June 26, 2025

Odia Express

Here, There and Everywhere

ଘରର ଦ୍ଵାରରେ ଲେମ୍ବୁ ଲଙ୍କା କଣ ପାଇଁ ଟଙ୍ଗା ଯାଇଥାଏ? ଏହାର ଉତ୍ତର ଜାଣି ଆଶ୍ଚର୍ଯ୍ୟ ହୋଇଯିବେ…

ଭାରତରେ ଏମିତି କିଛି କଥା ଅଛି ଯାହାକୁ ଲୋକମାନେ ଅନ୍ଧବିଶ୍ୱାସ ଭାବେ ମାନନ୍ତି ଏବଂ କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ନିଜ ଜୀବନରେ ମାନ୍ୟତା ଦେଇଥାନ୍ତି। ଏମିତି କିଛି ଭିତରୁ ଗୋଟିଏ ପ୍ରଶ୍ନ ଅଟେ କଣ ପାଇଁ ଲେମ୍ବୁ ଲଙ୍କା ଘରର ଦ୍ୱାରରେ ଟେଙ୍ଗେଇଥାନ୍ତି ଏବଂ କିଛି ଲୋକ ଦୋକାନରେ ମଧ୍ୟ ଟେଙ୍ଗେଇଥାନ୍ତି। ତେବେ ଚାଲନ୍ତୁ ଜାଣିବା।

୧.କବାଟରେ ଲେମ୍ବୁ ଏବଂ ଲଙ୍କା ଟାଙ୍ଗିବା ଦ୍ଵାରା ଘରେ ନକରାତ୍ମକ ଉର୍ଜାର ପ୍ରବେଶ ନଷ୍ଟ ହୋଇଥାଏ।ସାଧାରଣ ଭାବେ ଏହା ଦେଖା ଦେଇଥାଏ ଯେ କେଉଁ ଭୁତ ପ୍ରେତ କିମ୍ବା କୌଣସି ପ୍ରକାର ନକରାତ୍ମକ ଉର୍ଜା ଯେବେ କୌଣସି ଘରେ ପ୍ରବେଶ କରେ ତେବେ ସେ ମୌକା ଦେଖି ଘରେ ଉତ୍ପାତ କରିବା ଆରମ୍ଭ କରିଦେଇଥାଏ ହେଲେ ଲେମ୍ବୁ ଏବଂ ଲଙ୍କା ଦ୍ଵାରା ମିଳୁଥିବା ତତ୍ନ ଶକ୍ତି ଯୋଗୁଁ ସେ ଏମିତି କରିପାରିନଥାଏ।

୨.ଲେମ୍ବୁ ଲଙ୍କା ଭଲ ସ୍ୱାସ୍ଥ୍ୟର ପ୍ରତୀକ ଅଟେ।ଲେମ୍ବୁର ଚିକିତ୍ସା ଗୁଣ ଏବଂ ଲଙ୍କାର ତାନ୍ତ୍ରିକ ଗୁଣ ପ୍ରାୟ କେହି ଜାଣିନଥିବେ। କବାଟରେ ଏହାକୁ ଟାଙ୍ଗିବାର ଅର୍ଥ ଏହାଯେ କେଉଁ ରୋଗ ଏହି ବାଟ ଦେଇ ପ୍ରବେଶ କରିପାରିବ ନାହିଁ ଏବଂ ସେହି ରୋଗର ସାମ୍ନା ଲେମ୍ବୁ ଏବଂ ଲଙ୍କା ସହିତ ହେଲେ ରୋଗ ନଷ୍ଟ ହୋଇଯାଇଥାଏ।

୩.ଲେମ୍ବୁ ଏବଂ ଲଙ୍କାର ବ୍ୟବହାର ଖରାପ ଶକ୍ତିରୁ ରକ୍ଷା ପାଇବା ପାଇଁ ହୋଇଥାଏ।ବହୁତ ଲୋକ ଭାବନ୍ତି ତାଙ୍କ ଉନ୍ନତି ଦେଖି କେଉଁ ଲୋକ ଖରାପ ଭାବ ନ ପକାଉ କିମ୍ବା କୌଣସି ଯାଦୁ ନ କରୁ। ଏଥିପାଇଁ ସେ ନିଜ କବାଟରେ ଲେମ୍ବୁ ଲଙ୍କା ଟାଙ୍ଗିଦିଅନ୍ତି ଯାହା ଫଳରେ କେଉଁବି ତନ୍ତ୍ର ଶକ୍ତି ଘର ଭିତରକୁ ପ୍ରବେଶ ନକରି ପାରୁ।

୪.ଲେମ୍ବୁ ଲଙ୍କାର ବ୍ୟବହାର ସାପ ,ବିଛାରୁ ରକ୍ଷା ପାଇବା ପାଇଁ କରାଯାଇଥାଏ।ସବୁ ଲୋକ ନିଜ ଘରେ ସୁଖ ଶାନ୍ତି ବଜାୟୀ ରହୁ ବୋଲି ଆଶା କରିଥାନ୍ତି। କେଉଁବି ବିପଦ ତାଙ୍କ ଘରକୁ ନ ଆସୁ ଏହା ସେମାନେ ଆଶା କରିଥାନ୍ତି। ଲୋକମାନେ ଏଥିପାଇଁ ଘରର ଦ୍ୱାରରେ ଲେମ୍ବୁ ଲଙ୍କା ଟାଙ୍ଗନ୍ତି ଯାହା ଫଳରେ ଆସୁଥିବା ଜୀବଜନ୍ତୁ ଘରର ଦ୍ଵାରରୁ ଫେରିଯିବେ।

୫. ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ମଧ୍ୟ ଲେମ୍ବୁ ଲଙ୍କାର ବ୍ୟବହାର କରାଯାଇଥାଏ।ବହୁତ ଲୋକ ବିଶ୍ୱାସ କରନ୍ତି ଯେ ମଣିଷ ସହିତ ଘଟୁଥିବା ସମସ୍ତ ଦୁର୍ଘଟଣା ଲୋକଙ୍କ ମୁଣ୍ଡ ଉପରେ ଘୁରି ବୁଲୁଥାଏ। ଏପରି ପରିସ୍ଥିତିରେ, ଲୋକମାନେ ସେମାନଙ୍କୁ ନିଜ ଘରର ଦ୍ୱାରରେ ବ୍ୟବହାର କରନ୍ତି ଯାହା ଫଳରେ ଏପରି ହେବାର କିଛି ବିପଦ ଦ୍ୱାରର ଅନ୍ୟ ପାର୍ଶ୍ୱରେ ରହିବ ଏବଂ ସେମାନଙ୍କ ଘରର ସଦସ୍ୟମାନଙ୍କ ପ୍ରତି କିଛି ବି ଅନିଷ୍ଟ କରାଯିବ ନାହିଁ।ଏଥିପାଇଁ ମଧ୍ୟ କବାଟରେ ଲେମ୍ବୁ ଲଙ୍କା ଟାଙ୍ଗାଯାଏ।

୬. ନିଜ ଆତ୍ମାକୁ ପବିତ୍ର କରିବା ପାଇଁ ଲୋକମାନେ ଲେମ୍ବୁ ଲଙ୍କାର ବ୍ୟବହାର କରିଥାନ୍ତି।ଯେମିତିକି ସମସ୍ତଙ୍କୁ ଜଣା ଯେ, ଲେମ୍ବୁରେ ପୋଷାକ ଏବଂ ବାସନରୁ ମଇଳା ବାହାର କରି ଏହାକୁ ପରିଷ୍କାର କରିହେବ ।ଏଥିରେ ପରିଷ୍କାର କରିବାର ଭଲ ଗୁଣ ଅଛି । ସେଥିପାଇଁ ଲୋକମାନେ ଏହାକୁ ନିଜ ଘରର ଦ୍ୱାରରେ ବ୍ୟବହାର କରନ୍ତି ଯାହା ଫଳରେ ଏହି ଘରେ ରହୁଥିବା ସମସ୍ତ ଲୋକଙ୍କ ମନ ସର୍ବଦା ପରିଷ୍କାର ଏବଂ ନିର୍ମଳ ହୋଇଥାଏ ଏବଂ ସେମାନେ କଦାପି ଭୁଲ ରାସ୍ତାରେ ଯିବେ ନାହିଁ। ତେବେ ଏହା ଥିଲା ଆଜିର କଥା ଏହାକୁ ସେୟାର କରନ୍ତୁ ଏବଂ ଆମକୁ ନିଜର ପ୍ରତିକ୍ରିୟା ଦିଅନ୍ତୁ।

Leave a Reply

Your email address will not be published. Required fields are marked *