June 22, 2025

Odia Express

Here, There and Everywhere

ତୁଳସୀ ଗଛ କୁ ଏହି ପରି ଭାବରେ ଲଗାନ୍ତୁ- ହୃଷ୍ଟ ପୃଷ୍ଠ ଏବଂ ବିଶାଳ ହେବ ତୁଳସୀ ଗଛ….

1 min read

ତୁଳସୀ ଗଛ କୁ ବଢ଼ିବାରେ ସହାୟକ ହୁଏ ଏହି ସବୁ ଉପାୟ। ଅନେକ ଲୋକ ଏହି ସବୁ ଉପାୟ କୁ ଜାଣନ୍ତି ନାହିଁ ଯାହା ଦ୍ୱାରା କି ତୁଳସୀ ଗଛ ବଡ଼,ଘଞ୍ଚ ଏବଂ ଅଧିକ ସବୁଜିମା ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏପରି ଦୁଇଟି ଉପାୟ ଯାହା ଦ୍ୱାରା କି ଆପଣ ତୁଳସୀ ଗଛକୁ ହୃଷ୍ଟ ପୃଷ୍ଠ କରି ପାରିବେ।ତୁଳସୀ ଗଛ କୁ କଲିମି କରିବାର ଉପାୟ-ଆପଣ ତ ଜାଣିଥିବେ ତୁଳସୀ ଗଛ ପାଞ୍ଚ ପ୍ରକାର ର ଅଛି ତା ମଧ୍ୟରୁ ୩ ପ୍ରକାର ତୁଳସୀ ସାଧାରଣତଃ ଆମେ ଦେଖିବାକୁ ପାଉ।

ଧଳା ତୁଳସୀ ଏହା ବହୁତ କମ ଦେଖାଯାଏ ,କଳା ତୁଳସୀ ଏବଂ ସବୁଜ ତୁଳସୀ।ପ୍ରଥମେ ମୋଟା ମୋଟା ଡାଳ ଦେଖି ଗୋଟିଏ କଳା ତୁଳସୀ ଡାଳ ଏବଂ ସବୁଜ ତୁଳସୀ କାଟି ନିଅନ୍ତୁ। ଏବେ ଏହାର ତଳୁ ଏବଂ ଉପରୁ ଶାଖା ଥିବା ଜାଗାରୁ ହିଁ କଇଁଚି ସାହାଯ୍ୟରେ କାଟି ଦିଅନ୍ତୁ।

ଧ୍ୟାନ ରଖିବେ ତଳକୁ ଯେପରି ମାଟିରେ ପୋତିବା ପାଇଁ ଅଧା ଆଙ୍ଗୁଳି ଥିବ। ଏବେ ଏହାକୁ ଯୋଡି ଏକ ସୂତା ସାହାଯ୍ୟରେ ହାଲୁକା ଭାବରେ ଗୁଡ଼ାଇ ଦିଅନ୍ତୁ। ଏକ କୁଡୁଆ ନିଅନ୍ତୁ ଏଥିରେ ହାଲୁକା ଏବଂ ଉର୍ବର କାଦୁଆ ମାଟି ଥିବା ଆବଶ୍ୟକ ଏଥିରେ ପୋତି ଦିଅନ୍ତୁ। 5 ଦିନ ପରେ ନିତୀକ୍ଷଣ କରନ୍ତୁ ଏଥିରେ ଯଦି ପୋକ ଆଦି ଲାଗୁଛନ୍ତି ତେବେ ଏଥିର ପତ୍ର ଗୁଡ଼ିକ କାଟି ଦିଅନ୍ତୁ।

ଏହା ଦ୍ୱାରା ଆଉ ପୋକ ଲାଗିବେ ନାହିଁ। ଏବେ ଏଥିରେ ନିୟମିତ ଦୁଇ ଟାଇମ ଜଳ ଦିଅନ୍ତୁ। ଅଳ୍ପ ଖରା ପଡ଼ିଥିବା ସ୍ଥାନ ରେ ରଖନ୍ତୁ। 20 ଦିନରେ ଏହାକୁ ଓପଡି ଦେଖନ୍ତୁ ଏଥିରେ ଚେର ଆସିଯାଇଥିବ ଏବେ ଏହାକୁ ନେଇ କୌଣସି ବଡ଼ କୁଣ୍ଡ କିମ୍ବା ମାଟିରେ ରୋପଣ କରନ୍ତୁ। ଦେଖିବେ ଏହା ବଢିଲେ ବହୁତ ଭଲ ସବୁଜ ଏବଂ ହୃଷ୍ଟ ପୃଷ୍ଠ ଗଛ ହେବ।

Leave a Reply

Your email address will not be published. Required fields are marked *