June 28, 2025

Odia Express

Here, There and Everywhere

ରୋଷେଇ ଘରେ ତାୱା କୁ କିପରି ରଖିବା ଉଚିତ-ଏହାକୁ ରଖିବାର ବାସ୍ତୁଶାସ୍ତ୍ର ନିୟମ..

ବାସ୍ତୁ ଶାସ୍ତ୍ର ର ଅନେକ ନିୟମ ରହିଛି। ଆମ ଘର ର ବସ୍ତୁଶାସ୍ତ୍ର ଯଦି ଭୁଲ ଥାଏ ତେବେ ଅନେକ ଅସୁବିଧା ଘର ଉପରେ ଆସେ। ଆମେ ଏହାକୁ ଜାଣିପାରି ନଥାଉ। ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଜିନିଷ ର ଆମ ଉପରେ ପ୍ରଭାବ ରହିଛି। କିନ୍ତୁ ଯଦି ଆମେ ସମସ୍ତେ ଏହି ନିୟମ ସବୁ କୁ ପାଳନ କରିବା ତେବେ ଆମ ଘର ଉପରେ ଏତେ ଅସୁବିଧା ସଙ୍କଟ ଆସିବ ନାହିଁ। ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଏଭଳି ବାସ୍ତୁ ନିୟମ ଆଣିଛୁ ଯାହା କି ଆମ ରୋଷେଇ ଘର ତାବା ବିଷୟରେ ଅଟେ। କିପାରି ଏହାର ଖରାପ ପ୍ରଭାବ ପଡେ।ଏଥିରେ କାହିଁକି ରାହୁ ବାସ କରେ।

ଆମେ ରୁଟି ପିଠା ଆଦି ତିଆରି କରିବା ପାଇଁ ତାଵା ର ବ୍ୟବହାର କରିଥାଉ। ତେବେ କଣ ଆପଣ ଜାଣନ୍ତି ଏହି ତାବା ରେ ରାହୁ ର ବାସ ଥାଏ। ଏହି ରାହୁ ର ପ୍ରଭାବ ରୁ ବଞ୍ଚିବା ର ଅନେକ ଉପାୟ ରହିଛି।ଯେତେବେଳେ ମଧ୍ୟ ଆପଣ ରୋଷେଇ ଆରମ୍ଭ କରୁଛନ୍ତି। ପ୍ରଥମେ ଅଗ୍ନି ସଂଯୋଗ କରି ତାୱା କୁ ଗରମ କରନ୍ତୁ। ଏବଂ ଏଥିରେ ଅଳ୍ପ ପାଣି ଛିଞ୍ଚି ଦିଅନ୍ତୁ। ପାଣି ବାଷ୍ପ ହୋଇଗଲା ପରେ ରୋଷେଇ ଆରମ୍ଭ କରନ୍ତୁ। ଏହା ଦ୍ୱାରା ରାହୁର ପ୍ରଭାବ କମିଯାଏ।

ରୋଷେଇ ଆରମ୍ଭ ପୂର୍ବରୁ ତାବା ଉପରେ ଚିମୁଠେ ଲୁଣ ଛିଞ୍ଚି ଦିଅନ୍ତୁ। ଏହାର କାରଣ ଏହା ଯେ। ଲୁଣ ଲକ୍ଷ୍ମୀ ଙ୍କ ପ୍ରତୀକ ହୋଇଥାଏ। ଏପରି କରିବା ଦ୍ୱାରା ରାହୁର ପ୍ରଭାବ କମିଯାଏ। ଏବଂ ରାହୁ କୋପରୁ ଆପଣଙ୍କ ଘର ର ଧନ ହାନି ହୁଏ ନାହିଁ।

ତ୍ବାବା ରେ ପ୍ରଥମ ରୁଟି ଘିଅ ଦେଇ ତିଆରି କରି ଗାଈ,କୁକୁର କିମ୍ବା କାଉ ବିଲେଇ ଆଦି ଙ୍କୁ ଖାଇବା କୁ ଦିଅନ୍ତୁ ଏହା ଦ୍ୱାରା ଘର ଉପରେ ଆସୁଥିବା ବିପଦ ଦୁରେଇ ଯାଏ।

ରୋଷେଇ ସାରି ତାଵା କୁ କେବେ ହେଲେ ଥୁଅନ୍ତୁ ନାହିଁ ଏହା କୁ କେଉଁ ଠାରେ ଲୁଚେଇ ଟାଙ୍ଗୀ ଦିଅନ୍ତୁ ଯେପରି ଆପଣଙ୍କ ନଜର ସେହି ତାଵା ଉପରେ ପଡ଼ିବ ନାହିଁ। ଅନେକ ରୋଷେଇ ସାରି ତାବା କୁ ଚୁଲା ପାଖରେ ପକେଇ ଦିଅନ୍ତି ଏହା ବାସ୍ତୁ ଅନୁସାରେ ଠିକ ନୁହେଁ। ଏହା ଦ୍ୱାରା ରାହୁର ପ୍ରଭାବ କମିଯାଏ।

Leave a Reply

Your email address will not be published. Required fields are marked *