June 26, 2025

Odia Express

Here, There and Everywhere

ଯାହାର ଫିଲ୍ମ ପଇସା ରୋଜଗାର ରେ ଭାଙ୍ଗି ଦେଇଥିଲା ସବୁ ଫିଲ୍ମ ର ସମସ୍ତ ରେକର୍ଡସ , ତାଙ୍କରି ପତ୍ନୀ ଅନ୍ୟମାନଙ୍କ ଘରେ ଅଇଁଠା ବାସନ ମାଜିବାକୁ ବାଧ୍ୟ – ଜାଣିରଖନ୍ତୁ କଣ ଏହାର କାରଣ…

1 min read

ପ୍ରସିଦ୍ଧ ମରାଠୀ ଫିଲ୍ମ ସୈରାଟ ଟ ଆପଣମାନେ ଦେଖିଥିବେ? ଯଦି ଦେଖିନାହାନ୍ତି ଟ ଆପଣଙ୍କୁ ଜଣେଇଦେବୁ ଯେ ଏହି ଫିଲ୍ମ ବର୍ଷର ସବୁଠାରୁ ବଡ ହିଟ ଫିଲ୍ମ ଥିଲା। ଏହି ଫିଲ୍ମକୁ ପୁରସ୍କାର ମିଳିଥିଲା ଏବଂ ଏହାର ନିର୍ଦେଶକ ନାଗରାଜ ମଞ୍ଜୁଲେ ଏହି ଫିଲ୍ମରୁ ସିନେମାର ଦୁନିଆରେ ପ୍ରତିଷ୍ଠିତ ହୋଇଗଲେ। ଜଣେଇଦେବୁ ଯେ ସୈରାଟ ଫିଲ୍ମର ନିର୍ଦେଶକ ନାଗରାଜ ମଞ୍ଜୁଲେ ମରାଠୀ ଫିଲ୍ମର ଚର୍ଚିତ ନିର୍ଦେଶକ ଅଟନ୍ତି। ତାଙ୍କୁ ଏହି ଫିଲ୍ମ ର ଶ୍ରେଷ୍ଠ ନିର୍ଦେଶକର ପୁରସ୍କାର ମଧ୍ୟ ଦିଆଯାଇଥିଲା। ସୁପରହିଟ ମରାଠୀ ଫିଲ୍ମ ‘ସୈରାଟ’ର ନିର୍ଦେଶକ ନାଗରାଜ ଏହି ଫିଲ୍ମ ନିମନ୍ତେ ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଥିଲେ। କିନ୍ତୁ, ଏହି ପ୍ରସିଦ୍ଧ ନିର୍ଦେଶକଙ୍କୁ ନେଇ ଏବେ ଏକ ଏପରି ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିକି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତ।

ସୈରାଟ ଫିଲ୍ମର ନିର୍ଦେଶକ ନାଗରାଜ ମଞ୍ଜୁଲେଙ୍କର ଏହି ମରାଠୀ ଫିଲ୍ମ ବିଗତ ବର୍ଷ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ଆୟର ସମସ୍ତ ରେକର୍ଡସ ଭାଙ୍ଗିଦେଇଥିଲା। ଏହି ଫିଲ୍ମ ଏତେ ଜବରଦସ୍ତ ହିଟ ଥିଲା ଯେ କାରଣ ଜୌହର ଏହାର ହିନ୍ଦୀ ରିମେକ କରୁଛନ୍ତି। ଏହି ଫିଲ୍ମର ନାମ ଧଡକ ଅଟେ। ଫିଲ୍ମରେ ଶ୍ରୀଦେବୀଙ୍କର ବଡ ଝିଅ ଜାହ୍ନବୀ କପୁର ଏବଂ ଶାହିଦ କପୁରଙ୍କର ଭାଇ ଇଶାନ ଖଟ୍ଟାର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଦୁଇଜଣଙ୍କର ବଲିଉଡରେ ଡେବ୍ୟୁ ଫିଲ୍ମ ଅଟେ।

କିନ୍ତୁ, ଆଜି ଆମେ କଥା ନାଗରାଜ ମଞ୍ଜୁଲେଙ୍କର ବ୍ୟକ୍ତିଗତ ଜୀବନର କରୁଛୁ ଯାହା ସବୁବେଳେ ବିବାଦୀୟ ରହଚି । ଆପଣଙ୍କୁ ଜଣେଇଦେବୁ ଯେ ଏହି ପ୍ରସିଦ୍ଧ ନିର୍ଦେଶକଙ୍କର ପତ୍ନୀ ଅନ୍ୟମାନଙ୍କ ଘରେ ଅଇଁଠା ବାସନ ମାଜିବାକୁ ବାଧ୍ୟ ଅଟନ୍ତି। ଆଶ୍ଚର୍ଯ୍ୟର କଥା ଟ ଏହା ଯେ ନାଗରାଜ ନିଜର ପତ୍ନୀଙ୍କ ସହିତ କୌଣସି ସମ୍ପର୍କ ରଖନ୍ତି ନାହିଁ ଏବଂ ତାଙ୍କୁ କୌଣସି ପ୍ରକାରର ସହାୟତା ମଧ୍ୟ କରନ୍ତି ନାହିଁ । ଏତିକି ହିଁ ନୁହେଁ ଏହି ନିର୍ଦେଶକ ନିଜର ଫିଲ୍ମ ଠାରୁ ଅଧିକ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ଆମେ ନାଗରାଜଙ୍କର ଯେଉଁ ପତ୍ନୀଙ୍କର କଥା କହୁଛୁ ତାଙ୍କର ଛାଡପତ୍ର ହୋଇସାରିଛି। ତାଙ୍କର ନାମ ସୁନିତା ଅଟେ।

ସୈରାଟ ଫିଲ୍ମର ନିର୍ଦେଶକ ନାଗରାଜ ମଞ୍ଜୁଲେ ଙ୍କ ଉପରେ ତାଙ୍କ ପତ୍ନୀ ସୁନିତା କିଛି ବର୍ଷ ପୂର୍ବେ ଉତ୍ପୀଡନର କେସ ଦାଖଲ କରିଥିଲେ। ଖବର ଅନୁଯାୟୀ, ସୁନିତାଙ୍କର ନାଗରାଜ ମଞ୍ଜୁଲେଙ୍କ ସହିତ ବିବାହ 18-19ବର୍ଷ ଆୟୁରେ ହୋଇଯାଇଥିଲା। ସେହି ସମୟରେ ନାଗରାଜ ପାଠ ପଢୁଥିଲେ ଏବଂ ଏହି କାରଣରୁ ସୁନିତା ତାଙ୍କ ଘରର ସମସ୍ତ କାମ ଏକୁଟିଆ କରୁଥିଲେ। କିନ୍ତୁ, ଯେବେ ସେ ଧୀରେଧିରେ ସଫଳ ହେବାରେ ଲାଗିଲେ ଟ ସେ ନିଜର ପତ୍ନୀ ସୁନିତାଙ୍କ ଠାରୁ ଦୂରତା ରଖିବା ଆରମ୍ଭ କଲେ। ଏହାପରେ ଦୁଇଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା ଏବଂ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଲା ।

ଲଗାତାର ବଢୁଥିବା ଝଗଡା କାରଣରୁ ସୁନିତା ଏବଂ ନାଗରାଜ ମଞ୍ଜୁଲେଙ୍କର  2013 ମସିହାରେ ଛାଡପତ୍ର ହୋଇଗଲା। ରିପୋର୍ଟ ଅନୁଯାୟୀ, ନାଗରାଜଙ୍କର ଓକିଲ ସୁନିତାଙ୍କୁ ଧୋକାରେ କୌଣସି ସାଧା କାଗଜରେ ହସ୍ତାକ୍ଷର କରେଇ ନେଇଥିଲେ। ଜଣେଇଦେବୁ ଯେ ସୁନିତା ଅଧିକ ଶିକ୍ଷିତ ନୁହନ୍ତି । ଛାଡପତ୍ର ନିମନ୍ତେ ତାଙ୍କୁ ସାତ ଲକ୍ଷ ଟଙ୍କା ଦିଆଗଲା ଏବଂ ଦୁଇଜଣଙ୍କ ମଧ୍ୟରେ ଛାଡପତ୍ର ହୋଇଗଲା। ଏବେ ଆଶ୍ଚର୍ଯ୍ୟ କରିବାର କଥା ଏହା ଯେ ନାଗରାଜଙ୍କର ପୂର୍ବତନ ପତ୍ନୀ ସୁନିତା ଅନ୍ୟମାନଙ୍କ ଘରେ କାମ କରିବା ଏବଂ ଅଇଁଠା ବାସନ ମାଜିବା ନିମନ୍ତେ ବାଧ୍ୟ ଅଟନ୍ତି। ସୁନିତା ତାଙ୍କର ସହାୟତା ନିମନ୍ତେ ଲୋକଙ୍କ ଠାରୁ ସାହାଯ୍ୟ ମାଗିଥିଲେ, କିନ୍ତୁ କେହି ତାଙ୍କର ସହାୟତା ନିମନ୍ତେ ଆଗକୁ ଆସିଲେ ନାହିଁ ।

Leave a Reply

Your email address will not be published. Required fields are marked *