June 27, 2025

Odia Express

Here, There and Everywhere

99% ଲୋକ ଜାଣନ୍ତି ନାହିଁ ଯେ ଗୁଡକୁ ଇଂରାଜୀରେ କଣ କୁହନ୍ତି..ଆପଣ ଜାଣିଛନ୍ତି କି ?

1 min read

ଗୁଡ କଣ ଅଟେ? ଏହି ଗୁଡର ନାମ ତ ଆପଣମାନେ ଶୁଣିଥିବେ। ଏଠାରେ ଏପରି ବହୁତ ଲୋକ ଥିବେ ଯେଉଁ ମାନଙ୍କୁ ବହୁତ ପସନ୍ଦ ଆସିଥିବ ଏବଂ ଗୁଡକୁ ବହୁତ ଆଗ୍ରହରେ ଖାଉଥିବେ ଏବଂ ଖାଇବେ ନାହିଁ ବା କିପରି ଗୁଡ ଖାଇବାରେ ସୁସ୍ଵାଦୁ ହୋଇଥାଏ ଯେ ନଖାଇ ମଣିଷ ରହିପାରିବ ନାହିଁ । ବିଶ୍ବାସ କରନ୍ତୁ ଗୁଡ ଖାଇବାର ସଉକିନ ତ ମୁଁ ମଧ୍ୟ ଅଟେ । ଗୁଡ ଆଖୁ କିମ୍ବା ତାଳ ରସକୁ ଫୁଟେଇ ତାପରେ ତାହାକୁ ସୁଖେଇ ପ୍ରସ୍ତୁତ କରାଯାଏ।ଯଦି ଆମେ ଗୁଡର ରଙ୍ଗର କଥା କହିବୁ ତ ଏହାର ରଙ୍ଗ ହାଲୁକା ହଳଦିଆ ଠାରୁ ଆରମ୍ଭ କରି ଗାଢ ମାଟିଆ ରଙ୍ଗର ହୋଇଥାଏ । ଆପଣଙ୍କୁ ଦେଖିବାରେ ଅନେକଥର ଏହା କଳାରଙ୍ଗର ଲାଗୁଥିବ କିନ୍ତୁ ହୋଇଥାଏ ଏହା ଗାଢ ମାଟିଆ ରଙ୍ଗର । ଗୁଡ ଖାଇବାରେ ମିଠା ହୋଇଥାଏ । ଆପଣଙ୍କୁ ଏହା ବିଷୟରେ ଜଣା ତ ଥିବ ଏହାର ମଧୁରତା ପ୍ରକୃତିରେ ମିଳୁଥିବା ଅନ୍ୟ ଜିନିଷ ମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ହୋଇଥାଏ। ଏହାର ମଧୁରତାକୁ ଅନ୍ୟ ଜିନିଷ ସହିତ ତୁଳନା କରାଯାଇଥାଏ।

ଗୁଡର ଉପଯୋଗ ତ ଦୁନିଆରେ କରାଯାଇଥାଏ କିନ୍ତୁ ମୂଳତଃ ଏହାର ଉପଯୋଗ ଦକ୍ଷିଣ ଏସିଆରେ ସବୁଠାରୁ ଅଧିକ ହୋଇଥାଏ। ଭାରତରେ ଅନେକ ଅଂଶରେ ସହର ଏବଂ ଗ୍ରାମରେ ଗୁଡର ଉପଯୋଗ ଚିନୀ ରୂପରେ କରାଯାଏ। ଗୁଡ ଭିତରେ ଲୌହର ମାତ୍ରା ଅଧିକ ଥାଏ ଏବଂ ରକ୍ତହୀନତାରେ ପୀଡିତ ମନୁଷ୍ୟକୁ ଚିନି ନଖାଇ ତା ବଦଳେ ଗୁଡ ଖାଇବାକୁ କୁହାଯାଏ।

ଗୁଡ ଭିତରେ ଚିନିର ମାତ୍ରା ଅଧିକ ଥାଏ କେବେ କେବେ ତ ଏହା ଭିତରେ ଚିନିର ମାତ୍ରା 90% ପର୍ଯ୍ୟନ୍ତ ପହଞ୍ଚିଯାଇଥାଏ । ଏହା ଅତିରିକ୍ତ ଏଥିରେ ଗ୍ଳୁକୋଜ, ଫୃକ୍ଟୋଜ, ଖଣିଜ (ଚୂନ, ପୋଟାସ, ଫସଫରସ) ଆଦି କମ ମାତ୍ରାରେ ପ୍ରାପ୍ତ ହୋଇଥାଏ ଏବଂ ତାସହ ଏଥିରେ ପାଣିର ମଧ୍ୟ କିଛି ମାତ୍ରା ଥାଏ ଯାହା ଋତୁ ଅନୁଯାୟୀ କମ କିମ୍ବା ଅଧିକ ହୋଇଥାଏ।

କଣ କହନ୍ତି ଇଂରାଜୀ ଭାଷାରେ – ଏତେ କିଛି ଆପଣମାନେ ଜାଣିଲେଣି ଗୁଡ ବିଷୟରେ କିନ୍ତୁ ଆପଣ ଏଠାରେ ଯେଉଁ ପ୍ରଶ୍ନର ଉତ୍ତରକୁ ଜାଣିବା ନିମନ୍ତେ ଆସିଥିଲେ ସେ ବିଷୟରେ ଭୁଲିଗଲେ ନା। କଣ କରିବା ଗୁଡ ଜିନିଷ ହିଁ ଏହିପରି ଅଟେ କିନ୍ତୁ ଆପଣ ନିଶ୍ଚିତ ରହନ୍ତୁ ଆମେ ଆପଣଙ୍କୁ କହିଥିଲୁ ଯେ ଆମେ ଆପଣଙ୍କୁ ଜଣେଇବୁ ଯେ ଗୁଡକୁ ଇଂରାଜୀରେ କଣ କହନ୍ତି। ଗୁଡକୁ ଇଂରାଜୀରେ Jaggery କୁହନ୍ତି ।

ଏହାସହିତ ଜଡିତ ଏକ କାହାଣୀ କୁହାଯାଏ ଯେ ଥରେ ସିଭିଲ ଇଣ୍ଟରଭିୟୁରେ ପଚରା ଯାଇଥିଲେ ଯେ ଗୁଡକୁ ଇଂରାଜୀରେ କଣ କୁହନ୍ତି । ଇଣ୍ଟରଭିୟୁ ଦେଉଥିବା ପ୍ରତ୍ୟାଶୀଙ୍କର ମୁଣ୍ଡ ଘୂରିଗଲା। ଏଥିପାଇଁ ଆପଣଙ୍କୁ ମଧ୍ୟ କହୁଛୁ ଯେ କେହି ମଧ୍ୟ ଏପରି ଜିନିଷ ବିଷୟରେ ପଚାରି ପାରନ୍ତି ତ ସବୁବେଳେ ସତର୍କ ରୁହନ୍ତୁ ଏବଂ ଆମଠାରୁ ସୂଚନା ପ୍ରାପ୍ତ କରନ୍ତୁ ।

Leave a Reply

Your email address will not be published. Required fields are marked *