June 27, 2025

Odia Express

Here, There and Everywhere

ପୁରୁଷଙ୍କ ପାଦରେ ଲୁଚି ରହିଥାଏ ତାଙ୍କର ଭାଗ୍ୟ, ଜାଣନ୍ତୁ ଭାଗ୍ୟର ଧନୀ ପୁରୁଷଙ୍କର ସଂକେତ…

1 min read

ମନୁଷ୍ୟ ପଛକେ କିଛି ନକହେ ତାହାର ପାଦ ସବୁକିଛି କହିଦେଇଥାଏ। ଅନ୍ୟ କେଉଁ ବ୍ୟକ୍ତିଙ୍କର ଅଭ୍ୟାସ ତଥା ତାଙ୍କର ସ୍ଵଭାବ ବିଷୟରେ ଜାଣିବାକୁ ଚାହାନ୍ତି, ତ ସେହି ବ୍ୟକ୍ତିଙ୍କ ପାଦର ଆକୃତି ଦେଖି ତାଙ୍କ ସ୍ଵଭାବ ବିଷୟରେ ଜଣା ପଡିଥାଏ। ହସ୍ତରେଖା ବିଜ୍ଞାନ କିମ୍ବା ସମୁଦ୍ରଶାସ୍ତ୍ର ଅନ୍ତର୍ଗତ ଶରୀରର ଅଙ୍ଗର ଗଠନ, ଆକାର ଏବଂ ରଙ୍ଗରୁ ବ୍ୟକ୍ତିତ୍ବର ରହସ୍ୟ ଜଣା ପଡିଥାଏ ।ଯାହାକି ଆମେ ସମସ୍ତେ ଜାଣୁ ଯେ କୌଣସି ବି ବ୍ୟକ୍ତିଙ୍କର ଭୁତ, ଭବିଷ୍ୟ, ବର୍ତ୍ତମାନ ଏବଂ ଅଭ୍ୟାସ ଗୁଡିକ ଜାଣିବା ନିମନ୍ତେ ଜ୍ୟୋତିଷ ଶାସ୍ତ୍ର ବ୍ୟତିତ ଶାସ୍ତ୍ରରେ ମଧ୍ୟ କିଛି ବିଶେଷ ସାଧନ ମଧ୍ୟ କୁହାଯାଇଛି। ପୁରୁଷଙ୍କର ଡାହାଣ ପାଦ ଏବଂ ସ୍ତ୍ରୀଲୋକଙ୍କ ବାମ ପାଦ ତାଙ୍କର ଭାଗ୍ୟକୁ ଜାଣିବା ନିମନ୍ତେ ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ। ଏହାର ତାତ୍ପର୍ଜ୍ୟ ଏହା ନୁହେଁ କି ସ୍ତ୍ରୀଲୋକଙ୍କର ଡାହାଣ ଏବଂ ପୁରୁଷଙ୍କର ବାମ ପାଦରେ ଥିବା ରେଖାଙ୍କର ମହତ୍ଵ ନଥାଏ ଅର୍ଥାତ ଏହାକୁ ଏପରି ବୁଝନ୍ତୁ।

ସ୍ତ୍ରୀଲୋକଙ୍କର ବାମ ଏବଂ ପୁରୁଷଙ୍କର ଡାହାଣ ପାଦର ରେଖା 100 ପ୍ରତିଶତ ଫଳଦାୟକ ହୋଇଥାଏ ଏବଂ ପୁରୁଷଙ୍କର ବାମ ଏବଂ ସ୍ତ୍ରୀଲୋକଙ୍କର ଡାହାଣ ପାଦର ରେଖା 50ପ୍ରତିଶତ ଫଳଦାୟକ ସିଦ୍ଧ ହୋଇଥାଏ। ଅତଃ ସବୁବେଳେ ଦୁଇ ପାଦର ମହତ୍ଵ ହୋଇଟାହେ। ଆମର ବୈଦିକ ଶାସ୍ତ୍ରରେ ମଧ୍ୟ ଭବିଷ୍ୟ ପୁରାଣରେ କୁହାଯାଇଛି ଯେ କେଉଁ ସଂକେତରୁ ମାଲୁମ ହେବ ଯେ କେଉଁ ପୁରୁଷ ଭାଗ୍ୟଶାଳୀ ଅଟନ୍ତି କିମ୍ବା ନୁହେଁ । ଆଜି ଆମେ ଆପଣଙ୍କୁ ନିଜର ଏହି ପୋଷ୍ଟ ଜରିଆରେ ଏହା ଜଣେଇବାକୁ ଯାଉଛୁ ଯେ ପୁରୁଷଙ୍କର ଶୁଭ ଅଶୁଭ ଲକ୍ଷଣ ସେମାନଙ୍କର ପାଦକୁ ଦେଖିକରି କିପରି କୁହାଯିବ । ଆସନ୍ତୁ ଜାଣିବା  ଏହା ବିଷୟରେ ବିସ୍ତାର ପୂର୍ବକ ।

1- ଯଦି କୌଣସି ପୁରୁଷଙ୍କର ଯାହାଙ୍କର ପାଦ କୋମଳ, ପୂର୍ଣ୍ଣ ଲାଲ ସୁନ୍ଦର ଏବଂ ଝାଳ ରହିତ ହୋଇଥାଏ, ସେ କୌଣସି ରାଜା ଭଳି ଜୀବନ ଜିଅନ୍ତି । ଏବଂ ତାଙ୍କର ଜୀବନରେ ସବୁବେଳେ ଖୁଶିର ଭଣ୍ଡାର ରହିଥାଏ ଏବଂ ଏହା ସବୁ ପାଦର ଶୁଭ ଲକ୍ଷଣ କୁହାଯାଏ ।

2- ଯେଉଁ ପୁରୁଷଙ୍କର ପାଦ ଶୁଭ ଲକ୍ଷଣ ବାଲା ଅଟେ ଏବଂ ପାଦରେ ନାଡି ମାନେ ଶିର ମଧ୍ୟ ଦେଖାଯାଏ ନାହିଁ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ତଥା ଯେଉଁ ପୁରୁଷଙ୍କର ପାଦର ତଳିପା ଉପରେ ଅଙ୍କୁଶର ଚିହ୍ନ ରହିଥାଏ, ସେମାନେ ସବୁବେଳେ ସୁଖୀ ଏବଂ ଧନୀ ରହନ୍ତି। ସେମାନଙ୍କୁ ଧନର କୌଣସି ଅଭାବ ହୋଇନଥାଏ । ଅଙ୍କୁଶ ତାହାକୁ କୁହନ୍ତି , ଯେଉଁଥିରେ ହାତୀକୁ କାବୁ କରାଯାଏ ।

3- ପାଦର ମଧ୍ୟ ଭାଗ ରୁ ବାହାରି ଏକ ସିଧା ରେଖା ଅଙ୍ଗୁଳି ପର୍ଯ୍ୟନ୍ତ ଯାଇଥାଏ ତ ଏପରି ବ୍ୟକ୍ତି ସୌଭାଗ୍ୟଶାଳୀ ହୋଇଥାନ୍ତି ଯଦି ଏହି ରେଖା ଅନାମିକା ଅଙ୍ଗୁଳି ଉପରେ ଯାଏ ତ ଜାତକ ଅଳସୁଆ ହୋଇଥାନ୍ତି ଏବଂ ଯଦି କୌଣସି ପୁରୁଷଙ୍କର ପାଦ ପଦ୍ମ ଫୁଲ ପରି କୋମଳ ଅଟେ, ପାଦର ଅଙ୍ଗୁଳିମାନ ପରସ୍ପର ସହିତ ମିଶିକି ଅଛନ୍ତି, ସୁନ୍ଦର ଅଟେ, ସେ ସବୁବେଳେ ଭାଗ୍ୟର ସହୟତା ପାଆନ୍ତି , ପ୍ରତ୍ୟେକ କାର୍ଯ୍ୟରେ ନିଜର ଲକ୍ଷ୍ୟ ପ୍ରାପ୍ତ ହୋଇଥାନ୍ତି ।

4- ଯଦି କାହାର ପାଦର ଅଙ୍ଗୁଳି ତଳେ କୌଣସି ସିଧା ରେଖା ଅଛି ତେବେ ଜାତକ ଧନବାନ, ଯଶସ୍ଵୀ, ବିଦ୍ୟାବାନ ହୋଇଥାନ୍ତି ।

5- ଯଦି ପାଦର ମଝି ଅଙ୍ଗୁଳି ପର୍ଯ୍ୟନ୍ତ ସିଧା ରେଖାର ସମକକ୍ଷ ଅନ୍ୟ ଏକ ରେଖା ଥାଏ ତ ସ୍ତ୍ରୀ କିମ୍ବା ପୁରୁଷ ରାଜ୍ୟଧିକାରୀ, ଉଚ୍ଚ ପଦାଧିକାରୀ, ସୁଖ ସମୃଦ୍ଧି ଏବଂ ବୈଭବ ପ୍ରାପ୍ତ କରନ୍ତି ।

6- ଯେଉଁ ପୁରୁଷଙ୍କର ପାଦ ଶୁଷ୍କ, ନଖ ଧଳା, ଅଙ୍ଗୁଳି ଅବ୍ୟବସ୍ଥିତ ଥାଏ, ସେମାନେ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥାନ୍ତି ।

7- ଜେଣ ପୁରୁଷଙ୍କର ପାଦର ତଳିପା ଏକଦମ କଳା ପୋଡିଯାଇଥିବା ମାଟି ଭଳି ହୋଇଥାଏ, ସେମାନେ ଜୀବନରେ ଅଧିକତର ଦୁଖୀ ରହନ୍ତି ।

 

Leave a Reply

Your email address will not be published. Required fields are marked *