June 22, 2025

Odia Express

Here, There and Everywhere

୫୭ ହଜାର ଖୁଚୁରା ଟଙ୍କା ନେଇ ବାଇକ କିଣିବାକୁ ପହଞ୍ଚିଗଲେ ଏହି ବ୍ୟକ୍ତି – ପଇସା ଗଣି ଗଣି କାନ୍ଦି ପକେଇଲେ ଡିଲର – କହିଲେ ମୁଁ ଜୀବନରେ..

ମନୁଷ୍ୟ ଯଦି କେଉଁ ଜିନିଷ କରିବାର ନିଷ୍ପତ୍ତି ନିଏ ତେବେ ସେ ସେହି କାର୍ଯ୍ୟ ମୁସ୍କିଲ ହେଉ କିମ୍ବା ପରିସ୍ଥିତି ଯାହା ମଧ୍ୟ ହେଉ ତାର ସମ୍ମୁଖୀନ ହୋଇପାରେ କିନ୍ତୁ ସେ ସେହି କାର୍ଯ୍ୟକୁ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ଛାଡିବ ନାହିଁ ।  କିଛି ସମୟ ପୂର୍ବେ ଆସିଥିବା ଫିଲ୍ମ ମାଞ୍ଝି ଆପଣମାନେ ଦେଖିଥିବେ ସେହି ଫିଲ୍ମ ମଧ୍ୟ ଏକ ସତ୍ୟ କାହାଣୀ ଅଟେ । ସେହି ଫିଲ୍ମରେ ସେ ଦୃଢ ନିଷ୍ପତ୍ତି ନେଇଥିଲା ଯେ ମୁଁ ଏହି ପାହାଡକୁ ଭାଙ୍ଗି ଦେବି ଏବଂ ରାସ୍ତା ବନେଇବି ସହର ଯିବା ପାଇଁ କାରଣ ସେଠାକାର ଲୋକଙ୍କୁ ଯିବା ନିମନ୍ତେ ସେହି ଚଟ୍ଟାଣକୁ ପାର କରିବାକୁ ହେଉଥିଲା ଏବଂ ପାର କରିବା ସମୟରେ ଅନେକ ଲୋକଙ୍କୁ ଉପରୁ ପଡିଯିବା କାରଣରୁ ଜୀବନ ଚାଲିଯାଉଥିଲା। ସେମାନଙ୍କ ମଧ୍ୟରୁ ଜଣେ ମାଞ୍ଝିର ପତ୍ନୀ ମଧ୍ୟ ଥିଲା। ଯେଉଁ କାରଣରୁ ସେ ଜିଦ କରିଥିଲା ମୁଁ ଏହି ଚଟ୍ଟାଣକୁ ଭାଙ୍ଗିବି ଏବଂ ସେ ତାହା କରି ଦେଖେଇଲ ଏବଂ ରାସ୍ତା ବନେଇଦେଲା ।

ଏହିଭଳି ସାରା ଦୁନିଆରେ ଅନେକ ଘଟଣା ରହିଛି ଯାହା ଚିନ୍ତା କରିବାକୁ ବାଧ୍ୟ କରିଦିଏ ଏବଂ ଆଶ୍ଚର୍ଯ୍ୟ କରିଦିଏ ଯେ ଏତେ ସଂଯମ କିପରି ଅମଦ୍ଵାରା ତ ହୋଇପାରେ ନାହିଁ ଏବଂ ଆମେ ସେହି ମନୁଷ୍ୟର ପ୍ରଶଂସା କରିବାକୁ ଥକି ନଥାଉ। କିଛି ଏହି ପ୍ରକାରର ଏକ ଘଟଣା ଏବେ ହୋଇଛି ଯେଉଁଥିରେ ଜଣେ ବ୍ୟକ୍ତି 57000ର ରେଜା ପଇସା ଏକତ୍ରିତ କରି ନିଜର ସ୍ଵପ୍ନ ପୂରଣ କରିଛନ୍ତି। ଆସନ୍ତୁ ଜାଣିବା ଏହି ପ୍ରେରଣାଦାୟୀ ଘଟଣା ବିଷୟରେ ।

ମଧ୍ୟପ୍ରଦେଶ – ଦୁନିଆରେ ରୋମାଞ୍ଚିତ କରିଦେଉଥିବା ଲୋକମାନେ ଅଛନ୍ତି। ଗୋଟିଏ କାହାଣୀ ମଧ୍ୟପ୍ରଦେଶର ନିବାସୀ “ହସିବ ହିନ୍ଦୁସ୍ତାନୀ”ଙ୍କର ଅଟେ । ଏହାଙ୍କର କାହାଣୀ ଜାଣିକି ବହୁତ ଲୋକମାନେ ଆଶ୍ଚର୍ଯ୍ୟ ହୋଇସାରିଛନ୍ତି । ସେ57000ଟଙ୍କା ଏକତ୍ର କରି ବାଇକ କିଣିଛନ୍ତି । ଆପଣ ଚିନ୍ତା କରୁଥିବେ ଯେ ବାଇକ ତ ସମସ୍ତେ କିଣିପାରୁଛନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବା ଭଳି କଣ ଅଛି ତ ଆମେ ଆପଣଙ୍କୁ ଜଣେଇଦେବୁ ଯେ ସେ ଏହି ବାଇକ 57000ର ରେଜା ଏକତ୍ର କରି କିଣିଛନ୍ତି। ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗିଲା ନା… ଠିକ ଏହି ପ୍ରକାର ସେହି ଶୋରୁମର ସମସ୍ତ ଲୋକମାନେ ହୋଇଯାଇଥିଲେ ଯେବେ ସେ ସେଠାରେ ଏତେ ରେଜା ନେଇକି ବାଇକ କିଣିବାକୁ ଗଲେ।

ପ୍ରଥମେ ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିନ୍ତୁ ଶୋରୁମର ଡିଲର ଏତେ ରେଜା ଦ୍ଵାରା ବାଇକ ଦେବାକୁ ମନା କରିଦେଲେ କିନ୍ତୁ ଯେବେ “ହସିବ ହିନ୍ଦୁସ୍ତାନୀ” ନିଜର କାହାଣୀ କହିଲେ ଯେ କିପରି ଏବଂ କେତେ ବର୍ଷ ପରେ ସେ ଏହି ବାଇକ କିଣିବା ପାଇଁ ପଇସା ଏକତ୍ର କରୁଛନ୍ତି ସେତେବେଳେ ଡିଲରଙ୍କ ଆଖିରେ ଲୁହ ଆସିଗଲା ଏବଂ ସେ ହସିବଙ୍କୁ ତାଙ୍କର ମନପସନ୍ଦର ବାଇକ ଦେଇଦେଲେ ।

ଡିଲର ପରେ ଜଣେଇଲେ ଯେ ହସିବଙ୍କ ରେଜାରେ ଏକ ରୁ ନେଇ ଦଶ ପର୍ଯ୍ୟନ୍ତ ସମସ୍ତ ମୁଦ୍ରା ଥିଲା ଏବଂ ସେହି ମୁଦ୍ରା କିଛି ଏହି ପ୍ରକାର ଥିଲା । 1=14600 । 2=15645 । 5=1458 । 10=322 । ସେ ଏବଂ ତାଙ୍କ ପରିବାର ଏହି ପଇସାକୁ ବିଗତ ତିନି ବର୍ଷ ହେବ ଜମା କରୁଥିଲେ ।

ମୋଦୀଙ୍କ କଥାରେ ଅନୁପ୍ରାଣିତ ହୋଇଥିଲେ

ଠାରେ ଶ୍ରୀ ନରେନ୍ଦ୍ର ମୋଦୀ ଛୋଟ ଛୋଟ ସଞ୍ଚୟ କରିବାର ପରାମର୍ଶ ଦେଇଥିଲେ ସେହି କଥା ଦ୍ଵାରା ହସିବ ପ୍ରେରିତ ହୋଇ ସଞ୍ଚୟ କରିବା ଆରମ୍ଭ କରିଦେଲେ ଏବଂ ବାଇକ କିଣିଲେ ।

Leave a Reply

Your email address will not be published. Required fields are marked *