June 27, 2025

Odia Express

Here, There and Everywhere

ବିଛା ସହିତ ଜଡିତ ଅଦ୍ଭୁତ କଥା ସବୁ ଆପଣଙ୍କୁ ଜଣା ନଥିବ…

ଶୁଭ ଶାସ୍ତ୍ରରେ ଅନେକ ପ୍ରକାରର ଶୁଭ ଏବଂ ଅଶୁଭ କଥା ବିଷୟରେ କୁହାଯାଇଛି। ଯଦିଓ ଏକଥାରେ କେତେ ସତ୍ୟତା ରହିଛି ଏହା କେହି ଜାଣନ୍ତି ନାହିଁ । ବିଶ୍ଵାସ କରୁଥିବା ଲୋକମାନେ ବିଶ୍ଵାସ କରନ୍ତି ଏବଂ ଯେଉଁମାନେ କରନ୍ତି ନାହିଁ ସେମାନେ ଏହାକୁ ଅନ୍ଧବିଶ୍ଵାସ କୁହନ୍ତି। ଆସନ୍ତୁ ଜାଣିବା ଏପରି କିଛି ମାନ୍ୟତା ବିଛା ସମ୍ବନ୍ଧରେ । ବିଛା ସହିତ ଜଡିତ ଅନେକ କଥା ପ୍ରଚଳିତ ଅଛି।ବିଛାର ମଧ୍ୟ ଅନେକ ପ୍ରକାର ପ୍ରଜାତି ଅଛନ୍ତି । ବିଛା କାମୁଡିଲେ ବହୁତ କଷ୍ଟ ହୁଏ। କିଛି ବିଛା ଏପରି ଅଛନ୍ତି ଯେଉଁ ମାନଙ୍କ ଦଂଶନ ଦ୍ଵାରା ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇପାରେ ।

– କୁହନ୍ତି ଯେ ସ୍ଵପ୍ନରେ ବିଛା ଦେଖାଦେଲେ ଜାଣିବେ ଯେ ଆପଣଙ୍କ ଉପରେ କୌଣସି ସଙ୍କଟ ଆସିବାର ଅଛି ।

– ଯେଉଁ ଘରେ ବିଛା ଧାଡି ବନେଇକି ବାହାରକୁ ଯାଉଥିବା ଦେଖାଦିଅନ୍ତି ତ ବୁଝିବେ ଯେ ସେଠାକୁ ଲକ୍ଷ୍ମୀ ଆସିବାର ଅଛି।

– ହଳଦିଆ ବିଛା ମାୟାର ପ୍ରତୀକ ଅଟେ। ଏପରି ବିଛା ଘରୁ ବାହାରିଲେ ଘରେ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ।

ବିଛାର ଡଙ୍କ: ବିଛା ଏକ ବିଷାକ୍ତ ପ୍ରାଣୀ ଅଟେ । ଯଦି ସେ ଦଂଶନ କରେ ତ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ। ଯଦି ଆପଣ ଦୂର ଗ୍ରାମରେ ଅଛନ୍ତି ଏବଂ ଡାକ୍ତରଙ୍କ ଠାରୁ ଦୂରରେ ଅଛନ୍ତି ତ ପ୍ରାଥମିକ ଉପଚାର ରୂପେ ନିମ୍ନଲିଖିତ ଘରୋଇ ଉପଚାର ପାରେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ । କୁହନ୍ତି ଯେ ଡିଆସିଲି ର ଛଅ ସାତ କାଠିର ବାରୁଦ ନିଅନ୍ତୁ ଏବଂ ଏହାକୁ ପାଣିରେ ଓଦା କରି ଏହି ପେଷ୍ଟକୁ ବିଛା ଡଙ୍କ ମାରିଥିବା ସ୍ଥାନରେ ଲଗେଇଦେବେ। ଏହାଦ୍ବାରା ବିଛାର ବିଷ ଓହ୍ଲେଇଯିବ।

ପିଆଜ ରସରେ ନୌସାଦର ମିଶାଇ ବିଛାର ଡଙ୍କ ମାରିଥିବା ସ୍ଥାନରେ ଲଗେଇବା ଦ୍ଵାରା ମଧ୍ୟ ବିଷ ଓହ୍ଲେଇଯାଏ । ଏହା ମଧ୍ୟ କୁହନ୍ତି ଯେ ସୈଂଧବ ଲବଣକୁ ଗୁଣ୍ଡକରି ପିଆଜ ସହିତ ମିଶାଇ ଡଙ୍କ ମାରିଥିବା ସ୍ଥାନରେ ଲଗେଇବା ଦ୍ଵାରା ବିଷର ପ୍ରଭାବ କମ ହୋଇଯାଏ । ଗୋଟିଏ ପରିଷ୍କାର ପଥର ଉପରେ ଫିଟିକିରିକୁ ଭଲଭାବରେ ଘଷି ନିଅନ୍ତୁ ଏବଂ ଡଙ୍କ ମାରିଥିବା ସ୍ଥାନରେ ଫିଟିକିରି ପ୍ରଲେପ ଲଗାନ୍ତୁ ଏବଂ ନିଆଁରେ ଟିକେ ସେକ ଦିଅନ୍ତୁ ।

ପୋଦନା ରସ ପିଇବା ଦ୍ଵାରା କିମ୍ବା ଏହାର ପତ୍ର ଖାଇବା ଦ୍ଵାରା ବିଛାର ଦଂଶନ ଦ୍ଵାରା ହେଉଥିବା କଷ୍ଟ କମ ହୋଇଯାଏ ।

Leave a Reply

Your email address will not be published. Required fields are marked *