହି ଏହାର ପ୍ରଚାର କରିବେ। ଏହାପରେ ରିକୋ ଚାକିରି ତ୍ୟାଗ କଲେ ଏବଂ ଜାପାନରେ ଗୀତା, ବେଦ, ରାମାୟଣର ଜ୍ଞାନର ପ୍ରସାର କରିବା ଆରମ୍ଭ କରିଦେଲେ। ଏବେ ସେ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଯୋଗ ଇନଷ୍ଟିଚ୍ୟୁଟରେ ଗୀତା ଏବଂ ଭାରତୀୟ ଦର୍ଶନ ଶିକ୍ଷା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *