October 12, 2025

Odia Express

Here, There and Everywhere

ଆପଣଙ୍କ ଗୋଡ଼ ଧରି ନେହୁରା ହେଲେ ମଧ୍ୟ କେବେ ଦିଅନ୍ତୁ ନାହିଁ ଏହି ଗୋଟିଏ ଜିନିଷ ଅନ୍ୟକୁ..

1 min read

ଏପରି ଅନେକ ଜିନିଷ ଅଛି ଯାହା ର ବହୁତ ମହତ୍ୱ ରହିଛି। ଆମେ ଜାଣତରେ ହଉ କିମ୍ବା ଅଜାଣତ ରେ କାହାଠାରୁ ଏପରି ଜିନିଷ ଆଣିଥାଉ ଏବଂ କାହାକୁ ଏହି ଜିନିଷ ଗୁଡିକ ମଧ୍ୟ ଦେଇ ଦେଇଥାଉ। ତେବେ ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ ଭୁଲରେ ମଧ୍ୟ କେବେ ଏହି ଜିନିଷ ଗୁଡ଼ିକ ନିଜ ଲୋକ ହେଉ କିମ୍ବା ବାହାର ଲୋକ କେବେ ମଧ୍ୟ ଦେବା ଅନୁଚିତ। ଆମ ମଧ୍ୟରୁ ଅନେକ ଏହି ଜିନିଷ ଜାଣନ୍ତି ନାହିଁ ଏବଂ ଅନ୍ୟକୁ ସାହାଯ୍ୟ କରିବା ପାଇଁ ହେଉ କିମ୍ବା ପ୍ରଶଂସା ପାଇବା ପାଇଁ ଆମେ ମାନେ ଦେଇ ଦେଇ ଥାନ୍ତି।ତେବେ ଆଜିର ଆର୍ଟିକିଲ ରେ ଆମେ ଜାଣିବା କଣ ଅଟେ ସେହି ସବୁ ଜିନିଷ।

ନିଜର ଧନ ;- ଅନେକ ବ୍ୟକ୍ତି ନିଜ ଧନ କୁ ଅନ୍ୟ ମାନଙ୍କୁ ବିନା ଋଣରେ ପ୍ରଦାନ କରିଥାନ୍ତି। ସେପରି କିନ୍ତୁ କରିବା ଉଚିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ ଧନ ଦେବା ଆଗରୁ ପାତ୍ର ର ଯାଞ୍ଚ କରିବା ଆବଶ୍ୟକ ଅଟେ। ସେହି ବ୍ୟକ୍ତି ର ସ୍ଵଭାଵ କିପରି। ଚାଣକ୍ୟ କୁହନ୍ତି ଧନ ସଳଖ ଯାଏ କିନ୍ତୁ ଆସେ ତ ବକ୍ର ହୋଇ ଡେରିରେ ଆସିଥାଏ। ତେଣୁ ବିନା ସୁଧ ରେ ଅପାତ୍ର ରେ କେବେ ମଧ୍ୟ ଦାନ କରିବା ଉଚିତ ନୁହେଁ।

ନିଜର ବାହାନ ବା ଗାଡ଼ି;- ଏହା ସବୁବେଳେ ମନେ ରଖନ୍ତୁ କାହାକୁ ମଧ୍ୟ ଏହି ଜିନିଷ କେବେ ମଧ୍ୟ ଦିଅନ୍ତୁ ନାହିଁ। ଶାସ୍ତ୍ର କୁହେ ତିନୋଟି ଜିନିଷ କେବେ ହେଲେ ଅନ୍ୟ କାହାରିକୁ ଦେବା ଉଚିତ ନୁହେଁ। ତାହା ହେଉଛି। ନିଜ ବାହାନ, ନିଜ ଅସ୍ତ୍ର ଏବଂ ନିଜ ସ୍ତ୍ରୀ। ଆପଣ ଙ୍କ ବାହାନ କୁ ଆପଣ ଯେତେ ଗୁରୁତ୍ୱ ଦିଅନ୍ତି ସେପରି ଅନ୍ୟ କେହି ଭାବନ୍ତି ନାହିଁ। ତେଣୁ ଏହି ଜିନିଷ କାହାକୁ ଦେବା ଉଚିତ ନୁହେଁ।

ନିଜ କଲମ;- ଏଭଳି ଅନେକ ଲୋକ ଅଛନ୍ତି ଯିଏ ନିଜ କଲମ ଅନ୍ୟକୁ ଦେଇ ଦିଅନ୍ତି କିନ୍ତୁ ଶାସ୍ତ୍ର କୁହେ ନିଜ ଲେଖନୀ ନିଜ ପାଖରେ ରଖିବା ଉଚିତ। କାରଣ ଶବର ର ଅସ୍ତ୍ର ଯେପରି ଧନୁତୀର ଅଟେ ସେପରି ଉତ୍ତମ ବିଦ୍ୟାର୍ଥୀ ର ଅସ୍ତ୍ର କଲମ ଅଟେ। ଯଦି ଆପଣ ବ୍ୟବସାୟ କ୍ଷେତ୍ରରେ ବିଦ୍ୟା ଅନୁଷ୍ଠାନ ସହ ଜଡିତ ତେବେ କେହି ମାଗିଲେ ମଧ୍ୟ ନିଜ କଲମ୍ ଦିଅନ୍ତୁ ନାହିଁ।କୁହନ୍ତୁ ଏହା ଚାଲୁନାହିଁ। କାରଣ ଏହା ଅନ୍ୟ ହାତ କୁ ଯିବା ଫଳରେ ନକରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଆସିଥାଏ।a

Leave a Reply

Your email address will not be published. Required fields are marked *